padmaja pati

Abstract Others

3  

padmaja pati

Abstract Others

ପଲାଶ ଗଛ

ପଲାଶ ଗଛ

2 mins
589


ମିତାର ଘର ବଣ ପାହାଡ଼ ଘେରା ଏକ ଗାଁରେ l ପ୍ରକୃତି ଯେପରି ସବୁ ସମ୍ଭାର ଅଜାଡି ଦେଇଛି ବିନା ଦ୍ଵିଧାରେ , ବିନା ସର୍ତ୍ତରେ ତା'ର ଗାଁରେ l ଗାଁ ସ୍କୁଲରେ ସେ ଅଷ୍ଟମ ଶ୍ରେଣୀରେ ପଢେ l ଘରେ ମାଆ ଓ ବାପା l ଖୁସିରେ କଟି ଯାଉଥିଲା ତା'ର ଦିନ l ବର୍ଷାର ଗୁରୁ ଗମ୍ଭୀର ଶବ୍ଦ ପାହାଡ଼ର ବୁକୁ ଥରାଇ ଦେଉଥିଲେ ବି ତାକୁ ଖୁବ ଖୁସି ଲାଗୁଥିଲା l ସବୁଠାରୁ ବେଶି ଖୁସି ହେଉଥିଲା ସେ ବସନ୍ତ ୠତୁ ଆସିଲେ l ଆମ୍ବ ବଉଳର ବାସ୍ନାରେ ମହକି ଉଠୁଥିଲା ତା'ର ଅଗଣା l ତାଙ୍କ ଘର ଆଗରେ ରାସ୍ତା କଡ଼ରେ ଥିଲା ଏକ ବିରାଟ ପଲାଶ ଗଛ l ମିତା ପିଲାବେଳୁ ସେ ଗଛକୁ ଦେଖି ଆସୁଛି l

ସବୁ ବର୍ଷ ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ବାପା ଗଛରେ ଚଢି ଫୁଲ ତୋଳୁଥିଲେ ଓ ଗାଁ ପାଖ ହାଟରେ ବିକ୍ରି କରୁଥିଲେ l ସେ ବାପାଙ୍କ ଠାରୁ ଶୁଣିଥିଲା ଯେ ପଲାଶ ଫୁଲ ଦୋଳ ପୂର୍ଣ୍ଣିମାରେ ପୂଜାରେ ଲାଗେ l ଦୋଳ ପୂର୍ଣ୍ଣିମା ପାଖେଇ ଆସୁଛି l ସେ ଗଛକୁ କେତେ ଦିନ ହେଲା ଲକ୍ଷ୍ୟ କରୁଛି l କାହିଁ ଏ ବର୍ଷ ତ ଗଛରେ ଫୁଲ ଆସୁନାହିଁ ? ମିତାର ମନରେ ଗଛକୁ ନେଇ ସୃଷ୍ଟି ହେଉଥିଲା ଅନେକ ପ୍ରଶ୍ନ l କ'ଣ ଗଛର କିଛି ଅସୁବିଧା ହେଲା କି ?

ଆଉ ଚାରି ଦିନ ବାକି ? କ'ଣ ଗଛଟା ଏ ବର୍ଷ ନିରାଶ କରିବ କି? ବାପା ହାଟରେ ପଲାଶ ଫୁଲ ବିକ୍ରି କରି ତା ' ପାଇଁ ହୋଲି ଖେଳର ରଙ୍ଗ କିଣି ଆଣୁଥିଲେ l ସେ ଓ ତା' ସଙ୍ଗାତ କେତେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ହୋଲିକୁ ? ଏତିକି ବେଳେ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ l ବର୍ଷା ସାଙ୍ଗକୁ ଜୋରରେ ପବନ l କ'ଣ ବାତ୍ୟା ଆସିଲା କି? ମାଆ ତାକୁ ଘର ଭିତରକୁ ଟାଣି ନେଇ ଝରକା କବାଟ ବନ୍ଦ କରିଦେଲେ l ଏତିକି ବେଳେ ଗଛ ଉପୁଡିବାର ଶବ୍ଦ ତା' କାନରେ ବାଜିଲା l କଇଁ କଇଁ ହୋଇ କାନ୍ଦି ଉଠିଲା ସେ l ମାଆ ତାକୁ ବୁଝାଇବାକୁ ଚେଷ୍ଟା କରୁଥିଲେ l ବର୍ଷା, ପବନ ଥମିଲା ପରେ ସେମାନେ ପଦାକୁ ବାହାରିଲେ l ମିତା ଗଛ ପାଖକୁ ଗଲା l ସେ ଦେଖିଲା ଗଛର ମଞ୍ଜକୁ ପୋକ ଖାଇ ଯାଇଛି l ଗଛକୁ ଚାହିଁ ସେ ମନକୁ ମନ କହୁଥିଲା, ଆମକୁ ତୁ କ୍ଷମା କରିଦେ l ତୋତେ ପୋକ ଖାଇ ଯାଇଥିଲା ବୋଲି ଆମେ ଜାଣି ପାରିଲୁନି l ତୋ ଋଣ ଆମେ ଶୁଝି ପାରିବୁନି l


Rate this content
Log in

Similar oriya story from Abstract