Saroj Kumar Jena

Tragedy Romance

4.8  

Saroj Kumar Jena

Tragedy Romance

ନିଷ୍ଠୁର ପ୍ରେମିକା

ନିଷ୍ଠୁର ପ୍ରେମିକା

18 mins
712



ସେଦିନ ଥାଏ ଚୈତ୍ର ମାସ । ସବୁ ଦିନ ଭଳି ପ୍ରିତମ ସକାଳୁ ଗାଧୋଇ ଯିବା ପାଇଁ ନିଜର ସାଇକେଲ ଧରି ନଦୀ ଅଭିମୁଖେ ଯାଉଥାଏ । ଠିକ୍ ଏହି ସମୟରେ ପ୍ରିତମ ଯିବା ବାଟରେ ଗାଁ ଦାଣ୍ଡ ମଝିରେ ହଠାତ୍ ଏକ ସୁନ୍ଦର ତରୁଣୀ କାଖରେ କଳସୀ ଧରି ପାଣି ଆଣିବା ପାଇଁ ନିକଟସ୍ଥ କୂଅକୁ ଯାଉଥାଏ । ଗୋରା ପାଦରେ ରୂପାର ପାଉଁଜି ଆଉ ମୁକୁଳା ଲମ୍ବା ଘନ କେଶ ତାହାର ପ୍ରଥମ ଦେଖାରେ ସ୍ମିତ ହସ ସେଦିନ କାହିଁକି ପ୍ରିତମର ମନ ଚୋରି କରି ନେଇଥିଲା । ଏମିତିରେ ପ୍ରତ୍ୟେକ

ଦିନ ଠିକ୍ ସକାଳ ସମୟରେ ଉଭୟଙ୍କର ଦୈବୀକ ଭାବେ ଭେଟ ହୋଇଯାଉଥାଏ । ଆଉ ଉଭୟ ମୁଁହକୁ ମୁଁହ ଦେଖା ହୋଇ ହସି ଦେଇ ଚାଲିଯାଆନ୍ତି ।


  ଏମିତି କିଛି ଦିନ ବିତିଗଲା ପରେ ପ୍ରିତମ ମନେ ଭାବିନେଲା ସେ ଝିଅ ତାକୁ ମନେ ମନେ ବୋଧେ ଭଲ ପାଇ ବସିଚି । କିନ୍ତୁ ଯେହେତୁ ସେ ଜଣେ ନାରୀ ଖୋଲିକି ମୋ ଆଗରେ ବୋଧେ ପରି ପ୍ରକାଶ କରି ପାରୁନି । ଶେଷରେ ପ୍ରିତମ ନିଷ୍ପତି ନେଲା ନିଜେ ଏଥର ମନ ଖୋଲି ସେ ଝିଅକୁ ନିଜର କଥା ସେ କହିବା ଆଗରୁ ନିଜେ କହିଦେବା ଠିକ୍ ହେବ ଏବଂ ଶେଷରେ ଦିନେ ପ୍ରିତମ ସନ୍ଧ୍ୟା ସମୟରେ ସେ ଝିଅକୁ ଦେଖି ଗୋଟିଏ କାଗଜରେ ନିଜର ଫୋନ୍ ନମ୍ବରଟିକୁ ଲେଖି ତା ସମ୍ମୁଖରେ ପକାଇ ଦେଇ ଆସିଲା l କିନ୍ତୁ ମନରେ ବହୁତ ଭୟ ଥାଏ ପ୍ରିତମ୍ ର କାଳେ କିଛି ଅଘଟଣ ଘଟିଯିବ କି କିମ୍ବା ସେ ଝିଅ ତାଙ୍କ ଘରେ ଏହି କଥା କହି ଦେବକି ? ଏମିତି ଭାବି ପ୍ରିତମ ରହିଥାଏ । ମନେ ମନେ ଭାବୁଥାଏ ସତରେ ସେ ଝିଅ ର କଣ ଫୋନ୍ କଲ୍ ଆସନ୍ତାନି । ଆଉ ମୁଁ ମୋ ମନ କଥା ତାକୁ ସବୁ ଖୋଲିକି କହିଦିଅନ୍ତି ।


  ଏମିତି ଭାବି ଭାବି ପ୍ରିତମ ବସିଥାଏ ହଠାତ୍ ସେ ଝିଅର ଫୋନ୍ କଲ ଆସିଲା  । ଆଉ ସ୍ୱଳ୍ପ ସମୟ ପାଇଁ ପ୍ରିତମ ସଙ୍ଗେ କଥା ହେଲା । ସେ ଝିଅ ପଚାରି ଥିଲା ମୋତେ କାହିଁକି ଫୋନ୍ ନମ୍ବର ଦେଇ ଗଲ ଝିଅଟି ସବୁ ବୋଧେ ଜାଣି ମୋତେ ଏହି ଭଳି ପ୍ରଶ୍ନ ପଚାରୁଥିଲା । ହଠାତ୍ ପ୍ରିତମ କହିଥିଲା ମୁଁ ତୁମକୁ ଭଲ ପାଏ ବୋଲି । ପ୍ରିତମ ମଧ୍ୟ ସେ ଝିଅର ନା କଣ ବୋଲି ପଚାରିଥିଲା । ଏମିତି ରେ କିଛି ସମୟ କଥା ହେବା ପରେ ପରେ କଲ୍ ପୁନଶ୍ଚ କରିବି କହି ସେ ଝିଅଟି ଫୋନ୍ କୁ କାଟି ଦେଇଥିଲା ।


 ଏମିତିରେ ସାତ ଦିନ ବିତିଗଲା ମନେ ମନେ ପ୍ରିତମ ଚାହିଁ ବସିଥାଏ । କାହିଁ ସେ ଝିଅ ଆଉ ଫୋନ୍ କରିଲା ନାହିଁ । ହଉ ଦେଖାଯାଉ କଣ ହେଉଛି । ହଠାତ୍ ଅପରାହ୍ନରେ ସେହି ଦିନ ପ୍ରିତମ ପାଖକୁ ପୁ୍ନଶ୍ଚ ସେ ଝିଅ ଫୋନ୍ କଲ କଲା । ଆଉ କଥା ମଧ୍ୟ ହେଲା ଆଉ ପ୍ରିତମର ଭଲପାଇବାକୁ ଗ୍ରହଣ କରିଥିଲା । ଆଉ ନିଜର ନାମ ଶ୍ରଦ୍ଧା ବୋଲି ପ୍ରିତମ କୁ କହିଥିଲା । ସେ ଦିନ ପ୍ରିତମ ମନ ବହୁତ ଖୁସି ହୋଇଥିଲା ।

       

ଏଥର ଉଭୟ ଉଭୟଙ୍କୁ ଚିହ୍ନି ନେଲେ ଏବଂ ଉଭୟ ଙ୍କ ମଧ୍ୟରେ ଭଲ ପାଇବା ପ୍ରେମର ରୂପ ନେଲା । କିନ୍ତୁ ପ୍ରିତମ ସବୁ ନିଜର କଥା ଧିରେ ଧିରେ ସବୁ ଶ୍ରଦ୍ଧାକୁ କହିଲା ଆମର ଅତ୍ୟନ୍ତ ଗରିବ ଘର ବାପାଙ୍କ ଉପରେ ଆମେ ନିର୍ଭର କରି ଚଳିଥାଉ । ପ୍ରିତମ କହିଲା ବାପା ଜଣେ ଦିନ ମଜୁରିଆ । ଆଉ ମୁଁ କିଛି ସ୍ୱଳ୍ପ ରୋଜଗାର କରେ ଯାହା ମୋତେ ନିଅଣ୍ଟ । ଘରର ଭଲ ମନ୍ଦ ବାପା ସବୁ ବୁଝନ୍ତି । ବାପାଙ୍କର ରୋଜଗାରର ଦୁଇ ପଇସାରେ ଆମେ ମାନେ ବେଶ ପୋଷାକି ହେଉ । ଏହା କହିବାର କାରଣ ଥିଲା ଶ୍ରଦ୍ଧା ଘର ବହୁତ ବଡ଼ ଧନୀ ଘରର ଝିଅ ଥିଲା । କାଳେ ଭବିଷ୍ୟତରେ ସେ ପ୍ରିତମକୁ ଭଲପାଇବାରେ ଅଧା ବାଟରୁ ଏଡ଼ାଇ ଦେଇ ଚାଲି ଯିବ । କିନ୍ତୁ ଶ୍ରଦ୍ଧା ଏ ସବୁ ଶୁଣି ସେ ଦିନ କହିଥିଲା ମୁଁ ଧନ ସମ୍ପତ୍ତି ଦେଖି ତୁମକୁ ଭଲ ପାଇନି ମୁଁ ତୁମର ଗୁଣ ଦେଖି ଭଲ ପାଇଛି ମୋର ତୁମେହିଁ ଦରକାର ଆଉ କିଛି ଦରକାର ନାହିଁ ଏହା ସେଦିନ ଶ୍ରଦ୍ଧା ପ୍ରିତମ କୁ କହିଥିଲା ସେତେବେଳେ ଉଭୟଙ୍କର ନୂଆ ନୂଆ ପ୍ରେମ ଚାଲୁଥାଏ ।


   ଏମିତି ରେ ତାଙ୍କର ଭଲ ପାଇବା ଦିନକୁ ଦିନ ବଢ଼ି ଚାଲିଲା ପ୍ରାୟ ଦେଢ଼ ବର୍ଷ ବିତିଗଲା ଯେତେବେଳେ ତାଙ୍କ  । ହଠାତ୍ ମଝିରେ ମଝିରେ ଶ୍ରଦ୍ଧାର ବାହାଘର ପ୍ରସ୍ତାବ ଆସୁଥାଏ । ଏହି କଥା ମଧ୍ୟ ଶ୍ରଦ୍ଧା ପ୍ରିତମକୁ କହୁଥାଏ ହଠାତ୍ ଆଉ ଏକ ଦିନ ଶ୍ରଦ୍ଧା ଘରେ ପରିବାର କଳହ ଲାଗି ଶ୍ରଦ୍ଧାକୁ ଭୀଷଣ ଗାଳି ଗୁଲଜ କରିଥିଲେ ମାଡ଼ ମାରିଥିଲେ । ଏହା ତାଙ୍କର ପାରିବାରିକ କଳହ ଥିଲା । ଏଥିରେ ଶ୍ରଦ୍ଧା ମ୍ରତି ଭ୍ରଷ୍ଟ ହୋଇ ହଠାତ୍ ପ୍ରିତମକୁ କହିଲା ମୋତେ ସବୁଦିନ ପାଇଁ ତୁମ ପାଖକୁ ନେଇଯାଅ ଆଉ ପତ୍ନୀ ରୂପେ ରଖିବ । ଆମେ ଦୁହେଁ ବିବାହ କରିନେବା ।


   ଏହି କଥା ଶୁଣି ସେଦିନ ପ୍ରିତମ ମୁଣ୍ଡ କିଛି ସମୟ ପାଇଁ କାମ କରିନଥିଲା କାରଣ ବାହାଘର ଗୋଟେ ଖେଳ ଘର ନୁହେଁ ହଠାତ୍ କୌଣସି ନିଷ୍ପତି ନେବା ମୂର୍ଖାମିର ପରିଚୟ ଦେଇଥାଏ । କାରଣ ପ୍ରିତମ ଜାଣିଥାଏ ଶ୍ରଦ୍ଧା ଘର ସହ ପ୍ରିତମ ଘରର କେବେବି ସମସ୍କନ୍ଦ ହେବେ ନାହିଁ । ସତରେ କଣ ମୁଁ କଣ ଶ୍ରଦ୍ଧାକୁ ଆଣି ଯତ୍ନ ସହକାରେ ରଖି ପାରିବ । ନା ମୋ ଭଲ ପାଇବା କଥା ଘରେ ସିକ୍ଵାର କରିବେ । କାରଣ ଶ୍ରଦ୍ଧା ଘର କଳହ ପ୍ରକୃତିର ଲୋକ ତା ସହିତ ବହୁତ ବଡ଼ ଧନୀ ଘର । ତା ସହିତ ଭବିଷ୍ୟତ ପାଇଁ ଭଲ ଚାକିରି ଟିଏ ମଧ୍ୟ ଯୋଗାଡ଼ କରି ପାରିଲି ନାହିଁ । ଏମିତି ରେ ତାକୁ ମୁଁ କିପରି ଆଣିବି ଏହି ସବୁ କଥା ପ୍ରିତମ ବସି ଭାବି ନିଷ୍ପତ୍ତି ନେଲା । ଆଉ ଶ୍ରଦ୍ଧାକୁ ସେହିଦିନ କହିଥିଲା ଯଦିଓ ତୁମ ଘରେ ତୁମର ବାହାଘର ଠିକ୍ କରୁଛନ୍ତି ଅନ୍ୟତ୍ର କରିବା ପାଇଁ । ତାହାଲେ ତୁମେ ବାହା ହୋଇ ଯାଅ ମୋର କୌଣସି ବାଧା ଦେବାର ନାହିଁ କି କିଛି ଆପତ୍ତି କରିବାର ନାହିଁ । କାରଣ ଆମ ଘରେ ତୁମ ସହିତ ବିବାହ ପାଇଁ ରାଜି ହେବେନାହିଁ । ନା ତୁମ ଘରେ ମୋ ସହିତ ବିବାହ କରିବା ପାଇଁ ସହମତି ପ୍ରକାଶ କରିବେ ?ଏମିତି କଥା କହି ସେଦିନ ଶ୍ରଦ୍ଧା କୁ ପ୍ରିତମ ବହୁତ ବୁଝାଇ ଥିଲା ଆଉ ଶ୍ରଦ୍ଧା ସେ ଦିନ ବି ବହୁତ କାନ୍ଦିଥିଲା ।


 କିନ୍ତୁ ମନରେ ପ୍ରିତମ ଚାହୁଁଥାଏ ତାକୁ ଭବିଷ୍ୟତରେ ବିବାହ କରିବା ପାଇଁ ମନସ୍ଥ କରି ରଖିଥାଏ । ପରିସ୍ଥିତି ଯୋଗୁ ପ୍ରିତମ ନିଜ ଘରେ ଏହି କଥା ଖୋଲିକି ସେ ଦିନ କହି ପାରିନଥିଲା ତାର ଭଲ ପାଇବା କଥା । କାରଣ ଏହା କେବେବି ପ୍ରିତମ ଘରେ ସିକ୍ବାର କରି ନଥାନ୍ତେ । କାରଣ ପ୍ରିତମର ବାପା ବହୁତ ରାଗି ଲୋକ । ପ୍ରିତମ ଏହା ଭଲ ଭାବେ ଜାଣିଥାଏ ।


    ଏମିତିରେ ଆଉ କିଛି ଦିନ ଗଲାପରେ ହଠାତ୍ ପ୍ରିତମ ମନରେ କଣ ଏକ ଚିନ୍ତା ଆସିଲା । ସେ ଶ୍ରଦ୍ଧାକୁ କହିଲା ମୋର ଗୋଟେ କଥା ରଖିବ । ଶ୍ରଦ୍ଧା କହିଲା କଣ ଆଗ କୁହତ ? ଚାଲ ଆମେ ସମାଜକୁ ଲୁଚି ମନ୍ଦିରରେ ବିବାହ କରିନେବା । କେହି ଯେମିତି ଜାଣିବେ ନାହିଁ ଆମେ ବିବାହ କରିଛେ ବୋଲି । ତୁମେ ଯେମିତି ତୁମ ଘରେ ରହୁଛ ରହିବ ମୁଁ ବି ଯେମିତି ଆମ ଘରେ ରହୁଛି ରହିବି । ସମାଜ ଜାଣିବ ଆମେ ଅବାଡ଼ୁଅ ଅଛେ କିନ୍ତୁ ଆମେ ବିବାହ ହୋଇ ଉଭୟ ରହିବା କେହି ଯେମିତି ଜାଣିବେ ନାହିଁ । କଣ କହୁଛ କୁହ ? ଶ୍ରଦ୍ଧା ସେ ଦିନ ବି ପ୍ରିତମ କଥାରେ ରାଜି ହୋଇଥିଲା । ଆଉ ପ୍ରିତମ କହିଲା ତାହାଲେ କାଲି ଈଶ୍ୱରଙ୍କୁ ସାକ୍ଷୀ ରଖି ମୁଁ ତୁମ ସିନ୍ଥିରେ ସିନ୍ଦୂର ପିନ୍ଧାଇ ଦେବି ତୁମେ ରାଜି ତ । ଶ୍ରଦ୍ଧା ହଁ କରିଥିଲା । ପ୍ରିତମ କହିଲା ତାହାଲେ କାଲି ଉଭୟ ମହାଦେବଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ବିବାହ ହୋଇଯିବା । ଶ୍ରଦ୍ଧା କହିଲା ହଉ ଠିକ୍ ଅଛି ।      


  ତା ପର ଦିନ ସକାଳୁ ଉଭୟ ଶିବ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ ଏବଂ ସେଠାରେ ପ୍ରିତମ ଈଶ୍ୱରଙ୍କୁ ଶପଥ କରି ଶ୍ରଦ୍ଧାର ସିନ୍ଥିରେ ସିନ୍ଦୂର ପିନ୍ଧାଇ ଦେଇ ଥିଲା ଏବଂ ସେହିଦିନ ଠାରୁ ଉଭୟ ଉଭୟଙ୍କୁ କେହି ନଜାଣିବାକୁ ସ୍ବାମୀ ସ୍ତ୍ରୀ ରୂପେ ଚଳୁଥିଲେ । ଏମିତିକି ଶ୍ରଦ୍ଧା ମଧ୍ୟ ଦୁଇ ବର୍ଷ ପ୍ରିତମ ପାଇଁ ସାବିତ୍ରୀ ବ୍ରତ ମଧ୍ୟ ପାଳନ କଲା । ପ୍ରିତମ ପାଇଁ ପ୍ରତ୍ୟକ ଦିନ ଶ୍ରଦ୍ଧା ସିନ୍ଥିରେ ସିନ୍ଦୂର ନାଏ । ରାତ୍ର ବେଳା ପ୍ରିତମ ନ ଖାଇଲେ ଶ୍ରଦ୍ଧା ମଧ୍ୟ ଖାଉ ନଥିଲା । ପ୍ରିତମ ଖାଇ ସାରିଲା ପରେ ତା ଫୋନ କଲ ପାଇ ଶୁଣି ତା ପରେ ଯାଇ ଶ୍ରଦ୍ଧା ଖାଉଥିଲା । ହଠାତ୍ ଏହି ସିନ୍ଦୂର ଯୋଗୁ ଦିନେ ଶ୍ରଦ୍ଧା ତାଙ୍କ ଘରେ ମଧ୍ୟ ପ୍ରବଳ ମାଡ଼ ଆଉ ଗାଳି ମଧ୍ୟ ଶୁଣିଥିଲା । କାରଣ ଗୋଟିଏ ଅବିବାହିତ ଝିଅ ହୋଇ ସିନ୍ଥିରେ ସିନ୍ଦୂର ପ୍ରତି ଦିନ ତା ମଥାରେ ଶ୍ରଦ୍ଧାର ବୋଉ ଦେଖିଥିଲା ଆଉ ସେଥିପାଇଁ ତାକୁ ମାଡ଼ ଗାଳି ଖାଇବାକୁ ପଡ଼ିଥିଲା । କିନ୍ତୁ ଏହି କଥାକୁ ଶ୍ରଦ୍ଧା ନିଜେ ଗୋପନ ରଖି ନିଜ ମନରେ କହୁନଥିଲା ଓଲଟା ତାଙ୍କ ଘରେ କହେ ଏହା ମୁଁ ପ୍ରତି ଦିନ ଠାକୁରଙ୍କୁ ପୂଜା କରିସାରିଲା ପରେ ମୁଁ ତାଙ୍କ ସିନ୍ଦୂର ଲଗେଇ ଦେଉଛି । ଏମିତି କହି ଶ୍ରଦ୍ଧା ଭଣ୍ଡେଇ ଦିଏ ।


   ଧିରେ ଧିରେ ଏମିତି ତାଙ୍କର ପ୍ରେମ ସମ୍ପର୍କ ବଢ଼ି ଚାଲିଥିଲା ପ୍ରିତମ ଯେଉଁ ଆଡେ ଯାଏ । ଶ୍ରଦ୍ଧା ତାର ଖିଆଲ ନେଉଥାଏ । ଫୋନ୍ କରି ପଚାରେ ଖାଇଲଣି ,କେତେବେଳେ ଆସିବ କାର୍ଯ୍ୟରୁ । ଏମିତିରେ ଦେହ ଖରାପ ବେଳେ ଦେହର ଯତ୍ନ ନେବା ପାଇଁ ପରାମର୍ଶ ମଧ୍ୟ ଦିଏ । ଏମିତିରେ ଶ୍ରଦ୍ଧା ପ୍ରିତମ କୁ ପ୍ରତି ଦିନ ସକାଳୁ ଆଉ ସନ୍ଧ୍ୟା ରେ ନ ଦେଖିଲେ ବାଇଆଣି ଲାଖେ ହୋଇ ଯାଏ । ପ୍ରିତମ ମଧ୍ୟ ଶ୍ରଦ୍ଧା କୁ ନ ଦେଖିଲେ ପ୍ରିତମ କୁ ମଧ୍ୟ ଭଲ ଲାଗେନା । ଏମିତି ରେ ଥରେ ଉଭୟଙ୍କ ମଧ୍ୟରେ କିଛି କଥା ଯୋଗୁ ଉଭୟ ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଯେଉଁଥି ପାଇଁ ପ୍ରିତମ କେତେ ଶ୍ରଦ୍ଧାକୁ ଭଲ ପାଏ ବୋଲି ସେହିଦିନ ନିଜର ହାତ କାଟିଦେଇଥିଲା ଯାହା ଫଳରେ ପ୍ରିତମ ହାତରୁ ପ୍ରବଳ ରକ୍ତ ସ୍ରାବ ମଧ୍ୟ ହୋଇଥିଲା । ଏହି କଥା ଶ୍ରଦ୍ଧା ଜଣକ ମାଧ୍ୟମରେ  ଶୁଣିବାକୁ ପାଇଥିଲା ଆଉ ଯେତେବେଳେ ପ୍ରିତମର ହାତ ଦେଖିଥିଲା ପ୍ରବଳ କାନ୍ଦିଥିଲା ପୁଣି ତାଙ୍କ ଭଲ ପାଇବା ପୂର୍ବ ଭଳି ଭଲରେ ଚାଲିଥାଏ । ଯେବେ ବି ପ୍ରିତମ ଯେଉଁ ଆଡେ ଯାଏ ବାହାରକୁ ସେ ନିଶ୍ଚିତ ଶ୍ରଦ୍ଧା ପାଇଁ କିଛି ଉପହାର ଆଣିଥାଏ ଗରିବ ଘରର ପିଲା ହେଲେ ମଧ୍ୟ ସେ ତାର ସକ୍ଷମ ଦୃଷ୍ଟିରୁ କେବେ ଶ୍ରଦ୍ଧା ପ୍ରତି ଭଲ ପାଇବାରେ ଉଣା କରୁନଥିଲା । ଏହି ଉପହାର ଦେଖି ଶ୍ରଦ୍ଧା ମଧ୍ୟ ବହୁତ ଖୁସି ହୋଇଯାଏ । ଏମିତି ରେ ଶ୍ରଦ୍ଧା ମଧ୍ୟ ପ୍ରିତମ କୁ ସୁବିଧା ଅସୁବିଧାରେ ପ୍ରିତମକୁ ବହୁତ ସାହାର୍ଯ୍ୟ ମଧ୍ୟ କରୁଥାଏ । ଏମିତିରେ ପ୍ରିତମର ଜନ୍ମ ଦିନ ରେ ଶ୍ରଦ୍ଧା ମଧ୍ୟ ପ୍ରିତମ ପାଇଁ ଭଲ ଡ୍ରେସ୍ କିଣି ଉପହାର ମଧ୍ୟ ଦେଇଛି । ପ୍ରିତମ ମଧ୍ୟ ଶ୍ରଦ୍ଧା ପାଇଁ ପାଉଁଜି , କାନଫୁଲ ,ମୁଣ୍ଡ କ୍ଲିପ୍ , ଚୁଡ଼ି ,ମୁଦି ଏମିତି ବହୁତ କିଛି ଶ୍ରଦ୍ଧାକୁ ଉପହାର ଦିଏ । ପ୍ରିତମ ମଧ୍ୟ ପ୍ରତି ଥର ଶ୍ରଦ୍ଧା ଜନ୍ମ ଦିନରେ ଚକୋଲେଟ୍ ଉପହାର ଦିଏ କିନ୍ତୁ ତାକୁ ସେହି ଦିନ ଟିକିଏ କନ୍ଦେଇ ଦିଏ । କାରଣ ପ୍ରିତମ ଜାଣି କି ଏମିତି କରେ । କିନ୍ତୁ ଶ୍ରଦ୍ଧା ମନଦୁଃଖ କରେ ଏହା ପରେ ପ୍ରିତମ ତାକୁ ବୁଝାଇ ଦିଏ । ପୁଣି ଶ୍ରଦ୍ଧା ଖୁସି ହୋଇଯାଏ ଏମାନଙ୍କ ଭଲ ପାଇବାରେ ଆଉ ଏକ ବିଶେଷତ୍ଵ ଥିଲା । ପ୍ରତି ଦିନ ଶ୍ରଦ୍ଧା ପ୍ରିତମ ସକାଳୁ ଫୋନ୍ କରି ଉଇସ୍ କରେ ଏବଂ ତାର ସ୍ବାମୀକୁ ମୁଣ୍ଡିଆ ମାରେ ଏହାର ପ୍ରତି ବଦଳେ ପ୍ରିତମ ମଧ୍ୟ ଶ୍ରଦ୍ଧା କୁ ଆଶିଷ ପ୍ରଦାନ କରେ । ଏହା ସହିତ ଶ୍ରଦ୍ଧା ତୁଣ୍ଡ ଶୁଣି ପ୍ରତିଦିନ ପ୍ରିତମର ସକାଳ ପାଏ ଓ ଦିନଟି ପ୍ରିତମ ପାଇଁ ଭଲରେ କଟେ । ଆଉ ମଧ୍ୟ ଯେ ପର୍ଯ୍ୟନ୍ତ ପ୍ରିତମ ସକାଳୁ ଶେଯରୁ ନ ଉଠେ ସେ ପର୍ଯ୍ୟନ୍ତ ଶ୍ରଦ୍ଧା ଫୋନ୍ କରି ଉଠେଇଲା ପର୍ଯ୍ୟନ୍ତ ଫୋନ୍ କଲ କରିଚାଲିଥାଏ । ଆଉ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟ ଝଗଡ଼ା ଲାଗନ୍ତି କିନ୍ତୁ ଉଭୟ ପରବର୍ତ୍ତୀ ସମୟରେ ବୁଝାମଣା ହୋଇ ପୁନଶ୍ଚ ଭଲରେ ଚଳନ୍ତି । କଥାରେ ଅଛି ଯେଉଁଠି ଝଗଡ଼ା ନାହିଁ ସେହି ଭଲ ପାଇବାରେ ମଜା ନାହିଁ କି ତାକୁ ପ୍ରେମ ବୋଲି ଗ୍ରହଣ କରାଯାଏ ନାହିଁ ।


   ଧିରେ ଧିରେ ଉଭୟ ଙ୍କ ପ୍ରେମ ତିନି ବର୍ଷ ବିତିଗଲା ଭିତରେ ଭିତରେ ଦୁଇ ଜଣ ଜାଣିପାରିଲେ ନାହିଁ । ହଠାତ୍ ଏହି ଠାରୁ ପ୍ରିତମ ଜୀବନ ରେ କଳା ମେଘ ଘୋଟି ଆସିଲା । ଉଭୟଙ୍କ ପ୍ରେମ ବିଷୟରେ ବୋଧେ ଶ୍ରଦ୍ଧାର ଘରେ ଜାଣି ଯାଇଥିଲେ । ସେଥିପାଇଁ ଶ୍ରଦ୍ଧାକୁ ନ ଜଣାଇ ଶ୍ରଦ୍ଧାର ବାହାଘର ଅନ୍ୟତ୍ର ଠିକ୍ କରିଦେଲେ । ଏମିତିରେ ଶ୍ରଦ୍ଧା କୁ ମାନସିକ ଚାପ ହେଉ କିମ୍ବା ତାକୁ ତନ୍ତ୍ର ପ୍ରୟୋଗ ମାଧ୍ୟମରେ ପରିବର୍ତ୍ତନ କରାଇଦେଲେ ।


   କିନ୍ତୁ ପ୍ରିତମ ଗୋଟିଏ କାର୍ଯ୍ୟ ରେ ଭୁବନେଶ୍ୱର ଯାଇଥାଏ ସେହି ସମୟରେ । କିଛି ଦିନ ହେବ ଆଗ ଭଳି ଶ୍ରଦ୍ଧା ଆଉ ପ୍ରିତମ ଆଗ ଭଳି କଥା ହୋଇନାହାନ୍ତି । ପ୍ରିତମ ଭାବିଲା କୌଣସି ବ୍ୟସ୍ତତା ଯୋଗୁଁ ଶ୍ରଦ୍ଧା ବୋଧେ ବେଶି ଫୋନ୍ କରି ପାରୁନାହିଁ । କିନ୍ତୁ ଦିନେ ଦିନେ ଫୋନ୍ ଆସେ ସ୍ୱଳ୍ପ ସମୟ ପାଇଁ ଏବଂ ହଠାତ୍ ଶ୍ରଦ୍ଧା କାଟିଦିଏ । ପ୍ରକୃତରେ ସେତେବସିକି ଶ୍ରଦ୍ଧା ପରିବର୍ତ୍ତନ ହୋଇ ସାରିଲାଣି । ହଠାତ୍ ଗୋଟେ ଦିନ ଫୋନ୍ କରି ପ୍ରିତମ କୁ ଶ୍ରଦ୍ଧା କହିଲା ମୋ ବାହାଘର ଠିକ୍ ହୋଇଯାଇଛି । ଆଉ ମୋତେ ମୁଦି ପିନ୍ଧାଇ ସାରିଲେଣି । ଏହି କଥା ଶୁଣି ସେ ଦିନ ପ୍ରିତମ ବିଶ୍ୱାସ କରି ପାରିଲା ନାହିଁ । ଆଉ ପ୍ରିତମର ପାଦ ତଳୁ ମାଟି ଖସି ଗଲା ଭଳି ତାକୁ ସେ ଦିନ ଲାଗୁଥାଏ । କାରଣ ନିମିଷକ ମଧ୍ୟରେ ତାର ସବୁ ଆଶା ଚୁର ମାର ହୋଇଗଲା ପ୍ରିତମ ଭାବି ନେଲା କିନ୍ତୁ ତଥାପି ସମୟ ଥିଲା । ସେ ସେଦିନ ଶ୍ରଦ୍ଧାକୁ କାକୁତି ମିନତି ହୋଇ ଅଶ୍ରୁ ଭରା ଆଖିରେ ଶ୍ରଦ୍ଧାକୁ କହିଲା ମୁଁ ତୋତେ ବିବାହ କରିବି ତୋ ବିନା ମୁଁ କ୍ଷଣଟେ ବଞ୍ଚି ପାରିବିନି କାରଣ ତୁ ସେ ଦିନ ଯାହା ଚାହୁଁଥିଲୁ ମୁଁ ସେତେବେଳେ ଘରେ କହି ନଥିଲି । ତୋତେ ଭଲ ପାଉଛି ବୋଲି ଆଉ ବିବାହ କରିବି ବୋଲି । ଆଉ ମୋତେ ବିଶ୍ୱାସ କରେ ମୁଁ ବର୍ତ୍ତମାନ ଘରେ କହିବି ଆଉ ଘରେ ରାଜି କରାଇବି । କିନ୍ତୁ ପ୍ରିତମର କୌଣସି କଥାକୁ ଶୁଣିବାକୁ ନାରାଜ ଥିଲା ଶ୍ରଦ୍ଧା ।


   ଏମିତିରେ ପ୍ରିତମ ସବୁ କଥା ନିଜ ଘରେ ସମସ୍ତଙ୍କୁ କହିଦେଲା ମୁଁ ଶ୍ରଦ୍ଧା ବୋଲି ଗୋଟେ ଝିଅକୁ ଭଲ ପାଉଛି ତାକୁ ବିବାହ କରିବାକୁ ଚାହୁଁଚି । ଯେତେବେଳେ ପ୍ରିତମ ଘରେ ଏହି କଥା ଶୁଣିଲେ ପ୍ରଥମେ ରାଜି ହେଉନଥିଲେ କାରଣ ଶ୍ରଦ୍ଧା ଘର କଳହ ପ୍ରକୃତିର ଲୋକ ବୋଲି ତା ସହିତ ଧନୀ ଘର ବୋଲି କାଳେ ନ ମଙ୍ଗିବେ । କିନ୍ତୁ ପ୍ରିତମ କହୁଥିଲା ଯଦିଓ ସେ ଝିଅ କୁ ମୁଁ ଯଦି ବିବାହ ନ କରିବି ମୁଁ ମୋ ଜୀବନ ହାରିଦେବି ଏମିତି ପୁଅ କଥା ଶୁଣି ପ୍ରିତମ ଘରେ ପୁଅର ସୁଖ ପାଇଁ ସବୁ ରାଜି ହୋଇଥିଲେ । ଆଉ ପ୍ରିତମ କହିଥିଲା ମୁଁ ସେ ଝିଅକୁ ଉଠାଇ ଆଣିବି ହେରି । ତାଙ୍କର ଆମ ପରିବାର ସହିତ ବିବାହ କରିବେନି । କିନ୍ତୁ ପ୍ରିତମ ର ମାଆ କହିଥିଲେ ପ୍ରିତମକୁ ଆରେ ପ୍ରଥମେ ତୁ ସେ ଝିଅକୁ ପଚାରେ ସେ ରାଜି ହେବତ ? 


    ଏହି କଥା ଶୁଣି ପ୍ରିତମ ପୁଣି ଚେଷ୍ଟା କଲା ଶ୍ରଦ୍ଧାକୁ ବୁଝାଇବା ପାଇଁ ଏମିତିରେ ଶ୍ରଦ୍ଧାର ଗୋଡ଼ ହାତ ଧରିଲା ପ୍ରିତମ ବଡ଼ ହୋଇ ମଧ୍ୟ ଶ୍ରଦ୍ଧାର ଗୋଡ଼ ଧରିଥିଲା । କିନ୍ତୁ ପୂର୍ବ ଭଳି ଶ୍ରଦ୍ଧା ଆଉ ଶ୍ରଦ୍ଧା ହୋଇ ନଥିଲା । ସେ ନିଜସ୍ଵ ବଦଳି ଯାଇଥିଲା କି ତନ୍ତ୍ର ପ୍ରୟୋଗ ମାଧ୍ୟମରେ ବଦଳି ଯାଇଥିଲା ସେ କଥା ଈଶ୍ୱର ଜାଣିଥିବେ । କିନ୍ତୁ ପ୍ରିତମ ଜାଣିବାକୁ ପାଇଥିଲା ପ୍ରିତମ ଘର ଗରିବ ଘର ବୋଲି ଶ୍ରଦ୍ଧାକୁ ପ୍ରିତମ ସହିତ କିପରି ଶ୍ରଦ୍ଧାକୁ ଦୂରେଇ ଦେବେ ବୋଲି ଶ୍ରଦ୍ଧାକୁ ଇଆଡୁ ସିଆଡୁ କହିଥିଲେ ତୁ ସେଠିକି ଗଲେ ସୁଖରେ ରହିପାରିବୁନୁ କି ଭଲରେ ଖଣ୍ଡେ ପିନ୍ଧି ପାରିବୁନି କି କିଭଳି ସେଠାରେ ଯାଇ ଚଳିବୁ । ଯିଏ ଆଜି ବି ଝୁମ୍ପୁଡି଼ ଚାଳ ଘରେ ରହୁଛନ୍ତି ତୁ ସେଠିକି ଯାଇ ରହିପରିବୁତ । ଏହି ଭଳି କୁହାଇ ଶ୍ରଦ୍ଧାକୁ ପରିବର୍ତ୍ତନ କରାଇ ଦେଇଥିଲେ ।


 ପ୍ରିତମ ଯେତେ ଚେଷ୍ଟାକରି କହିଲେ ବି ପ୍ରିତମ ପାଖକୁ ପୂର୍ବ ଭଳି ଶ୍ରଦ୍ଧା ପ୍ରିତମ ପାଖକୁ ଫୋନ କରୁ ନଥାଏ । ପ୍ରିତମ ଯଦିଓ ଫୋନ୍ କରୁଥାଏ ତାହାର ଫୋନ୍ କଲକୁ କଟିଦେଉଥାଏ । ଆଉ ଯେତେବେଳେ କୋଚିତ୍ ଫୋନ୍ ଉଠାଏ ଏବଂ ମିଛ ବାହାନା କରି କିଛି ଇଆଡୁ ସିଆଡୁ କହି କରିଦିଏ । ହଠାତ୍ ଶ୍ରଦ୍ଧା କହିଲା ମୁଁ ଯେଉଁ ସମୟରେ କହିଥିଲି ମୋତେ ନେଇ ଯାଅ ତୁମେ ଶୁଣି ନଥିଲ ଏବେ ମୁଁ ତୁମ କଥା ରଖିବି ନାହିଁ ।


   ପ୍ରିତମ ସେହି ସମୟରେ କହିଲା ସେତେବେଳେ ପରିସ୍ଥିତି ଭଲ ନଥିଲା ମୁଁ ଘରେ କହିନଥିଲି ଏବେ କହିଛି ଘରେ ସମସ୍ତେ ରାଜି ଆସ ପଳାଇବା ସାଥି ହୋଇ । ଅତି ବାଧ୍ୟ କରିବାରୁ ଶ୍ରଦ୍ଧା ରାଗି ବିଭିନ୍ନ ଗାଳି ଗୁଲଜ ଦେଲା । ଆଉ ପ୍ରିତମ କୁ କହିଥିଲା । ତୋର ଔକାତ ନାହିଁ ମୋତେ ବାହା ହେବା ପାଇଁ । ଆମ ସମ୍ପତି ସହିତ ତୁଳନାରେ ତୁମର କିଛି ନାହିଁ । ତୁମର ଆମ ପରିବାର ସହିତ ସମସ୍କନ୍ଦ ନୁହଁ । ମୋ ଭାବି ପତି ଦରମା ପାଉଛନ୍ତି ୨୨୦୦୦ । ତୁମର ଆମର କୌଣସି ଥିରେ ସରି ନୁହଁ । ତେଣୁ ଆଜିଠୁ କହୁଛି ମୋତେ ଭୁଲି ଯାଅ । କିନ୍ତୁ ସେଦିନ ପ୍ରିତମ କହିଥିଲା ଆରେ ଯଦିଓ ମୋତେ ତୁମେ ଏମିତି ଅଧା ବାଟ ରେ ଠକି ଚାଲିଯିବାର ଥିଲା କାହିଁକି 

ମୋତେ ଭଲପାଇଲ । ତୁମେ ପରା ଦିନେ କହିଥିଲ ମୋର କିଛି ଦରକାର ନାହିଁ ଆଜି ସେହି ଝିଅ ତୁମେ ହୋଇ ଧନ ଖୋଜିଲ ବା ବା ରେ ନାରୀ । ଏମିତି ଶ୍ରଦ୍ଧାର ବିବାଘର ହେବାକୁ ଆଉ ୧୫ ଦିନ ଥାଏ । ଆଗ ଭଳି ଶ୍ରଦ୍ଧା ର ଫୋନ୍ କଲ୍ ନ ଆସୁଥିବାରୁ ପ୍ରିତମ ବାୟା ଭଳି ହୋଇ ଯାଉଥାଏ । ନିଜର ପ୍ରେମିକା ଟା ଏତେ ଜଲଦି ବଦଳି ଯିବ ସେ କେବେବି କଳ୍ପନା କରି ପାରୁନଥିଲା । ଯେଉଁ ପ୍ରିତମ ନିଶା ଦ୍ରବ୍ୟ କଣ ଜାଣି ନଥିଲା । କିନ୍ତୁ ଏହି ଘଟଣା ପରେ ତାର ମାନସିକ ଭାରାକ୍ରାନ୍ତ ହୋଇ ପଡ଼ିଲା ଆଉ ନିଶା ଦ୍ରବ୍ୟ କୁ ଆପଣେଇ ନେଲା । ଆଉ ପ୍ରବଳ ସିଗାରେଟ୍ ସହିତ ମଦ ବି ପିଇବାକୁ ଲାଗିଲା । ଆଉ ସେପଟେ କଟା ଘାଆ ରେ ଚୂନ ବୋଳିଲା ଭଳି ମଝିରେ ମଝିରେ ଶ୍ରଦ୍ଧା ଫୋନ୍ କରି ବିବାହ ର ପ୍ରସ୍ତୁତି କଥା କହୁଥାଏ । ଏହି କଥା ଶୁଣି ପ୍ରିତମ ଆହୁରି ଭାଙ୍ଗି ପଡୁଥାଏ । ଏବଂ ପ୍ରିତମ ର ନିଶା ଖସିଯାଉଥାଏ ।


   ଏମିତି ଶ୍ରଦ୍ଧା ର ବିବାହ ପାଖେଇ ଆସିଲା କେତେ କଥା ପ୍ରିତମ କହିଲା ବୁଝାଇବା ପାଇଁ କାଳେ ଶ୍ରଦ୍ଧା ରାଜି ହୋଇଯିବ କିନ୍ତୁ ଶ୍ରଦ୍ଧା ରାଜି ହେବାକୁ ନାରାଜ । ଏମିତିରେ ଶ୍ରଦ୍ଧା ର ମଙ୍ଗନ ପୂର୍ବ ଦିନ ପ୍ରିତମ ଭାବୁଥିଲା ଗାଁ ଛାଡି କିଛି ଦିନ ପାଇଁ କୁଆଡେ ପଳେଇବ ବୋଲି । କିନ୍ତୁ ତଥାପି ପ୍ରିତମ ମନରେ ଥିଲା କାଳେ ଶ୍ରଦ୍ଧା ରାଜି ହୋଇ ପଳେଇ ଆସିବ । ସେଥିପାଇଁ ପ୍ରିତମ ଆଉ ଗାଁ ଛାଡି ଗଲା ନାହିଁ । କିନ୍ତୁ ଯେଉଁ ଝିଅର ମନ ବୋଲି ଗୋଟେ କିଛି ନଥିଲା ସେ ପ୍ରେମର ମାନେ କୁଆଡୁ ଜାଣିବ । ତାର ତ ଧନ ଦରକାର । ଏମିତି ହଠାତ୍ ମଙ୍ଗନ ଦିନ ଶ୍ରଦ୍ଧା ଫୋନ୍ କରି ପ୍ରିତମ କୁ କହିଲା ମୋ ବିବାହ ଦିନ ଆସିବ 

ପ୍ରିତମ କହିଲା ମୁଁ ଯିବିନି । କିନ୍ତୁ ତୋ ପାଇଁ ଉପହାର ପଠାଇ ଦେବି । ଶ୍ରଦ୍ଧା କହିଲା ଯଦି ନ ଆସିବ ମୁଁ ତୁମର ଉପହାର ରଖିବି ନାହିଁ ଏତିକି କହି ଫୋନ୍ କାଟିଦେଲା । ପ୍ରିତମ ଭାବିଲା ଦିନ ଥିଲା ଯେଉଁ ଝିଅ ମୋ ସାଥିରେ କଥା ନହେଲେ ରହି ପାରେନି । ସେହି ଝିଅ ଆଜି ମୋତେ ଘୃଣା କରୁଛି । ହଉ ତଥାପି ପ୍ରିତମ ମନରେ କିଛି ଉପହାର ଦେବା ପାଇଁ ଭାବିଥିଲା । ଏବଂ ଶେଷରେ ବାହାଘର ଦିନ ହଳେ ରୂପାର ପାଉଁଜି କିଣିଲା । ଆଉ ଶ୍ରଦ୍ଧା କୁ ଫୋନ୍ କରିଲା ପ୍ରିତମ କିନ୍ତୁ ଶ୍ରଦ୍ଧା ତାର ଫୋନ୍ କଲ ଉଠାଉ ନଥିଲା ବହୁତ ସମୟ ପରେ ଉଠାଇ ଥିଲା । ଏହି ସମୟରେ ପ୍ରିତମ କହିଲା ମୁଁ ତୁମ ବାହାଘର କୁ ଯାଇ ପାରିବି ନାହିଁ । ଆଉ ଶୁଣ ଜଣକ ଦ୍ଵାରା ପାଉଁଜି ହଳେ ପଠାଇ ଦେବି ରଖିନେବ । କିନ୍ତୁ ଶ୍ରଦ୍ଧା ନାରାଜ ହେଲା । କିନ୍ତୁ ପ୍ରିତମ କହିଲା ଆରେ ନିଜେ ଭାବ କେଉଁ ପ୍ରେମିକ ନିଜ ପ୍ରେମିକାର ବଧୂ ବେଶ ଦେଖି ରହି ପାରିବ । ଏହି କଥା ଶୁଣି ଶ୍ରଦ୍ଧା କହିଥିଲା ମୁଁ କିଛି ଜାଣିନି ତୁମେ ଆସିଲେ ଆସିବ ନ ଆସିଲେ ନାଇଁ । ତୁମ ଖୁସି ।


   ତଥାପି ଛାତି ଦମ୍ଭ କରି ସେ ଦିନ ଶ୍ରଦ୍ଧାର ବାହାଘର କୁ ଉପହାର ନେଇ ପ୍ରିତମ ଯାଇଥିଲା । ନିଜ ଆଖି ସାମ୍ନାରେ ନିଜ ପ୍ରେମିକାର ବଧୂ ବେଶ ଦେଖୁଥାଏ । ଛାତି ଭିତରେ ହୃଦ ଫାଟି ଯାଉଥାଏ । କିନ୍ତୁ କରିବ କଣ । କିନ୍ତୁ ଶ୍ରଦ୍ଧା ଆଖିରୁ ଟୋପେ ଲୁହ ଝରୁ ନଥିଲା ଓଲଟା ସେ ବହୁତ ଖୁସିରେ ମଞ୍ଚ ଉପରେ ବସିଥିଲା । କାହିଁକି ସେ କାନ୍ଦିବ । ଅନ୍ୟକୁ କନ୍ଦେଇବା ଯାହାର ଧର୍ମ ସେ କାହୁଁ ନିଜେ କାନ୍ଦିବ । ଏହି ଭଳି ମନେ ମନେ ପ୍ରିତମ ଭାବୁଥାଏ । ଏହି ଝିଅଟା ଏଡେ ବେଇନାନି ଗୋଟେ ନିଷ୍ଠୁର ପ୍ରେମିକା ତାର ପାଇଁ ପ୍ରେମର ମାନେ କିଛି ନାହିଁ ।


   ଏମିତିରେ କିଛି ସମୟ ପରେ ବର ଆସି ଶ୍ରଦ୍ଧା ଘରେ ପହଞ୍ଚିଲା । ବର ଯାତ୍ରୀ ମାନେ ଭୋଜି ଖାଉଥାନ୍ତି । ପ୍ରିତମ ନିଜ ନିଷ୍ଠୁର ପ୍ରେମିକା କୁ ବିବାହ ର ଅଭିନନ୍ଦନ ଜଣାଇ ଉଇସ କରି ଉପହାର ଦେଇ ନିଜ ଘରକୁ ଚାଲି ଆସିଲା । ଚାଲି ଆସିଲା କିନ୍ତୁ କେତେ ସାଙ୍ଗ ସାଥି ସେଦିନ ପ୍ରିତମ କୁ ଥଟ୍ଟା କରୁଥିଲେ । କହୁଥିଲେ ନିଜ ପ୍ରେମିକା ର ବଧୂ ବେଶ ଦେଖିଯାଇଥିଲୁ । ଲଜ୍ୟା ଲାଗୁନି ତୋତେ ତୋତେ ଭଲ ପାଇ ଅନ୍ୟତ୍ର ବାହା ହୋଇ ଚାଲିଗଲା ତୁ ଆଣି ପାରିଲୁନୁ । ଏହି କଥା ସବୁ ଶୁଣି ଭାରି କଷ୍ଟ ଦେଉଥାଏ ପ୍ରିତମ କୁ । ଏହି ଭିତରେ ପ୍ରିତମ ନିଜ ଘରକୁ ଆସି ପହଞ୍ଚିଥିଲା । ଘରେ ଆସି ପହଞ୍ଚିଥିଲା ସତ କିନ୍ତୁ ରାତି ତମାମ ଶୋଇ ପାରି ନଥିଲା । ରାତି ତମାମ କାନ୍ଦିବାକୁ ଲାଗିଥିଲା । ପ୍ରିତମ ର କାନ୍ଦ ଦେଖି ତାର ଜନ୍ମ କଲା ମାଆ ବି ସହି ପାରୁନଥିଲେ । ସେ ବି କାନ୍ଦୁ ଥିଲେ । ଏହି ପରିସ୍ଥିତିରେ କିଛି ସମୟ ପରେ । ପ୍ରିତମ ର ମା ପ୍ରିତମ କୁ ବୁଝାଇ ଥିଲେ । ଆରେ ତୁ ତାକୁ ମନ ପ୍ରାଣ ଦେଇ ଭଲ ପାଇଥିଲୁ । ମନ୍ଦିର ର ରେ ଈଶ୍ୱରଙ୍କୁ ସାକ୍ଷୀ ରଖି ବହାହୋଇଥିଲୁ । କିନ୍ତୁ ସେ ତୋତେ ଭଲ ପାଉ ନଥିଲା । ଆଉ ଯଦି ଭଲ ପାଉଥାନ୍ତା ସେ କେବେ ଗୋଟେ ହିନ୍ଦୁ ନାରୀ ହୋଇ ତୁ ବଞ୍ଚି ଥାଉ ଥାଉ ତୋର ସିନ୍ଦୂର ପୋଛି ଶଙ୍ଖା ସିନ୍ଦୂର ପୁନଶ୍ଚ ପିନ୍ଧି ବେଦିରେ ବସି ଅନ୍ୟତ୍ର ବାହା ହୋଇ ଯାଇ ନଥାନ୍ତା । ଆଉ ମନେ ରଖ ପ୍ରିତମ ଧନୀ ଘରର ଝିଅ ବିଳାସ ପୂର୍ଣ୍ଣ ରେ ବଢ଼ି ଆସିଥାନ୍ତି । ସେ କେବେ ହେଲେ ଆମ ଗରିବ ମାନଙ୍କୁ ପସନ୍ଦ କରନ୍ତି ନାହିଁରେ ।  


    ଏମିତି ପାଞ୍ଚ ରାତି ପାଞ୍ଚ ଦିନ ପ୍ରିତମ ଖାଇଲା ନାହିଁ କି ଶୋଇଲା ନାହିଁ । ବେଳକୁ ବେଳେ ପ୍ରିତମ ରାତି ଅନିଦ୍ରା ହୋଇ ରୋଗାକ୍ରାନ୍ତ ହୋଇଗଲା । ନିଜର ବୋଲି ଯାହାକୁ ଭାବୁଥିଲା । ସେ ଆଜି ଆଉ କାହାର ହୋଇଗଲା । ଏମିତି ପ୍ରତି ମୁହୂର୍ତ୍ତ ରେ ତାର ପ୍ରତିଛବି ପ୍ରିତମ ର ମୁହିଁ ଆଗରେ ନାଚି ଉଠୁଥାଏ । ନା ପ୍ରିତମ ଶୋଇ ପାରୁଥେ ନା କିଛି କରି ପାରୁଥେ । ହଠାତ୍ ଦିନେ ଘର କିଳି ପ୍ରବଳ କାନ୍ଦୁଥାଏ । ସେହି ଦିନ ପ୍ରବଳ ଶ୍ରଦ୍ଧା କଥା ପ୍ରିତମ କୁ ମନେ ପଡ଼ିଛି । ଏମିତିକି ତାର ଜୀବ ଛାଡ଼ିଗଲା ଲାଖେ ଲାଗୁଥାଏ । ଧରିତ୍ରୀ ମାଆ କୁ ବି ଆଞ୍ଜୁଳେଇ ସେଦିନ ଧରି ପ୍ରବଳ ପଚାରିଛି କୁଆଡେ ଗଲ ତୁମେ ଶ୍ରଦ୍ଧା ତୁମ ବିନା ମୁଁ କ୍ଷଣ ଟେ ବଞ୍ଚି ପାରିବିନି । ସେହି ଦିନ ଠାରୁ ପ୍ରବଳ ଧୂମ ପାନ କରିଚାଲିଲା ନିଜର ଦୁଃଖ କୁ ଟିକିଏ ଲାଘବ କରିବା ପାଇଁ  । କିନ୍ତୁ କଣ ହେବ ଯିଏ ବିରହ ଧୋକା ର ଓ ପ୍ରତାରଣା ର ଆଘାତ ରେ ଛଟପଟ ହେଉଛି । ଏହି ନିଶା କଣ ତାର ପ୍ରତିକାରକ ନୁହେଁ । ପ୍ରିତମ ସେଦିନ ଭାବିଲା ଯାହାର ପାଇଁ ନିଜ ଜୀବନ କୁ ଜଳାଞ୍ଜଳି ଦେଇ ଏତେ ଭଲ ପାଇଥିଲି । ପ୍ରିତମ ର ଆଜି ଚାକିରୀ ଖଣ୍ଡେ ନାହିଁ ଆଉ ଗରିବ ଘର ବୋଲି ତାକୁ ଆଜି ଏତେ କଷ୍ଟ ଭୋଗିବାକୁ ପଡୁଛି ଏମିତି ନିରୋଳା ରେ ବସି ଭାବୁଥାଏ ।


   ହଠାତ୍ ପ୍ରିତମ ଏକ ଦିନ ଶୋଇ ଥାଏ ସକାଳ ପାଇବାକୁ କିଛି ଘଣ୍ଟା ବାକି ଥାଏ ବାରମ୍ବାର ବାରମ୍ବାର ଶ୍ରଦ୍ଧା ପ୍ରିତମ ର ସ୍ବପ୍ନ ରେ ଆସି ପ୍ରିତମ ର ନିଦ ଭାଙ୍ଗି ଦେଉଥାଏ । ଏମିତି ରେ ହଠାତ୍ ପ୍ରିତମ ର ନିଦ ଭାଙ୍ଗିଗଲା ଆଉ ଦେଖିଲା ବେଳକୁ କେହିନାଇ ଆଉ ଚତୃଦିଗ ଅନ୍ଧକାର ଦେଖା ଯାଉଥାଏ । କିନ୍ତୁ ଖାଲି କୋହ ଆଉ ଯନ୍ତ୍ରଣା ରେ ଛଟ ପଟ ହେଉଥାଏ ପ୍ରିତମ । ମନେ ମନେ ତାକୁ ସେଦିନ ଏତେ ବାଧିଲା  । ପ୍ରିତମ ହଠାତ୍ ମନେ ଚିନ୍ତାକଲା ଆଉ ଏହି ଜୀବନ ରଖି କିଛି ଲାଭ ନାହିଁ । ଯେଉଁ ନିଷ୍ଠୁର ପ୍ରେମିକା ପାଇଁ ଆଜି ମୁଁ କାନ୍ଦୁଛି । ତାର ପାଇଁ ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଆର ପାରିକୁ ଚାଲି ଯିବି । ମନେ ମନେ ଭାବି ହାତରେ ଗୋଟିଏ ଗାମୁଛା ଧରି ବାରିପଟ ଆଡେ ଗୋଟେ ଗଛରେ ତଉଲିଆ କୁ ଲଗାଇ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କଲାବେଳେ । ହଠାତ୍ ପ୍ରିତମ ର ପରିବାର ଲୋକ ଯାଇ ପହଞ୍ଚି ଯାଇଥିଲେ । ଆଉ ପ୍ରିତମ କୁ ପ୍ରବଳ ଗାଳି କରିଥିଲେ ଏବଂ ପ୍ରିତମ କୁ ବହୁତ ବୁଝାଇଥିଲେ । ଆରେ ଗୋଟେ ନିଷ୍ଠୁର ଝିଅ ପାଇଁ ତୋ ମୂଲ୍ୟବାନ ଜୀବନ କାହିଁ ହାରିବୁ । ଜୀବନରେ ଅନେକ ଝିଅ ଆସିବେ । ଆରେ ତୁ ସମୟକୁ ଅପେକ୍ଷା କର ।


   ଏମିତି ଚାରିମାସ ବିତିଗଲା ଆଜିବି ସେ ଝିଅକୁ ପ୍ରିତମ ଯଦି ଦେଖୁଥାଏ ମୁହଁ ତାର ଚାହେଁନି । କାରଣ କେବେ ବିବାହ ପରଠାରୁ ଗୋଟିଏ ଫୋନ୍ କଲ୍ ମାଧ୍ୟମରେ ହେଉ କିମ୍ବା କାହା ଜରିଆରେ ହେଉ ପ୍ରିତମ ର ଭଲ ମନ୍ଦ ପଚାରିଲା ନାହିଁ । ଆଜି ବି ପ୍ରିତମ ଶ୍ରଦ୍ଧା ପାଇଁ ପାଗଳ ସଦୃଶ । ପୁଣି ସିଗାରେଟ୍ ପିଇ ପିଇ ପ୍ରିତମ ପୁରା ରୁଗ୍ନ ହୋଇଯାଇଥାଏ । କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି ତେଣୁ ମାନସିକ ଚିନ୍ତାରେ ସେ ପୁରା ଭାଙ୍ଗି ପଡିଥାଏ । କିନ୍ତୁ ଏହି ସବୁ କଣ ସେହି ନିଷ୍ଠୁର ପ୍ରେମିକା ଶ୍ରଦ୍ଧା ବୁଝି ପାରିବ ନା ଜାଣି ପାରିବ । ଗୋଟେ ସରଳ ନିଷ୍ପାପ ସୁନ୍ଦର ଗୁଣବାନ ପୁଅ ମନରେ ଧୋକା ,ପ୍ରତାରଣା ,ବିରହ ଭରିଦେଇ ବଞ୍ଚି ଥାଉ ଥାଉ ମାରିଦେଇ ଯିବା କେତେ ଦୂର ଠିକ୍ । ଯଦି ଆଜି ପ୍ରିତମ ଏହି ସଂସାର ର ରୁ ଚାଲି ଯାଇଥାନ୍ତା ଯେମିତି ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାହାଲେ ଭାବିଲ ଟିକିଏ ଏହି ସମାଜ କଣ ହୋଇଥାନ୍ତା ପ୍ରିତମ ବାପା ,ମାଆ ଙ୍କ ଅବସ୍ଥା ,ପୁଅକୁ ସବୁ ଦିନ ପାଇଁ ଗୋଟେ ଝିଅ ଯୋଗୁ ହରାଇ ବସିଥାନ୍ତେ । କିନ୍ତୁ ସେ ଝିଅ ଶ୍ରଦ୍ଧା ଅନ୍ୟତ୍ର ବାହା ହୋଇ ପ୍ରିତମ କୁ ଭୁଲି ଭଲରେ ରହିଲା । କିନ୍ତୁ ଆଜିବି ପ୍ରିତମ ସେହି ଝିଅକୁ ଆଗ ଭଳି ଭଲ ପାଉଛି ।


   ବିବାହ ପରେ ପ୍ରିତମ ଶ୍ରଦ୍ଧା ବିଷୟରେ କିଛି ନୂତନ ତଥ୍ୟ ଜାଣିବାକୁ ପାଇଥିଲା । ଯାହା ହେଉଛି । ଶ୍ରଦ୍ଧା ଏକ ଖରାପ ଚରିତ୍ର ର ଝିଅ । ଆଉ ଅନେକ ପୁଅଙ୍କ ଜୀବନ ସହିତ ଖେଳ ଖେଳିଛି । ହଠାତ୍ ପ୍ରିତମ ର ଏକ ଘନିଷ୍ଟ ବନ୍ଧୁ ପ୍ରିତମ ସହିତ ବହୁତ ଦିନ ପରେ ଭେଟ ହେଲା ଏବଂ ପ୍ରିତମ ର ଭଲ ମନ୍ଦ ପଚାରୁ ପଚାରୁ ପ୍ରିତମ ଏହି ସବୁ କଥା ତାର ବନ୍ଧୁ କୁ କହିଥିଲା ଏହି କଥା ଶୁଣି ପ୍ରିତମ କୁ ତାର ବନ୍ଧୁ କହିଥିଲା ସେହି ଝିଅ ପ୍ରିତମ ର ବନ୍ଧୁ ସହିତ ମଧ୍ୟ ସମ୍ପର୍କ ରଖିଥିଲା ଆଉ ତାକୁ ମଧ୍ୟ ଛଳନା କରିଥିଲା । ଆଉ ତାର ବନ୍ଧୁ କହିଥିଲା ସେ ଗୋଟେ କାମନା ଲାଳସା ଝିଅଟେ ତାକୁ ଚିହ୍ନିବା ବହୁତ କଷ୍ଟ । ସେ ଦିନ ଏହି କଥା ଶୁଣି ପ୍ରିତମ ଆହୁରି ଭାଙ୍ଗି ପଡ଼ିଥିଲା । ଏହା ପରେ କିଛି ଦିନ ପରେ ପ୍ରିତମ ଭଲ ପାଇବା କଥା ପ୍ରିତମ ର ଜଣେ ସମ୍ପର୍କୀୟ ଭାଇ ଜାଣିବାକୁ ପାଇଥିଲେ । ସେ ପ୍ରିତମ ର କଥା ଶୁଣି ସେ ଝିଅ ବିଷୟରେ ସବୁ ପ୍ରିତମ କୁ କହିଥିଲେ । ଆଉ କହିଥିଲେ ସେ ଝିଅ ଶ୍ରଦ୍ଧା ଗୋଟେ ଚରିତ୍ର ହିନା ଝିଅଟେ ସେ ଅନେକ ପୁରୁଷ ଙ୍କ ସହିତ ସମ୍ପର୍କ ଅଛି । ଆଉ ଶୁଣ ପ୍ରିତମ ତୁମ ଭଳି ସରଳ ପିଲାର ମନରେ ଯିଏ ଆଘାତ ଦେଇ ପାରେ ତୁମ ଭାବିନିଅ ସେ ଗୋଟେ ନିଷ୍ଠୁର ଝିଅ ଆଉ । ଆଉ ଯେଉଁ ଝିଅର ମନ ବୋଲି କୁଆଡୁ ଆସିବ ତାର ସବୁ ପୁରୁଷ ପତି ଭଳି । ଏହି କଥା ବି ସମ୍ପର୍କୀୟ ଭାଇ ଙ୍କ ଠୁ ଶୁଣି ପ୍ରିତମ ଆହୁରି ଭାଙ୍ଗି ପଡ଼ିଥିଲା । କିନ୍ତୁ ସେହି ଭାଇ ପ୍ରିତମ କୁ ବୁଝାଇ ଥିଲେ ଆରେ ପ୍ରିତମ ତୁମେ ଶୁଣ ଯେଉଁ ଝିଅର ଅନେକ ପୁରୁଷ ଙ୍କ ସହିତ ସମ୍ପର୍କ ଅଛି ସେହି ଭଳି ନିଷ୍ଠୁର ଝିଅକୁ ଭଗବାନ ତୁମ ଭଳି ସରଳ ହୃଦୟ ଗୁଣବାନ

 ପୁରୁଷ ଠାରୁ ତାକୁ ଅଲଗା କରିଦେଇଛନ୍ତି । ଭାବିନିଅ ଈଶ୍ୱର ତୁମର ମଙ୍ଗଳ କରିଛନ୍ତି । ଆଉ ସେ ଦିନ କିଛି ମାତ୍ରା ରେ ସେ ଝିଅ ପ୍ରତି ବିତୃଷ୍ନା ଭାବ ଜାତ ହୋଇଥିଲା ।


    କିନ୍ତୁ ସମାଜ ଆଗରେ ଶ୍ରଦ୍ଧା ଯାହା ହେଲେ ବି ପ୍ରିତମ ଶ୍ରଦ୍ଧା କୁ ହୃଦୟ ଦେଇ ଭଲ ପାଇଥିଲା । ପ୍ରିତମ ଆଜିବି ଶ୍ରଦ୍ଧା କୁ ଝୁରୁଛି ଏବଂ ବେଳେ ବେଳେ ପାଗଳ ଭଳି ହୋଇଯାଏ । ଏବଂ ଶ୍ରଦ୍ଧା କଥା ମନେପଡ଼ିଲା ବେଳେ ପ୍ରବଳ କାନ୍ଦେ । ଏହାକୁ ତ ହିଁ କହନ୍ତି ପ୍ରକୃତ ପ୍ରେମ । ଆଜିବି ପ୍ରିତମ ଆଖିରେ ସବୁ ଅସୁମାରି ସ୍ଵପ୍ନ ଆଶାରେ ରହିଗଲା ଏବଂ ଆଜିବି ପ୍ରିତମ ଆଖିରୁ ଝରୁଛି ସେହି ପ୍ରତାରଣା ର ଲୁହ । ସେ ଲୁହ ନୁହେ ରକ୍ତ ସଦୃଶ । କେବେ କେବେ ସେହି ଲୁହକୁ ଧରି ଧର୍ମ ଦେବତାଙ୍କୁ ଡାକି ପ୍ରିତମ କହେ ହେ ଧର୍ମ ଦେବତା ଯଦିଓ ଏ ସଂସାରେ ଧର୍ମ ବୋଲି ଗୋଟେ ଶବ୍ଦ ଥାଏ ତାହାଲେ ମୋତେ ଯିଏ ଏତେ ସରି କରିଛି ମୋ ସିନ୍ଦୂର କୁ ପୋଛି ଯାତ୍ରା ନାଟକ ଭାବି ସିନ୍ଦୂର ପୋଛି ଦେଇଛି । ଆଉ ମୋତେ ଏତେ ଧିକାର କରିଛି । ଯାହା ଯୋଗୁଁ ମୁଁ ଆଜି ଏତେ ଶାସ୍ତି ପାଉଛି । ଆଉ ପ୍ରତି ମୁହୁର୍ତ୍ତ ରେ କନ୍ଦାଇ ଦେଇଗଲା ଶୁଣ ହେ ଧର୍ମ ଦେବତା ଯିଏ ଅନେକ ପୁରୁଷ ସହିତ ସମ୍ପର୍କ ରଖି ମୋ ସହିତ ଅଧର୍ମ କରିଛି ମୋତେ ଭୁଲି ଧୋକା ଦେଇ ଅନ୍ୟତ୍ର ବହାହୋଇଗଲା ,ସେହି ଭଳି ଝିଅକୁ ତୁମେ ଧର୍ମ ଦେବତା ଶାସ୍ତି ଦିଅ । ଆଉ ମୋ ପ୍ରେମ ଯଦି ଚିରନ୍ତନ ସତ୍ୟ ହୋଇଥିବ ମୋ ସହିତ ଯିଏ ଅଧର୍ମ କରିଛି ମୋ ଆଖି ଲୁହ ତାହାରି ଉପରେ ପଡୁ ଏତିକି ଚାହୁଁଚି ଧର୍ମ ଦେବତା । ଏହା ଆଜି ଗୁଞ୍ଜରିତ କରେ ପ୍ରିତମ ମନରେ ସେ ଆଜି ବି ଈଶ୍ୱର ଙ୍କ ଉପରେ ନ୍ୟାୟ ଦଣ୍ଡି କୁ ଛାଡ଼ିଦେଇଛି । ପ୍ରିତମ ଚାହିଁଥିଲେ ଶ୍ରଦ୍ଧା ଜୀବନ ବରବାଦ କରିପାରିଥାନ୍ତା ? କିନ୍ତୁ ପ୍ରିତମ ସେହି ଭଳି ପିଲା ନୁହଁ । ସେ ହୃଦୟ ଦେଇକି ଭଲ ପାଇଥିଲା ମରିବା ପର୍ଯ୍ୟନ୍ତ ବସାଇଥିବ ମଧ୍ୟ ତାର ଭଲ ପାଇବାକୁ । ସେ ନିଷ୍ଠୁର ସାଜିଲା ବୋଲି ମୁଁ କେବେ ସଜିବି ନାହିଁ । ଏହି କଥା ସବୁବେଳେ ପ୍ରିତମ ମନସ୍ଥ କରେ । ଆଉ ଆଜିବି ପ୍ରିତମ ସମୟକୁ ଅପେକ୍ଷା କରି ବସିଛି ଦିନେନା ଦିନେ ସେ ଝିଅର ସୁଖ ଜଳି ପୋଡ଼ି ଧ୍ଵଂସ ହୋଇଯିବ କାରଣ ଦୁନିଆରେ କୋଉ ପ୍ରେମିକ କୋଉ ପ୍ରେମିକାର ଅମଙ୍ଗଳ ଚାହେଁନି କିନ୍ତୁ ଏହା ଭଗବାନ ଉପରେ ପ୍ରିତମ ଛାଡ଼ିଦେଇଚି । ସେ ଯାହା କରିବେ । କାରଣ ଏହି ଭଳି ନିଷ୍ଠୁର ଝିଅ ମାନେ ଯେଉଁ ଗର୍ବ ବଳରେ ପ୍ରିତମ ର ଜୀବନ ନଷ୍ଟ କରିଦେଲା । ଆଉ ଧନ ଲୋଭ ବଳରେ ପ୍ରିତମ କୁ ଧିକାର କରିଛି ସେଥିପାଇଁ ପ୍ରିତମ ଚାହେଁ । ସେହି ଝିଅର ଗର୍ବ ଖର୍ବ ହେଉ । ତାହା ସମୟ କହିବ କଣ ହେବ କଣ ନାଇଁ । କାରଣ ତଥାପି ଇତିହାସ ଦେଖିଲେ ଧର୍ମ ସଦା ସର୍ବଦା ଜୟ ହୋଇଛି ଆଉ ଗର୍ବିର ଗର୍ବ ଖର୍ବ ବି ହୋଇଛି । ଆଜିବି ପ୍ରିତମ ତାର ଦୁଃଖ ଭଗବାନ ଙ୍କୁ ଜଣାଉଛି । ଏବଂ ନୂତନ କରି ନୂତନ ଜୀବନ ଜାପନ କରୁଛି ।  ଆଜିବି ପ୍ରିତମ ତାର ଭଲ ପାଇବା ଛାତି ତଳେ ରଖିଛି କିନ୍ତୁ ଘୃଣା କରେ ସେ ଝିଅର ଗୁଣ ଆଉ ଚରିତ୍ରକୁ । କାରଣ ସେ ଥିଲା ନିଷ୍ଠୁର ପ୍ରେମିକା ।


Rate this content
Log in

Similar oriya story from Tragedy