Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ପାନଡାଲା

ପାନଡାଲା

2 mins
111


   ଗଣେଷ ପୂଜା ଦିନ ନିମନ୍ତ୍ରଣ ପତ୍ର ନେଇ ହରି ବାବୁ ବହୁତ ଦିନ ପରେ ଆସିଥିଲେ. ତାଙ୍କ ନାତିର ଏକୋଶିଆ ପାଲା ପୂଜା ହେଉଛି. ନାତିର ନାମ ରାମକୃଷ୍ଣ ରଖିଛନ୍ତି ଶୁଣୁ ଶୁଣୁ ବୋଉ ଖୁସିରେ ଫାଟି ପଡୁଥିଲା. ବାପାଙ୍କ ଆବର୍ତ୍ତମାନ ଖବର ପାଇ ନିସ୍ତବ୍ଦରେ ବସିଥିବା ହରି ବାବୁ ବୋଉର ଖୁସିରେ କିଛି ବୁଝିପାରୁନଥିଲେ ତ ବୋଉ ନିମନ୍ତ୍ରଣ କାର୍ଡଟିକୁ ଆକାଶ ଆଡକୁ ବଢ଼େଇ କହୁଥିଲା, ଏଇ ଦେଖ ତୁମ ସାଙ୍ଗ ହରିବାବୁ ତାଙ୍କ ନାତିର ନାମକରଣ ରାମକୃଷ୍ଣ ବୋଲି ଦେଇଛନ୍ତି. ତୁମେ ଦୁଇ ବନ୍ଧୁଙ୍କ ଏକା ପରି ନାମକରଣ ଦେବାରେ ସିଦ୍ଧହସ୍ତ କହି ଖୁସି ହୋଇ ବୋଉ ପାନଡାଲାରୁ ପାନ ଭାଙ୍ଗି ହରିବାବୁଙ୍କୁ ଦୁଇ ଖଣ୍ଡ ଧରାଇ ଡାକୁଥିଲେ ବୋହୁକୁ ବାପାଙ୍କ ଟେବୁଲରେ ତାଙ୍କ ପାନ ଖିଲ ଥୋଇ ଦେଇ ଯାହା କରୁଛୁ କରେ. ଏସବୁ ଦେଖି ହରି ବାବୁ ବୋଉ ବିଷୟରେ ସବୁ ଜାଣି ମନଦୁଃଖ କରି ଫେରିବା ବେଳେ ବୋହୁକୁ କହିଦେଇ ଗଲେ, ବୋଉଙ୍କୁ ସାଙ୍ଗରେ ନେଇ ଆସିବ ନିଶ୍ଚୟ ଆମ ଘରକୁ. ସବୁବେଳେ ଗୋଟିଏ ଜାଗାରେ ପଡିରହି ତାଙ୍କ ମାନସିକ ଅବସ୍ଥା ଠିକ ରହୁନି ତେଣୁ ତାଙ୍କୁ ଟିକେ ମନ୍ଦିର ସହିତ ଅନ୍ୟ ଅନ୍ୟ ସ୍ଥାନକୁ ମନପରିବର୍ତ୍ତନ କରିବାକୁ ନିଅ. ହଉ ନିଶ୍ଚୟ ଆସିବ. ଏଡ଼େବଡ଼ ଘଟଣା ଘଟିଗଲା ମୁଁ ଥାଇଲାଣ୍ଡରେ ଥିବାରୁ ଜାଣିପାରିଲିନି, ଭାରି ଦୁଃଖର ଖବର ନେଇ ଯାଉଛି. ଭାବିଥିଲି ନାତି ଏକୋଇଶିଆ ପରେ ପୁଣି ସୂର୍ଯ୍ୟଚନ୍ଦ୍ର ସଙ୍ଗେ ମିଶି ସାହିତ୍ୟ ଆସର କରିବୁ. ଶେଷ କଥା ଶୁଣି ବୋଉ କହିଥିଲା ହଁ ହାରିବାବୁ ସେ ସେହି ସାହିତ୍ୟ ଆସର ହେଉନି ବୋଲି ଲୁଚିଯାଇଛନ୍ତି ଆକାଶରେ. ଦିନରେ ସୂର୍ଯ୍ୟ ହୋଇ ରାତିରେ ଚନ୍ଦ୍ର ହୋଇ ଆସୁଛନ୍ତି ଯାହା. ହରିବାବୁ ବୋଉ କଥା ଶୁଣି ଦୁଃଖରେ ଫାଟି ପଡୁଥିଲେ ବି ଉପରକୁ କହିଥିଲେ ହଁ ହଁ ଏଥର ସାହିତ୍ୟ ସଭାରେ ମୋ ବନ୍ଧୁଙ୍କୁ ଏମିତି ବାନ୍ଧି ରଖିବି ସେ ଆଉ ଆକାଶକୁ ଯିବାକୁ ମନ କରିବନି. ବୋଉ ଖୁସିରେ କହୁଥିଲା ରୁହନ୍ତୁ ହରିବାବୁ ଆଉ ଦୁଇଖଣ୍ଡ ପାନ ନେଇ ଯାଆନ୍ତୁ. ଆଉ ଦୁଇଖଣ୍ଡ ପାନ ନେଇ ଯିବା ବେଳେ ହରି ବାବୁ ପୁଣି ବୋଉକୁ କହିଥିଲେ ଯିବେ ନିଶ୍ଚୟ ଆଉ ବୋଉ କହୁଥିଲା ହଁ ନିଶ୍ଚୟ, ସେ କେତେ ଖୁସି ହେବେ ନାତିକୁ ଦେଖିବାକୁ. ହୃଦୟ ବିଦାରି ବିଦାୟ ନେଇଥିଲେ ହାରିବାବୁ.ଛାଡ଼ୁନଥିଲା ବୋଉ, ବାପା ଆସିଲେ ଗଣେଷ ପୂଜା ପ୍ରସାଦ ଏକାଠି ଖାଇକି ଯିବାକୁ କହୁଥିଲେ ମଧ୍ୟ ହରି ବାବୁ କାମ ଅଛି କହି ଫେରିଥିଲେ ।

  ନିର୍ଦ୍ଦିଷ୍ଠ ଦିନ ବୋହୁ ପୁଅ ବୋଉକୁ ଯେବେ ବାହାରିବାକୁ କହିଥିଲେ ବୋଉ କହିଥିଲା, ବାପା ନଗଲେ ସେ ଯିବନି. ବାପା କାହାନ୍ତି ବୋଉ?? ଆରେ କାହାନ୍ତି କଣ କହୁଛୁ?ସବୁଦିନ ପରା ଜଳୁଥାଆନ୍ତି, ଆଜି କୁଆଡେ ଗଲେ କେଜାଣି ! ପୁଅ ଚାହିଁଲା ଆକାଶକୁ. ମେଘୁଆ ପାଗ ଯୋଗୁଁ ସୂର୍ଯ୍ୟ ନଥିଲେ ଆକାଶରେ ତ ବୋଉ ବୁଝୁନି. ଏଣେ ବୋଉକୁ ଛାଡ଼ି ଯାଇ ହେଉନି.ଦୈବ ଯୋଗକୁ ଶିବଶଙ୍କର ଭାଇ ପହଁଚିଲେ. ତାଙ୍କୁ ଦେଖି ବୋଉ କୋଟିନିଧି ପାଇଲା ପରି କହୁଥିଲା ତୁମ ନାମ ଶିବଶଙ୍କର ବୋଲି ତୁମ ମାମୁଁ ରଖିଥିଲେ ଟି ପୁଅ?? ହଁ ମାଇଁ ମାମୁଁ ପରା ମତେ ପଠେଇଲେ ଚାଲନ୍ତୁ ଯିବା ହରି ମାମୁଁଙ୍କ ଘରକୁ ତ ବୋଉ ଧଡ଼ପଡ଼ ହୋଇ ବାହାରିଲା. ହରି ବାବୁଙ୍କ ଘରେ ପୁଅକୁ ପଚାରୁଥିଲା ବାପା ଦେଖାଯାଉ ନାହାଁନ୍ତି ତ. ସେତେବେଳକୁ ପାଗ ବଦଳି ଆକାଶରେ ସୂର୍ଯ୍ୟ ଦେଖା ଯାଉଥିଲେ ତ ରଖ୍ୟାପାଇଗଲେ ପୁଅ ବୋହୁ.ବୋଉ ତଥାପି କହୁଥିଲା ବାପା ଏବେ ପାନ ମାଗିବେ, ଏଠି ପାନବଟା କୋଉଠୁ ଆସିବ ଚାଲ ଘରକୁ ଯିବା.ପ୍ରକୃତରେ ସେଦିନ ଖିଲିପାନ ଭାଙ୍ଗି ବାପାଙ୍କ ଟେବୁଲରେ ରଖିନଥିଲା ବୋଉ ବୋଲି ସେ ମନେରଖିଥିଲା.ପୁଅ ବୋହୁ ଡାକୁଥିଲେ ହେ ପ୍ରଭୁ ବିଘ୍ନେଶ୍ଵର ବୋଉକୁ ଆମର ଭଲ କରି ଦିଅ ପ୍ରଭୁ ।



Rate this content
Log in

Similar oriya story from Abstract