Siddhartha Tripathy

Abstract Romance Inspirational

3  

Siddhartha Tripathy

Abstract Romance Inspirational

ନାଲିଓଢଣୀ

ନାଲିଓଢଣୀ

4 mins
126



  ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ

   ସହକାରୀ ଯନ୍ତ୍ରୀ,ଗଜପତି


 ଲିଙ୍କରୋଡରେ ଠେଲାଗାଡିରେ ପରିବା ରଖି ପାଟି କରୁଥିଲା ସୁରିଆ ;


ଜୀବନଟା ଗୋଟେ ନାଟକ,

ପରିବା ଚଳାଏ ପେଟ ଚାଖଣ୍ଡକ।

ପ୍ରେମ ନୁହେଁ ନେଣର ହିସାବ ଖାତା,

ପ୍ରେମ ଅଟେ ସମର୍ପଣର ଭାଷା।

ପେଟ ପୋଷିବା ପାଇଁ ଏସବୁ ନାଟ,

ପ୍ରେମ ସାରିଦେଲା ସବୁ ମୋର ପାଠ।


ପରିବା ନିଅ ପରିବା, ଶସ୍ତା ହୋଇଗଲା , ଶସ୍ତା ହୋଇଗଲା ବାବୁ।

ପାଟି କରି ବିକୁଥିଲା ସାନିଆ।


ହଠାତ୍.....

 ଦ୍ରୁତ ଗତିରେ ଆସୁଥିବା କାର୍ ଟିଏ ଧକ୍କା ଦେଲା ସାନିଆକୁ । ଛିଟିକି ପଡ଼ିଲା ସନିଆ ଖଣ୍ଡେ ଦୂରରେ। କାର ଚଳାଉଥିବା ମହିଳା ଜଣକ କାର ଅଟକେଇ ଓହ୍ଲେଇ ଆସିଲେ। ତଳେ ପଡି ଛଟପଟ ହେଉଥିଲା ସନିଆ। ନିଜ କାରରେ ବସେଇ ମହିଳା ଜଣକ ହସ୍ପିଟାଲ ନେଇଗଲେ। ଚେତା ହରେଇଥିଲା ସନିଆ।


ଡାକ୍ତର ଚିକିତ୍ସା ଆରମ୍ଭ କଲେ। ଅଣ୍ଟାରେ ଗୁଡ଼େଇ ଥିବା ନାଲି ଓଢ଼ନୀ ଉପରେ ନଜର ପଡିଗଲା ଭଦ୍ର ମହିଳା ସୁରମାଙ୍କର । ଚମକି ଉଠିଲେ ସେ। ଆରେ ସନ୍ୟାସୀ ! ଏଇ କି ବେଶ ! ଏହା କି ଅବସ୍ଥା


    ଏ ସନ୍ୟାସୀ , ଏମିତି କ'ଣ ଦୂରେଇ ଦୂରେଇ ରହୁଛ , ପାପା ପରା ତମକୁ ମୋ ଦାୟିତ୍ଵ ନେବାକୁ କହିଛନ୍ତି କହି ସନ୍ୟାସୀର ହାତଟାକୁ ଧରି ନେଲା ସ୍ୱର୍ଣ୍ଣ । ସ୍ୱର୍ଣ୍ଣର ହସ୍ତ ସ୍ପର୍ଶ ରେ ସନ୍ୟାସୀ ଶରୀରରେ ଅଦ୍ଭୁତ ଶିହରଣ । ବୟସ କମ୍ ହେଲେ କ'ଣ ହେଲା । ଆଧୁନିକତାର ଛାପ ଆଜିକାଲି ବେଳଗୁଣ୍ଠା ପରି ଛୋଟ ସହରର ଛୁଆଙ୍କ ଉପରେ ବି।


ରାସ୍ତାରେ ଚାଲୁ ଚାଲୁ ସନ୍ନ୍ୟାସୀର ଛୋଟ ପ୍ୟାଣ୍ଟ୍ ବାରମ୍ବାର ତଳକୁ ଖସି ଯାଉଥିଲା। ଫେଁ କିନା ହସି ଉଠୁଥିଲା ସ୍ଵର୍ଣ୍ଣ। ଲାଜେଇ ଯାଉଥିଲା ସନ୍ୟାସୀ। ହସି ହସି ସ୍ଵର୍ଣ୍ଣ କହିଲା ଏ ବୋକା , ଆଜିକାଲି ପ୍ରେମିକ କେତେ ସଜବାଜ ହୋଇ ଆସନ୍ତି ଅଥଚ .... ତମେ , ଫୁଙ୍ଗୁଳା ଦେହ, ଛିଣ୍ଡା ପ୍ୟାଣ୍ଟ୍ !


ହସିଦେଇ ସନ୍ୟାସୀ କହିଲା, ତୋ ପାପା ବଡ଼ ଚାକିରିଆ, ମୁଁ ରାତ୍ରୀ ଜଗୁଆଳୀର ପୁଅ। ପ୍ରେମ ବିଶ୍ୱାସର, ଭରସାର । ପ୍ରେମ ଦେଣ ନେଣର ହିସାବ ଖାତା ନୁହଁ । 


କିନ୍ତୁ.....


କିନ୍ତୁ କ'ଣ ପଚାରିଲା ସ୍ଵର୍ଣ୍ଣ ।

ସନ୍ୟାସୀ କହିଲା ଏସବୁ ପୁସ୍ତକ ପୃଷ୍ଠାରେ ସୁନ୍ଦର। ତୁ କହିଲୁ ସ୍ଵର୍ଣ୍ଣ ! ମୁଁ ଭଲ ପଢୁଛି ଓ ପଢ଼ାଉଚି ତେଣୁ ତୋ ପାପା ମୋ ଉପରେ ଭରସା କରନ୍ତି, କିନ୍ତୁ ତୋର ମୋର ପ୍ରେମ ବା ବିବାହକୁ ସ୍ବୀକୃତି ଦେବେ ? ବୋଧେ ନା ।


କାରଣ ଆମେ ଗରିବ।


ତେଣୁ ଏ ପ୍ରେମ ଫ୍ରେମ ଛାଡି ପଢା ପଢ଼ିରେ ମନ ଦିଅ। ସନ୍ୟାସୀ କୁ ଭିଡ଼ି ଧରିଥିଲା ସ୍ଵର୍ଣ୍ଣ। ଚାଲ୍, ଜଲଦି ଗାଧୋଇସାରେ ଘରକୁ ଯିବା କହିଲା ସନ୍ୟାସୀ। ହସିଦେଇ ସ୍ଵର୍ଣ୍ଣ କହିଲା କାହିଁକି ମୋ ସ୍ପର୍ଶ ଭଲ ଲାଗୁନି କି ?


ସନ୍ୟାସୀ କହିଲା ସେକଥା ନୁହଁ, ଏବେ ଠାରୁ ଏସବୁ ଠିକ୍ ନୁହଁ। ସ୍ଵର୍ଣ୍ଣ କହିଲା ସେଇଥିପାଇଁ ତ ତମ ପ୍ରତି ମୋ ସମ୍ମାନ ବଢ଼ିଯାଏ। ଏଇ ଦେଖୁନ ବେଳାଗୁଣ୍ଠାର କେତେ ଟୋକାଙ୍କ ଲୋଲୁପ ଦୃଷ୍ଟି ମୋ ଶରୀର ଉପରେ। ସତେ ଯେମିତି ସୁଯୋଗ ମିଳିଲେ ଝୁଣି ଖାଇଯିବେ।


ପୋଖରୀ ହିଡରେ ବସି ରହିଲା ସନ୍ୟାସୀ। ପୋଖରୀ ତୁଠ ପଥର ଉପରେ ଶୋଇ ଭିତରକୁ ଗୋଡ଼ ବଢ଼େଇଲା ସ୍ଵର୍ଣ୍ଣ। ଛୋଟ ମାଛ ଗୁଡାକ ତାର କୋମଳ ପାଦକୁ ସ୍ପର୍ଶ କରି ଚାଲି ଯାଉଥିଲେ। ଖୁସି ଲାଗୁଥିଲା ସ୍ଵର୍ଣ୍ଣ କୁ। କୁମାରୀ ମନ ଚଞ୍ଚଳ ହୋଇ ଉଠୁଥିଲା।


ପାଟି କରି ଡାକିଲା ସନ୍ୟାସୀ , ଏ ସ୍ଵର୍ଣ୍ଣ ଆସେ ଯିବା । ବହୁତ୍ ବିଳମ୍ବ ହେଲାଣି। ସ୍ଵର୍ଣ୍ଣ ପଶିଗଲା ପୋଖରୀ ଭିତରେ। ପାଟି କରି ଉଠିଲା ସେ। ପୋଖରୀ ଭିତରକୁ ଲମ୍ଫ ଦେଲା ସନ୍ୟାସୀ । ଖୁବ୍ ଜୋର୍ ରେ ସ୍ଵର୍ଣ୍ଣ ଧରିଥିଲା ସନ୍ୟାସୀ କୁ।


ଦଶମ ଶ୍ରେଣୀ ଝିଅଟିର ସମ୍ପୂର୍ଣ୍ଣ ଅଙ୍ଗ ବିନ୍ୟାସ ହୋଇସାରିଥିଲା। ନିଜକୁ ଅଟକେଇ ପାରି ନଥିଲା ସନ୍ୟାସୀ। ସନ୍ୟାସୀର ତତଲା ଓଠର ସ୍ପର୍ଶରେ ପୋଖରୀର ଥଣ୍ଡା ପାଣି ବି ଗରମ ହୋଇଉଠୁଥିଲା। ମାଛ ଗୁଡ଼ିକ ମୁଣ୍ଡ ଟେକି ଉପରକୁ ଉଠିଯାଇଥିଲେ।


ପ୍ରତିଦିନ ପୋଖରୀରେ ପ୍ରେମର ଗଙ୍ଗା ବୋହିବାରେ ଲାଗିଲା। ସବୁଦିନ ସମାନ ଯାଏନା ।


ସେଦିନ......


ପୋଖରୀ ଭିତରେ ଦୃଢ଼ ଅଲିଙ୍ଗନରେ ଥିଲେ ପ୍ରେମୀ ଯୁଗଳ। ହଠାତ୍ ପହଁଚିଗଲେ ସ୍ଵର୍ଣ୍ଣର ପାପା ବିମଳ ବାବୁ। ଉଭୟଙ୍କୁ ସେହି ଅବସ୍ଥାରେ ଦେଖି ଚିତ୍କାର କରି ଉଠିଲେ , ସ୍ଵର୍ଣ୍ଣ...!  


ଚମକିଉଠି ଅଲଗା ହୋଇଗଲେ ପ୍ରେମୀଯୁଗଳ । ବିମଳବାବୁ ଚାଲିଗଲେ।ପଛେ ପଛେ ଥରି ଥରି ଯିବାକୁ ବାହାରିଲା ସ୍ଵର୍ଣ୍ଣ। ଯିବା ସମୟରେ ସନ୍ନ୍ୟାସୀର ହାତ ଧରି ସ୍ଵର୍ଣ୍ଣ କହିଲା, ଏ ସନ୍ୟାସୀ ! ମୁଁ ଜାଣିଛି ପାପା ବହୁତ୍ ରାଗି । ଆଜି ଆମକୁ ଏହି ଅବସ୍ଥାରେ ଦେଖିବା ପରେ ହୁଏତ ଆଗକୁ ଆମର ଦେଖା ହେବା ଅସମ୍ଭବ।


କିନ୍ତୁ......

ଆଶାକୁ ନେଇ ମନୁଷ୍ୟ ବଞ୍ଚେ। ଏହି ନାଲି ଓଢ଼ଣୀ ପାଖରେ ରଖିଥିବ। ଏଇଟା ପକେଇ ଦିନେ ତମେ ମତେ ବାହାହେବ । ନାଲିଓଢ଼ଣୀ କେବେ ନିଜଠୁ ଅଲଗା କରିବନି। ମୁଁ ଯୋଉଠି ଯେପରି ଥିଲେ ବି ତମକୁ ଅପେକ୍ଷା କରିବି ।


ତାପରଦିନ ବଦଳି ହୋଇ ଚାଲିଗଲେ ବିମଳ ବାବୁ ସପରିବାର। ଆଜି କନିସି ସହରର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵର୍ଣ୍ଣ। ବହୁତ୍ ଖୋଜିଛି ସନ୍ୟାସୀ କୁ । କିନ୍ତୁ....। ସନ୍ୟାସୀ ! ଏଇଠି, ଏହି ଅବସ୍ଥାରେ !


ଧନ୍ୟବାଦ୍ ମ୍ୟାଡମ ଏହି ସନିଆକୁ ନୂତନ ଜୀବନଦାନ ଦେଇଥିବାରୁ । ସନ୍ନ୍ୟାସୀର ପାଟି ଶୁଣି ଧ୍ୟାନ ଭଙ୍ଗ ହେଲା ସ୍ଵର୍ଣ୍ଣର । ଡ଼ାକ୍ତର କହୁଥିଲେ ମ୍ୟାଡମ୍ ! ବ୍ୟସ୍ତ ହେବାର କିଛିନାହିଁ, ସେ ଠିକ୍ ଅଛନ୍ତି । ନାଲି ଓଢ଼ଣୀ ହାତରେ ଧରି କାନ୍ଦୁଥିଲା ସ୍ୱର୍ଣ୍ଣ । କହୁଥିଲା ସନ୍ୟାସୀ , ମୁଁ ସ୍ୱର୍ଣ୍ଣ।


ଆଁ କରି ଅନେଇଥିଲା ସନିଆ । ସ୍ୱର୍ଣ୍ଣ ପଚାରିଲା ସନ୍ୟାସୀ ତମେ ପାଠ ଛାଡି ଏସବୁ କ'ଣ ? ତମ ଅବସ୍ଥା ଏମିତି କେମିତି ହେଲା ?

ସନ୍ୟାସୀ କହିଲା ତମେ ବେଳାଗୁଣ୍ଠା ଛାଡିବା ସମୟରେ ମୋ ବାପର ଚାକିରୀ ଆଉ ନଥିଲା। ସେଇ ଦୁଃଖରେ ବାପା ମା ଡକାଡକି ହୋଇ ଆରପାରିରେ । ମତେ ସେଇ ଘର ଛାଡ଼ିବାକୁ ପଡ଼ିଲା। ବଞ୍ଚିବା ପାଇଁ ଏହି ବ୍ରହ୍ମପୁରସହରରେ ପରିବା ବିକିବା ଆରମ୍ଭ କରି ବଞ୍ଚିଛି।


ତମ ଖବର କ'ଣ ? ପଚାରିଲା ସନିଆ । ଆଖିରୁ ଲୁହ ପୋଛି ସ୍ୱର୍ଣ୍ଣ କହିଲା , ଏଇଠି ପହଞ୍ଚିଲା ପରେ ବିତିଗଲା କିଛି ବର୍ଷ। ଦିନେ ବର୍ଷା ରାତିରେ.....। ଟ୍ୟୁସନ ସାରି ଫେରୁ ଥିଲି ମୁଁ । ଅଟୋ ମୋତେ ନେବାକୁ ଆସିଥିଲା। ଅଧା ରାସ୍ତାରେ ...। ଅନ୍ଧପସରା ରୋଡ ପାଖରେ ଅଟୋକୁ ଅଟକାଇଲେ ଚାରି ଜଣ ଯୁବକ। ଅଟେ ଡ଼୍ରାଇଭର ସହ ମିଶି ମତେ ଧର୍ଷଣ କରି ଚାଲିଗଲେ। କଷ୍ଟେମଷ୍ଟେ ରକ୍ତଯୁଡୁବୁଡୁ ଅବସ୍ଥାରେ ଘରକୁ ଫେରିଲି ମୁଁ। ମୋ ଅବସ୍ଥା ଦେଖି ପାପାଙ୍କୁ ହୃଦଘାତ ହେଲା। ସେ ଆରପାରିକୁ ଚାଲିଗଲେ। ମା ରୋଗଗ୍ରସ୍ତ। ମୁଁ ପାଠପଢି ଆଜି ଗୋଷ୍ଠି ଉନ୍ନୟନ ଅଧିକାରୀ।


କିନ୍ତୁ ......।

ଏହି ନାଲିଓଢ଼ଣୀ ଆଉ କୌଣସି କାମର ନୁହଁ । ମୁଁ ଗୋଟିଏ କୂଳଟା ।

ବାସି ଫୁଲ ।

ସ୍ୱର୍ଣ୍ଣ ହାତରୁ ନାଲିଓଢଣୀ ନେଇ ମୁଣ୍ଡରେ ଢାଙ୍କି ଦେଲା ସନ୍ୟାସୀ , ଓ କହିଲା ଯଦି ତମର କିଛି ଆପତ୍ତି ନଥାଏ ।


ସ୍ୱର୍ଣ୍ଣ ଆଖିରେ ଆଖିଏ ଲୁହ। ମୋ ପରି କୂଳଟାକୁ ତମେ ଗ୍ରହଣ କରିବ ସନ୍ୟାସୀ ! ସ୍ୱର୍ଣ୍ଣ ପାଟିରେ ହାତ ରଖି ସନ୍ୟାସୀ କହିଲା କିଏ କହିଲା ତମେ କୁଳଟା ? ତାହେଲେ ପଞ୍ଚପତି ଗ୍ରହଣ କରି ଦ୍ରୌପଦୀ ? ଅଶୋକ କାନନରେ ରାବଣ କବଜାରେ ଥିବା ସୀତା ? ଯଦି ସେମାନେ ସତୀ , ତାହେଲେ ମୋ ସ୍ୱର୍ଣ୍ଣ ମହାସତୀ ।

ଦୃଢ଼ ଆଲିଙ୍ଗନ ରେ ଥିଲେ ଦୁହେଁ ।

ସନ୍ୟାସୀ କହୁଥିଲା ଏ ସ୍ୱର୍ଣ୍ଣ ! ପୁଣି ଆଲିଙ୍ଗନ ? ପୋଖରୀ ! ନଗ୍ନ ଶରୀର ! ପାପା ! 

ଧେତ୍ ଦୁଷ୍ଟ କହି କହୁଣି ମାରିଲା ସ୍ୱର୍ଣ୍ଣ। ଆଃ ! କହିଲା ସନ୍ୟାସୀ। ଓଃ ! ଦୁଃଖିତ କହି ସନ୍ନ୍ୟାସୀର ଶରୀରକୁ ଭିଡ଼ି ଧରିଥିଲା ସ୍ୱର୍ଣ୍ଣ। ସନ୍ୟାସୀର ବାଳୁଆ ଛାତିରେ ମୁଣ୍ଡ ଗୁଞ୍ଜି ଛୁଆଙ୍କ ପରି କାନ୍ଦୁଥିଲା। ସାନ୍ତ୍ଵନା ଦେଉ ଦେଉ ଶିହରୀ ଉଠୁଥିଲା ସନ୍ନ୍ୟାସୀ ।

ଅନ୍ୟ କାହାଣୀ ପରି ଫୁଲର ବାସ୍ନା ରେ ମହକୁ ନଥିଲା , କିନ୍ତୁ ସୁଗନ୍ଧିତ ଡେଟଲ ବାସ୍ନାରେ ସୁଗନ୍ଧିତ ହୋଇ ଉଠୁଥିଲା ହସ୍ପିଟାଲ ପରିବେଶ। ସବୁ ରୋଗୀ ଆଖି ଫାଡ଼ି ଅନେଇଥିଲେ ପ୍ରେମୀଯୁଗଳକୁ ।


ନାଲିଓଢଣୀ ଭିତରେ ପରିସ୍ଥିତିକୁ ହୃଦୟଙ୍ଗମ ନକରି ଆବେଗରେ ସନ୍ନ୍ୟାସୀର ଗରମ ଓଠ ଚୁମ୍ବନ କରି ଚାଲିଥିଲା ସ୍ୱର୍ଣ୍ଣର ଶରୀରକୁ ।

ପାଖ ବିଛଣ।ରେ ବସି ପାକୁଆ ପାଟିରୁ ଲାଳ ଗଡାଉଥିବା ସତୁରୀ ବର୍ଷର ବୃଦ୍ଧ ଜଣକ କହୁଥିଲା , 


"ଏହା ବୋଧେ ପ୍ରେମ ନୁହଁ ,   

   ଏହା ହିଁ ପ୍ରେମ ।


Rate this content
Log in

Similar oriya story from Abstract