STORYMIRROR

Bharati Bhusan Das

Horror

4  

Bharati Bhusan Das

Horror

ସେ କଥା ମନେ ପଡ଼ିଲେ

ସେ କଥା ମନେ ପଡ଼ିଲେ

2 mins
11


    ଖରାଦିନ ଛୁଟି। ପରୀକ୍ଷା ବି ସରି ଯାଇଥାଏ।

ଇଛା ଥିଲା ଭାଉଜ ଚାକିରୀ କରିଥିବା ସ୍କୁଲ ଆଡେ ଟିକେ ବୁଲି ଆସିବାକୁ। ଭାଇଙ୍କ ର ଅନୁମତି ନେଇ ବାହାରି ପଡିଲି ସକାଳୁ। ଦଶପଲ୍ଲା ବସ୍ ରେ ଗଲେ, ନୂଆଗାଁ ଠାରେ ଓଲ୍ହାଇବାକୁ ହେବ। ସେଠାରୁ ସିଙ୍ଗିପୁର.....ଉଦୟପୁର......ଦେଇ ଯିବାକୁ ହେବ। ଜଙ୍ଗଲିଆ ରାସ୍ତା। ସକାଳ ୬ଟାରେ ବାହାରି ପଡିଲି। ଠିକ ୧୨ଟା ବେଳକୁ ନୂଆଗାଁ ଠାରେ ପହଂଚି ଗଲି।

ଅଜଣା ଜାଗା...... କାହାରିକୁ ଜାଣିନି। ପଚାରି ପଚାରି ଯିବାକୁ ହେବ। ହଉ, ଭୟ କଣ ଯେ???? ମୁଁ ତ ଅଣ୍ଡିରୀ ପିଲାଟା..... ଭୟ କାହିଁକି କରିବି ଯେ?

                ବାଟରେ ଆଉ ଜଣେ ସାଥି ମିଳିଗଲେ।

ସେ ମଧ୍ୟ ସେଇ ଆଡକୁ ଯିବାକୁ ଥିଲେ। ଭଲ ହେଲା...... କଥା ହେଇ ଚାଲିବାରେ ବି ଗୋଟେ ଆନନ୍ଦ। ଏମିତି ଭିତରେ ଉଦୟପୁର ଗାଁ ଟିକୁ ପାରି ହେଇଗଲୁ। ସିଙ୍ଗିପୁର ଯିବାକୁ ହେବ। ଚୈତ୍ର ମାସ ର ଡହ ଡହ ଖରା। ଜଙ୍ଗଲ ରାସ୍ତା ବୋଲି ଜଣାପଡ଼ୁ ନଥାଏ ଖରାର ପ୍ରକୋପ। ହାତରେ ଠେଙ୍ଗା ଟିଏ ଥାଏ.......। ବେଳ ଗଡି ଆସୁଥାଏ...... ମନରେ ବି ଛନକା ପଶୁଥାଏ। କେଇ ବାଟ ଗଲା ପରେ, ହଠାତ୍ ଏକ ଶବ୍ଦ ଶୁଣାଗଲା। ଭାରି ବିକଟାଳ ଶବ୍ଦ..... ଶୁଖିଲା ପତର ଭିତରେ ସେ ଶବ୍ଦ ଟା..... ଖୁବ ଥିଲା ଭୟଙ୍କର। ଦେହଟା ଶିତେଇ ଯାଉଥାଏ। ପାଖ ସାଥିଟି ବୋଧେ ଜାଣି ପାରୁଥିଲା ସେ ଶବ୍ଦ ର.... କିଛି କଥା.....। ସାହସ ଦେଇ, କହିଲା, ଜମା ଭୟ କରନି, ମୁଁ ଅଛି ତୁମ ସହିତ। ବିପଦରେ କାହାରି ଆଶ୍ୱାସନା ସତରେ ଅମୃତ ପରଶ ଭଳି।

            ସଞ୍ଜ ହେଇଯାଇଥାଏ। ରାତିର ଅନୁଭବ ବି ଜାଣି ପାରୁଥାଏ। କିନ୍ତୁ, ଜଙ୍ଗଲ ରାସ୍ତା ରେ, ଏକୁଟିଆ ଯିବା, ମୋ ପାଇଁ ସହଜ ନଥିଲା। ଗଛରୁ ପତ୍ର ଟିଏ ପଡିଗଲେ ଦେହରେ, ଚମକି ପଡୁଥିଲି। ତଥାପି ସାହସର ସହିତ, ଆଗକୁ ଯିବାକୁ ତ ହିଁ ପଡିବ।

ଆଉ କେଇ ପାଦ ଆଗକୁ ଯିବା ସମୟରେ, ହଠାତ

   ପାଖ ବୁଦାମୂଳେ ଗଁ ଗଁ ଗର୍ଜନ କରି, କେହି ଗୋଟେ ଶୋଇଥାଏ। ବିଶାଳ ଶରୀର...... ମୁହଁ ଟା ଦେଖା ଯାଉ ନଥାଏ। ଆର ସାଙ୍ଗ ଜଣଙ୍କ ଜାଣି ପାରିଲା। ଧୀର ସ୍ୱର ରେ ମୋ କାନ ପାଖରେ କହିଲା,'ବାଘ ଟେ ଶୋଇଛି, ପାଟି କରନି "….

  ଏତିକି ରେ ମୋ ଅକଲ ଗୁଡ଼ୁମ। ଦେହରୁ ଗମ୍ ଗମ୍ ଝାଳ ବୋହିପଡୁଥାଏ। ଦେହଟା ଭାରି ଜୋରରେ ଥରୁଥାଏ। ଅଚିହ୍ନା ବନ୍ଧୁ କିନ୍ତୁ, ମୋତେ ସାହସ ଦେଇ, ରଖିଥାନ୍ତି ପାଖରେ।

         ନିଜକୁ ସଂଯତ କରିନେଲି। ଧୈର୍ଯ୍ୟ ଧରିଲି।

ଭଗବାନ ଙ୍କୁ ସୁମରଣା କରି, ପ୍ରାର୍ଥନା କଲି।

ବାଘଟି ଶୋଇଥାଏ ବୁଦା ମୂଳେ। ବାପରେ...... କି ଭୟଙ୍କର ରୂପ। ପାଟିରେ ଧରିଥାଏ.... ଗୋଟାଏ.....

ଶିକାର..... ଭଲ ଭାବରେ ଜଣା ନପଡିଲେ ବି ଅନୁମାନ ଭୁଲ ନଥିଲା...... ଗୋଟିଏ ମେଣ୍ଢା ଟିଏ।

ପାଖ ଆଖ ଗାଁ ରୁ ବୋଧେ, ଚରୁଥିବା ଅବସ୍ଥାରେ ନେଇ ଆସିଛି। ଓଃ, କି ବିଭତ୍ସ ଦୃଶ୍ୟ.......

           ସାହସ ବାନ୍ଧି ଆଗକୁ ଆଉ ଯାଇ ହେଲାନି।

ଅପେକ୍ଷା କରିବାକୁ ପଡିଲା...... ସେଇ ଜଙ୍ଗଲ ରେ।

ରାତି ହେଇ ଯାଇଥାଏ...... ବାଧ୍ୟ ହୋଇ କଟେଇବାକୁ ପଡିଲା ରାତିଟି ସେଇ ଜଙ୍ଗଲ ରେ..... ଅଚିହ୍ନା ବନ୍ଧୁଟି ନିକଟରେ। କିଛି ସମୟ ପରେ, ଶିକାର ଟିକୁ ସମ୍ପୂର୍ଣ୍ଣ କରି ସାରିବା ପରେ ଚାଲିଗଲା ବାଘଟି..... ଆଉ ଏକ ରାସ୍ତାରେ। ସିନ୍ଦୁରା ଫାଟି ଆସୁଥାଏ..... ସକାଳ ହେବାର ସୂଚନା।

ଭଗବାନଙ୍କୁ ମୁଣ୍ଡିଆ ଟିଏ ମାରି..... ସିଙ୍ଗିପୁର ଅଭିମୁଖେ ବାହାରି ପଡିଲି। ପାଖରେ ଥିବା ସାଥି ମଧ୍ୟ, ବାଟ ବତେଇ ଦେଇ, ଆଉ ଗୋଟିଏ ଦିଗରେ ଚାଲିଗଲେ।

          ଆଗେଇଲି ସିଙ୍ଗିପୁର ରାସ୍ତାରେ। ପଛକୁ ଚାହିଁ ଧନ୍ୟବାଦ ଦେବା ପାଇଁ ବୋଧେ, ସୁଯୋଗ ଦେଇ ନଥିଲେ ଅଜଣା ବନ୍ଧୁ। ନିମିଷକେ.. କୁଆଡେ ଉଭାନ ହୋଇଗଲେ...... ସେଇ କଣ ମୋ ବନ୍ଧୁ....

ବିପଦର ସାହା କାଳିଆ ଠାକୁର..... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror