STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ମେ ମାସର ଏକ ଖରାବେଳ

ମେ ମାସର ଏକ ଖରାବେଳ

2 mins
17


ମନେ ପଡେ ପିଲାଦିନ ର କେଇ କଥା। ପାଠ ପଢା ସାଥୀ..... ଆଉ ଖେଳ କୁଦ ଦୁନିଆଁର ସାନଠୁଁ ବଡ଼ ପର୍ଯ୍ୟନ୍ତ। ବହି ବସ୍ତାନି କାଖେଇ ସ୍କୁଲ ରୁ ଫେରିବା ପରେ, ଧୂଳି ଧୂଷର ନହେଲେ କି ମଜା ଯେ........?

     ଆମ୍ବ ଗଛ ରେ ବଉଳ ଆସିଲେ, ପାଇକେରା ଗଛରେ ନାଲି ହଳଦିଆ ଫୁଲ ଭରିଗଲେ, ଗାଁ ମେଳଣ ଆଉ ଯାତ କଥା ମନେ ପଡ଼ିଯାଏ।

ବସନ୍ତ ର ଆଗମନୀ ବାରତା, ତା ସହିତ ଖରାଦିନ ଛୁଟି ଆସିବାର ପ୍ରାକ ସୂଚନା.......। ପରୀକ୍ଷା ସରିଗଲା ପରେ ଆଉ କି ପାଠ ପଢା......... କେମିତି ଟିକେ ବୁଲା ଟା ହେବ....... ମନେ ପଡେ ମାମୁଁ ଘର

ଝୁମୁରି କଥା..... ଏକା ଶ୍ରେଣୀରେ ପଢ଼ୁଥିଲେବି, ଗାଁ କିନ୍ତୁ ଭିନ୍ନ। ଏ ଗାଁ ର ନଈ ପଠା ଉପରେ ଠିଆ ହୋଇ ଚିଲେଇଲେ, ସେ ଗାଁ ର ଗଡିଆ କୂଳକୁ ଶୁଣା ଯାଏ, ଚିହ୍ନା ଡାକରା ର....... ଚିହ୍ନା ଚିହ୍ନା କଥା।

   ମେ ମାସ ଆରମ୍ଭ ରୁ ଛୁଟି ହୋଇଯାଏ........ ଛୁଟି ଖୋଲିବ ବୋଲି ମଧ୍ୟ ତାରିଖ ଜଣାଥାଏ ସଭିଙ୍କୁ।

     ରଜ ସରିକି ସ୍କୁଲ ଖୋଲିବ.......

ଛୁଟି କଟେଇବାର ଗୋଟେ ସୁନ୍ଦର ରୁଟିନ ପ୍ରସ୍ତୁତହୋଇ ଯାଇଥାଏ।

        ସେ ବର୍ଷ ମାଟ୍ରିକ ପରୀକ୍ଷା ଦେଇସାରି, ଖରା ଛୁଟି କଟେଇବା ପାଇଁ ଗୋଟେ ସୁନ୍ଦର ଯୋଜନା ତିଆରି ହୋଇ ଯାଇଥିଲା। ମାମୁଁ ଘର ଗାଁ ରେ ମେଳଣ...... ବଡ଼ ଯାତ୍ରା ପାର୍ଟି ଆସିବ..... ଚାରି ରାତି ଯାତ ହେବ।

        ଆଉ ଆଖିକୁ ନିଦ କି ଆସିବ?

ମେ ମାସ ହଉ ହଉ..... ବାହାନା ଦେଖେଇ ମାମୁଁ ଘର ଆସିଲି। ବାଟରେ ଝୁମୁରି କୁ ଦେଖିବା ପାଇଁ, ଆଖି ଟା ବୋଲ ମାନୁ ନଥାଏ। ମନରେ ଚେଇଁ ଉଠିଥିବା ସପନ ପାହାନ୍ତି ପହର ର ସତ ଭଳି ସତ ହେଇଯାଏ ସମୟେ ସମୟେ.......

       ମାମୁଁ ଘରେ ପହଂଚି, ସମସ୍ତ ଙ୍କୁ ମୁଣ୍ଡିଆ ମାରି ଆଗ ଧାଇଁଗଲି ମେଳଣ ପଡିଆ ଆଡେ ଟିକେ ବୁଲି ଆସିବା ପାଇଁ। ବୁଲିବା ଟା ଏକ ବାହାନା ହେଲେ ବି, ସାଙ୍ଗ ସାଥୀ ମାନଙ୍କ ସହ ନିଆରା ମଜା ଏକ ଅଭୁଲା ସ୍ମୃତି ହୋଇ ରହିଯାଏ, ଏକଥା ବିଲକୁଲ ସତ।

ଉଦୁ ଉଦିଆ ଖରାବେଳେ ସାଙ୍ଗ ମାନଙ୍କ ସହ ମିଶି ଭୋଜି କରିବାର ମଜା ବି ନିଆରା। ଗୁଲି ଖଟି କରି, ସମୟ କଟେଇବା...... ଜଣା ପଡ଼ୁ ନଥିଲା।

ମେ ମାସ ର ଝାଞ୍ଜି, ତତଲା ପବନ ସେତେବେଳେ

ଜୀବନ କୁ ଏତେ ବି ବାଧା ଦେଉନଥିଲା।

ବରଗଛ ଛାଇ ତଳେ ବସିବା, ଦୁଃଖ ସୁଖ ବାଣ୍ଟିନେବା ବୋଧ ହୁଏ.... ସମ୍ପର୍କ ର ଏକ ପ୍ରଥମ ପାହାଚ।

    ପଢା ବାହାନାରେ..... ଝୁମୁରି ସଙ୍ଗେ ଗପିବା.....

ଚଢେଇଙ୍କର କିଚିରି ମିଚିରି ଶବଦ କେବେ ବାଧା ସୃଷ୍ଟି କରୁନଥିଲା। ଏକାନ୍ତରେ ଅତ୍ମୀୟତା ଭରା କେଇ ଶବ୍ଦ ର ଯାଦୁକରୀ କିମିଆଁ ରେ...... ସ୍ନେହ ମମତାର

ବନ୍ଧନ ବାରି ହୋଇ ପଡୁଥିଲା.......

ଅସହ୍ୟ ତତଲା ଝାଞ୍ଜି...... ମନକୁ କେବେବି ବିଷାକ୍ତ କରି ନଥିଲା.......

     ଏବେ କିନ୍ତୁ..... ସମୟ ର....... ସ୍ଖଳନ......

ସମୟ ନାହିଁ....... ପଦୁଟିଏ କଥା ହେବା ପାଇଁ......

ବଦଳି ଯାଇଛି... ସେ ସମୟ ର ମେ ମାସର ଖରାବେଳ........ ଆଉ ଏବେକାର....... ମେ ମାସର...... ତତଲା ସହର ଭିତରେ ଯନ୍ତ୍ର ଦୁନିଆଁ ର

କବଳରେ.... ଅକ୍ତିଆର ମଣିଷ............

    ସେ ସରଳ ଝୁମୁରି..... କାନ୍ଦୁଛି କଇଁ କଇଁ.......

   ଖୋଜୁଛି ଏବେବି...... ସତ ମଣିଷ କୁ..... ଗାଁ ର ମେଳଣ ପଡିଆରେ........ ଦେଖୁଛି ଥଣ୍ଟ ମେଲେଇ ଚଢେଇ ଛୁଆ ଗୁଡିଙ୍କୁ..... ଗୁଣ୍ଡୁଚି ମୂଷା କୁ ଡାକୁଛି ପାଖକୁ............ ସେଇ ମେ ମାସ ର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract