STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ଆଉ କାହିଁକି ଲୁଚାଇବି

ଆଉ କାହିଁକି ଲୁଚାଇବି

2 mins
10

ଏମିତି ବି ଅନେକ କଥା କହିଛି ତୁମକୁ। ଭାବି ନଥିଲି ପର କିଏ, ଆପଣାର କିଏ। ଲୁଚାଇବା ପାଇଁ ମଧ୍ୟ କିଛି କଥା କୁ, ମାନି ନଥିଲି ସେଦିନ। କହି ଦେଇଥିଲି ସବୁ କିଛି, ଭାବ ପ୍ରବଣତାରେ।

           ଖୁବ ଅନ୍ୟ ମନସ୍କ ଆଜି ତରୁଣ। ବିଚଳିତ ଥିବାର ବାରି ହୋଇ ପଡୁଥିଲେ। ମଧ୍ୟବିତ୍ତ ପରିବାର ରେ ଜନ୍ମ ନେଇ, ଭଲ ପାଠ ପଢି ମଧ୍ୟ,ଆଜି ରୋଜଗାର ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡୁଛି। ମାଟ୍ରିକରୁ ସ୍ନାତ୍ତକୋତ୍ତର ପର୍ଯ୍ୟନ୍ତ, ହାର ମାନି ନଥିବା ତରୁଣ ଆଜି ଏକପ୍ରକାର ଅସହାୟ।

ୟୁନିଭେର୍ସିଟି ର ଟପ୍ପର, ଏବେ ଚାକିରୀ ଟେ ପାଇଁ, ନିଜକୁ ବିକି ଦେବାକୁ ପ୍ରାୟତଃ ବାଧ୍ୟ। ସବୁଠି ଅର୍ଥ ର କସରତ। ନିପଟ ମଫସଲ ର ଗରିବ ଘରର ପୁଅ, କେମିତି ବୁଝେଇବ ତା ବୁଢ଼ା ବାପାକୁ ଯେ ଏ ଟଙ୍କା ପଇସା ର ହାଟରେ ପାଠ ନିଲାମ ହେବାକୁ ଯାଉଛି।

ଆଶା ବାନ୍ଧି ଚାତକ ପରି ଅପେକ୍ଷା କରିଥିବା ବାପ ମାଆ ଙ୍କୁ କେମିତି ସାନ୍ତ୍ୱନା ଦେବ।

      ଏପଟେ, ପାଠ ପଢା ସାଥୀ କାଜଲ। କେଉଁ ଏକ ଦୁର୍ବଳ ମୁହୂର୍ତ ରେ, ଟିକିଏ ମିଠା କଥାରେ ନିଜର କରି ନେଇଥିଲା। କିଏ ଅର୍ଥ ପଛରେ ଧାଇଁଲା ବେଳେ, କିଏ ଦେଖିଥିଲା ସରଳ ମଣିଷ ଟିର ହୃଦୟ କୁ। ରକ୍ତ ମାଂସ ରେ ଗଢ଼ା ମଣିଷ ଟିଏ, ବୋଧହୁଏ ସ୍ନେହ ପାଇଁ ପାଗଳ। ବାସ..... ଏକ ସ୍ବପ୍ନ..... ମଧୁର ବନ୍ଧନ.......।

         ଆଜି ଅନେକ କଥା, ତରୁଣ ର ମନ ଭିତରେ ଉଙ୍କି ମାରୁଛି। କେମିତି ବା ନୀରବ ରହିବ ଆଉ....।

କାଜଲ ର ବାରମ୍ବାର ପ୍ରଶ୍ନ....... ବାପାଙ୍କ ର ସ୍ବପ୍ନ.... ଆଉ , ଜାବୁଡି ଧରି ନିଜର ଶିକ୍ଷାଗତ ଯୋଗ୍ୟତାର ସବୁ ନଥିପତ୍ର, ତରୁଣ ଧାଉଁଛି...... ନୂଆ ସମ୍ଭାବନା ନେଇ ....।

          ବୋଧହୁଏ, ତରୁଣ ଜୀବନରେ ଭଷା ବାଦଲର  କଳା ଛାଇ ଟିଏ ମାଡି ଆସୁଛି।ପୁରୁଷ ପିଲାର ପ୍ରତିଶୃତି, ପୌରୁଷ ପଣିଆର ପତିଆରା ନିକଟରେ, ହାରିଯିବାକୁ, ତରୁଣ ଦେଖି ସାରିଛି।

ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ସମୟ। ଅସହାୟ ବୋଧତାରେ ତରୁଣ ଆଜି, ନିଜକୁ ପଚାରୁଛି ପ୍ରଶ୍ନ।

        ଏମିତି ବି ହୁଏ, ପ୍ରଶ୍ନ ବାନ୍ଧିନିଏ ଜମାଟ ମନ ଭିତରେ, ହେଲେ କେହି ଉତ୍ତର ଦିଅନ୍ତି ନାହିଁ।

ବାଧ୍ୟ ହୁଏ, ମଣିଷ ଟି..... କହି ଦେବାପାଇଁ......

ନା...... କହିଦେବି.... ସବୁ କିଛି......

ଆଉ କିଛି ଲୁଚାଇବି ନାହିଁ.....। କାହିଁକି ଯେ ଲୁଚାଇବି?  

          ଏଇ ଭାବନା ଭିତରେ, ସମୟ ହିଁ ବୁଝିଥାଏ ମନର ଦୁଃଖ। କାରଣ, ସମୟ ହିଁ ବଳବାନ.....

ସମୟ ହିଁ ସାଥୀ..... ଅବୁଝା ପଣର..... ଅକୁହା ବେଦନାର।

       ଧୀରେ ଧୀରେ ସଞ୍ଜ ନଇଁ ଆସୁଥାଏ। ସୂରୁଜ ନଇଁ ଯାଉଥାନ୍ତି ବାରୁଣୀ କୋଳରେ। କେଇ ଚଢେଇ ଙ୍କ ର କଳରବ ରେ ନିଜକୁ ସଜାଡି ନେଇ, ତରୁଣ ଫେରିଯିବା ପାଇଁ ବାହାରି ପଡିଲେ। କେବଳ ଅସ୍ପଷ୍ଟ ଭାବରେ, ଶୁଣିବାକୁ ମିଳୁଥାଏ....

  ମୁଁ କିଛି ଲୁଚାଇବିନି ତୁମକୁ...... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract