Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Kulamani Sarangi

Abstract

2  

Kulamani Sarangi

Abstract

ମୋବାଇଲ୍ ବିଭ୍ରାଟ

ମୋବାଇଲ୍ ବିଭ୍ରାଟ

3 mins
227


ମୋବାଇଲ୍ ଡାଟା ଶସ୍ତା ହେବା ପରଠାରୁ ଅନେକ ମଧୁର ବିଭ୍ରାଟ ହେବାକୁ ଲାଗିଛି--ଚୁଲିରେ ଡାଲି ପୋଡିଯାଉଚି ,କ୍ଷୀର 

ଉତୁରି ପଡୁଚି,ପ୍ରେମିକ-ପ୍ରେମିକାଙ୍କର କଥୋପକଥନ ଦୀର୍ଘ ହେଇଯାଉଚି, ଝିଅମାନେ ସ୍କୁଟି ଚଳାଉ ଥିବା ବେଳେ କାନରେ ଲାଗିଥିବା ତାର ଦୁଇଟା ମାଧ୍ୟମରେ ଗାନା ଶୁଣୁ ଶୁଣୁ ଏମିତି କୁରୁଳି ଉଠୁଛନ୍ତି ଯେ ବାଟୋଇମାନେ ମଧୁରଦୃଷ୍ଟି କ୍ଷେପଣକରି 'ବାଇଆଣୀଟା' ବୋଲି ମନ୍ତବ୍ଯ ଦେଉଛନ୍ତି, ପରକୀୟା ପ୍ରୀତି ପ୍ରତି ସ୍ୱକୀୟ ପ୍ରୀତିର ଈର୍ଷା ବହୁଗୁଣରେ ବଢିଯାଇଛି,ବିବାହିତ ପୁରୁଷମାନେ,ନିଜକୁ ଅବିବାହିତ କହି ନବଯୁବତୀଙ୍କୁ ପ୍ରେମଫାଶରେ ପକାଇବାର ଘଟଣା ବଢିଯାଇଛି,ଫେସ୍ ବୁକ୍ ଏବଂ ହ୍ୱାଟସ୍ ଆପର ପ୍ରେମକୁ 'ଅପ୍ରାକୃତ ପ୍ରେମ' ନାମରେ ନାମିତ କରି ଏହାକୁ ରାଧା-କୃଷ୍ଣଙ୍କର ପ୍ରେମଠାରୁ ଆହୁରି ସ୍ୱର୍ଗୀୟ ବୋଲି ଯୁକ୍ତି କରିବା ଲୋକଙ୍କ ସଂଖ୍ୟା ବଢିଯାଇଛି ଏବଂ ମେସେଂଜର/ହ୍ୱାଟସ୍ ଆପ୍ ରେ ରାତିଅଧିଆ କୁତୁକୁତିଆଙ୍କ ସଂଖ୍ଯା ଆଶାତିତ ଭାବରେ ବୃଦ୍ଧି ପାଇଛି।


ଏ ସବୁ ବିଭ୍ରାଟରେ ସଦେଇଭାଇକି କିଛି ଫରକ ପଡିବା କଥା ନୁହଁ, କାରଣ ସେ ଏବଂ ସଦେଇଆଣୀ(ତାଙ୍କ ସ୍ତ୍ରୀଙ୍କ ପିତୃଦତ୍ତ ନାମ ଆମ୍ଭକୁ ଅଜଣା) କଦବା କେବେ ମୋବାଇଲିରେ କଥା ହୁଅନ୍ତି। 


କିନ୍ତୁ ଝୁଅ ଗୋଲାପକଳୀ ପାଇଁ ଯାହା ଚିନ୍ତା । କନ୍ଦାକଟା କରିବାରୁ ଝୁଅପାଇଁ ,ଧାର କରଜ କରି ଗୋଟେ ଫେଡା-ଫୋନ୍(ଓସାରିଆ ସ୍ମାର୍ଟ ମୋବାଇଲି)ସଦେଇ ଭାଇ କିଣିଦେଇଚି। ଫୋନ୍ କିଣାହବା ପରଠାରୁ ଗୋଲାପ ଚବିଶିଘଣ୍ଟା ସେଇଟା କାନରେ ଦେଇ ବସିଚି। ପାଠ ଗଲାଣି ଚୁଲିକି,ବୋଲହାକ ନାଁଗନ୍ଧ ନାଇଁ । ଝୁଅ ଟିକିଏ ଭାତପାଣି ବସେଇଦେ--ହଁ ଯାଉଚି; ଡାଲି ବଘାରିଦେ- --ହଁ ଯାଉଚି ;ବା'କୁ ପାଣି ଗିଲାସେ ଦେ---ହଁ ଯାଉଚି। ସେହି 'ହଁ ଯାଉଚି' ସମ୍ମତିମୂଳକ କଥା , ଫୋନାଳାପ (ଫୋନ+ଆଳାପ) ଯୋଗୁଁ କାର୍ଯ୍ଯରେ ପରିଣତ ହୋଇପାରେନାହିଁ ।


ନୂଆ ଭୁଆଟା(ନୂଆ ଭୁଆଷୁଣୀ)ଏମିତି କଣ ହଉଚି ବୋଲି ଜେଜୀ ବୁଢୀ ଖଡ୍ଗହସ୍ତ। କିନ୍ତୁ ତାକୁ ପଚାରେ କିଏ? ସଦେଇଭାଇ ଅତ୍ୟଧିକ ସ୍ନେହଯୋଗୁ ଝୁଅକୁ କିଛି କହିପାରେନାହିଁ, ସହଜେ ତ ସଦେଇଆଣୀ ସବୁବେଳେ ଝୁଅ ପଟେ।


ଶୁଣୁଶୁଣୁ ଏ ଭିତରେ ଗୋଲାପ ପ୍ରେମରେ ପଡିଗଲାଣି। ଜଣେ ରାତିଅଧିଆ-ପ୍ରେମିକ ସହିତ ମେସେଂଜରରେ ଚ୍ୟାଟିଂ କରୁକରୁ 

ତା'ସହିତ ପ୍ରେମରେ ପଡିଗଲା ଗୋଲାପକଳୀ। ଝୁଅଟା ରାତିସାରା କାହା ସହିତ ଗପୁଚି ବୋଲି ସଦେଇଆଣୀର ସନ୍ଦେହ ହେଲା। ମିଛିମିଛିକା ଆଖିବୁଜି ଝୁଅପାଖେରେ ଦିନେ ଗାଲେଇକି ଶୋଇଲା। ମା'ର ଛଳନା ବୁଝି ନପାରି ଝୁଅ ଫୁଲ୍ ବୋବାଲ୍'ରେ

ପ୍ରେମିକ ସହିତ ଟୁପୁଟୁପୁ କଥାବାର୍ତ୍ତାରେ ଲାଗିରହିଲା। ମଝିରେ ମଝିରେ କୁରୁଳିଆ ହସ ଏବଂ ପବନ-ଚୁମ୍ବନର ଶବ୍ଦ ମଧ୍ୟ ସଦେଇଆଣୀର କାନରେ ବାଜୁଥାଏ। କାଳିଦାସଙ୍କ ମେଘଦୂତ ଭଳି ପବନଦୂତ ସତରେ ନହୁଲୀବୟସୀର ସେ ଚୁମ୍ବନକୁ ଇଥର ମାର୍ଗରେ ପ୍ରେମିକ ପାଖରେ ପହଞ୍ଚାଉ ଥିଲେ କି ନା କିପରି ଜାଣିବା? 


ସେ ଯାହାହେଉ, ସେମାନଙ୍କର ପ୍ରେମାଳାପରେ ବାଧା ସୃଷ୍ଟିକରି ମାଆ ଉଠିପଡି ଝୁଅକୁ ଡାଣ୍ଟିଲେ---ଇଲୋ ଚୁପ୍ ସଇତାନୀ,କିଏ ସେ ଟୋକା କିଲୋ ? ବା'ଜାଣିଲେ ଏପୁରରେ ତତେ ରଖିବଟି ? ହାଣିଦବ ଲୋ ମଉନିମୁହୀଁ।


ଗୋଲାପ କାନ୍ଦିକାନ୍ଦି ମାଆକୁ କୁଣ୍ଢେଇ ପକେଇଲା। କହିଲା ---ତାକୁ ବା'ନହେଲେ ଜୀବନ ହାରିଦେବି ଲୋ ମମି। ତୁ ବାପାକୁ କହି କିଛି ବେବସ୍ତା କର।


ବୁଝୁବୁଝୁ ଟୋକାଟା ଅନ୍ୟ ଜାତିର କିନ୍ତୁ ଛୋଟ ଜାତିର ନୁହେଁ । ସଦେଇଭାଇ ରାଗରେ ନିଆଁବାଣ---ହାଁରେ ହାଁ,ଟୋକୀଟା କଣ ନକଲା, ସବୁ ଅନର୍ଥର ମୂଳ ସେଇ ଫେଡାଫୋନ୍ । ସାଇଭାଇ ରାଜି ହେବେନି। କଦାପି ଏ ବାହାଘର ହେଇ ପାରିବନି। ଏକଥା ଶୁଣି ଝୁରି ଝୁରି କଳାକାଠ ପଡିଗଲା ଗୋଲାପକଳୀ। ଏକା ଯିଦ୍--ସେଇଠି ବାହା ହେବି,ନହେଲେ କନିଅର ମଂଜି ବାଟିକି ପିଇଦେବି।


ସଦେଇ ଭାଇର ମୁଣ୍ଡ ଟିଣ ଛପର ଘର ଭଳି ତାତିଗଲା---ହାଁରେ ହାଁ,କଣ ନକହିଲା,ଏଡୁରୁ ଏଡୁଟିଏ କରି ବୋପାମା' ହେଲେନି, ସେ ରାତିଅଧିଆ ଅଧିକା ହେଲା;ତାପେଇଁ ଜାନ୍ ଦେଇ ଦବ? ହଉ ଦଉ,ଏମିତି ଝୁଅ ମୋର ଦର୍କାର ନାହଁ ।


ମାଆ ବିଚାରୀ କଣ କରେ --ନାଁ ବୁଝେଇ ପାରୁଚି ସ୍ୱାମୀକୁ,ନାଁ ଝୁଅକୁ। ଦିନେ ଝୁଅକୁ କହିଲା--ଯୁକ୍ତ ଦୁଇ ପଢୁପଢୁ ତୁ ପେମରେ କେମିତି ପଡିଗଲୁ କିଲୋ ଝୁଅ? ତୋ ବା'କୁ ବାହାହେଲା ବେଳକୁ ମତେ ପଚିଶ୍ ବର୍ଷ,ପେମ ଫେମ କିଛି ଜାଣିନଥିଲି ବୋଲି ତୋ ବାଆ ମତେ ଛାଡିଦବ ବୋଲି କହୁଥିଲା। ତୁ ଏତେ କମ ବଅସରେ କେମିତି ଓସ୍ତାଦ୍ ହେଇଗଲୁ? ସେ ଟୋକାର ଘର- ବାଡି, ଭଲମନ୍ଦ,ଚାକିରି ବାକିରି କିଛି ନ ଜାଣି କେମେତେ ପେମକଲୁ କିଲୋ ଝୁଅ ? 


ଗୋଲାପ କହିଲା --ସବୁ ଏଇ ଫୋନର କରାମତି ମାମା। ପିଲା ସୁନ୍ଦର। ପାଠ ବି ଏ ପାଶ୍। ବ୍ୟାଙ୍କରେ ଚାକିରି। ସେ ଟୋକାର ଫଟ ଦେଖିବୁ? 


ଏହାପରେ ଟୋକା ସହିତ ହୋଇଥିବା କଥାବାର୍ତ୍ତାର ଭିଡିଓ ରେକର୍ଡିଙ୍ଗ୍ ମାଆକୁ ଦେଖେଇଲା ଗୋଲାପ। ମାଆ କହିଲା ---କି କରାମତି ଏଇ ଚାଖେଣ୍ଡେଲମ୍ବା ଫୋନର ଲୋ ମା'। ବାଣାସୁର ଝୁଅ ଉଷାର ଶୋଇଲା ଘରକୁ କୃଷ୍ଣଙ୍କ ନାତି ଅନିରୁଦ୍ଧକୁ ଆଣିବାପାଇଁ ମାଲ୍ୟାଣୀ ଯେଉଁ ମନ୍ତ୍ର ପଢିଥିଲା ଏ ଫୋନ ତ ତାଠୁ ଅଧିକା କାମ କରୁଚି।


ଗୋଲାପ ହସିହସି କହିଲା ---ରହ ମୋ ଅନିରୁଦ୍ଧକୁ ତୋ ସହିତ କଥାବାର୍ତ୍ତା କରେଇ ଦଉଚି।

ସଙ୍ଗେ ସଙ୍ଗେ ହ୍ୱାଟସ୍ ଆପ୍'ରେ ଭିଡଓ କଲ୍ କରି ମାମା ସହିତ କଥାବାର୍ତ୍ତା କରେଇଦେଲା ଗୋଲାପ। ଜୋଇଁ କହିଲା ----ମୁଁ ଖୁସି,ଶାଶୁମା ଆପନ୍ ଖୁସିତ?


ଶାଶୁ ମାଆ ଆବଶ୍ୟକ ରୁ ଅଧିକ ଖୁସି ହେଇଗଲେ। ଝିଅକହିଲା ---ମାଆ ମୁଁ ଲୁଚିକି ତାପାଖକୁ ପଳେଇବି। ଦିନେ ଦି'ଦିନ ମିଛିମିଛିକା କାନ୍ଦିବୁ। ତାପରେ ସବୁ ଠିକ୍ ହେଇଯିବ।


ସତକୁ ସତ ଗୋଲାପକଳୀ ଚମ୍ପଟ ମାରିଲା। କିଛିଦିନ ସାଇଭାଇ ଲୋକ ଟୁପୁଟାପ ହେଲେ। ସଦେଇ ଭାଇ ମୁହଁମାରି ବସିଲା। ଝିଅପାଇଁ ଦିଟୋପା ଲୁହ ଝରେଇ ଦେଲା।

ହୃଦୟରେ ପଡିଥିବା ଗାରକୁ ଲିଭାଇବା ପାଇଁ ସମୟ ଠାରୁ ବଳି ରବର (ଇରେଜର୍)ଆଉ କିଛି ନାହଁ । ବେଳେ ବେଳେ ସଦେଇଭାଇ ଭାବେ ---ଫେଡାଫୋନ୍ ଯାହା କଲା ହୁଏତ ଠିକ୍ କଲା,ଝୁଅ ବାହାଘର ଖର୍ଚ୍ଚରୁ ତ ବଂଚେଇ ଦେଲା।


ଗୋଲାପ ଏବେ ବାପ ଘରକୁ ଫେରିଆସିଛି। ଘର ଛାଡି ଯାହା ସହିତ ଚାଲିଯାଇଥିଲା,ସେ କିଛିଦିନ ତାକୁ ଭଡାଘରେ ରଖିଲା। ତାର ବାପ ମା ଗୋଲାପକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ବୋଲି କହିଲା। କିନ୍ତୁ ଦିନେନା ଦିନେ ସତ କଥା ତ ପଦାକୁ ଆସିବ। ଗୋଲାପ ଜାଣିବାକୁ ପାଇଲା ଯେ ସେ ବ୍ୟକ୍ତି ବିବାହିତ।


ଏବେ ଗୋଲାପ ବାପ ଘରେ ଅଛି। କେଶ୍ ବାଶ୍ ଚାଲିଚି। ସଦେଇ ଭାଇ ସ୍ମାର୍ଟ ଫୋନଟିକୁ ପୋଖରୀକୁ ଫିଙ୍ଗି ଦେଇଚି।


Rate this content
Log in

More oriya story from Kulamani Sarangi

Similar oriya story from Abstract