Budhadeba Nayak

Romance

4.5  

Budhadeba Nayak

Romance

ମୋ ମନ ଅତିଥି

ମୋ ମନ ଅତିଥି

4 mins
340


      ଏହି ଚଳିତ ବୈଶାଖ ମାସରେ ବହୁତ ଶୁଭ ଦିନମାନ ରହିଛି | ସେ ସବୁକୁ ଲୋକ ଗ୍ରହଣ ମଧ୍ୟ କରୁଛନ୍ତି | ଏହି ବୈଶାଖରେ ବହୁ ବିବାହ ଯୋଗ ଲାଗି ରହିଛି, ମତେ ଏମିତି ଲାଗେ ଏ ମାସ ସାରା ଭୋଜି ହିଁ ଖାଇବି | ଦେଖୁ ଦେଖୁ ଅନେକ ଭୋଜି ଖାଇ ସାରିଲି ତଥାପି ବୈଶାଖ ଯାଉନି | ଏହି ବିବାହର ସରଳ ରେଖାରେ ଅସିଗଲା ମୋ ଗେହ୍ଲି ଭଉଣୀ ର ବାହାଘର | ତା ବାହାଘରର କିଛି ଦିନ ପୂର୍ବରୁ ହିଁ ମୁ ଗାଁକୁ ଫେରିଛି ଆଉ ତାହା ବି ତାର ବାହାଘର ପାଇଁ | ନଚେତ ମୁଁ ରହେ ମୋ ଅଜାଙ୍କ ପାଖରେ, ଗାଁ ଦାଣ୍ଡରେ ଚାଲିବା ମୋ ପାଇଁ ଥାଏ ଏକ ଲାଜର ବିଷୟ କାରଣ ମୁଁ କେବେ ଗାଁ ରେ ରୁହେନି କାଳେ ଲୋକ ଦେଖିଲେ କିଏ କଣ କହିବ ସେଥିପାଇଁ | ମୁଁ ଗାଁ କୁ ଯିବା ପୂର୍ବରୁ କହିବାକୁ ଗଲେ ସବୁ ତକ କିଣା କିଣି ଶେଷ ହୋଇସାରିଥିଲା, ଯାହା କି ଅଳ୍ପ ଅଳ୍ପ ବାକି ଥିଲା | ଆଉ ଯାହା ବି ବାକିଥିଲା ମୁଁ ଗଲା ପରେ ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଗଲା | ବାହାଘର ଭୋଜି କାର୍ଯ୍ୟ ସବୁ ଅନ୍ୱେଷଣ କରି ଜାଣିପାରିଲି ଯେ ସବୁ କିଛି ଠିକଠାକ ଚାଲିଛି |

      ଏତେ ସମୟ ଗାଁ ରେ ବିତିଗଲା ପରେ ସନ୍ଧ୍ୟାରେ ଆମ ଘରେ ମିଳନ ହେଲା ଏକ ନୀଳ ନୀଳ ଆଖି ଭରା, ଗୋଲାପ ପାଖୁଡ଼ା ପରି ଅଧର ଥିବା ଓ ଝାଉଁ ବନ ପରି କେଶ ଥିବା ଏକ ଲବନ୍ୟବତୀ, ସୁନ୍ଦରୀ ତରୁଣୀଙ୍କ ସାଥିରେ | ମୁଁ ସୂଚନାରୁ ଯାହା ଜାଣିବାକୁ ପାଇଲି ସେ ସୁନ୍ଦରୀଟି ମୋ ଗେହ୍ଲି ଭଉଣୀର ଏକ କଲେଜ ବାନ୍ଧବୀ | ଘରେ ଜାଣିଛନ୍ତି ପଢ଼ା ଲେଖା ପିଲା ବୋଲି ତେଣୁ ତା ହାତରେ ଦେଇଥିଲେ ଭୋଜିରେ ଆସିଥିବା ବନ୍ଧୁ ବାନ୍ଧବଙ୍କ ଠାରୁ ବ୍ୟବହାର (ଭୋଜିରେ ସମ୍ପର୍କୀୟ ଦେବ ଟଙ୍କା ) କୁ ଲେଖି ରଖିବା ପାଇଁ | ମୋ ନିଜର ଯାଇ ପଡିଲା ତା ଉପରେ, ମତେ ଯେମିତି ଲାଗିଲା ଏଇ ସୁନ୍ଦରୀ ଠୁ ଆଉ ସୁନ୍ଦରୀ ନ ଥିବେ | ମୁଁ ଯାଇ ତାକୁ ସାକ୍ଷାତ କଲି ଦୁହେଁ ଦୁହିଁଙ୍କୁ ଚିହ୍ନିଲୁ ପରିଚିତ ମଧ୍ୟ ହେଲୁ | ସେ ତା କାମ କରୁଥାଏ ଯେମିତି କି ଅତିଥିଙ୍କୁ ଗ୍ରହଣ କରିବା ସେମାନଙ୍କୁ ପଣା ପାଣି ଦେବ ପୁଣି ଜଳଖିଆ ଦେବା ତା ସାଙ୍ଗେ ସାଙ୍ଗେ ବ୍ୟବହାର ଲେଖୁଥିଲା ଓ ମୁଁ ତାକୁ ହିଁ ଚାହିଁ ରହିଥିଲି | ଯେତେବେଳେ ଏକା ସାଙ୍ଗରେ ଏକାଧିକ ଅତିଥି ଆସି ଘରେ ପହଁଚିଲେ କାହିଁ ମତେ ଲାଗିଲା ତା ଉପରେ ଅଧିକ ଚାପ ପଡୁଛି | ତାର କିଛି କାମ ମୁଁ ଭାଗ କରି ନେଲି ଯାହା ଦ୍ୱାରା ସେ ନିଜକୁ ହାଲକା ମନେ କଲା | ଏମିତିରେ ପ୍ରଥମ ଦିନଟି କିଛି ଟା ଅଂଶରେ କଥା ବାର୍ତ୍ତାରେ ବିତିଗଲା |

      ଆସିଗଲା ରାତ୍ରି ସମୟ ସେତେବେଳର ସମୟ କହିବାକୁ ଗଲେ ପ୍ରାୟ 10.00ଟା ବାହାରେ କିଛି କାମ ସାରି ସେତେବେଳେ ଘରକୁ ଫେରିଲି | ଦେଖିଲି ଅଧାରୁ ଅଧିକ ଲୋକ ସବୁ ସୋଇ ସାରିଲେଣି ଆଉ ଦେଖିବକୁ ଗଲେ ହାତ ଗଣତି ଲୋକ ହିଁ ଚେଇଁ ଅଛନ୍ତି ସେମାନଙ୍କ ଭିତରେ ଥିଲା ସେ ବାନ୍ଧବୀ | ସେ ଥିଲା ରୋଷେଇ ଘରେ ମୁଁ ସମସ୍ତଙ୍କୁ ଫେରେଇ ଚାଲିଗଲି ରୋଷେଇ ଘର ଅଭିମୁଖେ ଧନ୍ୟବାଦ, ଦେଖିଲି ମନ ଧ୍ୟାନ ଦେଇ କାହାକୁ ଏକ ଖାଦ୍ୟ ପରଷୁଛି | ମତେ ଦେଖି ଟିକେ ଲାଜେଇ ଗଲା, ତା ସାଥେ ଥିଲା ମୋ ଭଉଣୀ | ମୋ ଭଉଣୀ ମତେ ଖାଦ୍ୟ ପରଷୁ ଥାଏ ଓ ସେ ପଛେ ଥାଇ ଲାଜରେ ମୁରୁକି ହସୁଥାଏ | ମୁଁ ଆଉ ଖାଇବି କଣ ତାର ସେଇ ଗୋଲାପ ପାଖୁଡ଼ା ଓଠରୁ ଯେମିତି ହସ ଝରୁଥିଲା ତାହା ଦେଖି ମୋ ଅଧା ଭୋକ ମରିଯାଇଥିଲା | ତଥାପି ମୁଁ ଖାଇବା ଆରମ୍ଭ କଲି, ଖାଇବା ମଝିରେ ଖାସ ଟିକେ ହେଲା କ୍ଷଣେ ସେ ଲୋଟିଏ ପାଣି ଧରି ହାଜର | ତାର ଏହି ଚଞ୍ଚଳତା ଦେଖି ମୋ ମନରେ ଗଢ଼ି ଉଠିଥିବା ପ୍ରେମ ନିବିଡ଼ ହେବାରେ ଲାଗିଲା 

      ମୋ ରାତ୍ରି ଭୋଜନ ସାରି ଏକ ଡିବି ଓ ଖାତା କଲମ ଧରି ଚାଲିଗଲି ଆମ ବାରିର ଧାନ ଖଣି ଉପରକୁ ସେତେବେଳେ ସମୟ ଠିକ ରାତି ୧୧ଟା | ସେ ନିଶିର ଶୀତଳ ପବନ ବହିଯାଉଥାଏ,ମୁଁ ଖଣି ଉପରେ ବସି କାଗଜ କଲମ ଖୋଲି ଭାବୁଥାଏ, ମୋ ତନୁ ମନକୁ ଶୀତଳ କରିଦେଉଥାଏ  | ମୁଁ ଲେଖା ଆରମ୍ଭ କରିଛି କି ନାହିଁ se ଧୀରେ ଆସି ମୋ ପାଖରେ ବସିଗଲା, ସେତେବେଳେ ଏ ଧରା ପୁରା ଲୋକଶୂନ୍ୟ ହୋଇଯାଇଥାନ୍ତି ଅର୍ଥାତ ସମସ୍ତେ ଶୋଇ ସାରିଲେଣି | ସେ ନିଶ୍ଚଳ ରାତିରେ ସେ ଖଣି ଉପରେ ଏକ ଡିବି ଆଲୁଅରେ ଆମେ ଦୁହେଁ ବସି ଗପୁଥାଉ | ସେ ପଚାରିଲେ କିଛି ମୁଁ ପଚାରିଲି କିଛି ଏହି ପରି ଭାବେ ଆମ କଥୋପକଥନ ଲାଗିରହିଥାଏ ରାତି ବିତି ଚାଲିଥାଏ | ସମୟ ଦେଖିଲା ବେଳେ ଘଡ଼ିରେ ବାଜିଥାଏ ପ୍ରାୟ ରାତି ୩ଟା | ସେତେବେଳେ ମନେ ପଡ଼ିଲା କି ରାତି ପାହିଲେ ମୋ ଭଉଣୀର ବଡ଼ ଭୋଜି ବହୁତ କାମ ସଖାଳେ ଜଲ୍ଦି ଉଠିବାକୁ ହେବ | ଦୁହେଁ ସେ ଖଣିରୁ ଉଠି ଆସି କିଛି ସମୟ ନିଘୋଡ଼ ନିଦରେ ଶୋଇ ପଡ଼ିଲୁ | 

        ତା ପର ଦିନ ସଖାଳେ ମୁଁ ଉଠିବା ସମୟ ପ୍ରାୟ ୭ଟା | ଜଲ୍ଦି ଜଲ୍ଦି ଉଠି ନିଜ ନିତ୍ୟକ୍ରମ ସାରି ଘରକୁ ଫେରିଲା ବେଳକୁ ସମାନ ୮ଟା | ମୁଁ ଘରେ ପହଞ୍ଚିବା ମାତ୍ରେ ଦର୍ଶନ ମିଳିଲା ସେଇ ସୁନ୍ଦରୀ ତରୁଣୀଙ୍କର ଯାହା ସାଥେ ସାରା ରାତି ଗପିଥିଲି | ସେ ମତେ ଦେଖି ସମୟକୁ ଦେଖି ମୁରୁକି ହସୁଥାଏ | ମୁଁ ପୁଅଟେ ସିନା ତାର ସେଇ ହସ ଦେଖି ଟିକେ ଲାଜେଇ ଗଲି | ହଠାତ ମୋ ମାଆ ଆସି ପହଞ୍ଚିଲେ ଆଉ ମୁଁ ସେଠାରୁ ଦୁରେଇ ଗଲି | ସାରା ଦିନ ବ୍ୟସ୍ତତା ମଧ୍ୟରେ ବିତିଗଲା, ବଡ଼ ଭାଇ ଯାହା ହେଲେ ବି ସମସ୍ତ କାର୍ଯ୍ୟର ଚାପ ରହିବା ସ୍ୱାଭାବିକ | ସେ ବ୍ୟସ୍ତତା ମଧ୍ୟରେ ମଧ୍ୟ ତାକୁ ଦେଖି ଦେଲେ ମନ ଟା କାହିଁକି କେଜାଣି ପ୍ରଫୁଲ୍ଲିତ ହୋଇଯାଏ | ସାରା ଦିନ ଭୋଜି ବ୍ୟସ୍ତତାରେ ବିତିଗଲା ଆସିଲା ଠିକ ରାତ୍ରି ସମୟ | ଆଜି ସମୟ ହୋଇଥାଏ ପ୍ରାୟ ୮ଟା ମୁଁ ପହଞ୍ଚିଲି ଯାଇ ରୋଷଇ ଘରେ ଆଉ ଆଜି ବି ଠିକ ସେଇ ଦୃଶ୍ୟ | ସେ ଗାଲରେ ହାତ ଦେଇ କିଛି ଭାବୁଥାଏ, ମୁଁ ବାରି ପଟୁ କାବଟା ପାଖେ ରହି କେବଳ ଚାହିଁ ରହି ଥାଏ ସେଇ ନିରୀହ ଚାହାଣୀକୁ, ସେ ଧୀରେ ବସି ରହିଲେ ସୁନ୍ଦର ଠାରୁ ଆହୁରି ସୁନ୍ଦର ଦେଖା ଯାଉଛି | ସେ ସମୟରେ ସେ ଉଠି ଆସି ପଦୁଟିଏ ପଚାରିଲା -

ସେ - କ'ଣ ତୁମେ ଖାଇବ ?

ମୁଁ ସେତେବେଳେ ଭାବନା ରାଇଜରେ ହଜି ଯାଇଥାଏ

ସେ - (ମୋ ପାଖକୁ ଆସି ମତେ ସ୍ପର୍ଶ କରି ) ଶୁଣ..

ମୁଁ - ହଁ କ'ଣ କୁହ |

ସେ - ଖାଇବ କି?

ମୁଁ - ହଁ ଖାଇବା କାହିଁକି ନୁହେଁ |

ସେ -ହଉ ବସ |

    ଏତିକି କହି ମତେ ପାଣି ଢାଳଟେ ଦେଇ ଚାଲିଗଲା ଖଲି ଆଣିବା ପାଇଁ କି ସମୟ ପରେ ଖଲି ସହ ପହଞ୍ଚି କହିଲା କଣ ଖାଇବ? ମୁଁ କହିଲି ତୁମେ ଖୁସିରେ ଯାହା ଦେବ | ମୋ କଥା ଶୁଣି ଟିକେ ହସି ଦେଇ ଖାଦ୍ୟ ଆଣି ପରଷିବାରେ ଲାଗିଲା କିନ୍ତୁ ମୋ ନଜର ତା ଠାରୁ ହଟୁ ନ ଥାଏ | ସେ ସବୁ ବାଢ଼ି ଦେଇ ଆସି ମୋ ପାଖରେ ବସିଲା ଓ ପଚାରିଲା କଣ ଏମିତି କେବେ ନ ଦେଖିଲା ପରି ଦେଖୁଛ ଖାଇବା ଆରମ୍ଭ କର | ମୁଁ ଖାଇବା ଆରମ୍ଭ କଲି ଓ ପଚାରିଲି ତୁମେ ଖାଇଲଣି | ସେ କହିଲା ନା ତୁମେ ଖାଇ ସାର ମୁଁ ପରେ ଖାଇବି | ତା ସାଥେ କଥା ହେଇ ହେଇ ଖାଇ ସାରିଲି କିନ୍ତୁ ହଁ ସେ ଶେଷରେ କହିଲା ଗତ କଲିର ରାତି ଠିକ ସେଇ ସମୟରେ ତୁମ ଅପେକ୍ଷାରେ ଥିବି ନିଶ୍ଚୟ ଆସିବ ।


Rate this content
Log in

Similar oriya story from Romance