Parameswar Ojha

Romance Others

3  

Parameswar Ojha

Romance Others

ନୀରବ ଯନ୍ତ୍ରଣା

ନୀରବ ଯନ୍ତ୍ରଣା

3 mins
242


ସ୍ବୟଂଗୀତା କେବେ ତ କାହା ସହ ଛଳନା ପ୍ରତାରଣା କିଛି ବି କରିନି କି କାହା ଦୁର୍ବଳତା ର ଫାଇଦା ଉଠେଇନି । ତେବେ କ'ଣ ପାଇଁ ଏମିତି ତା ସହ ହେଉଛି । ଭାବିଥିଲା ତା ସ୍ବାମୀ କୁ ପ୍ରେମ ଫାସ ରେ ବାନ୍ଧି ରଖିବ , ନୂଆ ଦୁନିଆଁ ରେ ସ୍ବାମୀ ସହ ଢେର୍ ସାରା ଉପଭୋଗ କରିବ । ବାହା ହେବା ପାଇଁ ଅନେକ ଝିଅ ମନ ଖରାପ କରନ୍ତି । ହେଲେ ସେ ତ କେବେ ସେମିତି ଭାବି ନଥିଲା ବରଂ ସହଜ ଭାବରେ ଗ୍ରହଣ କରିଥିଲା କଥାଟାକୁ । ଏଠି ଯେମିତି ତାର ଯତ୍ନ ନେବାକୁ ଅଛନ୍ତି ସେଠି ବି ସେମିତି ଥିବେ ଫରକ୍ ଏମିତି ତାଙ୍କ ନୂଆ ପରିବେଶ ରେ ଖାପ ଖୁଆଇ ଚଳିବା ପାଇଁ କିଛି ଦିନ ସମୟ ଦରକାର ବାସ୍ ।

ବାପା ବୋଉ ପରି ଶାଶୁ ଶ୍ୱଶୁର ପାଇଛି , ସାଙ୍ଗ ପରି ଦିଅର ଆଉ ସାନ ଭଉଣୀ ପରି ସୁନା ନାକି ନଣନ୍ଦ ପାଇଛି ସବୁ ଥିରେ ସେ ଖୁସି । ତା ନିଜଠୁ ସେମାନେ ଅଧିକ ଯତ୍ନ ନିଅନ୍ତି ସ୍ନେହ ଶ୍ରଦ୍ଧା କରନ୍ତି ୟାକୁ । ଈଶ୍ୱର ଙ୍କୁ ମନେ ମନେ ଧନ୍ୟବାଦ ଦିଏ ଏମିତି ପରିବାର ଟେ ତାକୁ ଉପହାର ଦେଇଥିବାରୁ ।

ସ୍ବାମୀ ବି ବହୁତ ଭଲ , ହେଲେ ବିବାହ ର ଆଠ ମାସ ପରେ ସ୍ବୟଂଗୀତା ଜାଣି ପାରିଲା ସ୍ବାମୀ ଙ୍କ ଅସଲ ରୂପ , ସ୍ବାମୀ ତାର ପରକୀୟା ପ୍ରେମ ରେ ମାତିଛନ୍ତି । ସେ ପୁଣି ଅଫିସ୍ ର ସହକର୍ମୀ ଙ୍କ ସ୍ତ୍ରୀ ସାଥିରେ । ଜୀବନରେ ଏମିତି ବି ସମୟ ଆସେ ଯେତେବେଳେ ଅନ୍ତରର କଥା କହି ହୁଏନି କି ସହି ବି ହୁଏନି ସ୍ବୟଂଗୀତା ର ପରିସ୍ଥିତି ବର୍ତ୍ତମାନ ସେମିତି । ଭିତରେ ଭିତରେ ଅଶାନ୍ତି ର ଝଡ କାହିଁ କେତେଦିନୁ ବହି ଚାଲିଛି । ସେ ଝଡ଼ ପ୍ରଳୟ ହେବା ଆଗରୁ ତାକୁ ମୁହଁ ଖୋଲି କହିବାକୁ ପଡ଼ିବ ତାର କିଛି ଗୋଟେ ରାସ୍ତା ବାହାର କରିବାକୁ ପଡ଼ିବ ନହେଲେ ବଡ଼ ଅସୁବିଧା ହୋଇଯିବ ପରେ ।

ତାପରେ ଦିନେ ମୁହଁ ଖୋଲି ସ୍ବାମୀ କୁ କହିଲା ସ୍ବୟଂଗୀତା ।

ସେ ପର ସ୍ତ୍ରୀ ଲୋକ ସହ କଣ ପାଇଁ ସଂପର୍କ ଯୋଡିଛ ? କାଇଁ ତା ପାଖକୁ ସବୁବେଳେ ଯାଉଛ ? ଦେଖ ମୋ ସହ ଏମିତି ବିଶ୍ବାସ ଘାତ କରନି ।

ତାପରେ ସ୍ବାମୀ ଙ୍କ କଡ଼ା ଅବାଜ୍ , " ତମେ ଯେତିକି ରେ ରହିବା କଥା ସେତିକି ରେ ରୁହ , ମୋ ବ୍ୟକ୍ତିଗତ ଜୀବନ ରେ ହସ୍ତକ୍ଷେପ କରନି କହୁଛି । ତମକୁ ମୁଁ କୋଉଥିରେ ଅଭାବ ରେ ରଖିଛି ? ଖାଇବା ପିଇବା ଶାଢ଼ୀ ଗହଣା ନାଁ ଭଲପାଇବା ରେ ? ହଁ କେବଳ ଏତିକି ମୋ ଜୀବନରେ ଆଉ ଜଣେ ଝିଅ ଅଛି । ହଁ ମୁଁ ମାନୁଛି ସେ ଅଛି ତମ ଆସିବା ଆଗରୁ ସେ ମୋ ଜୀବନେ ଥିଲା ଆଉ ଆଗକୁ ବି ରହିବ । ତୁମେ ଯେତେ ଚେଷ୍ଟା କଲେ ମୁଁ ତାକୁ ଭୁଲି ପାରିବିନି । ତୁମ ଆଖି ରେ ସେ ଅନ୍ୟ ର ସ୍ତ୍ରୀ କିନ୍ତୁ ମୋର ସେ ପ୍ରଥମ ପ୍ରେମ । ତାକୁ ମୁଁ କେବେ ମୋ ଜୀବନରୁ ଅଲଗା କରି ପାରିବିନି । ତା ବିଷୟରେ ଅଧିକ ଆଲୋଚନା ନକରିବା ଆମ ଉଭୟ ଙ୍କ ପାଇଁ ଭଲ ହେବ । 

ଏତିକି କହି ସ୍ବାମୀ ବାହାରି ଗଲେ ପଦାକୁ ।

ସ୍ବୟଂଗୀତା ଆଖି ରୁ ଲୁହ ଝରେଇ ଲଥ୍ କରି ବସି ପଡିଲା ଖଟ ଉପରେ ।

ଆଜି ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ଅଖିଳେଶ କଥା ମନେ ପଡିଲା ତା'ର ।

ତାର ସେଇ ଶେଷ କଥା " ଗୀତା ତୁ ତୋ ସୌନ୍ଦର୍ଯ୍ୟ କୁ ନେଇ ଯେତେ ଗର୍ବ କରୁଛୁ , ମୋ ଭଲପାଇବା କୁ ଯେମିତି ଗୋଡ଼ରେ ଆଡେଇ ଦେଇଛୁ । ମନେରଖ ତୁ କେବେ ବି ଖୁସି ରେ ରହି ପାରିବୁନି । ମୋ ଆଖି ଲୁହ ନିଶ୍ଚୟ ତୋ ଉପରେ ପଡିବ ।

ତେବେ କଣ ଅଖିଳେଶ ଙ୍କ ଅଭିଶାପ ସତ ହୋଇଗଲା ?

ଆଜି ହଠାତ୍ ସ୍ବୟଂଗୀତା ନିଜକୁ ସମୀକ୍ଷା କରୁଛି ଅନୁତପ୍ତ ହୋଇ ଭାବି ଚାଲିଛି , କିଏ କହିଲା ମୁଁ କାହା ସହ ଛଳନା କରିନି ପ୍ରତାରଣା କରିନି । ମୁଁ ତ ଗୋଟେ ପ୍ରେମୀ କୁ ଧୋକା ଦେଇଛି ତା ଭଲପାଇବା ପ୍ରେମ କୁ ଗୋଡ଼ ରେ ଆଡେଇ ଦେଇଛି । ତା ଗୋଲାପ ପରି କୋମଳ ହୃଦୟ କୁ ଦଳି ମକଚି ଖିନ୍ ଭିନ୍ କରି ଦେଇଛି । ସେଥିପାଇଁ ମୁଁ ଦଣ୍ଡ ପାଉଛି । ସେ ମୋ ହାତ ଧରି ଗୋଡ ଗୋଡ ଧରି ପାଗଳ ଙ୍କ ପରି ତା ପ୍ରେମ ପାଇଁ ଯେତିକି ଲୁହ ଢାଳିଛି ମୋର ତ ଏବେ ଆରମ୍ଭ ମାତ୍ର ....

ସ୍ବୟଂଗୀତା ଆହୁରି କେତେଦିନ ଏ ନୀରବ ଯନ୍ତ୍ରଣା ସହିବ

କିଏ ଜାଣେ ......?


Rate this content
Log in

Similar oriya story from Romance