padmaja pati

Others

3.5  

padmaja pati

Others

ଭଗବାନ ତୁ ଆଜି କେଉଁଠି

ଭଗବାନ ତୁ ଆଜି କେଉଁଠି

1 min
137


ସୁଶାନ୍ତ ମନକୁ ମନ ଭାବୁଥିଲା। ମନ୍ଦିର ଆଗରେ ଲୋକ ଗହଳି। ଆଜି ଶିବ ରାତ୍ରୀ ।କେତେ ଲୋକ ମାନସିକ କରି ଦୀପ ବସାଇଛନ୍ତି। ସତରେ କ'ଣ ଭଗବାନ ଶିବ ସବୁ ଭକ୍ତଙ୍କ ମନସ୍କାମନା ପୂରଣ କରିପାରିଛନ୍ତି? ମୁସଲମାନ ଭକ୍ତମାନେ କିପରି ମସଜିଦରେ ଧାଡ଼ି ଧାଡ଼ି ହୋଇ ମୁଣ୍ଡିଆ ପଡନ୍ତି, ଦୂରଦର୍ଶନରେ ସେ ଦେଖିଛି।ଗୀର୍ଜାରେ ମଧ୍ୟ ଅନୁରୂପ ପରିବେଶ ଦେଖିବାକୁ ମିଳେ। ସମସ୍ତେ ଭଗବାନଙ୍କପାଇଁ ଆତୁର।ସବୁ ଧର୍ମ ,କର୍ମ, ରୀତି ନୀତିରେ କ'ଣ ଭଗବାନ ସନ୍ତୁଷ୍ଟ ହୁଅନ୍ତି?ସୁଶାନ୍ତ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଟେକି ପ୍ରଣାମ କରୁ କରୁ କହୁଥିଲା," ହେ ଭଗବାନ୍! ସତରେ ତୁ କେଉଁଠି? ମନ୍ଦିରର ପ୍ରତିମାରେ, କି ଶୂନ୍ୟ ମସଜିଦରେ ଅବା ଗୀର୍ଜାରେ ,କି ପାଳନ କରା ଯାଉଥିବା ସମସ୍ତ ରୀତିନୀତିରେ?


Rate this content
Log in