STORYMIRROR

pawan Mohakul

Romance Tragedy Inspirational

4  

pawan Mohakul

Romance Tragedy Inspirational

ନିଆରା ପ୍ରେମ

ନିଆରା ପ୍ରେମ

3 mins
248

୨୦୧୯ ମସିହା ଶୀତ ଦିନରେ disability day ପାଳନ ହେଉଥାଏ ନୂଆ ନୂଆ କଲେଜ୍ ଜଏନ କରିଥାଏ ତେଣୁ ବେଶୀ ସାଙ୍ଗ ସାଥୀ ବି ନଥାନ୍ତି । ସେଇଠି ତା ସହ ପ୍ରଥମେ ଦେଖା ହୋଇଥିଲା ।

           ଆସିବା ବେଳେ ଆଉ ଯିବା ବେଳେ କଲେଜ୍ ରେ ଦେଖା ହେଉଥିଲା, ଆଉ ଦୁଇଜଣ ଦୁଇଜଣ ଙ୍କୁ good morning ଆଉ good evening କହୁଥିଲୁ ଏବଂ ରାତିରେ ଗୋଟିଏ ମେସେଜ good night, ବାସ୍ ଏତିକି କଥାରୁ ଏତେ ଲମ୍ବା ଗପ ର ଆରମ୍ଭ ।

            "Love at first sight" ବାକ୍ୟ ଟା ଯଦିଓ ସମ୍ପୂର୍ଣ ରୂପେ ଏ ଘଟଣା ସହ ଖାପ୍ ଖାଇବନି ତଥାପି ଘଟଣା ଟା ଟିକେ ସେଇ ଭଳି ଥିଲା । ପରସ୍ପର ଦୁହେଁ ଦୁହିଁଙ୍କୁ ପସନ୍ଦ କରିଥିଲୁ । ତା ନାମ ଯେମିତି ଥିଲା ସତରେ ସେ କବିତାଟିଏ, ଏତେ ଅଳ୍ପ ବୟସରୁ ଏତେ ବୁଦ୍ଧି କେଉଁଠୁ ପାଇଲା କେଜାଣି ? ସେ CT କରୁଥିଲା, ସବୁବେଳେ କୁହେ ମୁଁ ଚାକିରି କରିବି ଆଉ ଦେଶର ଭବିଷ୍ୟତ ଗଢିବି । 'Candle light dinner', long drive, valentine day ଏ ସବୁ ତ ବହୁତ୍ ଦୂରରେ, ଛଅ(୬) ମାସରେ ଥରେ ଦେଖା ହେବା ବି ବହୁତ୍ ମୁସ୍କିଲ । ଅନ୍ୟ ସମସ୍ତଙ୍କ ଭଳି ମୋର ବି ଇଚ୍ଛା ଥିଲା ସେ ସବୁ ସମୟକୁ ଉପଭୋଗ କରିବାକୁ । ହେଲେ ସେ ସବୁକୁ ଛାତି ତଳେ ଚାପି ରଖିବାକୁ ପଡୁଥିଲା । କାରଣ ସେ ଭୁବନେଶ୍ୱର ରେ CT କରୁଥିଲା ଏବଂ ଘରେ ରହୁଥିଲା । ଯେତେବେଳେ ମୁଁ ମନ ଖରାପ କରେ, ମାଆଙ୍କ ଭଳିଆ ବୁଝାଇ ଦେଉଥିଲା ମୋତେ ।

            ଏମିତି ଏମିତି ତିନି(୩) ବରଷ ବିତି ଗଲାଣି । ଏବେ ଆଉ ଲୁଚି ଲୁଚି କଥା ହେବାକୁ ପଡୁନି । ଏବେ ଆମେ ସମାଜର ଆଉ ପରିବାର ର ସ୍ୱୀକୃତି ପ୍ରାପ୍ତ ପୁଅ-ବୋହୂ । ଖୁସିରେ, ଦୁଃଖରେ, ଭଲରେ, ମନ୍ଦରେ, ସେ କେବେ ବି ମୋ ସହ ରହି ପାରେ ନାହିଁ । "କରବା ଚୌଥ" ବା "ସାବିତ୍ରୀ ବ୍ରତ" ରେ ତାକୁ ଟିକେ ଦେଖିବା ବି ମୋ ଭାଗ୍ୟ ରେ ଯୁଟେନି । ଅବିରର ରଙ୍ଗ ଫିକା ଲାଗେ, କୋଇଲି ର କୁହୁ ତାନ ବି କର୍କଶ ଶୁଭେ ମୋତେ । ତଥାପି ମନ ଭିତରେ ଗୋଟେ ବଡ଼ ସିନ୍ଦୁକ ର ଗର୍ବ । କାରଣ ସେ ଆମ ଦେଶର ନୂତନ ଭବିଷ୍ୟତ ଗଢ଼ୁଚି । ତାରି ଭଳି କେତେ ଜଣଙ୍କ ନିଷ୍ଠାପର ପାଇଁ ଆଜି ସମାଜରେ ଭଲ ମଣିଷ ବା ଶ୍ରେଷ୍ଠ ନାଗରିକ ଦେଖିବାକୁ ମିଳୁଛି । ତାର ଆଦର୍ଶ ଏବଂ ଉପଦେଶ ବାସ୍ ଏତିକି ହିଁ ମୋର ସମ୍ବଳ ।

ଯଦି ଆଜି ଗୋଟେ ଅପ୍ରକାସ୍ୟ ମହାନ୍ ଗୋଷ୍ଠୀ ସହ ପରିଚିତ ହେବା ତାହାଲେ, ସମସ୍ତେ କହନ୍ତି "ଗୁରୁଙ୍କୁ ନମଣିଵ ନର ଗୁରୁ ହିଁ ସାକ୍ଷାତ୍ ଈଶ୍ୱର" । ହଁ ବିଲକୁଲ୍ ଠିକ । ତଥାପି ଆମେ ସବୁ ତାଙ୍କୁ ତୁଚ୍ଛ ନଜରରେ ଏବଂ ହେୟ ଜ୍ଞାନ କରନ୍ତି, ସମାଲୋଚନା କରନ୍ତି, ତାଙ୍କର କର୍ମ କୁ ଅବମାନନା କରନ୍ତି ।

            ଭଗବାନ୍ କରନ୍ତୁ ଆଉ ସମାଜରେ ଏଭଳି ସମାଲୋଚନା ମନୋଭାବ ସୃଷ୍ଟି ନ ହେଉ । ସମସ୍ତେ ଜଣେ ଜଣେ ଦେଶର ଶ୍ରେଷ୍ଠ ନାଗରିକ ଭଳି ହୋଇ ଯାଆନ୍ତୁ ଏବଂ ଏହା ବାସ୍ତବରେ ରାମର ରାଜ୍ୟ ପାଲଟି ଯାଉ ।

      ଭଗବାନ୍ କରନ୍ତୁ ତା ଜୀବନ ଏପରି ସୁଖମୟ, ଆନନ୍ଦ ପୂର୍ଣ୍ଣ ଏବଂ ଗର୍ବିତ ଭାବେ ରହିଥାଉ । ଏବଂ ତାର ଚଲାପଥ କୁସୁମିତ ହୋଇଯାଉ । ଆଶାକରେ କି ସେ ବହୁତ୍ ଜଲଦି ଆମ ସମସ୍ତଙ୍କର ନିକଟକୁ ଚାଲିଆସୁ, ଆମ୍ଭ ପରିବାର ର ଖୁସି ଆହୁରି ଦ୍ୱିଗୁଣିତ ହୋଇଯିବ । 

      ଯେବେଠୁ ତା ହାତ ଧରି ମୁଁ ଆମ ଘରକୁ ଆଣିଛି, ସେଇ ଦିନଠୁ ଠାକୁରଙ୍କ ପାଖେ ଅଖଣ୍ଡ ଦୀପ ଜଳୁଛି, କେବଳ ତା ପାଇଁ ନୁହଁ, ଯେଉଁ ମାନେ ଦେଶର ଭବିଷ୍ୟତ ଗଠନ ପାଇଁ ଆପ୍ରଣେ ଉଦ୍ୟମ କରି ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଆଉ ଏ ଶିଖା ଜଳୁଥିବ ସବୁ ସମୟରେ, ସବୁଦିନ ଆଉ ସବୁ ମୁହୂର୍ତ୍ତରେ। "ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ, ମହେଶ୍ୱର, ଗୁରୁ ସାକ୍ଷାତ୍, ପରଂ ବ୍ରହ୍ମ, ତସ୍ମୈଶ୍ରୀ ଗୁର ବେ ନମଃ" ।


Rate this content
Log in

Similar oriya story from Romance