ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ସ୍ନେହ ମୂଲ ଅମୂଲ
କୁନି ହିରୋ ସାଜି ରଖିଛୁ ରାକ୍ଷୀର ମାନ
ମନେ ପଡେ ସେଇ ଅଭୁଲା ଦିନର ସ୍ମୃତି
କୁନି କୁନି ହାତ ସ୍ପର୍ଶ ରେ ଦେହର
ଯନ୍ତ୍ରଣା ନେଉଥିଲୁ ପାଶୋରି
କ୍ଷଣେ ନ ଦେଖିଲେ ଲୁହ
ବୋହିଯାଏ ନିରୀହ ନୟନ
ଦେଖି ସହିପାରେ ନାହିଁ
ଲୁଚି ଲୁଚି ଆସି ହାତେ ଧରାପଡୁ
ଅଭିମାନେ ଯାଉ ଋଷିି
ତୋ ରୋଷ ଦେଖିଲେ ରକତ ଝରେ
ମୋ ବକ୍ଷ ଯାଏ ଫାଟି ନିସ୍ତବ୍ଧ ଲାଗଇ ଜୀବନ
ମୋ ଆଖି ଲୁହ ଦେଖି ସହି ପାରୁନାହିଁ ଝରିଯାଏ
ତୋର ଲୁହ ମାନ ଅଭିମାନ ତୋ ଭିତରେ
ନାହିଁ ଛୋଟ ତାରକାଟେ ମୋର
ମୋ "ମାବାପା" ତୁ ମୋ ଦେହର ଛାଇତୁ
ମୋ ଅଙ୍କାବଙ୍କା ବାଟର ପଥିକଟେ ତୁ ।
