STORYMIRROR

padmaja pati

Tragedy

3  

padmaja pati

Tragedy

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
282

କାନ୍ଥକୁ ଆଉଜି ବସିଛି ମୁନି। ମୁହଁରେ ବିଷାଦର ଛାୟା। ଘରେ ଆଜି ସେ ଏକୁଟିଆ। ବୋଉ କାଲି ଠାରୁ ଇହ ଧାମ ଛାଡି ସାରିଲାଣି।କରୋନା ସକାଶେ ଅଧିକ ବନ୍ଧୁବାନ୍ଧବ ମୃତାହ କାର୍ଯ୍ୟରେ ଯୋଗଦାନ କରିବା ସମ୍ଭବ ନୁହେଁ। ହେଲେ ପଡୋଶୀ ନରହରି ବାବୁ ଓ ତାଙ୍କ ସ୍ତ୍ରୀ ଏଇ ଅସମୟରେ ଯେଉଁ ଭଳି ସାହାଯ୍ୟ କଲେ, ସେ ଭୁଲିବ କେମିତି? ବୋଉ ନରହରି ବାବୁଙ୍କ ସ୍ତ୍ରୀଙ୍କୁ ଝିଅ କରିଥିଲା।ସେ ଆଜି ସତକୁ ସତ ବନ୍ଧୁବାନ୍ଧବଙ୍କ ଅପେକ୍ଷା ଅଧିକ କାମ କଲେ? ବୋଉର ଦାହ କାର୍ଯ୍ୟ ସବୁ କରାଇଲେ ସେ। କୃତଜ୍ଞତାରେ ଆଖି ପତା ମୁନିର ଭରିଗଲା।

ସେ ଶୁଣିଥିଲା ଈଶ୍ୱର ଅନ୍ୟ କେଉଁ ରୂପରେ ଆସି ସାହାଯ୍ୟ କରନ୍ତି। ଆଜି ନରହରି ବାବୁ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରୁଥିଲା। ବିପଦ ବେଳରେ ସାହାଯ୍ୟ କରିଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy