Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Baman Chandra Dixit

Others Romance


5.0  

Baman Chandra Dixit

Others Romance


ନିଃଶବ୍ଦ ସକାଳ

ନିଃଶବ୍ଦ ସକାଳ

2 mins 485 2 mins 485

ମୋ ବଗିଚାର ମାଟି-କୁଣ୍ଡରେ ଗୁଲାବ ହସୁ ଥିଲା । ମନ ଛୁଆଁ ଅନାବିଳ ଚମକ ଭରା । ଆଙ୍ଗୁଳି ର ସାଉଁଳିଆ ପରଶ ରେ ଗେହ୍ଲ କଲି ଟିକେ,ଆହୁରି ପାଖକୁ ପାଖକୁ ଜାକି ଆସୁଥିଲା ସେ,ସ୍ନେହ ପ୍ରେମୀ କୁନି ବାଛୁରୀଟିଏ ପରି । ମନ୍ଦ ମଳୟରେ ଢଳି ଢଳି ସେ ମୋତେ ଚାଟିବାକୁ ଚେଷ୍ଟା କରୁ ଥିଲା ବୋଧେ ।

ଅନ୍ୟ ଫୁଲ-କୁଣ୍ଡରେ ଜୂହି ଚାମେଲି ଇର୍ଷା ପରାୟଣା, କଣେଇ କଣେଇ ଚାହୁଁ ଥିଲେ । ବହୁତ ଭଲ ଲାଗୁଥିଲା ପ୍ରେମ ପିପାସାର ଲୁଚକାଳି ଖେଳ । ଏପାଖ ସେପାଖ ହୋଇ ଅନୁଭବ କରୁଥିଲି ଅନେକ ବିନୋଦାନନ୍ଦ ଅନୁଭୂତି । ହଠାତ ନଜ଼ର ପଡିଲା ସେଇ ଅର୍ଦ୍ଧ ପ୍ରଷ୍ଫୁଟିତ ରକ୍ତ-ରଙ୍ଗା ଗୋଲାପ ଉପରେ । ମନରେ ଅନେକ ଆବେଗ ଅନୁନୟ ଘେନି ଡାକୁ ଥିଲା ଅବା ! ଟିକେ ସାଉଁଳେଇ ଦେବାକୁ, ଗେହ୍ଲେଇକୁ ଗେହ୍ଲ କରିବାକୁ ଇଛା ହେଲା । ଆଞ୍ଜୁଳି ରେ ତୋଳି ଧରିଲି ତାର କୋମଳ କୁଆଁରୀ ତନୁକୁ ।   ନିଦୁଆ ଆଖିରେ ଡରୁଆ ସ୍ୱପ୍ନ ଭଳି ଅନୁଭୂତ ହେଲା ହଠାତ । କାହିଁକି କୋମାଳତା ଶୁନ୍ୟ ଏ କଳିକା । କାନ୍ଦୁରା କଅଁଳା କୁନି ପିଲାକୁ କୋଳରେ ନେଲା ବେଳେ ଦେହରେ ଜ୍ୱରର ତାତି ଅନୁଭୂତ ହେଲା ଅବା ! ଆହୁରି ଘନିଷ୍ଟ ହୋଇ ଦେଖିଲି । ଛୋଟ ଛୋଟ ଅନେକ ପୋକ କାମୁଡି ଧରି ଥାଆନ୍ତି ତା କୋମଳ ତନୁକୁ । କେତେ କ୍ଷତ କେତେ ଯନ୍ତ୍ରଣା,ତଥାପି ଟିକେ ଆସ୍ୱସ୍ତିର ଆଶା । ଗଭୀର ବେଦନା ଅନୁଭବ କରୁ କରୁ ମୁକୁଳେଇବାକୁ ଚେଷ୍ଟା କରୁଥିଲି ତାକୁ କୀଟ ଦଂଷ୍ଟ ପୀଡ଼ାରୁ ।

ଅତ୍ୟନ୍ତ ସନ୍ତର୍ପଣ ସାବଧାନ ପ୍ରୟାସ ସତ୍ତ୍ୱେ ଝରିଗଲା ଏକ କୋମଳ ପାଖୁଡ଼ା,ଏବଂ ଏକ ପରେ ଆନ ବିକଶିତ ଆଶାୟୀ କୋମଳ ସମ୍ପର୍କ ସମସ୍ତ । ଭାବୁଥିଲି ସବୁ ଠିକ ହୋଇ ଯିବ,ସମ୍ଭାଳି ନେବି ବୋଧେ । ମାତ୍ର ଅନ୍ତ କରି ସମସ୍ତ ପ୍ରୟାସ ଇତି ହୋଇଗଲା ଏକ ଦୀର୍ଘ ଶ୍ବାସରେ,ସମସ୍ତ ଆବେଗ ଭରା ସମ୍ପର୍କ । ଛିଣ୍ଡି ଗଲା ସ୍ନେହ ପ୍ରେମ ର ଅନାବିଳ ବନ୍ଧନ ଅନିଚ୍ଛା ସତ୍ତ୍ୱେ । ଡେମ୍ଫ ଚ୍ୟୁତ କ୍ଷତ ବିକ୍ଷତ ଦେହଟା ମଲା ଆଖିରେ ଚାହୁଁଥିଲା ମୋତେ । ମୁଁ ବି ଦେଖୁଥିଲି ଫଟା ଫଟା ଖୋଲା ଆଖିର ଅସ୍ପଷ୍ଟତା ତଳୁ । ଛାତି ଫାଟିଗଲା ପରି ଲାଗୁଥିଲା । ଅନେକ ବେଦନା ଯନ୍ତ୍ରଣା ଝରି ଗଲେ । ଏବଂ ଏକ ବିରାଟ ଶୁନ୍ୟତା ଅନୁଭୂତ ହେଲା ।

ଏବେ ବି ଅନେକ ଫୁଲ-କୁଣ୍ଡ , ଅସଂଖ୍ଯ ଫୁଲ,କେତେ ପ୍ରଜାପତି ରଙ୍ଗ ବିରଙ୍ଗୀ ଡେଣା ହଲେଇ ଉଡ଼ି ବୁଲୁ ଥାଆନ୍ତି । ଭଅଁର ବି ଗୁଣୁ ଗୁଣୁ ଗାଉଥିଲା । ମାତ୍ର ନିଃଶବ୍ଦ ସକାଳ ମୋତେ ବିଚଳିତ କରିଗଲା ।


Rate this content
Log in