ଆଡ଼ପ ମଣ୍ଡପ
ଆଡ଼ପ ମଣ୍ଡପ
ରତ୍ନବେଦୀ ଖାଲି ଖାଲି ଲାଗେ
ରଥ ପରେ ବଡ଼ଦାଣ୍ଡେ
ଭାଇ ଭଉଣୀଙ୍କ ସାଥେ କଲ ପ୍ରଭୁ ଯାତ୍ରା
ସ୍ଵଜନ୍ମ ମଣ୍ଡପେ ଚଳି ଗଲେ ପ୍ରଭୁ
ମାଉସୀ ମା'ର ସ୍ନେହ ଲଭିବେ
ସପ୍ତନିଶି ଆନନ୍ଦରେ
ବାରମାସ ଦରଶନ ସୁଖ ଭୋଗ ହୁଏ
ଗୋଟେ ଥର ଆଡ଼ପ ମଣ୍ଡପ ଦରଶନେ
ନବ ଦିନ ପ୍ରଭୁ ଭିନ୍ନ ଭିନ୍ନ ବେଶେ
ତବ ଦରଶନେ ଆତ୍ମ ସନ୍ତୋଷ ଲାଭିବେ
କୋଣ ଅନୁକୋଣୁ ଭକ୍ତ ତବ ଧାମେ ।
