STORYMIRROR

Bharati Bhusan Das

Inspirational

3  

Bharati Bhusan Das

Inspirational

ଝୁରେ ଆଜି ଗାଁ ପାଇଁ

ଝୁରେ ଆଜି ଗାଁ ପାଇଁ

1 min
194

ଗହୀର ମଝିରେ କାଶତଣ୍ଡୀ ଫୁଲ ଦେଖି ମନେ ପଡୁଛି ମୋ ଗାଁ। ନଈ ରେ ବଢ଼ି ନିଶ୍ଚୟ ଆସିଥିବ। ନଳା ମୁହଁ ଚାଳ ଘରେ, ଟଙ୍ଗେଇ ଥିବା ବନିସୀ ଖାଡ଼ି ମୋତେ ଚାହିଁ ରହିଥିବ। ଖାଳେଇ ଟି ବି, ଅପେକ୍ଷା କରିଥିବ ନିଶ୍ଚୟ।ଦାସିଆ କା ଡାକିବାକୁ ଯେମିତି ହେଲେ ଆସିବଣି। ହେଲେ, ମୁଁ ପରା ଗାଁ ଠୁ ବହୁ ଦୂରରେ। ପଇସା ରୋଜଗାର କରିବା ପାଇଁ ଆସିଛି, ଏ ସହର କୁ।ଏ ସହର ତ ଆମ ଗାଁ ଠୁଁ ବହୁତ ଦୂରରେ।କେମିତି ଫେରିବି ଯେ ?

      ମୋ ଗାଁ ଗହୀର ହୁଡ଼ାର ଏ କାଶତଣ୍ଡୀ ନୁହଁ

ଏ ତ ବିଦେଶର ହଠାତ ଚମକି ପଡିଲା "ଅନାମ " ଆରେ, ମୁଁ ଏତେ କଣ ଭାବୁଛି ମୁଁ ତ ଦାଦନ ଖଟିବାକୁ ଆଇଛି ବା ପରା କହିଛି,"ଯା, ରୋଜଗାର କରି ଆଣିବୁ ଅଇଲେ, ଏସନ ମଗୁଶୀରକୁ ମୋତେ ବାହା କରେଇବ ?

     ଅଇଲା ବେଳେ, ବା ଭାରି କାନ୍ଦୁଥିଲା ଆଉ ତ କାନ୍ଦିବାକୁ ମୋ ପାଇଁ କେହି ନାହିଁ ଜନମ ହେଲାପରେ, କୋଉଠି ବୋଉ କୁ ମୁଁ

   ମସିଆ ଗାମୁଛାରେ, ପୋଛିଦେଲା ଲୁହ ଟିକକ

ମନେ ମନେ, ଭାରି ଗୁଣି ହେଲା । ସେଦିନ ଯଦି, ମୁଁ ସେ ଅସନା ପାଣି ପି ନଥାନ୍ତି, ତେବେ ମୋତେ ମୋ ବା ମୋଟେ ଘରୁ ତଡ଼ି ନଥାନ୍ତା। ମୁଁ କାହିଁକି, ମୋ ଗାଁ ଛାଡି ଏତେ ଦୂରକୁ ଆସିଥାନ୍ତି ।

       ମନେ ମନେ ଭାବିଲା, ନାଇଁ, ମୁଁ ମୋ ବା ପାଖକୁ ଚିଠି ଟିଏ ଲେଖିବି। କେମିତି, ଲେଖିବି ଯେ ?୍ ମୁଁ ତ ମୁରୁଖ ପାଠ ପଢ଼ିଲିନି ବୋଲି, ଆଜି ପିଠିରେ ବସ୍ତା ବୋହୁଛି। ହଉ, ଏସନ ପୂଜା ଛୁଟିରେ, ଗାଁ କୁ ଗଲେ, ପାଠ ପଢ଼ିବି ଯିଏ ଯାହା କହୁପଛେ ।

  ପାଠ ପଢ଼ିବି ବା କଥା ବୁଝିବି ରୋଜଗାର କଲେ ଯାଇ ବାହାଘର ନହେଲେ ନାଇଁ ଗାଁରେ ତ ରହିବି ନା ଆଉ ଜମା, ଆସିବିନି ହଁ

       ଅନାମ ସିନା "ଝୁରେ ଆଜି ଗାଁ ପାଇଁ "

ହେଲେ ମୁଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational