STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ନିଶିଗନ୍ଧା

ନିଶିଗନ୍ଧା

3 mins
10


ନିଶିଗନ୍ଧା........ ରଜନୀଗନ୍ଧା ର ମହକ ଭରି ଚାହିଁଛି ଏରୁଣ୍ଡି ବନ୍ଧରେ। ସବୁଆଡେ ପାର୍ବଣ ର ମତୁଆଲା ।

ହସ ଖୁସି ଭରି ଯାଉଛି ପ୍ରତ୍ୟକ ଘରେ। ବିଦେଶରେ ଥିବା ଘରର ମୁରବୀ ହୁଅନ୍ତୁ ଅବା କେହି କେହି, ଫେରିଲେଣି ଗାଁ ଭିଟା ମାଟିକୁ। ମୁଣ୍ଡ ଉପରେ ଦଶହରା ପୂଜା। ଭିନ୍ନ କିସମର ଦରବ, ଆସବାସ ପତ୍ର ନେଇ ଘର ମୁହାଁ ସଭିଏଁ। କିନ୍ତୁ ନିଶିଗନ୍ଧା, ଏରୁଣ୍ଡି ଉପରେ ମଥା ପାତି ଚାହିଁ ରହିଛି, ତା ମନର ମଣିଷ ଟିକୁ,ଅପେକ୍ଷାରେ। ଫଗୁଣ ଦୋଳ ମୁକୁଟ ଏବେବି କୁଲାରେ ସାଇତା ହୋଇ ଠାକୁର ଘରେ ଅଛି। ବର୍ଷେ ନପୁରିଲେ ବେଦୀର ପୂଜା ସାମଗ୍ରୀ ନଈରେ ଭସାଇ ହେବନି ବୋଲି ଶାଶୁ କହୁଥିଲେ। ସାଇତିଛି ନିଶିଗନ୍ଧା,ସେ ସବୁ ନୀତି ରିୟାଜ କୁ ମାନି। ଫଗୁଣ ରୁ ଏସନ ଦଶହରା...... ମଳୟ ଯାଇଛନ୍ତି ନିଜ କର୍ମ କ୍ଷେତ୍ରକୁ.......... ବୋଧହୁଏ ଦେଶ ମାତୃକାର ସେବା କରିବା ପାଇଁ ଏ ହିଁ ତ ସୁଯୋଗ ନା। ପାଦରୁ ଅଳତାର ଦାଗ ନଶୁଖୁ ପଛେ, ନିଶିଗନ୍ଧା ସେଦିନ ହସି ହସି ଛାତିରେ ଅନେକ କୋହ କୁ ଚାପି ରଖି ବିଦାୟ ଦେଇଥିଲା....... ଜୀବନ ର ମାନେ କଣ ବୁଝିବା ପୂର୍ବରୁ, ସଂସାର ର ମୂଲ୍ୟବୋଧ ତା କଣ ପରଖିବା ପୂର୍ବରୁ, ବୁଝିଥିଲା ଦାୟିତ୍ୱ ଆଉ କର୍ତ୍ତବ୍ୟ ପରାୟଣତା।

ସେଇ ଖୁସିକୁ ଜାବୁଡି ଧରି ଅପେକ୍ଷା କରିଛି ଦଶହରା କୁ। ଅନେକ ସ୍ବପ୍ନ ଆଖିରେ ଖେଳୁଛି ଲୁଚକାଳି ଖେଳ।

ଚମକି ପଡୁଛି ଅଦିନ ସ୍ବପ୍ନ ରେ..... ସତେ ଯେମିତି କେହି ଜଣେ ଆପଣା ର ଡାକି ଦେଉଛି ପଛରୁ।

ଆକାଶରେ କାଁ ଭାଁ ଉଡ଼ାଜାହାଜ ଉଡିଗଲେ, ଟିକେ ଆନମନା ହେଉଥିବା ନିଶିଗନ୍ଧା ଏବେ କିନ୍ତୁ ଅବିଚଳିତ। ବିଶ୍ୱାସ, ହଁ ଏଇ,ସେ ଆସିବେ........ ମୁଁ ଆପଣେଇ ନେବି........।କେତେ ଭାବନା ନାରୀ ହୃଦୟ ର ପଣତ କାନିରେ.........। କିଛି ଲାଜ୍ଜ... କିଛି ସରମ..... ଆଉ ଟିକେ ହସ.... ଏଇତ ଜୀବନ ନାରୀ ପାଇଁ ଭାବ ର....... ଆଉ ବନ୍ଧନ ର।

           ବେଳ ଆସି ମୁଣ୍ଡ ଉପରେ ହେଲାଣି। ଚାଳ ଉପରେ ଡାମରା କାଉଟି ଖୁବ ବୋବାଉଛି। କା କା ଶବ୍ଦ ରେ ଫାଟି ପଡୁଛି ଅଗଣା। ଆଉ ସେତିକି ଭାବ ବିହ୍ଵଳ ହୋଇ ପଡୁଛି ନିଶିଗନ୍ଧା। ନିଜକୁ ଖୁବ ସଜେଇ ଛି ଆଜି। ବାରି ମଲ୍ଲୀ ର କେଇ ପାଖୁଡା...... ଆଉ ରଜନୀଗନ୍ଧା ର କଅଁଳ କେଇ ଫୁଲ। ବାସ୍ନାୟିତ ଜୀବନ,ପୁଣି ଭରା ସପନ..... ହଁ, ଏଇତ ନାରୀର ସୁଲଭ ସ୍ଵଭାଵ ଆପଣେଇବାରେ।

             ମୁଠାଏ ଚାଉଳ ବାଢ଼ିଦେଇ, କେତେ କଣ ଭାବି ନେଲା ପରେ.........ପୁଣି ସେଇ ମୁହୂର୍ତ୍ତ କୁ ଅପେକ୍ଷା କରିବା ଛଡା, ଆଉ କିଛି ଉପାୟ ନଥିଲା।

ସକାଳ ର ସୁନେଲି କିରଣ ସନ୍ଧ୍ୟା କୁ ପୁଣି ଫେରେଇ ଆଣେ। କିଚିରି ମିଚିରି କୋଳାହଳ ରେ ଆକାଶ ରେ ଖୁସିର ଝଲକ..... ଅମାନିଆଁ ହୃଦୟ ରେ ଆଶା ଅଭିଳାଷ.... ଅନେକ କିଛି। ବାସ, ଏଇତ ବିଶ୍ୱାସ... ଜୀବନ ରେ........

           ଆସିଛନ୍ତି ମଳୟ...... ବେଶ ଉପଭୋଗ୍ୟ ଠାଣି ମାଣି...... ଅନେକ ସ୍ୱଭାବ ସୁଲଭ ଭଙ୍ଗୀରେ।

ବାରି ହୋଇ ପଡୁଥାଏ..... ଗାଁ ମାଟିକୁ ଭଲ ପାଉଥିବା କେଇ ହୃଦୟ ର ବାସ୍ନା..... ଆପଣାଉ ଥିବା ବାଡ଼ି ବଗିଚାର ଝରା ଫୁଲ କେଇ ସାଇତି ନେବାକୁ ଅନ୍ତରରେ.......। ସଲ୍ଲଜ ଭଙ୍ଗୀରେ ମାନ, ଅଭିମାନ କିଛି,କ୍ଷଣିକ ଚତୁରତା ସିନା..... ହେଲେ

ହୃଦୟ ଭିତରେ ପ୍ରେମ ପ୍ରୀତି ଅନୁରାଗ ର ସ୍ୱପ୍ନିଳ ବାସନା ଆଉ କିଛି..... ଜୀବନ କୁ କରିଥାଏ ସୁନ୍ଦର

ଆଉ ସତେଜ।

             ନିଶିଗନ୍ଧା ଏବେ ଖୁବ ଭାବ ପ୍ରବଣ.......

ଅନେକ ଅସୁମାରୀ ସ୍ବପ୍ନ ର ସେ ନାୟିକା.........

ବୁଝିଛି ଜୀବନ କୁ..... ବୁଝେଇଛି ଜୀବନ କୁ.....।

   ଏକାନ୍ତରେ ବୁଝିଛି... ମଳୟ ର ମହୁଲି ନିଶାକୁ

ତନ୍ଦ୍ରା ସିକ୍ତ ଭାବ ନେଇ...... ସେ ନିଶିଗନ୍ଧା........

ନିଶି ର ସ୍ପନ୍ଦନ...... କାମନା ନୁହେଁ ତା ଜୀବନ ର

ସବୁକିଛି....... ବରଂ ମହକ ରେ ମହକିତ କରିବା ବୋଧହୁଏ ଧର୍ମ ତା'ର।

              ସୀମାନ୍ତ ରେ ଯୁଦ୍ଧ ବିଭୀଷିକା...... ଓଡ଼ିଆ ପୁଅ ର ହୃଦୟରେ ମା ମାଟି ପାଇଁ ବଳିଦାନ ର ସ୍ବପ୍ନ....। ନିଜକୁ କେମିତି ବା ଦୂରେଇ ନେଇ ପାରିବ, ଭୀରୁ କାପୁରୁଷ ଭଳି????

ହରେଇଛି ଜୀବନ ର....... ସବୁ ସ୍ବପ୍ନ.....।

ପିତୃତ୍ୱ କୁ ଦେଇଛି ବଳି....... କେବଳ ମାଆ ପାଇଁ.... ମାଟି ପାଇଁ........। ଏକାନ୍ତରେ ବୁଝିଛି, ନିଶିଗନ୍ଧା...... ଆଖିରେ ଦୁଇ ଧାର ଲୁହ କେବଳ...... ଆଦରି ନେଇଛି ତା ଜୀବନ କୁ..... ଆଉ ଛାତିରେ ଭିଡି ଧରିଛି ତା ଜୀବନ ସାଥୀ.... ମଳୟ ବାସନା କୁ। ପୋଛି ଦେଇଛି ଲୁହ, ଆଖିରୁ.... ବୁଝେଇଛି...... ପଣତ ରେ ଘୋଡେଇ..... କେତେ ବୋକ ଦେଇ........ କହିଛି ତୁନି ତୁନି ଦରୋଟି ଭାଷାରେ....... ମଳୟ, ତୁମେ ପରା ନିଶିଗନ୍ଧାର.....

ନିର୍ଜନ ରେ..... ବିଜନ ରେ..... ଏକାନ୍ତରେ......

     ମୁଁ ନିଶିଗନ୍ଧା..... କେବଳ ତୁମରି ପରଶ ରେ

ବାଣ୍ଟିବାକୁ ମୋ ଅନ୍ତର ର ବାସ୍ନା.....

         ପାହିଯାଇଛି ରାତି....... ଚଢେଇ ଛୁଆ ଗୁଡିକ ମାଆ ଚଢେଇକୁ ଦେଉଛନ୍ତି ବିଦାୟ।

ସିନ୍ଦୁରା ଫାଟିଛି..... ଅଳସ ପଣ ଭାଙ୍ଗିବାକୁ ଆଉ କେଇ ସମୟ ବୋଧେ ମଳୟ ନେଇ ପାରନ୍ତି।

ନିଶିଗନ୍ଧା ପୂଜା ଥାଳ ଧରି, ଚଉରା ମୂଳରେ...... ମନାସୁଥାଏ........... ଦେଖୁଥାନ୍ତି ମଳୟ, ଝରକା ଉହାଡ଼େ..... ଝରୁଥାଏ କେଇ ବୁନ୍ଦା ଲୁହ ।


Rate this content
Log in

Similar oriya story from Abstract