STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ପାଣି ଫୋଟକା

ପାଣି ଫୋଟକା

2 mins
173


 ମଧ୍ୟବିତ୍ତ ପରିବାରର ଝିଅ ସୁମତୀ ସବୁବେଳେ ଭବିଷ୍ୟତ ଚିନ୍ତା ରେ ପିଲାଦିନୁ, ଏଇ ଯେମିତି ବାପା ମାଆ ଚିନ୍ତା କରନ୍ତି ପିଲାଏ କେମିତି ମଣିଷ ହେବେ, ହାତକୁ ଦିହାତ ହେବେ, ଆଉ କେଡେ ଚଞ୍ଚଳ ସେସବୁ ହେଇଯିବାପରେ ବାପା ବୋଉ ଙ୍କ ର ମନ ବୋଲି କିଛି ଅଛି, ଆବଶ୍ୟକତା ର ମାନେ କଣ ଖାଲି ମୁଣ୍ଡ ଗୁଞ୍ଜିବାକୁ ଘର, ଖାଇବା ପିନ୍ଧିବା, ଆଉ କିଛି ନଥାଏ???? 


   ଏମିତି ଭାବୁଭାବୁ ନିଜର ବି ସେଇ ଅବସ୍ଥା ଆସି ଗଲାଣି ସୁମତୀ ଙ୍କର, ଆଉ ସବୁ ଜଞ୍ଜାଳ ସାରିଦେଇଥିବାରୁ ଏଥର ସ୍ବାମୀଙ୍କ ଅବସର ପଇସାରୁ ସେ ନିଜ ପାଇଁ ନିଶ୍ଚୟ ହାର ଖଣ୍ଡେ କରିବେ ଭାବିଛନ୍ତି, ହେଲେ ସ୍ବାମୀଙ୍କ କଥାରେ ବି ଭାଙ୍ଗିପଡିଛନ୍ତି, ବୁଢ଼ୀ ବୟସ ରେ ହାର କଣ ହେବ, ଉତ୍ତର ରେ ତାଙ୍କ କର୍ଣ୍ଣ ପଟଳ ଭାଙ୍ଗି ପଡିବା ବେଳେ ସ୍ୱାମୀଙ୍କର ଘରଟାକୁ ଦୋ ମହଲା କରିବା ଉଦେଶ୍ୟରେ ମଥା ନଇଁ ଗଲା ସୁମତୀ ଙ୍କର, ଯାହେଉ ହାର ନପିନ୍ଧିଲେ ନାଇଁ, ପୁଅ ପାଇଁ ଘର ଟା କରିଦେବାକୁ ଯଦି ସ୍ୱାମୀ ଚାଁହୁଛନ୍ତି ଭଲକଥା ।


   ସେଦିନ ହଠାତ ପୁଅ ଯେବେ ଘର ଟା ବିକ୍ରି କରିଦେବା ର ପ୍ରସ୍ତାବ ରଖିଥିଲା, ତ ସ୍ୱାମୀ ସ୍ତ୍ରୀ ଦୁଇଜଣ ହଡ଼ବଡେ଼ଇ ଯାଇ ଆମେ କୋଉଠି ରହିବୁ ଉତ୍ତରରେ ପୁଅ ଯେବେ ଏହି ଘରବିକା ଟଙ୍କାରେ ମିଶାଇ ସହରରେ ଘର କିଣି ରହିବା ପ୍ରସ୍ତାବ ଦେଲା ବାପା ମାଆ ଦିଟା ପୁଣି କୁରୁଳି ଉଠିଲେ, ହେଲେ ପୁଅ ଟଙ୍କା ନେଇ ଘର କିଣିଲା କି ନାହିଁ ସେତ ଅଲଗା କଥା ବରଂ ତା ପୁଅର ଏକୋଇଶା କୁ ହାର ନନେଇ ଯାଇଥିବାରୁ ଅପମାନିତ ହୋଇ ସ୍ୱାମୀସ୍ତ୍ରୀ ଦୁହେଁ ଏଵେ ପୁରୁଣା ଗାଁ ଘରେ ରହୁଛନ୍ତି l


    ସେଦିନ ହଠାତ ପୁଅ ତା ପିଲାପିଲି ନେଇ ଗାଁରେ ପହଂଚି, ଏଇଠି ବାଡ଼ି ବଗିଚାର ଦେଖାଶୁଣା କରି ମାଛଚାଷ କରି ଜମିଜମା କଥା ବୁଝି ଗାଁରେ ରହିବ ବୋଲି ତା ନିଷ୍ପତ୍ତି ଜଣେଇ ଦେଇଥିଲା, ବାପା ମାଆ ଦୁହେଁ ଖୁସି ହୋଇଗଲେ ସତ ହେଲେ ସ୍ୱାମୀ ଯେବେ ଏକାନ୍ତ ରେ ତୁମକୁ ହାର ଖଣ୍ଡିଏ କିଣି ଦେଇଥିଲେ କେତେ ଭଲ କାମ ଟେ କରିପାରିଥାନ୍ତି କହୁଥିଲେ, ତାଙ୍କ ପାଟିରେ ହାତ ଦେଇ ସୁମତୀ ଚୁପ, ଚୁପ ରୁହ, ଆମେ ତ ହୀରା ଫେରିପାଇଛେ ଆମ ହାତ ମୁଠାରେ, ହାର କଣ ତାଠୁ ଅଧିକା?, ତ ଚାଳ ତଳେ ଟୋପି ଟୋପି ବର୍ଷା ରେ ସୃଷ୍ଟି ହେଉଥିବା ପାଣି ଫୋଟକା ଭିତରେ ସ୍ବାମୀଙ୍କ ସହ ସୁମତୀ କଣ ସବୁ ଶୁନ୍ୟରେ ମିଳାଇଯାଇଛି ର ଟେର ପାଉନଥିଲେ, ସ୍ୱମୀଖାଲି ଏ ଜୀବନ ଏକ ପାଣି ଫୋଟକା କହିବାରେ ସୁମତୀ ପ୍ରକ୍ରୁସ୍ଥିତି ହୋଇ ବି ପୁଣି ହଜି ଯାଉଥିଲେ କେତେ କେତେ ଫର୍ଦ ର ଜୀବନ୍ତ ଲାଗୁଥିବା କାହାଣୀ କୁ ସ୍ମୃତି ଭିତରେ ସାଇତି ରଖିବାକୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract