Budhadeba Nayak

Romance

3  

Budhadeba Nayak

Romance

ୱାଟ୍ସଅପ ନାୟିକା

ୱାଟ୍ସଅପ ନାୟିକା

4 mins
156


       ଆଜି କାଲିର ଦୁନିଆରେ କିଏ ବା ପ୍ରେମ କରି ନାହିଁ, କିଏ ଏମିତି ଏ ଦୁନିଆରେ ଅଛି ଯିଏ ନିଜ ତନ, ମନ, ପ୍ରାଣ ଦାନ କରି ନାହିଁ | ଏହି ବିଶାଳ ସବୁଜ ଭରା ଧରା ଧାମରେ ସମସ୍ତଙ୍କ ମନରେ ଅନ୍ୟ ପାଇଁ କିଛି ନା କିଛି ସ୍ନେହ, ଆଦର, ଭଲ ପାଇବା, ପ୍ରେମ,ଆଶା, ଆକାଂକ୍ଷା ଭରି ହୋଇ ରହି ଥାଏ | ସତରେ ଏ ଦୁନିଆରେ କୌଣସି ନା କୌଣସି ଏକ ଶକ୍ତି ଛପି ହୋଇ ରହିଛି ଯେଉଁ ଶକ୍ତି ଜଣଙ୍କୁ ଅନ୍ୟ ଜଣଙ୍କ ପ୍ରତି ଆକୃଷ୍ଟ କରିନିଏ | ସମସ୍ତେ ଜଣାନ୍ତି ଏ ଦୁନିଆ ଏକ ପ୍ରେମ ମୟ, ଏଠାରେ ଭରି ରହିଛି ସ୍ନେହ ଆଦରର ବନ୍ଧନ, ଭଲ ପାଇବାର ଏକ ଅଛିଣ୍ଡା ସୂତା | ଆଉ ଏତେ ବଡ ଶକ୍ତି ଠାରୁ ମୁଁ ବି ଓହରି ଯାଇଥାନ୍ତି କେମିତି?

      ଆମେ ସବୁ ଆଜିର ଆଧୁନିକ ଜମାନାର ଛୁଆ ଆମେ ଆମ ବହି ବସ୍ତାନି ବ୍ୟତୀତ ଆମ ମୋବାଇଲ ପ୍ରତି ଟିକେ ବହୁତ ଆକୃଷ୍ଟ | ସେହି ପିଲା ଦିନର ଏକ ସ୍ମୃତି ମନେ ପଡ଼େ ଆମେ ଯେତେବେଳେ ପାଠ ପଢ଼ୁଥିଲୁ, ସେ ସମୟର ଘଟଣା | ମୁଁ ପ୍ରଥମତଃ ଆମ ଗାଁ ସ୍କୁଲରୁ ହିଁ ପାଠ ପଢ଼ା ଆରମ୍ଭ କଲି | ତେଣୁ ମୋ ଜୀବନ ବି ଗାଁ ପରିବେଶ ଦେଇ ହିଁ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ | ପଞ୍ଚମ ଶ୍ରେଣୀରେ ଏକ ପରୀକ୍ଷା ଦେଇ ଷଷ୍ଠ ଶ୍ରେଣୀ ମୁଁ ଜବାହର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଲି | ସେ ଥିଲା ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଯେଉଁଠାରେ ଆମ ଗଜପତି ଜିଲ୍ଲାରୁ ବାଛି ହୋଇ ସମସ୍ତ ଦକ୍ଷ ଦକ୍ଷ ଛାତ୍ର ଛାତ୍ରୀ ନାମ ଲେଖାଇଥାନ୍ତି | ସେ ଭିତରେ ସହରରେ ରହି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପଢିଥିବା ଛୁଆ ମଧ୍ୟ ଥିଲେ ଯେଉଁମାନେ କି ଇଂରାଜୀ ଭାଷାରେ କଥା ହେବାରେ ପାଟିରେ ବାଟୁଳି ବାଜୁ ନ ଥିଲା | ଗୋଟିଏ ଦିନ ରହିଲା ପରେ ଦ୍ୱିତୀୟ ଦିନ ରାତିରେ ମୋ ଆଖିରେ ଭରି ଯାଇଥିଲା ଆଖିରେ ଆଖିଏ ଲୁହ, ସେ ସମୟରେ ମୋ ଉପର ଶ୍ରେଣୀର ଭାଇନାମାନେ ଆସି ବହୁତ ବୁଝେଇଲେ କିନ୍ତୁ ମୁଁ ବୁଝିବାକୁ ଥିଲି ନାରାଜ | ସେମାନେ ଭାବୁଥିଲେ କି ମୁଁ ମୋ ଘର କଥା ମନେ ପକେଇ କାନ୍ଦୁଛି କିନ୍ତୁ ମୋ କାନ୍ଦିବାର କାରଣ ପ୍ରକୃତରେ ତାହା ନ ଥିଲା | ମୁଁ କାନ୍ଦିବାର ଅସଲ କାରଣ ଏହା ଯେ ମତେ ଏତେ ଭଲ ଇଂରାଜୀ ବୁଝୁ ନ ଥିଲା ମୋ ସାଙ୍ଗମାନଙ୍କ ଇଂରାଜୀ କଥା ବାର୍ତ୍ତା ଶୁଣି ମୁଁ ଭାବିଲି ମୁଁ କାହିଁ ଏ ବଗମାନଙ୍କ ଭିତରେ ଗୋଟେ କାଉ ହୋଇ ପଶି ଆସିଲି ମୁଁ ମୋ ଗାଁ ସ୍କୁଲରେ ହିଁ ଭଲ ଥିଲି | କିନ୍ତୁ ନାହିଁ ଆଜ୍ଞା ପରବର୍ତ୍ତୀ ସମୟରେ ମୋ ମନର ଭାବନା ଧିରେ ଧିରେ ବଦଳି ଗଲା |


       ଜବାହାର ନବୋଦୟ ବିଦ୍ୟାଳୟ ଏକ ବିଦ୍ୟାଳୟ ନୁହେଁ ସେ ଏକ ପରିବାର କହିଲେ ଅତ୍ୟୁକ୍ତି ହେବ ନାହିଁ | ସେ ବିଦ୍ୟାଳୟ ଯେମିତି ଗୋଟେ ଗାଁ ଗୋଟେ ସହର ଆଉ ଆମ ଛାତ୍ରବାସ ଏକ ଏକ ଘର ସଦୃଶ୍ୟ | ବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଚାରିଟି ଘରରେ ବିଭକ୍ତ ହୋଇଛି ସେଗୁଡିକ ଥିଲା - ଆରାବଳି, ନୀଳଗିରି, ଶିବାଲିକ ଓ ଉଦୟଗିରି | ଏହି ଚାରିଟି ସଦନର ପୋଷାକ ମଧ୍ୟ ଥିଲା ଭିନ୍ନ ଯେମିତି ନୀଳ, ସବୁଜ, ନାଲି ଓ ହଳଦିଆ କ୍ରମନୁସାରେ | ଏହି ବିଦ୍ୟାଳୟରେ ଚାହୁଁ ଚାହୁଁ ସାତ ବର୍ଷ କେତେବେଳେ ବିତିଗଲା ଜଣା ହିଁ ପଢିଲା ନାହିଁ | ସେ ବିଦ୍ୟାଳୟରୁ ବାହାରିଲା ପରେ ମୁଁ ବ୍ରହ୍ମପୁରରେ ଥିବା ଖୋଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଦେଲି |


       ଖୋଲିକୋଟ ବିଶ୍ୱବିଦ୍ୟାଳୟରେ ନାମ ଲେଖିବା ସମୟରେ ଚାଲିଥିଲା କୋରନାର ମହାମାରୀ ରୂପ ଯାହା ଦ୍ୱାରା ମୋ ସ୍ନାତକର ପ୍ରଥମ ବର୍ଷଟି ଘରେ ବସି ହିଁ ବିତିଗଲା | ଆସିଗଲା ଦ୍ୱିତୀୟ ବର୍ଷ ଓ କରନାର ପ୍ରଭାବ ଅଳ୍ପେ ଅଳ୍ପେ କମିବାରେ ଲାଗିଲା, ଆରମ୍ଭ ହେଲା କଲେଜ ସମୟ | ମୁଁ ଆସି ରହିଲି ବ୍ରହ୍ମପୁରରେ ମାସକୁ ଖର୍ଚ୍ଚ ହେଲା ଚାରି ହଜାର କିନ୍ତୁ ଲାଭ କିଛି ହେଲା ନାହିଁ ତେଣୁ ପୁଣି ଫେରିଗଲି ଘରକୁ |

         ଘରେ ରହିଲେ ଟିକେ ଖାଲି ସମୟ ମିଳିଲେ ମୁଁ ଧରି ବସେ ମୋ ମୋବଇଲକୁ, ସେମିତି ମୋବାଇଲରେ ଦୁଷ୍ଟାମୀ କରୁ କରୁ ଫେସବୁକରେ ଗୋଟେ ଝିଅକୁ ଛାଡ଼ି ଦେଇ ଥିଲି ବନ୍ଧୁ ନିବେଦନ | ଗୋଟେ ଦିନ ପରେ ମୋ ବନ୍ଧୁ ନିବେଦନକୁ ସେ ଗ୍ରହଣ କଲା ଓ ନିଜ ପକ୍ଷରୁ କଥା ହେବା ଆରମ୍ଭ କଲା | ଆମେ କଣ ଛାଡ଼ିବା ଜନ୍ତୁ ସେ ଯଦି ଆରମ୍ଭ କରିଲା ଆମେ ଶେଷ କରିଦେବା, ମୁଁ ମଧ୍ୟ ହାଇ ବୋଲି ଲେଖି ସମ୍ବାଦ ପଠେଇ ଦେଲି ସଙ୍ଗେ ସଙ୍ଗେ ମୋ କଥାର ଆସିଲା ପ୍ରତି ଉତ୍ତର | ଏମିତି ହିଁ ବହୁ ଆନନ୍ଦରେ ଦିନେ ଦୁଇ ଦିନ କଥା ହେଲା ପରେ ସେ ମୋ ୱାଟ୍ସଅପ ନମ୍ବର ଦିଅ କହିଲା ଓ ସେ ମେସେଞ୍ଜରରେ କଥା ନ ହୋଇ ୱାଟ୍ସଅପରେ କଥା ହେବା ଆରମ୍ଭ କଲା | ଧିରେ ଧିରେ ଆମ ବନ୍ଧୁତ୍ୱ ବଢ଼ିବାରେ ଲାଗିଲା | ଏମିତି ରାତି ଦିନ ଏକ କରି ଗପିବାକୁ ଲାଗିଲୁ | ସେଇ ଆମ ବନ୍ଧୁତାଟି କେତେବେଳେ ଯେ ପ୍ରେମରେ ପରିଣତ ହେଇଗଲା ଆମେ ଦୁହେଁ ବି ଜାଣି ପାରିଲୁ ନାହିଁ | କିନ୍ତୁ ଏତେ ପର୍ଯ୍ୟନ୍ତ ଆମେ କିଏ କାହା ମୁହଁ ଦେଖି ନାହୁଁ |


     ମୁଁ ବ୍ରହ୍ମପୁରରେ ନ ରହି ଘରେ ରହୁଥିଲି ଆଉ କଲେଜକୁ ଯିବା ଆସିବା କରୁଥିଲି | ଦିନେ ମୁଁ କଲେଜରୁ ଫେରିବା ସମୟରେ ଅଜାଣତରେ ଗୋଟେ ଘଟଣା ଘଟିଲା | ମୁଁ ବସଷ୍ଟାଣ୍ଡକୁ ଗଲି ଓ ଏକ ବସକୁ ଗୋଡ଼େଇବାରେ ଲାଗିଲି କିନ୍ତୁ ମୁଁ ବସ ଧରିବାରେ ବିଫଳ ହେଲି | ମୁଁ ଭାବିଲି ଆଜି ବୋଧେ ମୋର ଦୁର୍ଭାଗ୍ୟ, ତାପରେ କିଛି ସମୟ ପରେ ଏକ ପାରଳାଖେମୁଣ୍ଡି ଯାଉଥିବା ବିକ୍ରାନ୍ତ ବସଟି ପାଇଲି | କିନ୍ତୁ ଟିକଟ କରି ନ ଥିଲି, କଣ୍ଡୁକଟର ଭାଇନା ମଜାରେ କହିଲେ ମୁଁ ଅଛିରେ ସିଟ ନ ଥିଲେ କାଖେଇକି ନେବି | ହେଲେ ମତେ ଖୁବ ଅଳ୍ପ ସମୟରେ ସିଟ ମିଳିଗଲା ଓ ମୋ ପାଖ ସିଟ ଟି ଖାଲି ପଡ଼ିଥିଲା | ମୁଁ ବସୁ ବସୁ ମୋବଇଲ ଖୋଲି ୱାଟ୍ସଅପ ଯାଇ ମେସେଜ କରିବା ଆରମ୍ଭ କଲି | ସେଇ ମୋର ୱାଟ୍ସଅପରେ କଥା ହେଉଥିବା ପ୍ରେମିକା ସାଥିରେ, କିଛି ସମୟ ପରେ ମୋ ପାଖ ସିଟଟି ପୂରଣ ହାଇଗଲା ଗୋଟେ ସୁନ୍ଦରୀ ତରୁଣୀଙ୍କ ଦ୍ୱାରା | ମୁଁ କିନ୍ତୁ ମୋ ମେସେଜ କରିବା ବନ୍ଦ କରି ନାହିଁ ମୁଁ ଦେଖିଲି ପ୍ରତିଉତ୍ତର ଆସିବାରେ ବିଳମ୍ବ ହେଲା କିନ୍ତୁ କିଛି ସମୟ ପରେ ସମାଧାନ ହେଇଗଲା | ମୁଁ ଅନୁଧ୍ୟାନ କଲି ଯେ ସେ ସୁନ୍ଦରୀ ମଧ୍ୟ ୱାଟ୍ସଅପରେ କାହାକୁ ଗୋଟେ ମେସେଜ କରିବାରେ ବ୍ୟସ୍ତ, ସେ ବିଷୟରେ ମୁଁ ଆଉ ଏତେ ଧ୍ୟାନ ଦେଇ ନ ଥିଲି | ମୁଁ ଯେତେ ସମୟ ଯାଏଁ ମେସେଜ କରୁଥିଲି ସେତେ ସମୟ ଯାଏଁ ସେ ମେସେଜ କରୁଥିଲା | ମୋ ମନରେ ଟିକେ ସନ୍ଦେହ ସୃଷ୍ଟି ହେଲା ତାପରେ ସେ ମେସେଜ କରୁଥିବା ନମ୍ବରକୁ ଦେଖିଲି ଧୀରେ ଲୁଚି ସେଠି ଲେଖା ଥିଲା ମୋ ଜାନ | ତାପରେ ତା ମେସେଜ ଦେଖିଲି ମୁଁ ଯାହା ଛାଡ଼ୁଛି ସେ ମେସେଜ ସବୁ ତା ପାଖକୁ ଯାଉଛି ଆଉ ସେ ଯାହା ମେସେଜ କରୁଛି ସେ ମୋ ପାଖକୁ ଆସୁଛି | ସେଥିରୁ ମୁଁ ଜାଣିପାରିଲି ଯେ ମୋ ୱାଟ୍ସଅପରେ କଥା ହେଉଥିବା ମୋ ନୂତନ ପ୍ରେମିକା କିନ୍ତୁ ସେ ଜାଣି ପାରୁ ନ ଥାଏ | ଥରେ ସେ ବି ଦେଖିଲା କିନ୍ତୁ ମୁଁ ଲେଖିଥିଲି ଜାନୁ ସେ ଏତେ ଟିକେ ମୁଣ୍ଡ ଖଟେଇ ପାରୁନ ଥାଏ | ତଥାପି ଆମେ ଦୁହେଁ ସେମିତି ମେସେଜ ଦ୍ୱାରା କଥା ହେଇ ହେଇ ଚାଲିଲୁ.............


     ଆପଣ କଣ ଭାବୁଛନ୍ତି ସେ ଝିଅଟି ମତେ ଚିହ୍ନିପାରିଥିବା ନା ଆଉ କିଛି ହେଇଥିବ | ଏହା ରହିଲା ଆପଣଙ୍କ ପାଇଁ ପ୍ରଶ୍ନ ?


Rate this content
Log in

Similar oriya story from Romance