Priyadarsini Das.PriYa❤️

Romance

4.0  

Priyadarsini Das.PriYa❤️

Romance

ପାଠାଗାର(ସ୍ମୃତି ର ଫର୍ଦ୍ଦ.୧)

ପାଠାଗାର(ସ୍ମୃତି ର ଫର୍ଦ୍ଦ.୧)

2 mins
11.7K


ପାଠାଗାର ( ସ୍ମୃତି ର ଫର୍ଦ୍ଦ)..୧

*******************


ବହି ପଢ଼ିବା ମୋର ଏକ ଅଭ୍ୟାସ ।କିଛି ଥାଉ କି ନ ଥାଉ ମୋ ହାତରେ ବହି ଖଣ୍ଡେ ଥାଏ ।

ଏ କଥା ବେଶ୍ ଭଲ ଭାବରେ ଜାଣି ଥାଏ ମୋନାଲି । ତା ନାମ ମୋନାଲିସା ।ହେଲେ ମୁଁ ଡାକେ ମୋନାଲି ।


ମୋର ଜଣେ ଭଲ ବନ୍ଧୁ ଟେ ମୋନଲି ।ବନ୍ଧୁ ତ ନୁହେଁ ବାନ୍ଧବୀ ଟେ ସେ । ମୋର ସବୁ ଜନ୍ମ ଦିନରେ ସେ ମୋତେ ଗୋଟେ ବହି ହିଁ ଉପହାର ଦିଏ ।ମନ ଖୁସି ହୋଇଯାଏ ।

ହେଲେ ମୁଁ ତାକୁ ଚିଡ଼ାଏ ..।


...ହଁ ସେଇ ଅନ୍ୟ ମାନଙ୍କ ଲେଖା କୁ ଆଣି ଦେଉଥା ଗଧି ।


ସେ ହସୁଥାଏ , ଆଉ କହୁଥାଏ ଦେଖିବୁ ଦିନେ ମୁଁ ମୋର ଲେଖା କୁ ନେଇ ନିଜର ଗୋଟେ ବହି ବାହାର କରିବି । ତୁ ତାକୁ ଦେଖି ସେଦିନ ଆଉ ହସିବୁନି ।ବୁଝିଲୁ ।

... ଆଛା .... ।


ହଁ ଦେଖିବୁ .. ଦିନେ ନିଶ୍ଚୟ ଲେଖିବି ।ଆଉ ତୋ ଜନ୍ମଦିନ ରେ ଉପହାର ଦେବି ।


... ଆଉ ଯଦି ମୁଁ ପାଖରେ ନଥାଏ .... ।


... କିଛି ନାହିଁ ।ଯେମିତି ହେଲେ ବି ତୋ ପାଖରେ ପହଞ୍ଚେଇବାର ଦାୟିତ୍ୱ ମୋର ।



ପାଗିଳୀ ଟା ସେ ।

ମନ ଖୋଲି ସବୁ କିଛି କହି ପାରେ ତାକୁ ।


ଯେତେ ଯାହା ଦୁଃଖ ଥାଉ ତାକୁ କହିଦେଲେ ମନ ଟା ହାଲକା ହୋଇଯାଏ ।


ପାଠ ପଢା ସରିଲା । ସିଏ ତା ଲାଇନ ରେ ଗଲା ଆଉ ମୁଁ ମୋର ।


ଆଜି ମୁଁ ଯାଇଥିଲି ପାଠାଗାର କୁ ।

ବହି ସବୁ ଦେଖିଲି ।


ମନ କୁ ଛୁଇଁଲା ପରି ବହି ଟେ ଖୋଜୁଥିଲି ।


ପାଇଲିନି ।


ତାପରେ ସେଇଠି ପଚାରିଲି ପାଠାଗାର ର ଅଧିକ୍ଷକ ଙ୍କୁ... କିଛି ନୂଆ ବହି ଆସିଛି କି ...? 


ଉତ୍ତର ଆସିଲା ...


ହଁ ସେଇ ଯେଉଁ ଡାହାଣ କଡ ରେ ଅଛି , ସବୁ ନୂଆ କଲେକ୍ସନ ।


... ଆଛା ।


ସବୁ ବହି ଦେଖି ଚାଲିଲି ।


ଗୋଟିଏ ବହି ଉପରେ ମୋର ଫଟୋ ।

ଦେଖି ଚମକି ପଡ଼ିଲି ।


ଆରେ ମୋ ଫଟୋ ।ପୁଣି ସ୍କୁଲ୍ ବେଳର ଏ ପାସପୋର୍ଟ ଫଟୋ ।କିଏ ଦେଲା ।


ବହି ର ଲେଖକ/ ଲେଖିକା ର ନାମ ଖୋଜିଲି ।


ଆରେ କି କଥା ।

ମୁଁ ତ ଚକିତ ।


ବହି ର ଲେଖିକା ମୋନାଲିସା ମହାପାତ୍ର । ଏଁ .....।


ମୋନାଲିସା ..... ମାନେ ମୋନାଲି । 


ସେ ପୁଣି ବହି ଲେଖିଛି ନାଁ କଣ ।


ବହିର ନାମ ଥିଲା "ହଁ ଆଜି ମୁଁ ଲେଖିକା "......।


ଏମିତି ଲାଗିଲା ଯେମିତି ସେ ସିଧା ମୋତେ କହୁଛି ।


ମୁଁ ତାକୁ ହସ ରେ ଉଡେଇ ଦେଇଥିଲି ।

ଆଉ ଆଜି ସେ ଲେଖିଛି ।ସତରେ ....।


ବିଶ୍ୱାସ ହେଉ ନଥାଏ ।


ବହି ଟିକ ପାଠାଗାର ରୁ ନେଇ ଘରକୁ ଆସିଲି ।ପଢିଲି ।


ପ୍ରତି ଧାଡ଼ି ଟି ଥିଲା କେବଳ ସ୍ମୃତି ।ଆମ ପାଠ ପଢା ବେଳର ।


ପ୍ରତି ଧାଡ଼ି ରୁ ସ୍ମୃତି ର ଫର୍ଦ୍ଦ ସବୁ ଫର୍ ଫର୍ ହୋଇ ଯାଉ ଥାଏ ।


ଶେଷ ଧାଡ଼ି ରେ ଲେଖା ଥିଲା .. କଥା କୁ ସତ କରିଲି ।ନିଜ ଲେଖା କୁ ଉପହାର ଦେଲି ।


ମାନିଗଲି ମୁଁ ମୋନାଲିସା କୁ ।


ପାଠାଗାର ରେ ଥିଲା ତାର ଆହୁରି ୪ ଟି ବହି ।

କିନ୍ତୁ ସବୁଥିରେ ମୋର ଫଟୋ ।


ଗୋଟିଏ ବହି ର ନାମ ଥିଲା "ଉପହାର ".... 


ଆଉ ଏମିତି ଲାଗୁଥିଲା ଯେମିତି ସେଇଟା ଥିଲା ଆଗକୁ ଆସୁଥିବା ମୋ ଜନ୍ମ ଦିନ ର ଉପହାର ।


ଯାହା କହିଥିଲା ଆଜି ସେ ତାକୁ ସତ କରି ଦେଲା ...।


ପାଠାଗାର ଟା ଆଜି ମୋ ପାଇଁ ସ୍ମୃତି ର ଏକ ଫର୍ଦ୍ଦ ହୋଇ ରହିଗଲା...... ।


ସ୍ମୃତି ସବୁ ମୋ ମନରେ ପୃଷ୍ଠା ପାରେ ପୃଷ୍ଠା ଲେଉଟାଇ ଚାଲିଥାଏ....।





Rate this content
Log in

Similar oriya story from Romance