ସ୍ଵୟଂସିଦ୍ଧା
ସ୍ଵୟଂସିଦ୍ଧା
ପିଲାଟି ଦିନରୁ ସ୍ଵୟଂସିଦ୍ଧା ଥିଲା ମେଧାବୀ ଓ ଅତ୍ୟନ୍ତ ମେଳାପୀ।ଏହା ବ୍ୟତୀତ ବାପା,ବୋଉଙ୍କୁ ଘର କାମରେ ସାହାଯ୍ୟ କରିବା, ବାଡ଼ି ବଗିଚାର କାମ କରିବା, ଜେଜେମା, ଜେଜେବାପାଙ୍କ ଯତ୍ନନେବା ଥିଲା ତା'ର ନିତିଦିନିଆ କାମ। ବିବାହର ଅନେକ ବର୍ଷପରେ ସେ ଜନ୍ମ ନେଇଥିଲା।ତାକୁ ନେଇ ଅସରନ୍ତି ସ୍ଵପ୍ନ ଦେଖୁଥିଲେ ବାପା। ବିଦ୍ୟାଳୟରେ ମଧ୍ୟ ସମସ୍ତଙ୍କର ପ୍ରିୟ ପାତ୍ରୀ ଥିଲା ସେ।ଅତି ଆଦରରେ ସମସ୍ତେ ତାକୁ ସିଦ୍ଧି ବୋଲି ଡାକୁଥିଲେ।
ତା'ର ବାପା ଅଟୋ ରିକ୍ସା ଚଳାଉ ଥିଲେ।ବୋଉ ଥିଲା ସୁଗୃହିଣୀ। ସନ୍ଧ୍ୟା ହେଲେ ସେ ଜେଜେମା, ଜେଜେବାପାଙ୍କୁ ଭାଗବତ ଶୁଣାଉଥିଲା।ବାପା ଭାବୁଥିଲେ ସିଦ୍ଧି ଭଲ ପାଠ ପଢିବ।ସବୁ କାମରେ ଅଭିଜ୍ଞତା ହାସଲ କରିବ। ସର୍ବୋପରି ଭଲ ମଣିଷଟିଏ ହେବ। ଜେଜେମା କିନ୍ତୁ କହୁଥିଲେ,"ହ । ମାଈକିନିଆ ଝିଅଟା। ପାଠପଢା ବେଶି ଦରକାର କ'ଣ?ଝିଅ ଯେତେ ଅଧିକ ପାଠୋଈ ହେବ, ବାହାଘରରେ ସେତେ ଅଧିକ ଖର୍ଚ୍ଚ। ଯଦି ଘର ସମ୍ଭାଳିବା କାମ ଶିଖିଗଲା, ତେବେ ଢେର୍। ନ ହେଲେ ଶାଶୁଘରେ,ବୋପାଘରର ନାକ କଟେଇଦେବ। ବୋଉ କିନ୍ତୁ କେଡେ କୌଣସି କଥାରେ ପ୍ରତିବାଦ କରୁନଥିଲା। ବରଂ ତାକୁ ସବୁ କାମରେ ଉତ୍ସାହିତ କରୁଥିଲା।
ପ୍ରଥମ ଶ୍ରେଣୀରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ପାସ୍ କଲାପରେ ବାପା ତାକୁ କଲେଜରେ ପଢାଇବାକୁ ସାହସ କରିନଥିଲେ । କିନ୍ତୁ ସିଦ୍ଧିପାଇଁ ସିଟି ଟ୍ରେନିଂର ଫର୍ମ ନେଇକି ଆସିଥିଲେ। ଏହାକୁ ଦେଖି ଖୁବ୍ ଖୁସିଥିଲା ସିଦ୍ଧି। ଟ୍ରେନିଂ ପରେ ଛୋଟ ପିଲାଙ୍କୁ ସେ ପଢେଇବାକୁ ଯୋଗ୍ୟ ହୋଇଯିବ, ସେମାନଙ୍କ ସହ ହସିବ, ଖେଳିବ ଭାବିଲା ବେଳକୁ
