padmaja pati

Abstract

2  

padmaja pati

Abstract

ନିରୂପାୟ

ନିରୂପାୟ

1 min
556


ପ୍ରତିମା ଦେବୀଙ୍କର କାଲି ଭଳି ମନେ ପଡୁଛି l ବାବୁ ଦୁଇ ବର୍ଷର ହୋଇଥାଏ l ସାନ ପିଲାମାନେ ତାଙ୍କ ଘର ଆଗ ରାସ୍ତା ଦେଇ ସ୍କୁଲ ଗଲାବେଳେ ସେ ସେମାନଙ୍କ ସଙ୍ଗେ ଯିବ ବୋଲି ରାହା ଧରି କାନ୍ଦେ l ତାକୁ ବୁଝାଇବା ମୁସ୍କିଲ ହୋଇଯାଏ l ସେ ସବୁବେଳେ ଭାବୁଥିଲେ କେମିତି ଜଲଦି ଆଉ ଗୋଟାଏ ବର୍ଷ ଗଲେ ତାକୁ ପ୍ଲେ ସ୍କୁଲରେ ଆଡ୍ମିଶନ କରାଇବେ l ତାଙ୍କ କାମ ଟିକେ ହାଲୁକା ହୋଇଯିବ l

ଆଗେ ଗୋଟିଏ ପରିବାରରେ ଦୁଇଟି ଛୁଆ କିମ୍ବା ଅଧିକ ଜନ୍ମ ନେଉଥିଲେ l ତାଙ୍କର ମନେ ପଡୁଥିଲା ସେ ଭାଇ, ଭଉଣୀଙ୍କ ସହିତ କିପରି ସାଙ୍ଗ ହୋଇ ଖେଳୁଥିଲେ l ମାଆ , ବାପାଙ୍କୁ ଆଦୌ ହଇରାଣ ହେବାକୁ ପଡୁ ନ ଥିଲା l ବରଂ ସେମାନଙ୍କୁ ବିଭିନ୍ନ କାମରେ ସାହାଯ୍ୟ କରୁଥିଲେ l ଘରର ଅଭାବ, ଅସୁବିଧା ମଧ୍ୟ ବୁଝୁଥିଲେ l କିନ୍ତୁ ଏବେ ଘରେ ଗୋଟିଏ ଗୋଟିଏ ଛୁଆ l ସେମାନେ ଭାରି ଜିଦିଆ ଆଉ ଏକବାଗିଆ ହୋଇ ଯାଉଛନ୍ତି l

ସହର, ବଜାରରେ ଭଡା ଘର ମିଳିବା ଯେତିକି କଷ୍ଟ ତା'ର ଭଡା ମଧ୍ୟ ଅଧିକ l ସେ ତ ଏକ ବଖରା ଘର ନେଇଥିଲେ l ବାପଘରୁ କି ଶାଶୁଘରୁ କାହାକୁ ପାଖରେ ଆଣି ରଖିବା ସମ୍ଭବ ନ ଥିଲା l ସ୍ୱାମୀ କମ୍ପାନୀ କାମରୁ ଫେରୁ ଫେରୁ ରାତି ଦଶଟା l ଏକେଲା ଛୁଆଟାକୁ ଧରି ଘାଣ୍ଟିହେବା ଛଡା ଉପାୟ ନ ଥିଲା l


ଏହା ଭିତରେ ତେର ବର୍ଷ ବିତି ଗଲାଣି l ବାବୁ ମାଟ୍ରିକ ପଢା ଶେଷ କରି କଲେଜ ଗଲାଣି l ପ୍ରତିମା ଦେବୀଙ୍କ ସ୍ୱାମୀ ଭାବୁଥିଲେ ତାକୁ ଘର ପାଖ କଲେଜରେ ପଢାଇବେ l କିନ୍ତୁ ସାଙ୍ଗମାନେ ଆବାସିକ ମହାବିଦ୍ୟାଳୟରେ ପାଠ ପଢିବାକୁ ସ୍ଥିର କରିବାରୁ ପୁଅ ମଧ୍ୟ ସେଠାରେ ପଢିବା ପାଇଁ ଆଗ୍ରହ କଲା l

ଶେଷରେ ପୁଅ ଜିଦ ଆଗରେ ସେମାନେ ମୁଣ୍ଡ ନୁଆଁଇଲେ l

ଛୁଟିଦିନରେ ସେମାନେ ମିଳିମିଶି ଏକାଠି ଖାଉଥିଲେ l ପୁଅ ପାଖରେ ନ ଥିବାରୁ ଘର ଖାଲି ଖାଲି ଲାଗୁଛି l ତାଙ୍କ ସ୍ୱାମୀ ପୁଅର ଫଟୋକୁ ଚାହିଁ କହୁଥିଲେ, " ଶୁଣୁଛ, ଆମେ କି ସଂସାର କରିଥିଲେ ? ଆମକୁ ବାପା, ମାଆ ବୋଲି ଡାକିବାକୁ କେହି ନାହିଁ ? "ଏ ପ୍ରଶ୍ନର କି ଉତ୍ତର ଦେବେ ପ୍ରତିମା ଦେବୀ ?


Rate this content
Log in

Similar oriya story from Abstract