STORYMIRROR

Bharati Bhusan Das

Fantasy

3  

Bharati Bhusan Das

Fantasy

ଶୀତ ଆସିଛି

ଶୀତ ଆସିଛି

2 mins
139

ଶୀତ ଆସିଛି

ଉହ୍ମେଇରେ ନିଆଁ ସଜେଇଲାଣି

ବୁଢୀମାଆ

ଏନ୍ତୁଡ଼ି ଶାଳରେ ଶୁଭୁଥିବା

କୁଆଁ କୁଆଁ ଡାକ

ପଡ଼ିଲାଣି ତା କାନରେ

ଥର ଥର କଣ୍ଠ ରେ, ଡାକ ଛାଡ଼ିଲାଣି

ଆଲୋ ହେ ସାନ ବୋହୁ

ଆଣେ ଲୋ

ମୋ କୋଳକୁ ଆଣେ

ମୁଁ ଟିକେ ନେଡା ପକେଇ ଘଷିଦିଏ

ଫୁଙ୍ଗୁଳା ଶରୀରରେ ଦି ହାତ କପଡା

ଲୁଚୁନି ଦେହଟା

  ହଳଦୀ ବାସନା ଭୁରୁକୁଛି ଦେହରୁ

ହେଲେ ଏଇତ ସ୍ନେହ

ଏଇତ ଜୀବନ ର ମାଧୁରିମା

ଷଠି ପଞ୍ଚୁଆତି ସରିଗଲା ପରେ ବାର ଯାତ୍ରା

ତା ପରେ ଏକୋଇଶିଆ

ଘାଗୁଡ଼ି ଟିଏ ଅଣ୍ଟାରେ

ବାନ୍ଧି ଦେଇଛି, ବୁଢ଼ୀ ମାଆ

ଦାଣ୍ଡ ଧୂଳି ଅଗଣା ଭିତରେ ଦୌଡ଼

ଆକାଶର ତାରା ଜହ୍ନ ମାମୁଁର ଗପ

ଏହାରି ଭିତରେ ବିତିଗଲା

ଲଙ୍ଗଳା ଫୁଙ୍ଗୁଳା ଜୀବନ

ଆସିଛି ଶୀତ ପ୍ରତି ବରଷ

ବୁଢ଼ୀ ମାଆ ର ହାତ ର ପରଶ ବି ଅନୁଭବ ହୋଇଛି

   ସମୟ ଗଡିଚାଲିଛି

କେବେ କାହାକୁ ଅପେକ୍ଷା କରିନି

ଶୈଶବ ରୁ କିଶୋର

କିଶୋରରୁ ଯୌବନ

   ଚମ ଧୁଡୁ ଧୁଡୁ ହେଇ ଗଲାଣି ବୁଢ଼ୀ ମାଆ ର

ହେଲେ, କିନ୍ତୁ ପାଟି ସମ୍ଭାଳୁନି

ଆଲୋ ହେ ସାନ ବୋହୁ

ଭେଣ୍ଡିଆ ନାତିଟା କଣ ବୁଢ଼ା ହେବ କିଲୋ

  ଯୋଉ ବୟସ ରେ ଯାହା ନା

   ମଗୁଶିର ପଶିଲା ହାତକୁ ଦି ହାତ କରିଦେ

ଡାକ ଶୁଣିଲେ ଭଗବାନ

    ସାହାନାଇ ବାଜିଲା ଶୁଭ ଶଙ୍ଖ ଶୁଭିଲା

ଶଙ୍ଖ ହୁଳହୁଳି ବନ୍ଦାଣ ଥାଳିରେ

    ଦୁବ ବରକୋଳି ପତର ସଜେଇ

ବେଦୀ ଉପରେ ବାହାଘର ସରିଗଲା

   ନାତୁଣୀ ବୋହୂକୁ ଆଖି ପାରି ଦେଖିବାକୁ

ମନ କଲା ବୁଢୀମା

    କେତେ କଣ ଆଶୀର୍ବାଦ କହି ପକାଇଲା ବୁଢୀମା

ପ୍ରତି ବରଷ ଭଳି ଆସିଲା ଶୀତ ରାଣୀ

    ଏସନ ଟିକେ ଭାରି ଶୀତ

  ଗଡ଼ିଗଲା ବୟସରେ ସମ୍ଭାଳିବା କଷ୍ଟ

   ଖୁଁ ଖୁଁ କାଶ କୁ ଥଣ୍ଡା

ରାତିଟା ଭାରି ଦାଉ ସାଧିଲା

    କାହା ପାଇଁ ଶୀତ ରାଣୀର ହାଡଭଙ୍ଗା ଶୀତ

ଅଫୁରନ୍ତ ଆନନ୍ଦତ 

କାହା ପାଇଁ ଦୁଃଖ ର ପାହାଡ଼

    ନେଡି ପକେଇ ଘଷି ଦେଇଥିବା ସେଇ ହାତ

ଆଜି ଅବସ ନିର୍ଜୀବ ଅକାମି

       କହିବାକୁ ସାହସ ନାହିଁ

ଡାକିବାକୁ ଭରଷା ପାଉନି

    ବରଂ, ବୁଢ଼ୀ ମାଆ ଶୁଣି ନପାରିଲେ ବି

ଶୁଣଛି ସାନ ବୋହୁ

    ନୂଆ ବୋହୁର ତାଗିଦ

ଶାଶୁ ପରା

     ଗର୍ଭ ବେଦନା ର ଅସହ୍ୟ ଯନ୍ତ୍ରଣା ଭିତରେ

ସେ ଦିନର ଶାଶୁ ଆଉ ଆଜି

    ଶାଶୁ ହୋଇ ଦେଖୁଛି ସେ ଅତୀତକୁ

ଶୀତ ଆସିଛି ଶୀତ ଆସିବ

  ଏଇତ ଆରମ୍ଭ ଜୀବନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy