padmaja pati

Tragedy

4.0  

padmaja pati

Tragedy

ଦୁଃଖର ଅଧିକାର

ଦୁଃଖର ଅଧିକାର

2 mins
320


  ଗାଆଁ ହାଟରେ ପରିବା ବିକି କୁଟୁମ୍ବ ଚଳାଏ ସୁମତି। ଦୁଇ ପୁଅ, ସ୍ବାମୀ ଓ ଶାଶୁଙ୍କୁ ନେଇ ତା'ର ଛୋଟ ପରିବାର। ସ୍ବାମୀ ଆଗରୁ ମୂଲ ଲାଗି ଘର ଚଳାଉଥିଲେ । ଇଟା ବୋହୁଥିବା ଅବସ୍ଥାରେ ଶିଡିରୁ ଗୋଡ ଖସିଯିବା ପରେ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଥିବାରୁ ସେ ଅକର୍ମଣ୍ୟ। ଘର ଚଳାଇବାପାଇଁ ଅନ୍ୟ କିଛି ପନ୍ଥା ନ ଥିବାରୁ ବାଧ୍ୟ ହୋଇ ସୁମତିକୁ ଘରୁ ଗୋଡ କାଢ଼ିବାକୁ ପଡ଼ିଲା।

  ଯେଉଁଦିନ ପରିବା ବିକି ଘର ଚଳାଇବାର ନିଷ୍ପତ୍ତି ସେ ନେଲା ,ଶାଶୁ ବ୍ୟସ୍ତ ହୋଇ ପଡ଼ିଲେ।ସେ କହିଲେ," ସୁମି,ମୁଁ କେତେ ଆଶା କରି ନ ଥିଲି। ଭାବିଥିଲି ,ମୋ ପୁଅ ବୁଢ଼ୀ ହେଲା ବେଳକୁ ରୋଜଗାର କରି ମୋତେ ପୋଷିବ। ହେଲେ ....ତୁ ମୋ ବୋହୂ ହୋଇ ଦାଣ୍ଡକୁ ଗୋଡ କାଢ଼ିଲୁ? ତୁ କହୁଛ, ଘର ଘର ବୁଲି ଚାଷୀଙ୍କ ଠାରୁ ପରିବା ସଂଗ୍ରହ କରିବେ ତୋ ପୁଅ।ଇସ୍କୁଲ ପଢା ତାଙ୍କର ସରିନି । ଏତେ କଷ୍ଟ କରିବେ ସେ ।ଆଉ ତୁ ଘର ଭୁଆସୁଣୀ... ହାଟରେ ବସି ପରିବା ବିକିବୁ?ଏ ସବୁ ଦେଖିବା ଆଗରୁ ନିଆଁଲଗା ଜୀବନ .. ଛାଡ଼ି ନ ଗଲା .. କାହିଁକି?

  ସୁମତି କହିଲା," ବୋଉ,ମୁଁ ମାନୁଛି, କେବେ ଘର ଏରୁଣ୍ଡି ବନ୍ଧ ଡେଇଁ ବାହାରକୁ ଯାଇ ନ ଥିଲି। କିନ୍ତୁ ପରିବେଶ ଆଉ ପରିସ୍ଥିତି ମଣିଷକୁ ନେଇ କେଉଁଠି ଯେ ଠିଆ କରିବ,ସେ କଥା କିଏ କହିବ? ତୁମେ ଅଧୈର୍ଯ୍ୟ ହୁଅ ନାହିଁ।ମୋ କଥା ମାନ। ମୋର ଦୁଇ ପୁଅ ସକାଳୁ ପରିବା କିଣି ହାଟରେ ରଖିଦେଇ ସ୍କୁଲ ଯିବେ। ମୁଁ ସକାଳ ଜଳଖିଆ ବି କରିପାରିବି ।ଦିନ ବାରଟାରେ ହାଟରୁ ଫେରିଲେ ରୋଷେଇ ମଧ୍ୟ କରିଦେବି। ତୁମେ ମନ ଊଣା କର ନାହିଁ। ଶାଶୁଙ୍କ କଣ୍ଠ ବାଷ୍ପରୁଦ୍ଧ ।

   ପରିବା ବିକା ଧନ୍ଦାଟି ଆପଣେଇ ନେଇଥିବାରୁ କରୋନା ସମୟେରେ ମଧ୍ୟ ବିଶେଷ ହଇରାଣ ହେବାକୁ ପଡ଼ିଲାନି ତାକୁ। ଦୁଃଖେ, ସୁଖେ ଚଳି ଯାଉଥିଲା, ତା'ର ସଂସାର । ସବୁଦିନ ପରି ହାଟକୁ ବାହାରୁଥିଲା ସେ। ସ୍ବାମୀ ତାକୁ କହିଲେ," ସୁମି, ଆଜି ମୋ ଦେହ ଭଲ ଲାଗୁନି । ତୁମେ ଆଜି ନ ଗଲେ,ଚଳନ୍ତା ନାହିଁ। ସୁମତି କହିଲା," ଦେଖ, ହାଟକୁ ନ ଗଲେ, ଏତେ ପରିବା କରିବା କ'ଣ? ଆଜି ବିକ୍ରି ନ କଲେ, ସେଗୁଡ଼ାକ ଶୁଖିଯିବ। କିଛି ମଧ୍ୟ ସଢିଯାଇ ନଷ୍ଟ ହୋଇଯିବ। କାଲି ତାକୁ କିଣିବ କିଏ? ଯେତେ ଶୀଘ୍ର ପରିବାବିକା ସରିବ, ସେତେ ଜଲ୍ଦି ଫେରି ଆସିବି। "ହଉ,ଯାଅ କହି ସ୍ବାମୀ କେବଳ ଦୀର୍ଘଶ୍ୱାସ ଛାଡ଼ିଲେ।

  ହାଟରେ ଯାଇ ପହଞ୍ଚି ପରିବା ବିକିବାକୁ ଆରମ୍ଭକଲା ସୁମତି। ହେଲେ ଅନ୍ୟ ଦିନ ପରି କାମରେ ତା'ର ମନ ଲାଗୁ ନ ଥିଲା। ବାରମ୍ବାର ସ୍ଵାମୀଙ୍କ ଶୁଖିଲା ମୁହଁ ତା' ଆଖି ଆଗରେ ନାଚି ଯାଉଥିଲା। ଅଧା ଘଣ୍ଟାପରେ ସାନ ପୁଅ ସାଇକେଲ ଧରି ବ୍ୟସ୍ତ ହୋଇ ପହଁଚିଗଲା ଓ ଘରକୁ ଫେରିବାପାଇଁ କହିଲା।ପରିବା ବିକ୍ରି ନ ହେଲେ ଘରକୁ ସେ ଫେରିବ କେମିତି? ପୁଅ କହିଲା ଯେ ବାପାଙ୍କୁ ହାର୍ଟ ଆଟାକ୍ ଆସିଛି। ତାଙ୍କୁ ପାଖ

ମେଡିକାଲକୁ ନିଆଯାଇଛି। ସେ ତାକୁ ବାରମ୍ବାର ଖୋଜୁଛନ୍ତି।

  ତଥାପି ସୁମତି ଦମ୍ଭ ଧରି ପୁଅକୁ କହିଲା," ତୁ ଯା। ପରିବା ବିକ୍ରି ସରିଗଲେ ମୁଁ ଯିବି। ଜେଜେମା ପାଖରେ ଥିବୁ। ମୁଁ ଘରେ ପହଞ୍ଚିଲେ, ସମସ୍ତେ ମିଶି ମେଡିକାଲକୁ ଯିବା। ବ୍ୟସ୍ତ ହୁଅନା। ଭଗବାନ୍ ଅଛନ୍ତି।

   ମନର କୋହକୁ ମନରେ ଚାପି ହାଟରେ ପରିବା ବିକୁଥିଲା ସୁମତି। ଘର ଚଳିବାପାଇଁ ସ୍ଵାମୀଙ୍କ ଔଷଧପତ୍ର କିଣିବା ପାଇଁ ତ ଟଙ୍କା ଦରକାର। ଖାଲି ହାତରେ ସେ ଘରକୁ ଫେରିବ କେମିତି?

  


Rate this content
Log in

Similar oriya story from Tragedy