padmaja pati

Abstract

3  

padmaja pati

Abstract

ଘର ମୋର ସ୍ୱର୍ଗ

ଘର ମୋର ସ୍ୱର୍ଗ

2 mins
157


ଅସୀମା ଭୁବନେଶ୍ୱରର ଏକ ଅଫିସରେ କାର୍ଯ୍ୟ କରେ l ବର୍ତ୍ତମାନ କରୋନା ସଂକ୍ରମଣ ଭୟ ଥିବାରୁ ସରକାର ଛୁଟି ଘୋଷଣା କରିଛନ୍ତି l ଆଗରୁ ପିଲାଙ୍କ ସ୍କୁଲ ଛୁଟି ହୋଇ ଯାଇଥିବାରୁ ବ୍ୟସ୍ତ ଲାଗୁଥିଲା ତାକୁ l କାଳେ ପିଲାମାନେ ଏଣେତେଣେ ବୁଲିବେ, ଏହି ଚିନ୍ତା ତାକୁ ବ୍ୟସ୍ତ କରୁଥିଲା l ସ୍ଵାମୀ ତା 'ର ଦିଲ୍ଲୀରେ ବ୍ୟବସାୟ କରୁଥିଲେ l ସେ ମଧ୍ୟ ଗାଡି ଅସୁବିଧା ସକାଶେ ଆସିନାହାନ୍ତି l ତାଙ୍କ ପାଖରେ ସମସ୍ତ ରୋଷେଇ ସରଞ୍ଜାମ ଅଛି l ଅବଶ୍ୟ ସେ ଆସିଥିଲେ ଆହୁରି ଭଲ ଲାଗିଥାନ୍ତା l

ଫୋନରେ ସବୁବେଳେ ପିଲାମାନେ ବାପାଙ୍କ ସହ କଥା ହେଉଛନ୍ତି l ତାଙ୍କୁ ପଳେଇ ଆସିବାକୁ କହୁଛନ୍ତି l ସେପଟୁ ସ୍ୱାମୀଙ୍କ ଉତ୍ତର ତାକୁ ଶୁଭୁଛି , " ତୁମେ ଘରେ ଅଛ ବୋଲି ମାଆକୁ ହଇରାଣ କରିବନି l ମନ ଦେଇ ପଢିବ l ମୁଁ ଏଠାରେ ଭଲରେ ଅଛି l ବରଂ ଭଲ ହୋଇଛି ମୁଁ ସେଠାକୁ ନ ଯାଇଛି l ପଡୋଶୀମାନେ ମୋତେ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତେ l ଦିଲ୍ଲୀରେ କରୋନା ବ୍ୟାପି ଥିବାରୁ ମୋତେ ତୁମମାନଙ୍କ ସହିତ ମିଶିବାର ସୁଯୋଗ ମିଳିନଥାନ୍ତା କିଂବା କ୍ୱାରାଣ୍ଟାଇନ ସେଣ୍ଟରରେ ରହିବାକୁ ପଡିଥାନ୍ତା l ମୋତେ ଏତେଦିନ ପରେ ଟିକେ ଶାନ୍ତିରେ ନିଶ୍ୱାସ ଛାଡ଼ିବାକୁ ସମୟ ମିଳିଛି l ଅସଜଡ଼ା ଘରକୁ ମଧ୍ୟ ସଜାଡୁଛି l ଅନଲାଇନରେ ନିଜକୁ ନୀରୋଗ ରଖିବାର ଉପାୟ ପଢୁଛି l ସନ୍ଧ୍ୟାବେଳେ ଇଚ୍ଛାହେଲେ ଛାତ ଉପରକୁ ଯାଇ ଦିଲ୍ଲୀ ନଗରୀର ସୌନ୍ଦର୍ଯ୍ୟ ଦେଖିପାରୁଛି lମୋଟ ଉପରେ ମୁଁ ଖୁସିରେ ଅଛି l ମାଆର ଓ ତୁମର ଯତ୍ନ ନେବ l ରହୁଛି l

ଅସୀମା ଖୁବ ଖୁସି ହେଉଥିଲା ସ୍ୱାମୀଙ୍କ ଚିନ୍ତାଧାରାକୁ ନେଇ l ପିଲାଙ୍କ ସ୍କୁଲ ସହିତ ଟ୍ୟୁସନ ବି ବନ୍ଦ ଥିଲା l ସକାଳୁ ପିଲାଙ୍କୁ ଉଠେଇ, ନିତ୍ୟକର୍ମ ସାରି ସେ ଠାକୁର ପୂଜାରେ ଲାଗି ପଡୁଥିଲା l ପିଲାମାନେ ମଧ୍ୟ ତା ' ପାଖରେ ବସି ଠାକୁର ପୂଜା ଦେଖୁଥିଲେ l ସନ୍ଧ୍ୟାବେଳେ ସେ ସଞ୍ଜବତୀ ଜଳାଇଲା ବେଳେ ପିଲାଙ୍କ ପ୍ରାର୍ଥନା.. ଆହେ ଦୟାମୟ ବିଶ୍ୱ ବିହାରୀ... ଭାରି ଭଲ ଲାଗୁଛି ତାକୁ l ଘରେ ରହି ଅଫିସ କାମ ମଧ୍ୟ ସୁରୁଖୁରୁରେ କରି ହେଉଛି l ପିଲାଙ୍କ କଥା ମଧ୍ୟ ବୁଝି ହେଉଛି l ଭୟର ବାତାବରଣ ଚାରିଆଡେ l ସମୟ ସହିତ ପାଦ ମିଳାଇ ଚାଲିବାକୁ ତ ପଡିବ l ତଥାପି ସେ ଭାବୁଥିଲା ସତରେ ଏତେ ଦିନପରେ ଘରେ ରହିବାର ସୁଯୋଗ ଓ ଆନନ୍ଦ ତାକୁ ମିଳିଛି l ତା'ର ଘର ସ୍ୱର୍ଗପୁରଠାରୁ କେଉଁ ଗୁଣରେ ବା ଉଣା ?


Rate this content
Log in

Similar oriya story from Abstract