ମୁଁ ବି ତୁମକୁ
ମୁଁ ବି ତୁମକୁ


ଥରେ ରୁବି (ବାନ୍ଧବୀ )ସହ କଲେଜ୍ କ୍ୟାମ୍ପସରେ ଠିଆ ହୋଇଥିବା ସମୟରେ ହଠାତ୍ କେହି ରୁବିର ପରିଚିତ ଆସି କିଛି ରୁବି ସହ ଆଲୋଚନା କରୁଥାନ୍ତି। ବୈଶାଳୀ ସେଆଡକୁ ଲକ୍ଷ୍ୟ ମଧ୍ୟ ଦେଲାନି ।କାରଣ ସେମାନେ ପୁଅ ବନ୍ଧୁ ବା ସମ୍ପର୍କୀୟ ଥିଲେ ବୋଧେ ରୁବିର।ପୁଅ ମାନଙ୍କ ଠାରୁ ସେ ବେଶ୍ ଦୂରେଇ ରୁହେ। କାରଣ ପୁଅ ମାନେ ତାକୁ ସ୍କୁଲ୍ ରେ ବି ହଇରାଣ କରନ୍ତି।ପ୍ରେମ ନିବେଦନ କରି ତା'ର ମତିଭ୍ରଷ୍ଟ କରୁଥିଲେ।କାରଣ ସେ ଜଣେ ଅନିନ୍ଦ୍ୟ ସୁନ୍ଦରୀ ଥିଲା ଅନ୍ୟମାନଙ୍କ ଦୃଷ୍ଟିରୁ।ତେଣୁ ସେ କଲେଜରେ ବହୁସତର୍କ ରହେ।କୈଣସି ପ୍ରସାଧନ ଦ୍ରବ୍ୟ ବା ଅଳଙ୍କାର ମଧ୍ୟ ବ୍ୟବହାର କରୁନଥିଲା ,କାଳେ ଅଧିକ ସୁନ୍ଦର ଦେଖାଯିବ ବୋଲି।କାରଣ ଏହା ବିଭିନ୍ନ ସମସ୍ୟା ସୃଷ୍ଟିକରି ପାଠପଢାରେ ବାଧା ସୃଷ୍ଟିକରିପାରେ। ଯାହାବି ହେଉ ସେଦିନ ରୁବି ପରିଚୟ କରାଇଲା ଯେ,"ଏ ପୁଅ ଜଣକ ମୋ ପଡୋଶୀ ବଡଭାଇ ,ରାହୁଲଭାଇ। ଖୁବ୍ ଭଲ ,ଆମଭଳି ସେ ବି ଏ ଯାଏ ଏକଲା"ବୈଶାଳୀ : (ନ ଚାହିଁ ସେ ପୁଅ ଆଡକୁ ,ରୁକ୍ଷଭାବରେ)ବେଶୀ କାହାକୁ ଭଲ କହିଲେ ସେ ଶିଘ୍ର ଖରାପ ହୋଇଯାଆନ୍ତି।
ମାତ୍ର ମନେ ମନେ ଭାବିଲା ନଜାଣି କାହାକୁ ରୁକ୍ଷ ବ୍ୟବହାର କରିବା ଠିକ୍ ନୁହେଁ।ତେଣୁ ସେ ରାହୁଲଙ୍କୁ କ୍ଷମା ଯାଚକ ନୟନରେ ସ୍ମିତହାସ୍ୟ ଟିଏ ଦେଇ ସଙ୍ଗେ ସଙ୍ଗେ ମୁହଁ ଫେରାଇ ନେଲା।
ତା ପରଦିନ ...କଲେଜରେ
ରୁବି: ବୈଶାଳୀ ମୋ ରାହୁଲ୍ ଭାଇ ବୋଧେ ତତେ ପସନ୍ଦ କରୁଛନ୍ତି।
ବୈଶାଳୀ :କିଏ
ରୁବି :କାଲି ଯିଏ ଦେଖା ହୋଇଥିଲେ।
ବୈଶାଳୀ: ମୋର୍ ଠିକ୍ ସେ ମନେ ନାହିଁ।ତା'ଛଡା ତମେ ଜାଣ ମୋତେ ଏଭଳି କଥା ଭଲ ଲାଗେନି।
ତା'ପରେ କଲେଜରେ ରାହୁଲ୍ ତାଙ୍କୁ ଦେଖିବାକୁ ଚାହୁଁଥାଏ ସବୁଦିନ।ମାତ୍ର ବୈଶାଳୀ ଅନଭିଜ୍ଞ ଓ ଅପରିଚିତ।
କିଛିଦିନ ପରେ...
ରାହୁଲ୍ ହଠାତ୍ ବୈଶାଳୀ ସହ ଦେଖାହୋଇ ନିଜ ସାଥୀକୁ ଭୋଟ୍ ଦେବାକୁ ନିବେଦନ କରୁଥିଲେ।ସେତିକି ବେଳେ ରାହୁଲର ବିନମ୍ର ନିବେଦନ , କଥାକହିବା ଶୈଳୀ,ବଳିଷ୍ଠ ସୁନ୍ଦର ଚେହେରା ଓ ଗଭୀର ସାଗର ଭଳି ଆଖି ଉପରେ ଦୃଷ୍ଟି ପଡିଲା।କିଛି ଗୋଟେ ଆଲୋଡନ ସୃଷ୍ଟି ହେଉଥାଏ ମନଭିତରେ। ମାତ୍ର ବୈଶାଳୀ ଅଣଦେଖା କରୁଥାଏ।ପ୍ରାୟ ଦୁହିଁଙ୍କର ଦେଖାହେଲେ ନିରବ ହସଟିଏ ଖେଳିଯାଏ ଦୁହିଁଙ୍କ ଓଠରୁ। ଉଭୟଙ୍କ ବେଦନା ଏକାଭଳି ହେଲେ ମଧ୍ୟ ବୈଶାଳୀ ଦୂରେଇ ରଖେ ନିଜକୁ ରାହୁଲ୍ ଠାରୁ (ତା ମନର ଦୁର୍ବଳତା ଯୋଗୁଁ)।ମାତ୍ର ରାହୁଲ୍ ବୈଶାଳୀର ସରଳ, ନୀରିହ ଭୋଲାପନ ପାଇଁ ତା'ଉପରେ ଫିଦା ହୋଇଲାରିଥିଲା।ସୁଯୋଗ ଖୋଜୁଥାଏ,ପ୍ରେମ ନିବେଦନ ପାଇଁ।ଆଉ ବୈଶାଳୀ ପ୍ରାୟ ବୁଝିପାରି ବାହାନା କରୁଥାଏ ଦୂରେଇ ବାକୁ।ମାତ୍ର ଦୈବୀଯୋଗକୁ ଏକୁଟିଆ ଥରେ ରାହୁଲ୍ ପାଇଛି ବୈଶାଳୀକୁ ,ଆଉ କହିଦେଇଛି ମନର ଅକୁହା କଥା।ମାତ୍ର ବୈଶାଳୀ ମନାକରିଦେଇଛି ସିଧା ସିଧା।
ବୈଶାଳୀ ଭାବୁଛି ଆଖିରେ ମୋର ଲୁହ କଣ ପାଇଁ ? ମନ ଟା କାହିଁ ବିଦ୍ରୋହ କରୁଛି ରାହୁଲ୍ ପାଇଁ ? ଇଏ କଣ ପ୍ରେମ? ଉତ୍ତର ପାଇବା ପାଇଁ କଲେଜକୁ ଯାଇଛି ।ରାହୁଲକୁ ଦେଖିଲା ଯେ,ତାକୁ ଦେଖି ଚମକି ଉଠୁଥିବା ରାହୁଲର ଆଖି ମୁହଁ ଆଜି ନୀରବ ଓ ଶୁଷ୍କ।ସହିପାରିଲାନି କାହିଁକି କେଜାଣି।ଆଉ କହିଦେଲା ମୁଁ ବି ତୁମକୁ .....