padmaja pati

Tragedy Inspirational

3  

padmaja pati

Tragedy Inspirational

ଶ୍ରେଷ୍ଠ ଉପହାର

ଶ୍ରେଷ୍ଠ ଉପହାର

2 mins
535


ଯେଉଁଦିନ ମାମାଲିଠାରୁ ମିତା ମାଆ ଡାକ ଶୁଣିବାକୁ ପାଇ ଥିଲା, ଖୁସିରେ ଆତ୍ମହରା ହୋଇ ପଡିଥିଲା l କୋଳକୁ ନେଇ ବହୁତ ଗେଲ କରିଥିଲା ତାକୁ l ଆସନ୍ତାକାଲି ମାମାଲିର ଜନ୍ମଦିନ l ମାମାଲି ପଢ଼ାସାରି ହାଇଦ୍ରାବାଦରେ ଚାକିରୀ କରୁଛି l ଏବେ ଲକ୍ ଡାଉନ୍ ଥିବାରୁ ସେ ଘରୁ ଅଫିସ୍ କାମ କରୁଛି l ଯେତେବେଳେ ପଚାରିଲେ ସେ କହୁଛି, "ହଁ , ଭଲ ଅଛି l ମୋ ପାଇଁ ଏତେ ଚିନ୍ତା କରୁଛୁ, କାହିଁକି?

କାଲି ଭଳି ମନେ ପଡୁଛି ଶାଶୁ ଜିଦି କଲେ, ଯଦି ଗର୍ଭରେ ଝିଅ ଥାଏ, ତେବେ ଗର୍ଭପାତ କରିଦେବା l କିନ୍ତୁ ପରୀକ୍ଷା ପାଇଁ ଯିବାକୁ ରାଜି ହୋଇ ନ ଥିଲା ସେ l ସେ ଆପତ୍ତି କରି କହିଥିଲା, " ମୋର ପ୍ରଥମ ଛୁଆ l ସେ ଝିଅ ହେଉ କି ପୁଅ ହେଉ, ଚିନ୍ତା କରିବାର ନାହିଁ l ମାମାଲିର ଜନ୍ମ ପରେ ଶାଶୁଙ୍କ ଗଞ୍ଜଣା ସହିବା , ତାକୁ ଅସହ୍ୟ ହେଲା l ସବୁବେଳେ ଘରେ କାହିଁକି କଳି ତକରାଳ ହେବ ଭାବି ବାପାଙ୍କ ଅନୁମତି ନେଇ ନିଜ ଘରକୁ ପଳାଇ ଆସିଲା ସେ l ସେଥିପାଇଁ ଅଭିମାନରେ ସ୍ୱାମୀ ମଧ୍ୟ ତା'ସହ କଥା ହେଉ ନ ଥିଲେ l ହେଲେ, ଆଜି କାହିଁକି ତାଙ୍କ କଥା ବହୁତ ମନେ ପଡୁଛି l ରାତି ବାରଟା ବେଳକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଫୋନ୍ କଲା ସେ ମାମାଲିକୁ l କଥା କ'ଣ? ମାମାଲିର ଫୋନ୍ ବ୍ୟସ୍ତ ଥିଲା ପରି ଜଣା ପଡୁଛି l ଏତେ ରାତିରେ କାହା ସଙ୍ଗେ ଗପୁଛି ସେ ? ହଁ, ସାଙ୍ଗ କିଏ ହୋଇଥିବେ ବୋଲି ମନକୁ ବୁଝାଇ ଦେଲା ମିତା l ଏତିକିବେଳେ ଆରପଟୁ ଝିଅର ଫୋନ୍ ଆସିଲା l ମାମାଲି କହିଲା, " ମାଆ, ପ୍ରଣାମ l ନ ରାଗିବ ଯଦି ମୁଁ ତୁମକୁ କଥାଟେ କହିବି l ମିତା କହିଲା, " ତୋ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ଫୋନ୍ କରିଥିଲି l କ'ଣ କହିବୁ କହ l ମାମାଲି କହିଲା, " ଫେସବୁକରୁ ବାପାଙ୍କ ଠିକଣା ପାଇବା ପରେ ତୁମକୁ ନ ଜଣାଇ ମୁଁ ବାପାଙ୍କ ସହ ଯୋଗାଯୋଗ କରିଥିଲି l ବାପା ଜେଜେମାର କଥାକୁ ଗୁରୁତ୍ୱ ଦେଇ ତୁମକୁ ଅବହେଳା କରିଛନ୍ତି ବୋଲି ଅନୁତପ୍ତ l ତୁମେ ଫୋନ୍ କରିବା ପୂର୍ବରୁ ସେ ମୋତେ ଜନ୍ମଦିନର ଶୁଭେଚ୍ଛା ଜଣାଉଥିଲେ l ମୋତେ ମୋ ମାଆ ଓ ବାପା ଉଭୟଙ୍କ ସ୍ନେହ ଦରକାର l ମୋ ଜନ୍ମଦିନରେ ଏତିକି ମାଗୁଣି ମାଆ l କି ଉତ୍ତର ଦେବ ଭାବି ପାରୁ ନ ଥିଲା ମିତା l ମାମାଲି ଏକ କନଫରେନ୍ସ କଲ୍ କଲା ତା ବାପା ଓ ମାଆଙ୍କୁ lମାଆ ସହ କଥା ହେବାକୁ ସେ ବାପାଙ୍କ ପାଖରେ ଅଳି କରୁଥିଲା l ତା'ର ବାପା କହୁଥିଲେ, "ମିତା, ଭଲ ଅଛ ? ମାମାଲି ଛୁଟିରେ ଘରକୁ ଆସିଲେ ମୁଁ ତୁମ ସମସ୍ତଙ୍କୁ ନେବାକୁ ଆସିବି l ମିତାର ଆଖି ଲୁହ ଭର୍ତ୍ତି l ଥରିଲା କଣ୍ଠରେ ସେ ଖାଲି ହଁ ବୋଲି କହିଲା l ମାମାଲି ଭାରି ଖୁସି ହୋଇ କହିଲା, "ତୁମ, ଦୁଇ ଜଣଙ୍କ ସ୍ନେହ, ମୋ ଜନ୍ମଦିନର ଶ୍ରେଷ୍ଠ ଉପହାର l"



Rate this content
Log in

Similar oriya story from Tragedy