STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ

2 mins
11

ଅନ୍ୟମନସ୍କ ଭାବରେ ଗୁଣୁ ଗୁଣୁ ହୋଇ କଣ କହିଯାଉଥିଲା, "ଶ୍ରାବଣ "... ଏକାକୀ... ଅତି ବିଚଳିତ ଢଙ୍ଗରେ। ବାରି ହୋଇ ପଡୁଥିଲା କିଛି ଅଭାବୀ ଶବ୍ଦ ର ଗୁଞ୍ଜନ ରେ...,ହଁ...ମୁଁ କିଛି ଲୁଚାଇବିନି ତୁମକୁ..... କାହିଁକି ବା ଲୁଚାଇବି...? କଣ ପାଇଁ ଲୁଚାଇବି.... ?ଆଉ ଲୁଚାଇବାରେ କି ଆବଶ୍ୟକତା...? ଏମିତି ପାଗଳଙ୍କ ଭଳି...ନିଜକୁ ନିଜେ... କହି ବୁଲୁଥାଏ... ଶ୍ରାବଣ... ପାର୍କ ର ନିତିଦିନିଆ ଚଲାପଥରେ...।

     ଅନେକ ସ୍ମୃତି ର... ସାଇତା କଥା ଗୁଡାକ, ସତେ ଯେମିତି ମନେ ପକେଇ ଦେଉଥାନ୍ତି। ଅତୀତ ର ସବୁ... ବିତି ଯାଇଥିବା ପ୍ରତିଟି କଥା... ପ୍ରତିଟି ମୁହୂର୍ତ। କେମିତି ବା ଭୁଲି ହେବ, ସେ ଦିନର ବର୍ଷା ଭିଜା ପଣତରେ...କେଇ ପଦ ଆଶ୍ବସ୍ତି ଭରା କଥା, ସତେ ଯେମିତି ହୃଦୟରେ ଟାଣି ଦେଇଥିଲା ଭଲ ପାଇବାର ପ୍ରଥମ ଛବିଟିଏ ପ୍ରଥମ କଥାର ପରଶରେ....."ମୁଁ ତୁମକୁ ଭଲ ପାଏ " ।

     ହଠାତ ଚମକିଗଲା ଶ୍ରାବଣ... ପଛକୁ ଚାହିଁ ଦେଖେତ... କେହି କୁଆଡେ ନାହାଁନ୍ତି। ନିଜକୁ ସମ୍ଭାଳି ନେଇ, ଅନୁଭବ କଲା... ବୋଧହୁଏ ଏଇଟା ଏକ ଭ୍ରମ ଥିଲା। ମନେ ପଡ଼ିଗଲା...ସେଇ ଅତୀତ ର... ମଧୁର କଥାର... ମାଧୁରିମା..।

"ମଧୁବ୍ରତା"ର ସମ୍ପର୍କର ମଧୁର ମିଳନର ଅଭୁଲା ସ୍ମୃତିର ଅଲିଭା ଦାଗର ପରଶ।ଝରିପଡିଲା କେଇ ଟୋପା ଉଷୁମ ଜଳ, ଶ୍ରାବଣ ର ନୟନ ଯୁଗଳ ରୁ।

ଭିଜିଗଲା, ହାତରେ ଧରିଥିବା ରୁମାଲଟି। ଲୁହ ର ଦାଗକୁ ପୋଛିବାକୁ ଯାଇ, ରୁମାଲ ଟିକୁ ଜାବୁଡି ଧରିଲା ଛାତି ଉପରେ। ବୁଝେଇନେଲା ମନକୁ... ଖୋଲିଦେଲା ରୁମାଲଟିକୁ। ଅସ୍ପଷ୍ଟ ରେ ପଢିନେଲା ନାଁ ଟି..."ମଧୁବ୍ରତା "... କୋହ ର ଅସଜଡ଼ା ଆଲିଙ୍ଗନ ରେ... ଥରିଲା ଓଠର ସ୍ପନ୍ଦନ, ଆଉରି ଅନେକ କଥାର ପେଡି ଟିକୁ ଖୋଲିବା ପୂର୍ବରୁ, ଅଜାଣତରେ ଲୁହ ପୋଛି ଦେଇ, ଚଲାପଥରେ ଆଗେଇ ଗଲା... ଶ୍ରାବଣ...।

            ଯୌବନର ଉଦ୍ଦାମତାରେ କ୍ଷଣିକ ବାସନା ଯେ, ଏକ ଅପରାଧ... ବୋଧହୁଏ ସେ ଦିନ ର ସରଳ ମନରେ କେବେ ପ୍ରଶ୍ନ ହୋଇ, ପଚାରି ନଥିଲା କାହାକୁ। ସମୟର ଗଡ଼ନ୍ତି ଦାଣ୍ଡରେ, କେବଳ ଏକ ଅସୁମାରୀ ସ୍ୱପ୍ନର ବାଲିଘର ଟିଏ ତୋଳିବା ପାଇଁ, ସାଗର କୂଳକୁ ଯିବା, ବୋଧହୁଏ ଏକ ଆହ୍ୱାନ ଥିଲା, ସୂର୍ଯ୍ୟଙ୍କର, ବାରୁଣୀ କୋଳରେ, ଲୁଚିଯିବା ପରେ।

  ବାସ, ଏମିତି ଏକ ସଞ୍ଜ.... କଳା ଶାଢ଼ୀଟିଏ ପିନ୍ଧି ରଜନୀ ରାଣୀର ଆସିବାରେ ବିଳମ୍ବ ନଥିଲା, ନିଶ୍ଚୟ। ଆକାଶରେ ଜହ୍ନର ଲୁଚକାଳି ଖେଳ, ବାଦଲର ଢାଙ୍କୁଣୀ ଭିତରେ, ଆଉ ତାରା ମାନଙ୍କର ମିଟି ମିଟି ଆଖି ମିଟିକାରେ.... ନୀରବତାର ନୀରବ ଜୀବନ।ପୁଣି ଏକ ଭ୍ରମ... ଶ୍ରାବଣର ଭାବନା ଦୁଆରେ। ପ୍ରକୃତିସ୍ଥ ହେଲା ଶ୍ରାବଣ... ନିଜକୁ ସଚେତନ କଲା। ବସି ପଡିଲା... ସିମେଣ୍ଟ କଂକ୍ରିଟର ଚେୟାର ଉପରେ।

                ହଠାତ ପିଲାଦିନର ସାଙ୍ଗ, ମଳୟ ସହିତ ଦେଖା ହେବାରେ ଅନେକ ଯନ୍ତ୍ରଣାର ହୃଦୟଟା କେବେ ନିଜକୁ ଲୁଚାଇ ପାରି ନଥିଲା।

ବେଦନାଭରା ଅନ୍ତରର ମୁକସାକ୍ଷୀ, ମଳୟ ଯେ ଶ୍ରାବଣକୁ କେମିତି କହିବ, ସାଙ୍ଗ "ତୁ ଭୁଲି ଯାଆ ସେ ଅତୀତକୁ... ଅତୀତ ତୋ ପାଇଁ ମୃତ... ବଞ୍ଚିବାକୁ ହେବ...ବର୍ତ୍ତମାନରେ... ଭବିଷ୍ୟତକୁ ଆଶା ବାନ୍ଧି।

    ବନ୍ଧୁତ୍ୱର ବନ୍ଧନ। ମାନେନା.... କିଛି ଲୁଚାଇ ରଖିବାକୁ। ଛାତି ଉପରେ ଭାର ରଖି, ଅସ୍ପଷ୍ଟ କଣ୍ଠର ଅବୁଝା ଶବ୍ଦରେ.. କେବଳ ଏତିକି ଶୁଣିବାକୁ ମିଳୁଥାଏ... "ମୁଁ କିଛି ଲୁଚାଇବିନି ତୁମକୁ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract