padmaja pati

Tragedy

4  

padmaja pati

Tragedy

ଏବେ ବି ବଞ୍ଚିଛି

ଏବେ ବି ବଞ୍ଚିଛି

2 mins
23.4K


ସୁରତରୁ ବାହାରି ଓଡିଶା ଅଭିମୁଖେ ଯାଉଥିବା ଗାଡ଼ିରୁ ଓହ୍ଲାଇ ପଡି ରାସ୍ତା କଡ଼ରେ ବସି ପଡିଲା ଅପର୍ତ୍ତି । ଗାଡି ଭିତରେ ଏତେ ଭିଡ଼ ! ଓହୋ ! ତାକୁ ଶ୍ୱାସରୁଦ୍ଧ ହୋଇଗଲା ପରି ଲାଗୁଥିଲା । ଏମିତି କଦର୍ଯ୍ୟ ଅବସ୍ଥାରେ ସେ ଘରକୁ ଯିବ କି ନାହିଁ ବୋଲି ମନେ ମନେ ଭାବୁଥିଲା । ଅନେକ ଦିନରୁ ଦୁଇଟା ଶାଢ଼ୀ ସେ ଘରକୁ ଗଲା ବେଳେ ନେଇକି ଯିବ ବୋଲି କିଣି ରଖିଥିଲା । ତା ' ସ୍ତ୍ରୀ ସୁରତର ଶାଢ଼ୀ ଭଲ ପଡେ ବୋଲି ବାରମ୍ବାର ଫୋନ୍ କରି କହୁଥିଲା । ସେ ଆହୁରି କହୁଥିଲା, " ଶୁଣୁଛ, ବୋହୂର ମଧ୍ୟ ସୁରତ ଶାଢ଼ୀ ଖଣ୍ଡେ ପିନ୍ଧିବାକୁ ଭାରି ମନ । ତୁମେ ମୋ ପାଇଁ ନ ଆଣିଲେ ନାହିଁ, ବୋହୂ ପାଇଁ ମନେ କରି ପାଖରେ ଥିବା ପଇସାକୁ ଦେଖି ଶାଢ଼ୀ ଖଣ୍ଡେ ଆଣିବ । ସେଥିପାଇଁ ଅପର୍ତ୍ତି ଆଉକିଛି ନ ନେଉ ପଛେ ଶାଢ଼ୀ ଦୁଇଟା ଗଣ୍ଠିଲିରେ ଆଗ ରଖି ଥିଲା । ଭାବୁଥିଲା ତା'ର ସାଙ୍ଗ ପଦିଆ ହାତରେ ଶାଢ଼ୀ ଘରକୁ ପଠାଇ ଦେବ କି? ଯଦି ଶାଢ଼ୀ ଦୁଇ ଖଣ୍ଡ ତା ' ଘରେ ପହଁଚିଲା ପରେ ତା ' ସ୍ତ୍ରୀ ମନ ଦୁଃଖ କରିବ ?

ସେ ମନ କୁ ମନ ଭାବୁ ଭାବୁ ଗାଡି ଛାଡି ଦେଇଥିଲା ।


ମନ ଦୁଃଖରେ ରହିବା ସ୍ଥାନକୁ ଫେରି ଟେଲିଫୋନ୍  ବୁଥ୍ କୁ ଯାଇ ପୁଅକୁ ଫୋନ୍ କରି କହିଲା, "ଭିଡ଼ରେ ଯିବାପାଇଁ ମୁଁ ସାହସ କଲି ନାହିଁ । ଆଦୌ ବ୍ୟସ୍ତ ହେବ ନାହିଁ । ମୁଁ ଲକ୍ ଡାଉନ୍ ଖୋଲି ଗାଡି ଭଲ ଭାବେ ଚଳାଚଳ କଲେ ଘରକୁ ଯିବି । ବୋଉ କହିବା ଅନୁସାରେ ଦୁଇଟା ଶାଢ଼ୀ ତା ପାଇଁ ଓ ବୋହୂ ପାଇଁ ରଖିଛି । ଏତିକିବେଳେ ଛିଣ୍ଡା ଶାଢ଼ୀ ଖଣ୍ଡେ ପିନ୍ଧି ପହଞ୍ଚିଲା ଭିକାରୁଣୀଟିଏ ଏବଂ ଅତି ଆଗ୍ରହରେ ଅପର୍ତ୍ତିର ଗଣ୍ଠିଲିକୁ ଚାହିଁ ରହିଥିଲା । ଅପର୍ତ୍ତି ଗଣ୍ଠିଲି ଖୋଲି ଗୋଟାଏ ବିସ୍କୁଟ୍ ପ୍ୟାକେଟ ଓ ଶାଢ଼ୀ ଖଣ୍ଡେ ବଢାଇ ଦେଲା ଭିକାରୁଣୀଟିକୁ । ଭିକାରୁଣୀଟି କୃତଜ୍ଞତା ଭରା ଆଖିରେ ଚାହିଁ ରହିଥିଲା ଅପର୍ତ୍ତିକୁ l


Rate this content
Log in

Similar oriya story from Tragedy