STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ଓଦା ଗାମୁଛା

ଓଦା ଗାମୁଛା

2 mins
16

ଡହ ଡହ ଖରା

    ରାସ୍ତା ଘାଟ ସବୁଠି ଶୂନ୍ୟତା। କାଁ ଭାଁ କେତୋଟି ଦୋକାନକୁ ଛାଡିଦେଲେ, ବାକି ସବୁ ବନ୍ଦ। ଚିହ୍ନା ଚିହ୍ନା କେଇ ବୁଲା କୁକୁର କେବଳ ଶୋଇ ଥାଆନ୍ତି ଦୁଆର ମୁହଁରେ । ପାଖକୁ ଗଲେବି, ନିସ୍ତେଜ ହୋଇ ପଡିରହିଥାନ୍ତି। ପେଟ ଟା ଉଠୁଥାଏ ଆଉ ପଡୁଥାଏ।

କାହିଁକି କେଜାଣି ଇଛା ହେଲା, ପାଖ ଦୋକାନୀ ଠାରୁ ବିସ୍କୁଟ ଟିଏ କିଣି ଖାଇବାକୁ ଦେବାକୁ। କିନ୍ତୁ, ବ୍ୟର୍ଥ ହେଲା ପ୍ରୟାସ। ଭାରି ମନ କଷ୍ଟ ହେଲା ନିଜକୁ ଧିକାର କଲି। ମୁଁ କଣ ଏତେ ପାପୀ ମୋ ହାତରୁ ବିସ୍କୁଟ ଟିଏ ବି ଖାଇଲାନି। ମନେ ପଡିଗଲା ଜୀବନରେ ଉଠିଥିବା ଝଡ଼। ସମସ୍ତେ ଅଣଦେଖା କରନ୍ତି ଏ ବାବୁଲା କୁ। କିଏ କହେ ବାରବୁଲା କିଏ ପୁଣି କହେ ବାଇଆ ଟା। ମୁଁ କିନ୍ତୁ ସେକଥା କୁ କେବେ କାନ ଦେଇନି।

କୁହନ୍ତୁ ତ କହିବା ପାଇଁ କାହାକୁ କିଏ ବାଡ଼ ପକେଇଛି କି ? ଛାଡ଼ ପୁଣି ଫେରି ଆସିଲି ସେଇ ସବୁଠୁ ବିଶ୍ୱାସୀ ପ୍ରାଣୀ ପାଖକୁ।

ଅଜାଣତରେ ଦୋକାନୀ ଠାରୁ ପାଣି ମଗେଇ ଦେଇଥିଲି। ଦି ଥର ଡାକିଲା ପରେ ପାଣି ଧରି ଢକ ଢକ କରି ପିଇ ଦେଲି। ଆଉ ଅଳପ ମୁନ୍ଦିଏ ପାଣି ଥିଲା ବୋତଲରେ। ଫିଙ୍ଗିଦେଲି ବାହାରକୁ ବୋଧେ କେଇ ବୁନ୍ଦା ପାଣି ପଡ଼ିଗଲା ବିଚରା କୁକୁର ଟି ଉପରେ। ହଠାତ ଉଠିପଡ଼ି ଚାଟିବାକୁ ଲାଗିଲା ଦେହକୁ ବୁଝିବାରେ ଆଉ ଅବୁଝା କିଛି ନଥିଲା। ଟୋପାଏ ପାଣି ପାଇଁ ବୋଧହୁଏ ଚାହିଁଥାଏ ଜୀବନ। ଖରାରେ ଆଉଟୁ ପାଉଟୁ ହେଉଥିବା ମନଟା ଖୁବ ନିଜକୁ ଖୁଣିଲା।

ଧିକାର ବି କଲା। ଵିନ୍ଦୁଏ ପାଣି ଯେ ଜୀବନକୁ ବଞ୍ଚେଇ ପାରେ ବହୁତ ଘାରି ହେଲି। ଆରେ ସେ ପାଣି ମୁନ୍ଦିକରେ ଯଦି ମୋ ଗାମୁଛା ଟିକୁ ଭିଜେଇ ପାରି ଥାଆନ୍ତି, ତେବେ କେତେ ଖୁସି ହୋଇ ଥାଆନ୍ତି ତ!ଏ ଖରାବେଳରେ ଟିକିଏ ତ ଆଶ୍ବସ୍ତି ହୋଇ ପାରି ଥାଆନ୍ତି ।

  ସତରେ ସମୟେ ସମୟେ ନିରୀହ ବୁଲା କୁକୁର ବି ଅନେକ କିଛି ଶିଖେଇ ଥାଏ। ଓଦା ଗାମୁଛାର ସ୍ବପ୍ନ, ନିରୀହ ପ୍ରାଣୀ ଟିଏ ଯେତେବେଳେ ମୋ ମନ ଭିତରେ ଆଙ୍କି ପାରିଲା ଏହାଠୁ ଆଉ କଣ ଖୁସି ଅଛି ଯେ ଜୀବନରେ ? ନିଜ ଲୋକେ ସିନା, ବୁଝି ପାରନ୍ତିନି ଅଣଦେଖା କରନ୍ତି ହେଲେ, ଗଳି କନ୍ଦିରେ ବୁଲୁଥିବା ନିରୀହ କୁକୁର ଯେ କେମିତି ଶିକ୍ଷା ଦେଇପାରେ ଏକଥା ଆଉ ଅବୁଝା ରହିଲାନି।

ବାବୁଲାକୁ କିଏ ବାରବୁଲା କହୁ କିଏ ପୁଣି ବାଇଆ କହୁ ଦୁଃଖ କିଆଁ କରିବି ହୋ ବରଂ, ବୁଲିବି ସହରଟା ସାରା ଡଷ୍ଟ ବିନ ରେ ପଡ଼ିଥିବା ବୋତଲ ଟିଏ ନେଇ ପାଣି ମୁନ୍ଦେ ସାଇତିଵି ଏମିତି ଭୋକିଲା ତୁଣ୍ଡରେ ପାଣି ଦେବାପାଇଁ।

   ଓଦା ଗାମୁଛା ଟିଏ ସାଇତିଵି ନିଶ୍ଚୟ ଡହ ଡହ ଖରାବେଳେ ଓଦା ଗାମୁଛା ଟି ମଥାରେ ପକେଇ, ଶୋଇଯିବି କାହା ବାରେଣ୍ଡାରେ। କୁହନ୍ତି ଦେଇଥିଲେ ପାଇ । ହଉ, ଯଦି କେହି ଛିଞ୍ଚି ଦିଏ ଟୋପାଏ ଜଳ ବାରବୁଲା ଟିଏ ଭାବି ଅବା ବାଇଆ ଟିଏ ଚିନ୍ତା କରି ନୀରବରେ ଫେରି ଆସିବି ଯେ । ଏକଥା ବି ତ ଶିଖିଛି ନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract