Sudeshna Misra

Abstract Action Inspirational

4.5  

Sudeshna Misra

Abstract Action Inspirational

ନିର୍ବାଚନୀ ଇସ୍ତାହାର

ନିର୍ବାଚନୀ ଇସ୍ତାହାର

5 mins
951


ଆଜି ସମସ୍ତେ ଭାରି ଖୁସି ଅଛନ୍ତି ପରିବାର ରେ, କାଲି ଭୋଜିଭାତର ଆୟୋଜନ କରାଯାଇଛି, ଗାଁ ବାଲାଙ୍କ ପାଇଁ। ସେଥିରେ କିଛି ସାଙ୍ଗସାଥୀ ବି ଯୋଗ ଦେବେ। ଯେମିତି କୋଉଥିରେ କିଛି ଅଭାବ ନ ରୁହେ, ସେଥିପାଇଁ ଅକ୍ଷୟବାବୁ ଓ ପ୍ରଣବ ଖୁବ୍ ସତର୍କ। ପରିଶ୍ରମ ଓ ପଇସା ଖର୍ଚ୍ଚ କରିବା ପାଇଁ ଆଦୌ କୁଣ୍ଠିତ ନୁହଁନ୍ତି ସେମାନେ। ଏକ ଯୋଜନା ବୈଠକ ଡକାଯିବ ତାପରଦିନ। ଯେମିତି ସବୁ ସୁରୁଖୁରୁରେ ହେବ ଓ କେଉଁଥିରେ କମି ନରହିବ। ତାପରେ ଏ ଗାଁ ଓ ପାଖ ଗାଁ ରେ ସଭା ସମିତି ଓ ପ୍ରଚାର କାର୍ଯ୍ୟକ୍ରମ ରଖାଯିବ। ପ୍ରକୃତରେ ଖୁସୀର କାରଣ ଥିଲା ସରପଞ୍ଚ ପ୍ରାର୍ଥୀ ପାଇଁ ସୁକାନ୍ତିକୁ ଟିକେଟ ମିଳିବା। ବର୍ତ୍ତମାନ ରାଜ୍ୟର ସାଶକଦଳ ପରୋକ୍ଷରେ ସମର୍ଥନ କରୁଛନ୍ତି ତାକୁ। ପୂର୍ବରୁ ଏଇ ସରପଞ୍ଚ ସିଟ୍ ଟି ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏବର୍ଷ ମହିଳା ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ପ୍ରକୃତରେ ୫ ବର୍ଷ ତଳେ ସୁକାନ୍ତି ର ଶଶୁର ଅକ୍ଷୟବାବୁ ତାଙ୍କ ଅତାବିରା ପଞ୍ଚାୟତର ସରପଞ୍ଚ ଥିଲେ। ୟା ପୂର୍ବଥର ତାଙ୍କ ବିରୋଧୀ ଦଳ ଜିତିଥିଲେ। ଆଉ ଏଥର ସୁକାନ୍ତି ର ସ୍ବାମୀ ପ୍ରଣବ ଠିଆହେବା ପାଇଁ ଯୋଜନା କରୁଥିଲେ। କିନ୍ତୁ ସରକାର ଏଥର ଏହି ପଞ୍ଚାୟତର ସରପଞ୍ଚ ଜଣେ ମହିଳା ହେବେ ବୋଲି ସ୍ଥିର କରିବା ଯୋଗୁଁ ସୁକାନ୍ତି କୁ ପ୍ରାର୍ଥୀ ଭାବେ ନିର୍ବାଚନରେ 

ଠିଆକରିବାକୁ ଅକ୍ଷୟ ବାବୁ ଓ ପ୍ରଣବ ଠିକ୍ କଲେ। ଆଉ ପ୍ରାର୍ଥୀ ପତ୍ର ଦାଖଲ ହେଲା ଏବଂ ତାହା ନାକଚ ନହେଇ ଗୃହିତ ମଧ୍ୟ ହେଇଗଲା । 

ଭୋଜି ପରଦିନ, ଘରେ ଏକ ବୈଠକ ଡକାଯାଇଥିଲା ନିର୍ବାଚନ ପାଇଁ କଣ ସବୁ କାର୍ଯ୍ୟକ୍ରମ ରଖାଯିବ ଓ କିପରି ତାହା କାର୍ଯ୍ୟକାରୀ କରାଯିବ। ତାଙ୍କ ସପକ୍ଷରେ ଥିବା ନିଜର ଓ ପାଖପାଖି ଗାଁ ର ଯୁବକ ମାନଙ୍କୁ ଡକାଗଲା। ତା ସହିତ ଗାଁ ର ମୁଖ୍ୟ ମୁଖ୍ୟ ଲୋକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଗଲା । କିଛି ଘଣ୍ଟା ଆଲୋଚନା ହେବାପରେ କେଉଁଠି କି କି କାର୍ଯ୍ୟକ୍ରମ ରଖାଯିବ ଓ ତା ପାଇଁ ଖର୍ଚ୍ଚ ଅଟକଳ ଇତ୍ୟାଦି ହେଇଗଲା। କିଏ କେଉଁ ଦାୟିତ୍ବ ନେବ, ସବୁ ଠିକଣା ହେଇଗଲା। ପ୍ରଣବ ସମସ୍ତ ଆୟୋଜନ କରୁଥାନ୍ତି ଅକ୍ଷୟ ବାବୁଙ୍କ ନେତୃତ୍ଵରେ। ସୁକାନ୍ତି ଓ ଶାଶୁ ମିଶିକି ଚାହା ଜଳଖିଆ ବାଢିଲେ। ସେମାନଙ୍କ ଖଳାଗଦାରେ ଏକ ଅସ୍ଥାୟି କାର୍ଯ୍ୟାଳୟ ବି ନିର୍ମିତ ହେଲା। ସେଇଠୁ ସୂଚନା ଦିଆନିଆ ହେବା ସହିତ ପ୍ରଚାର ପତ୍ର ବଣ୍ଟା ଯାଉଥାଏ। ବିଭିନ୍ନ ନିର୍ବାଚନ ସାମଗ୍ରୀ ଓ ପ୍ରାଚୀର ପତ୍ର ରଖାଯାଇଥାଏ। ସୁକାନ୍ତି ଙ୍କର ବଡ଼ ବଡ଼ ଆକାର ର ଫଟ ପୋଷ୍ଟର ହିସାବରେ ଲଗାଯାଇଥାଏ ଚାରିଆଡେ। ତା ସହିତ ପ୍ରାର୍ଥୀ ଙ୍କ ଚିହ୍ନ ବି ସେଥିରେ ପ୍ରିଣ୍ଟ କରାଯାଇଛି।

ୟା ଭିତରେ ଗୋଟେ ଦୁଇଟି ସ୍ଥାନରେ ସଭା ହେଲାଣି। ସବୁଥିରେ ପ୍ରଣବ ଓ ଅକ୍ଷୟ ବାବୁ ଯାଇ ଭାଷଣ ଦେଉଥାଆନ୍ତି।‌ ସୁକାନ୍ତି ସରପଞ୍ଚ ହେଲେ କଣ କଣ ଉନ୍ନତି କରିବେ, ସେ ବିଷୟରେ ସେମାନେ ଦୁଇଜଣ କହୁଥାନ୍ତି। ଭଲ ଭାଷଣ ଦେଲାବାଲା ଙ୍କୁ ବି ଭଡ଼ାରେ ଅଣାଯାଇଥାଏ। ଟିକେ ଦୂର ଗୋଟିଏ ଗାଁ ରେ ମିଟିଂ ଚାଲିଥାଏ। ଅକ୍ଷୟ ବାବୁ ଭାଷଣ ଆରମ୍ଭ କଲେ। କିଛି ପ୍ରେସ୍ ଲୋକବି ଆଗଧାଡିରେ ବସି ଥାଆନ୍ତି। ଜଣେ ସାମ୍ବାଦିକ ଠିଆ ହେଇ ପ୍ରଶ୍ନ କଲେ ଆଶ୍ଚର୍ଯ୍ୟ କଥା ଆପଣଙ୍କ ପ୍ରାର୍ଥୀ ତ କାହିଁ ଦିଶୁ ନାହାନ୍ତି।  ଆଉ ଆପଣଙ୍କ ନିର୍ବାଚନୀ ଆଜେଣ୍ଡା କଣ ? ଏକଥା ଶୁଣି ପ୍ରଣବଙ୍କର ପାଟି ଅଠା ଅଠା ହେଇଗଲାଣି ଆଉ ଅକ୍ଷୟ ବାବୁ ବେଶ୍ ଅପ୍ରସ୍ତୁତ ହେଇଗଲେ।ଖୁବ୍ ଦୟନୀୟ ତାଙ୍କ ଅବସ୍ଥା। ଭାବୁଥିଲେ ଯଦି ସେ ପ୍ରଥମରୁ ବୋହୁ ସୁକାନ୍ତି କୁ ସବୁ କାମ ଓ ନିଷ୍ପତ୍ତି ରେ ଭାଗନେବାକୁ ଦେଇଥାଆନ୍ତେ, ତେବେ ଏଭଳି ଅବସ୍ଥା ଉପୁଜି ନଥାନ୍ତା। ଚଳେଇନେବା ପାଇଁ ସେ କିଛି କହିବାକୁ ଯାଉଥିଲେ , କିନ୍ତୁ ପଛଧାଡିରେ ବସିଥିବା କିଛି ଲୋକ ପାଟିତୁଣ୍ଡ ଆରମ୍ଭ କଲାରୁ ତାଙ୍କ କଥା ଶୁଭିଲା ନାହିଁ। ସେମାନେ ହୁଏତ ଅନ୍ଯ ପ୍ରାର୍ଥୀ ଙ୍କ ସମର୍ଥକ ଥିଲେ। ପ୍ରଣବ ସୁକାନ୍ତିଙ୍କୁ ଆସିବା ପାଇଁ ଫୋନ୍ ଲଗେଇବାକୁ ଲାଗିଲେ, କିନ୍ତୁ ତାଙ୍କ ଫୋନ୍ ଅପହଞ୍ଚ ଦୂରତାରେ ଅଛି ବୋଲି କହୁଥାଏ।  ସେଇଠି ଦିଜଣ କନେଷ୍ଟବଳ ଥିଲେ, ଗଣ୍ଡଗୋଳ ଆଶଙ୍କାରେ ସେମାନେ ନିଜ ପୋଲିସ ଷ୍ଟେସନକୁ ଓୟାରଲେସ୍ କରିକି ଜଣେଇଦେଲେ। ସେଠାରୁ ପୋଲିସ ସବଇନିସ୍କପେକ୍ଟର କହିଲେ ଯେ ତୁମେମାନେ ଲୋକମାନଙ୍କୁ ଚୁପ୍ ହେବାକୁ ନିର୍ଦ୍ଦେଶ ଦିଅ। ପରିସ୍ଥିତି ଜଟିଳ ହେଲେ ଆମେ ପହଞ୍ଚିବୁ । ସେହି ସମୟରେ ଟିକିଏ ଦୂରରୁ ଘଣ୍ଟି ଶବ୍ଦ ଶୁଭିଲା ଓ ପରେ ପରେ ସମବେତ ସ୍ବରରେ "ସୁକାନ୍ତିଦେବି ଜିନ୍ଦାବାଦ୍"। ସଭାସ୍ଥଳରେ ଉତ୍ତେଜନା ଟିକେ କମିଗଲା। ସମସ୍ତେ ଉତ୍କଣ୍ଠିତ ହେଇ ସେଇଆଡକୁ ଚାହିଁଲେ । ଦେଖାଗଲା ଫୁଲମାଳ ପକେଇ ଜଣେ ମହିଳା ଙ୍କ ପଛରେ ବହୁତ ଝିଅ, ବୋହୁ ଓ ଲୋକମାନେ ପଟୁଆର କରି ଆସୁଛନ୍ତି। ସେ ମହିଳା ଜଣଙ୍କ ଥିଲେ ସୁକାନ୍ତି । ଆଗରେ ଘଣ୍ଟି ବଜେଇ ବଜେଇ ଦୁଇଜଣ ଆସୁଥାନ୍ତି। ସୁକାନ୍ତି ସଭାସ୍ଥଳରେ ପହଞ୍ଚି ଷ୍ଟେଜ ଉପରକୁ ଉଠିଲେ। ତାପରେ ଅକ୍ଷୟ ବାବୁଙ୍କ ପାଦ ଛୁଇଁ ପ୍ରଣାମ କଲେ। ମାଇକ୍ ପାଖକୁ ଯାଇ ସମସ୍ତଙ୍କ ଉଦ୍ଦେଶ୍ୟରେ ନମସ୍କାର କଲେ ଓ ସଭାସ୍ଥଳରେ ସାମାନ୍ୟ ଉତ୍ତେଜନା ପାଇଁ ଉପସ୍ଥିତ ଜନତା ମାନଙ୍କୁ କ୍ଷମା ମାଗିଲେ। ତାପରେ ସେ କହିଲେ "ଏଇଠି ଅପେକ୍ଷା ରତ ଥିବା ସାମ୍ବାଦିକ ମାନଙ୍କ କିଛି ପ୍ରଶ୍ନ ଥିଲା , ପ୍ରଥମେ ମୁଁ ସେମାନଙ୍କର ଉତ୍ତର ଦେବି , ତାପରେ ମୋ ବକ୍ତବ୍ୟ ଆରମ୍ଭ କରିବି। ତା ପୂର୍ବରୁ ମୋର ସାଥୀ ଓ ସହଯୋଗୀ ମାନଙ୍କୁ ଅନୁରୋଧ କରିବି ସେମାନେ ନିର୍ବାଚନ ଇସ୍ତାହାର ଓ ପ୍ରେସ୍ ରିଲିଜ୍ ସାମ୍ବାଦିକ ଭାଇ ଭଉଣୀ ମାନଙ୍କୁ ପ୍ରଦାନ କରନ୍ତୁ "। ସ୍ବେଛାସେବୀ ମାନେ ନିର୍ବାଚନୀ ଇସ୍ତାହାର ର ପ୍ରିଣ୍ଟ ସମସ୍ତଙ୍କୁ ବାଣ୍ଟିଲେ ।

ସାମ୍ବାଦିକ ମାନଙ୍କ ଭିତରୁ ଜଣେ ଉଠିକି କହିଲେ, ଆମେ ପ୍ରାର୍ଥୀ ହିସାବରେ ଆପଣଙ୍କୁ ଖୋଜୁଥିଲୁ। ଆପଣଙ୍କ ନିର୍ବାଚନୀ ଇସ୍ତାହାର ତ ପାଇଯାଇଛୁ। ଆପଣଙ୍କ ବକ୍ତୃତା ସରିଲେ ଆମର ଯାହା ବୁଝିବାକୁ ଓ ପ୍ରଶ୍ନ ଥିବ ତାହା ପଚାରି ବୁଝିବୁ। ଘଣ୍ଟି ହେଉଛି ମଣିଷକୁ ଚେତେଇ ଦେବାପାଇଁ ଏକ ଯନ୍ତ୍ର। ତା ଛଡା ଭଗବାନ ଙ୍କ ପାଖରେ ନିଜର ଗୁହାରି ଜଣେଇବା ପାଇଁ ଆମେ ଘଣ୍ଟି ବଜେଇ ଥାଉ। ତେଣୁ ମୋର ନିର୍ବାଚନ ପ୍ରତୀକ ହେଉଛି ଘଣ୍ଟି, ଯାହାକି ମତେ ପ୍ରତି ମୂହୁର୍ତ୍ତରେ ଚେତେଇଦେବ ମୋର କର୍ତ୍ତବ୍ୟ ସମ୍ପର୍କରେ। ପଞ୍ଚାୟତ କାର୍ଯ୍ୟାଳୟ ସମସ୍ତ ଙ୍କ ପାଇଁ ଖୋଲା ରହିବ, ଆଉ ନିଜର ସୁବିଧା ଅସୁବିଧା ନେଇ ସେଠିକି ସମାଜର ସବୁ ପ୍ରକାରର ବ୍ୟକ୍ତି ଅବାଧ ରେ ଯାଇପାରିବେ। "

ସୁକାନ୍ତି ଙ୍କର ଏହି ସଂକ୍ଷିପ୍ତ ବକ୍ତବ୍ୟ ପରେ, ଉପସ୍ଥିତ ଜନତାଙ୍କ ଦ୍ୱାରା କରତାଳି ରେ ସ୍ଥାନଟି ପ୍ରକମ୍ପିତ ହେଇଉଠିଲା।

ସୁକାନ୍ତି ପୁନଶ୍ଚ କହିବାକୁ ଲାଗିଲେ ମୋ ନିର୍ବାଚନୀ ଇସ୍ତାହାରରେ ମହିଳା ଓ ଶିଶୁମାନଙ୍କ ଉନ୍ନତି ପାଇଁ ଅଧିକ ପ୍ରାଧାନ୍ୟ ଦିଆଯିବ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଯେଉଁ ସବୁ ସୁବିଧା ସୁଯୋଗ ରହିଛି ତାହା ଉପଯୁକ୍ତ ଲୋକଙ୍କୁ ମିଳିବ।  ପଲ୍ଲୀସଭା ତଥା ଗ୍ରାମସଭା ଆମପାଇଁ ନିଷ୍ପତ୍ତି ନେବାର ମାଧ୍ୟମ ହେବ। ସେଥିରେ ନାଗରିକ ମାନଙ୍କର ଭାଗୀଦାରୀତା ଉପରେ ବିଶେଷ ଦୃଷ୍ଟି ଦିଆଯାଇ ସେମାନଙ୍କ ନିଷ୍ପତ୍ତି କୁ ଗ୍ରହଣ କରାଯିବ।

ପୁଣିଥରେ ଦର୍ଶକ ମଣ୍ଡଳୀ ଦ୍ୱାରା କରତାଳି।

ଅକ୍ଷୟ ବାବୁ ଓ ପ୍ରଣବ ଅବିଶ୍ବାସନୀୟ ଆଖିରେ ଚାହିଁ ଥାଆନ୍ତି ସୁକାନ୍ତି ର କାର୍ଯ୍ୟକ୍ରମକୁ ଓ ଶୁଣୁଥାଆନ୍ତି ତାଙ୍କ ବକ୍ତୃତାକୁ।

ପୁଣିଥରେ ଆରମ୍ଭ କଲେ ସୁକାନ୍ତି ମୁଁ ସମସ୍ତଙ୍କ ସହ ମିଳିତ ବୁଝାମଣା ରେ କାମ କରିବାକୁ ଚାହେଁ। ଆଉ ଆପଣମାନେ ଭାବୁଥିବେ ମୁଁ ରାଜନୀତିରେ ଅପରିପକ୍ଵ, ତେଣୁ ପଞ୍ଚାୟତ କୁ କିପରି ଚଳେଇବି। ରାଜନୀତିରେ ପରିପକ୍ଵ ନ ହେଇପାରେ, କିନ୍ତୁ ଭଲକାମ କରିବାର ମୋର ମନୋବୃତ୍ତି ରହିଛି।ଲୋକଙ୍କ କାମ କରିବା ପାଇଁ ରାଜନୀତି ଦରକାର ନାହିଁ। ତାଛଡା ପଲ୍ଲୀସଭା ସବଳ ହେଲେ ସବୁ ଠିକ୍ ରେ ଚାଲିପାରିବ। ଆମ ପଞ୍ଚାୟତ ର ମହିଳାମାନେ କିପରି ନିଜ ଗାଁର ଉନ୍ନତି ପାଇଁ ନିଷ୍ପତ୍ତି ରେ ପୁରୁଷଙ୍କ ସହ ସମାନ ଭାଗିଦାରୀ ହେଇପାରିବେ ସେଇଟା ଉପରେ ମୁଁ ଧ୍ଯାନ ଦେବି। 

ବାକି ଯାହା କାମ ମୁଁ ମୋର ପୂର୍ବଜ ମାନଙ୍କ ଠାରୁ ଶିଖିବି। ମୋର ପୂଜ୍ୟ ଶଶୁର ଏଇ କ୍ଷେତ୍ରରେ ଜଣେ ଅଭିଜ୍ଞ ବ୍ୟକ୍ତି। ମୁଁ ଏଠି ପହଞ୍ଚିବା ପୂର୍ବରୁ ଆଜିକାର ଏଇ ସଭା ମୋ ଶଶୁର ଓ ମୋ ସ୍ବାମୀ ପରିଚାଳନା କରୁଥିଲେ, ସେଥିପାଇଁ ଆପଣମାନଙ୍କର ଟିକିଏ ଭୂଲ ବୁଝାମଣା ହେଇଯାଇଛି । ସେଥିପାଇଁ ଆମେ ଦୁଃଖିତ। 

ଜଣେ ସାମ୍ବାଦିକ ଉଠି କହିଲେ ଆଜିକାଲି ଯେପରି ମହିଳାମାନେ ସରପଞ୍ଚ ହୁଅନ୍ତି ଆଉ ସେମାନଙ୍କ ସ୍ବାମୀ ମାନେ ନିଷ୍ପତ୍ତି ନେଇ ମୂଖ୍ୟ ଭୂମିକା ତୁଲେଇ ଥାଆନ୍ତି, ଆମେ ସେହିପରି ହେଇଥିବ ଭାବିଥିଲୁ। ଆଉ ଏବେ ଆପଣଙ୍କ କଥା ଶୁଣି ଭାବୁଛୁ ସରକାରଙ୍କର ମହିଳା ସଶକ୍ତିକରଣ ଉଦ୍ଦେଶ୍ୟ ଆପଣଙ୍କ ଦ୍ବାରା ଫଳବତୀ ହେବ । 

ସେଦିନ ରାତିରେ ଘରକୁ ଫେରି ପ୍ରଣବଙ୍କର ପ୍ରଶ୍ନିଳ ଆଖିକୁ ଦେଖି ସୁକାନ୍ତି କହିଲେ ମୋର ପାରିବାରିକ ସମ୍ପର୍କକୁ ମୁଁ ବହୁତ ପ୍ରାଧାନ୍ୟ ଦିଏ। ପରିବାର ମୋ ପାଇଁ ସବୁକିଛି। ତେଣୁ ଘରର ସମସ୍ତଙ୍କ ସମ୍ମାନ ପାଇଁ ମୁଁ ଶତତ ଚେଷ୍ଟିତ। ମୋର ମତ ନନେଇ ଅନେକ କିଛି କାମ ହେଉଥିଲା , ମୁଁ ତାର ପ୍ରତିକାର କରିବାକୁ ସବୁ ଯୋଜନା ଓ ଉଦ୍ୟମ କରୁଥିଲି। ମହିଳା ଓ ଯୁବକମାନଙ୍କୁ ସଂଗଠିତ କରି ସବୁ ସ୍ଥାନରେ ମୁତୟନ କରାଯାଇଥିଲା, ଯେପରିକି କେଉଁଠି ଅସୁବିଧା ହେଲେ ସେମାନେ ମତେ ଖବର ଦେବେ। ଆଉ ସାଙ୍ଗେ ସାଙ୍ଗେ ସେଥିପାଇଁ ପଦକ୍ଷେପ ନେବା ସମ୍ଭବ ହେବ। ପ୍ରଣବଙ୍କର ଦୋଷୀ ଦୋଷୀ ମୁହଁ କୁ ଦେଖି ତାଙ୍କ ହାତକୁ ଧରି ସୁକାନ୍ତି କହିଲା ମୁଁ ପରା ତୁମ ଅର୍ଦ୍ଧାଙ୍ଗିନୀ। ଆମେ ଦୁଇଜଣ ଦିଜଣଙ୍କ ପାଇଁ ତୁମର ଓ ବାପାଙ୍କ ଅପମାନ କଣ ମୁଁ ସହିପାରି ଥାଆନ୍ତି। 


Rate this content
Log in

Similar oriya story from Abstract