STORYMIRROR

Sunanda Mohanty

Fantasy Thriller Others

3  

Sunanda Mohanty

Fantasy Thriller Others

ନିର୍ଭୟା

ନିର୍ଭୟା

2 mins
9

ରାସ୍ତାରେ ଏକୁଟିଆ ଚାଲୁଥିଲା ଝିଅଟି. ତାକୁ ଅନେକ ଦୂର ଅତିକ୍ରମ କରିବାର ଥିଲା ତ କିଛି ବାଟ ପଛକୁ କିଛି ବାଟ ଆଗକୁ ଥିବା ଭିତରେ ଅର୍ଥାତ ମଝି ରାସ୍ତାରେ ଝିଅଟିକୁ ଲାଗିଲା କେହି ତାକୁ ଅନୁସରଣ କରୁଛି ତ ଝିଅଟି ସାହାସୀ ଥିବାରୁ ଭୂତ ପ୍ରେତ ଭୟ ଛାଡି ପଛକୁ ଚାହିଁ ଚମକି ପଡିଲା କାରଣ ପଛରେ ତିନି ଜଣ ଯୁବକ ତାକୁ ଅନୁସରଣ କରୁଥିଲେ. ଝିଅଟି ଡରିଯିବା ପୂର୍ବରୁ ସେ ତିନି ଯୁବକ ପଛପଟକୁ ବୁଲି ପଡି ଆଗକୁ ଅର୍ଥାତ ଝିଅଟିର ବିପରୀତ ଦିଗରେ ଚାଲିବାକୁ ଲାଗିଥିଲେ . ଅଳକା ଏଥର ଡରି ଯାଇଥିଲା ତ ସତର୍କରେ ଆଗକୁ ବଢୁ ବଢୁ ପଛକୁ ବୁଲି ଚାହିଁ ଦେଖିଥିଲା ସେ ତିନି ଯୁବକ ପୁଣି ସେମିତି ଆଗକୁ ବଢୁଥିଲେ ତ ଝିଅ ଅଳକା ଏଥର ଜୋର ଜୋର ଚାଲିବା ଭିତରେ ଭାଇ ସମ୍ବୋଧନ କରି ଫୋନ କରି ନିଜ ଅସୁବିଧା କଥା ସବୁ ଜଣେଇଥିଲା କାରଣ ସେତେବେଳକୁ ସନ୍ଧ୍ୟା ଯାଇ ଅନ୍ଧାର ଆସିସାରିଥିଲା ଓ ଘର ତଥାପି ଦୂର ଥିବା ବେଳେ ରାସ୍ତା ଥିଲା ନିଛାଟିଆ.
    ଝିଅଟି ଭାବୁଥିଲା ଭାଇକୁ ତାର ଜ୍ୱର ବୋଲି ସେ ତା ନିଜ ସହରରୁ ଟିକେ ଦୂର ନିଛାଟିଆ ଜାଗାରେ ଥିବା ଜଗନ୍ନାଥ ମନ୍ଦିରକୁ ଭାଇର ଶୀଘ୍ର ଜ୍ୱର ଭଲ ହୋଇଯିବା କାମନା କରି ଆସୁ ଆସୁ ତିନି ରଥ ନିର୍ମାଣର କାରିଗରୀ କୌଶଳ ସନ୍ଦର୍ଶନ ସହ ନବଯୌବନ ଦର୍ଶନ ପାଇଁ ଧାଡ଼ିରେ ଯାଇ ଭାଇ ପାଇଁ ଫୁଲ ଚଢେଇ, ନଡ଼ିଆ ଭାଙ୍ଗି ଭୋଗ କରି ଫେରୁ ଫେରୁ ସନ୍ଧ୍ୟା ହୋଇଯାଇଥିଲା. ଭାଇର ସେବା ପାଇଁ ବାପା ବ୍ୟସ୍ତତା ଭିତରେ ଥିବେ ତେଣୁ ତାଙ୍କୁ ଫୋନ ନକରି ଜଣେ ଝିଅ ସାଙ୍ଗଙ୍କୁ ଭାଇ ସମ୍ବୋଧନ କରି ଚୁମ୍ବକରେ ସବୁକଥା ଜଣେଇ ଦେବା ପରେ ସେହି ସାଙ୍ଗର ଭାଇ ବାଇକ ଧରି ଅଳକା ପାଖରେ ପହଁଞ୍ଚିଯିବା ପରେ, ବହୁ ଦିନରୁ ଅଳକା ପ୍ରତି ତା ମନରେ ଥିବା ପ୍ରେମ ଭାବନାକୁ ବ୍ୟକ୍ତ କରିବା ଦ୍ୱାରା ଦୁହିଁଙ୍କ ଭିତରେ କଥା କଟାକଟି ହେବା ଦେଖି ସେହି ତିନିଜଣ ଯୁବକ ଆସି ଅରୁଣର କଲର ଧରି ତାକୁ ତୁମେ ଏ ଝିଅର କଣ ପ୍ରକୃତରେ ଭାଇ ବୋଲି ପଚାରିବା ସହ ଅଳକାକୁ ଏକୁଟିଆ ରାସ୍ତାରେ ଯାଉଥିବାରୁ ତାକୁ କାଳେ କୌଣସି ବିପଦର ସାମ୍ନା କରିବାକୁ ପଡିପାରେ ଆଶଙ୍କାରେ ଆମେ ତାଙ୍କ ପଛେ ପଛେ ସୁରକ୍ଷା ଦେଇ ଚାଲିବା ଭିତରେ ସେ ଭାଇଙ୍କୁ ଫୋନ କରିବା ଶୁଣିଛୁ କିନ୍ତୁ ତୁମେ ତ ତା ଭାଇ ପରି ମୋଟେ ଲାଗୁନ କହି ଅରୁଣକୁ କାବୁ କରିନେଇ ଝିଅଟିକୁ ନିର୍ଭୟରେ ଘରକୁ ଯିବାକୁ କହିଥିଲେ. ଘରେ ପହଁଞ୍ଚି ଅଳକା ଭାଇ ସୁସ୍ଥ ହୋଇ ବାପାଙ୍କ ସଙ୍ଗେ ଘରକୁ ଫେରି ଆସିଥିବା ଦେଖି ଖୁବ ଖୁସି ହୋଇଯାଇଥିଲା କିନ୍ତୁ ଏବର୍ଷ ରଥଯାତ୍ରାରେ ସେ ସେହି ତିନିଜଣଙ୍କୁ ଖୁବ ଖୋଜୁଥିଲା ଭିଡ଼ ଭିତରେ. ବାପା ଭାଇର ସିକଲ ସେଲ ରୋଗରୁ ଜ୍ୱର ମୁକ୍ତ ହେବାପାଇଁ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କଲାବେଳେ ଝିଅ ଅଳକା କାହାକୁ ଖୋଜୁଛି ପଚାରି ସବୁ ଶୁଣିଲା ପରେ କହିଥିଲେ ସେ ତିନିହେଁ ତ ରଥରେ ମାଆ ଆଉ ପଥରେ ତତେ ସେହି ତିନିହେଁ ରକ୍ଷା କରିଛନ୍ତି ସେଇ ଭାଗ୍ୟବିଧାତା ତୋ ପାଇଁ ଭଲ ବର ଓ ଘର ଠିକ କରିଦେବା ସହ ତୋ ଭାଇକୁ ଭଲ କରିଦେଇଛନ୍ତି. ଏହା ପରେ ବାପା ନିଜେ ଅରୁଣ ସହ ବିବାହ ପ୍ରସ୍ତାବ ଭାଙ୍ଗି ନିଜ ମନୋନୀତ ପୁଅ ସହ ଝିଅର ବିବାହ ସାରିଥିଲେ. ଅଳକା ଏଯାଏଁ ସେଦିନ ଏକୁଟିଆ ରାସ୍ତାର ସେ ଅନୁଭୂତିକୁ ନେଇ କାହାଣୀଟିଏ ଲେଖିବାକୁ ଭାବି ଲେଖିପାରିନଥିଲା.



Rate this content
Log in

Similar oriya story from Fantasy