ନିହତ ଚନ୍ଦ୍ରମା , ବିଦିର୍ଣ୍ଣ ମୋର ଅତୀତ
ନିହତ ଚନ୍ଦ୍ରମା , ବିଦିର୍ଣ୍ଣ ମୋର ଅତୀତ
ନିହତ ଚନ୍ଦ୍ରମା
ବିଦିର୍ଣ୍ଣ ମୋର ଅତୀତ ଭଲ ଲାଗେ କେହିଜଣେ ବ୍ୟବଧାନ ଏତିକି ଯେ ସେ ଖାଲି ଅତୀତରେ ଅଜଣା ଅଚିହ୍ନା ,
ଆପଣା ହସ୍ତେ ଜିହ୍ୱା ଛେଦିଲା ପରି ବଳିଦାନ ଥିଲା ମୋର କିଛି ଅନ୍ତରଙ୍ଗ ମୁହୂର୍ତ୍ତ
ବିସମ୍ବାଦ ସାଜିଲା କିଛି ଦିନର ସ୍ମୃତି ଖାଲି ଚିତ୍କାର ଏ ନିରୀହ ହୃଦୟର ବନ୍ଦ କୋଠରୀର ଚାରିକାନ୍ଥ ଥିଲା ଖାଲି ଅଳ୍ପ କିଛି ଦିନର ସହଚର
ଶୁନ୍ୟତାର ପୁର୍ଣ୍ଣତା ପରି ବାହାରିଲି ଅଳ୍ପ ଅଳ୍ପ ଖୁସି କୁ ନେଇ କଥା ଥିଲା ଅଧିକାର ଯୋଉଟାକି ଭାଗ ଭାଗ ହୋଇଥିଲା ଅଜଣା ସେ କି ପ୍ରକାରର ପୂର୍ଣ୍ଣତା ଖାଲି ଅବଶୋଷ ଆଉ ଅବଶୋଷ.......
ଚକ୍ରବାକ ଆଉ ଚକ୍ରବାକିର କାହାଣୀ ପରି ଲାଗେ ଜୀବନ 😊 ଜ୍ଞାନ ପାଗଳୀନୀ ଜ୍ଞାନ ବାଣ୍ଟି ବାଣ୍ଟି ଜ୍ଞାନ ହିନ ହୋଇ ହରେଇଦେଇଛି ଜୀବନର ବାସ୍ତବତାକୁ ଅଛି ଖାଲି କିଛି ଅଂଶ ଯାହାର ଅତୀତ ବିଦିର୍ଣ୍ଣ
ମମତା ର ଲୁହ ହୋଇ ସାଜିଛି ମମତାମୟୀ ମିଳିଛି ଖାଲି ଧୂ ଧୁ ତାତିର ଯନ୍ତ୍ରଣା ଆଉ ସେଇ ଯନ୍ତ୍ରଣା ର ଗୁରୁ ଦକ୍ଷିଣା ପାଇଛି ଖାଲି ଆଦ୍ୟ ଆଷାଢ଼ର ସକାଳ ବର୍ଷା ଯେମିତି ଅଶାନ୍ତ ହୃଦୟକୁ ଶାନ୍ତ କରିପାରୁ ନଥିଲା , ଦୀପ ତଳ ଅନ୍ଧାର ପରି ନୟନରୁ ଝରୁଥିବା ଲୁହର ପାଉଣା
ହାଟ ଫେରନ୍ତା ପରି ଥିଲା ମୋ ହୃଦୟର ହୃଦ ସ୍ନେହମୟୀ ଥିଲା ମୋର ହୃଦୟ , ଉପରକୁ ଖାଲି ଥିଲା ଅଭିମାନ କିନ୍ତୁ ଜଣା ନଥିଲା ମୋର ଅଭିମାନ ରାଗରେ ଚିତ୍ରିତ ହୋଇଯିବ ବୋଲି ,
ଆଉ ଅତୀତ ଆଣିଛି ଖାଲି ମୋ ପାଇଁ ଯନ୍ତ୍ରଣାର ବିଷ
ସତରେ ଓଲଟା ତ ପୃଥିବୀ ନିଜର ଭାବୁଥିବା ମଣିଷଟି ଅଲୋଡ଼ା ହୋଇ ପଡ଼ିଯାଏ ପର ସଜିଯାଏ ଆପଣାର
ମିଛାରେ ହଉ କି ସତରେ ହଉ "ପ୍ରତିଶୁତି" ଶବ୍ଦଟି କେତେ ହତଭାଗା କହିଁକି ପାଏ ସେ "ଧୋକେବାଜ୍" ର ଆଖ୍ୟା ! ମରୁଧାରା ପରି ଆଖି ସାଜେ ମରୁଭୂମି , ମାରିଚିକା ପଛେ ଧାଇଁ ଧାଇଁ ଜୀବନ ହୁଏ ଅନ୍ତ
ଦୁର୍ଘଟଣା ର ଶିକାରୀ ସାଜିଛି ଏଠି ବିଶ୍ୱାସ ଆଉ ଭରୋଷା । ମିଛରେ ମିଛରେ ଏ ମନ ବିଚରା ବିଶ୍ୱାସ କରିନିଏ କି ଅଧା ଗଢା ସ୍ବପ୍ନ ହେଲା ସତ କ୍ଷୁଧାତୁର ପରି ଚାହିଁରହିଥିଲି.....କିନ୍ତୁ ମେଣ୍ଟୁ ନାହିଁ ମୋର ଭୋକ , ନିଜେ ଜଳି ଜଳି ମେଣ୍ଟାଉଛି ଖାଲି ଭୋକ । ଏଠି ହୃଦୟ ହୁଏ ଆଖିର ଅପରାଧୀ ଆଖି ଦେଖେ କିଛି କିନ୍ତୁ ହୃଦୟତାକୁ ମାନେ ନାହିଁ ।
ଯାନ୍ତ୍ରିକର ଯନ୍ତ୍ରଣା କି ଜାଣେ ଯନ୍ତ୍ର , ଜୀବନ ଗାଡ଼ିର ଯାନ୍ତ୍ରିକ ଏଠି ଶରୀର ଯନ୍ତ୍ରଣାରେ ଛଟପଟ ଶରୀର
ବନ୍ୟା ପରେ ପ୍ରେମୀ ଯୁଗଳଙ୍କ କାହାଣୀ ପରି ମୋ ଜୀବନ ଅନ୍ଧାର ଘର ମୋ ହୃଦୟ ଅକ୍ଷୁଣ୍ଣ ଅକ୍ଷତ ଯୌବନର ଶତସହସ୍ର ଶୋଭାନେଇ ମୋର ନିଖୁଣ୍ ମନ ଆକ୍ରମଣ ହୋଇଛି । ଶୀତାର୍ତ୍ତ-ମୁର୍ମୂଷୁ ଅର୍ଦ୍ଧଚନ୍ଦ୍ରର ଅସ୍ପଷ୍ଟ ଆଲୋକ, ଆଉ ନିର୍ଜନ ନିଶୀର ନିଦ୍ରିତ ସ୍ୱପ୍ନଭୀତ ପରି , ମୁଁ ପ୍ରଳାପ କରେ ଆଉ ମୋ ମନ ବୁଝାଏ ଜୀବନ ଜ୍ୱାଳାରେ ସ୍ବପ୍ନ ଏକ ଅଂଶବିଶେଷ । ସୁନ୍ଦରୀ ! ନୟନର ଅପୂର୍ବ ଦିପ୍ତିର ଝଲକ ବର୍ଷା ସନ୍ଧ୍ୟାର ଏକ କାତର କରୁଣ ମୁହୂର୍ତ୍ତ । ମେଘଦୂତର ଛନ୍ଦେ ଛନ୍ଦେ ସନ୍ଦେଶ ଦେଇଛି ଚକ୍ରବାକ । ଦରିଆ ତୀରର ନିର୍ଜନ ଡାକବଙ୍ଗଲା ଗୋଠଛଡ଼ା ମଇଁଷିର କଣ୍ଠସ୍ୱରରେ ମୁଖରିତ । ମଉଳି ଆସିଛି କୃଷ୍ଣଚୂଡ଼ା–ଆଷାଢ଼ର ସଜଳ ଲଗ୍ନରେ ତା’ର ଆବଶ୍ୟକତା ମୁଁ ବୋଧେ ଆଉ ନାହିଁ ।
ନିହତ ଚନ୍ଦ୍ରମା ପରି ମୋ ଜୀବନ , ଭବିଷ୍ୟତ ମୋର ବିଦିର୍ଣ୍ଣ ।

