STORYMIRROR

Kalpana Kumari Pradhan

Romance

3  

Kalpana Kumari Pradhan

Romance

ନିଚ୍ଛକ ପ୍ରେମ

ନିଚ୍ଛକ ପ୍ରେମ

2 mins
435

ପ୍ରେମ ଶାଶ୍ୱତ ଓ ଚିରନ୍ତନ ସତ୍ୟ l ପ୍ରେମ ପରିଭାଷା ପରିବ୍ୟାପ୍ତ l ଏହାର କୌଣସି ସୀମା କିମ୍ବା ସଂଜ୍ଞା ଭିତରେ ସୀମା ବଦ୍ଧ କରିହେବନାହିଁ l ସେଦିନ ମୋ ବନ୍ଧୁ ଙ୍କ କଥା ଶୁଣି ଠିକ ସେହି ପରି ଲାଗିଥିଲା l ପିଲାଟି ଦିନରୁ ଭାରି ହସ ମୁଖ l କେବେ କୌଣସି କଥା କୁ ନେଇ ବ୍ୟସ୍ତ ହୁଅନ୍ତି ନାହିଁ l ଆମ ସହିତ ପାଠ ପଢିଲା ବେଳେ ଯେତିକି ତାଙ୍କୁ ଜାଣି ପାରିନଥିଲି ଆଜି ତାଙ୍କ କଥା ଶୁଣି ବୁଝି ପାରିଥିଲି ଖୁବ ସୁନ୍ଦର ହୃଦୟର ମଣିଷ ଟିଏ ସେl ସେତେବେଳେ ଭାବିଥିଲି ସେ ଖୁବ ମେଳାପି କିନ୍ତୁ ସେ ତତ ସହିତ ଜୀବନ ବଞ୍ଚିବାର କଳାରେ ଖୁବ ପାରଦର୍ଶିତା ଲାଭ କରିଛନ୍ତି l ନିଜେ ଜୀବନର ପ୍ରତିଟି ମୁହୂର୍ତ୍ତ ରେ ଖୁସି ରହିବା ସହିତ ସଦା ଚେଷ୍ଟିତ ଅନ୍ୟର ବଦନ ରେ ହସ ଟିଏ ହେବା ପାଇଁ l ସେବା କ୍ଷେତ୍ର ରେ କର୍ମରତ ସେ l ତାଙ୍କରି ଗୁଣକୁ ବୃତ୍ତି ଖୁବ ପରିପୂରକ l ନିଜର ଜନ୍ମ ମାଟି ଠାରୁ ଦୂର କଲିକତା ସହରରେ ସେ କାର୍ଯ୍ୟ ରତ l ଏଇ ଅଳ୍ପ ଦିନ ହେବ ସେ ବିବାହ କରିଥାନ୍ତି l ମଣି କାଞ୍ଚନ ସଂଯୋଗ ଭଳି ତାଙ୍କ ପତ୍ନୀ ଭି ଭାରି ଗୁଣବତୀ ଏବଂ ସ୍ନେହୀ l ନବ ବିବାହିତଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲି ଥାଏ l ପ୍ରେମର ପବିତ୍ର ଡୋରି ବନ୍ଧା ଥିଲା ଦୁହିଁଙ୍କ ଜୀବନ l ସୁଦୂର କଲିକତା ରେ ରହି ସେ ଭୁଲି ଯାଇ ନଥିଲେ ନିଜର ସଂସ୍କୃତି, ପରମ୍ପରାକୁ l ଓଡ଼ିଆଣୀ ବୋହୂ ଟେ ପରି ସକଳ ଆୟୋଜନ କରିଥିଲେ ପବିତ୍ର ଦୀପାବଳି ର l ଆନନ୍ଦ ରେ ଦିନ ଟି ଅତିବାହିତ ହୁଏ l ରାତି ରେ ଛାତ ଉପରୁ ନିଜର ସବୁ କାର୍ଯ୍ୟ ସାରି ଫେରିଲା ବେଳେ ଏକ ଦୁର୍ଘଟଣା ର ସମ୍ମୁଖୀନ ହୁଅନ୍ତି ସେ l ସିଡ଼ି ରୁ ଖସି ତାଙ୍କର ଗୋଡ ଭାଙ୍ଗି ଯାଏ l ସେ ଆଉ ଚଳ ପ୍ରଚଳ କରିପାରନ୍ତିନାହିଁ l ସେ ପ୍ରଥମେ ନିଜର ପ୍ରାଥମିକ ଚିକିତ୍ସା କରନ୍ତି ଏବଂ ତାଙ୍କୁ ଆଶ୍ୱାସନା ଦିଅନ୍ତି l ପିଲାଟି ଦିନରୁ ନିଜ ମା ଙ୍କୁ ହରାଇ ଥାନ୍ତି ପତ୍ନୀ,ତେଣୁ ସେ ତାଙ୍କ ଜୀବନ ରେ ଆସିବା ପରେ ତାଙ୍କୁ ସବୁ ବେଳେ ଖୁସି ରେ ରଖିବା କୁ ଚେଷ୍ଟା କରନ୍ତି l ସେ ଯେପରି ଜୀବନର କୌଣସି ମୁହୂର୍ତ ରେ ଏକାକୀତ୍ୱ ନ ମନେ କରନ୍ତି ସେ ପ୍ରତି ଖୁବ ଯତ୍ନ ଶୀଳ l ସେ ତାଙ୍କୁ ବୁଝାଇଲେ, କହିଲେ -କଣ ଭାବୁଛ ମୁଁ ତୁମର ଯତ୍ନ ନେଇ ପାରିବିନି! ମୋ ପ୍ରିୟା ମୁଁ ତୁମ ପାଖରେ ଅଛି l ଜୀବନର ଯେ କୌଣସି ମୁହୂର୍ତ୍ତ ରେ l ଏ ପଟେ ପତ୍ନୀ ବି ଭାବନ୍ତି ମୁଁ କେତେ କଣ ସ୍ୱପ୍ନ ଦେଖି ଥିଲି l ତୁମ ଜୀବନ ରେ ଆସିବା ପରେ ତୁମକୁ କୌଣସି କଷ୍ଟ ହେବକୁ ଦେବିନି l ତୁମର ସବୁ ଦିନ ଭରି ଦେବି ପ୍ରେମର ସାତ ରଙ୍ଗ ରେ l ଯେତେବେଳେ ପ୍ରାଣପ୍ରିୟ ପତି ତାଙ୍କରି ସେବା କରନ୍ତି l ତାଙ୍କୁ ଖୁଆଇ ଦିଅନ୍ତି l ତାଙ୍କରି ସେ ଅନ୍ତର ବେଦନା ଝରି ଆସେ ଆଖି କୋଣରୁ l ସତରେ ଚରଣ ତୁମେ ଓ ତୁମ ପତ୍ନୀ ଙ୍କ ପ୍ରେମ ଏକ ନିର୍ମଳ ପ୍ରୀତି ର ପରିଚାୟକ l ଯେ କୌଣସି ପରସ୍ଥିତି ରେ ନିଜର କର୍ତ୍ତବ୍ୟ ସଙ୍ଗେ ନିଜର ସ୍ନେହ ପ୍ରେମ ଅପରିବର୍ତ୍ତିତ ରଖିବା ହେଉଛି ଏକ ନିଚ୍ଛକ ଗୁଣ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance