padmaja pati

Inspirational

3  

padmaja pati

Inspirational

ଖାଲି... ତୁମ ପାଇଁ

ଖାଲି... ତୁମ ପାଇଁ

1 min
474


ମିତା ଅଷ୍ଟମ ଶ୍ରେଣୀରେ ପଢୁଥିଲା l ଚାରିଆଡେ କରୋନା ବ୍ୟାପିବା ଯୋଗୁଁ ବାର୍ଷିକ ପରୀକ୍ଷା ହୋଇ ପାରିଲାନି l ବାପା ଓ ମାଆ ତାକୁ ଯେତେ ବୁଝାଇଲେ ମଧ୍ୟ ସେ ପରୀକ୍ଷାଟା ହୁଅନ୍ତା କି ବୋଲି ଭାବୁଥିଲା l ବିନା ପରୀକ୍ଷାରେ ସବୁ ଛାତ୍ରଛାତ୍ରୀ ଉପର ଶ୍ରେଣୀକୁ ଯିବେ ସମ୍ବାଦ ଶୁଣିଲା ପରେ ତା'ର ସବୁ କଳ୍ପନାର ଅନ୍ତ ଘଟିଲା l

ଘରେ ରହି ରହି ତାକୁ ବ୍ୟସ୍ତ ଲାଗିଲାଣି l ସେ ମନେ ପକାଉଥିଲା ଗତ ବର୍ଷର ଧରିତ୍ରୀ ଦିବସ ପାଳନ ଉତ୍ସବ କଥା l ଧରିତ୍ରୀ ଦିବସ ଏପ୍ରିଲ 22 ତାରିଖରେ ପଡେ l ଏ ବର୍ଷ କ'ଣ କିଛି କାର୍ଯ୍ୟକ୍ରମ ହେବନି? ଏତିକିବେଳେ ମାଆ ଆସି କହିଲେ, " ସ୍କୁଲରୁ ଫୋନ ଆସିଛି l ତୁ ଧରିତ୍ରୀ ଦିବସ ଉପରେ ଚିତ୍ର ଆଙ୍କିଦେଲେ ମୁଁ ଅନଲାଇନରେ ପଠାଇ ଦେବି l" ଏବେ ତ ଚାରିଆଡେ ସବୁ ଦୋକାନ ବନ୍ଦ l ତା ' ପାଖରେ ଯେତିକି ରଙ୍ଗ ଅଛି, ସେତିକିରେ କାମ ଚଳାଇବାକୁ ପଡିବ l ଭାବୁଥିଲା ସେ l ଏତିକିବେଳେ ବାପା ତିନୋଟି ମାସ୍କ ଧରି ଘରେ ପହଞ୍ଚିଲେ l ଚିତ୍ର ଆଙ୍କିବାକୁ ବସି ପଡିଲା ସେ l ପୃଥିବୀର ଚିତ୍ରଟିଏ ଆଙ୍କି, ତାକୁ ପିନ୍ଧାଇବା ପରି ଆଙ୍କିଦେଲା ସେ ଏକ ମାସ୍କଟିଏ l ଚିତ୍ରର ତଳେ ସେ ଲେଖିଲା 'ହେ ଧରିତ୍ରୀ ମାତା, ଏଇ ମାସ୍କଟି .... ଖାଲି.. ତୁମ ପାଇଁ l


Rate this content
Log in

Similar oriya story from Inspirational