ଅଭୁଲା ପ୍ରେମ
ଅଭୁଲା ପ୍ରେମ
ଦୁଇଟି ଅକ୍ଷରର ସମାହାରରେ ସୃଷ୍ଟି ହୋଇଥାଏ ଏକ ଶବ୍ଦ ତାହା ହେଉଛି ପ୍ରେମ | ସେଇ ପ୍ରେମ ଅଟେ ଚିରନ୍ତନ, ପ୍ରେମ ଅଟେ ଶାଶ୍ୱତ, ପ୍ରେମ ହିଁ ବିଶ୍ୱାସ | ଯେଉଁ ପ୍ରେମ ଦୁଇଜଣଙ୍କର ମନର ମିଳନର ଭାଗିଦାରୀ | ଏ ଦୁନିଆରେ ଏମିତି କିଏ ନାହିଁ ଯିଏ କି ପ୍ରେମର ସେଇ ଘଞ୍ଚ ଅରଣ୍ୟରେ ପାଦ ଥାପି ନାହିଁ, ଏମିତି କେହି ନାହିଁ ଯିଏ କି ନିଜ ହୃଦୟ କାହାକୁ ଦାନ କରି ନାହିଁ | ସମସ୍ତେ ଜଣେ ଜଣେ ଏ ପ୍ରେମମୟ ଆକାଶର ଉଡ଼ନ୍ତା ବିହଙ୍ଗ, ଯିଏ ପ୍ରେମକୁ ନିଜ ଅଙ୍ଗେ ନିଭାଇଛି ସେ ହିଁ ଏ ଜୀବନର ଅର୍ଥ ବୁଝିଛି | ଜଣେ ଯଦି କାହାକୁ ପ୍ରେମ କରେ ତାହାଲେ ତା ଉପରେ ତାର ବିଶ୍ୱାସ ସୃଷ୍ଟି ହୋଇଯାଏ | ସେଇ ବିଶ୍ୱାସ ହିଁ ପ୍ରେମର ପ୍ରଥମ ପାହାଚ | ସମସ୍ତଙ୍କ ପରି ମୁଁ ମଧ୍ୟ ପ୍ରେମରେ ପଡ଼ି ପ୍ରେମର ସେଇ ମଧୁ କୁ ସ୍ପର୍ଶ କରି ପାରିଛି |
ମୁଁ ଜୀବନରେ ପ୍ରେମ ମାନେ କଣ ଜାଣି ନ ଥିଲି, ପ୍ରେମର ଅର୍ଥ କଣ ଜାଣିନଥିଲି | ହଠାତ ଦିନେ ମୋ ହୃଦୟର ଅନ୍ତ ସ୍ଥଳୀରୁ ଜାଗ୍ରତ ହୋଇ ଆସିଲା ସେଇ ଅକୁହା ଅଢ଼େଇ ଅକ୍ଷର ଭରା ପ୍ରେମ ।
ଏହା ମୋର ତୃତୀୟ ଶ୍ରେଣୀର ଘଟଣା, ମୋ ଶ୍ରେଣୀରେ ଅନେକ ଝିଅ ପଢ଼ୁଥିଲେ କିନ୍ତୁ ମୋ ମନରେ ସେମିତି କେବେ କାହା ପ୍ରତି ସେମିତି ଭାବନା ନ ଥିଲା | ଯେଉଁ ଭାବନା ମୋର ତୃତୀୟ ଶ୍ରେଣୀରେ ଜାଗ୍ରତ ହୋଇଥିଲା କାରଣ ସେ ଦିନ ଆମ ସ୍କଲକୁ ଆସିଲା ଜଣେ ନୂଆ ଝିଅ ସେ ସେଦିନ ଆମ ସ୍କୁଲରେ ପାଦ ଦେଇନ ଥିଲା ଯେ ମୋ ହୃଦୟର ସେଇ ନିକାଞ୍ଚନ ଜାଗାକୁ ଅକ୍ତିଆର କରି ବସିଲା | ମୋ ପାଇଁ ଆଉ ଗୋଟେ ଖୁସି ଖବର ଥିଲା କି ସେ ମୋ ଶ୍ରେଣୀରେ ହିଁ ନାମ ଲେଖାଇଛି | ଆଉ ହଁ ଆଜି ବି ମୋର ଠିକ ମନେ ଅଛି ସେ ତୃତୀୟ ଶ୍ରେଣୀରେ କୋଉଠି ବସୁଥିଲା, ସେ ଶ୍ରେଣୀଗୃହ ଏବେ ଭାଙ୍ଗି ଯାଇଛି ସତ କିନ୍ତୁ ସେ ସ୍ଥାନ ହଜି ଯାଇନି କି ମୋ ମନରୁ ଲିଭି ଯାଇନି | ସେ ଯେତେବେଳେ ମୋ ଶ୍ରେଣୀରେ ପାଦ ଦେଲା ସେଇ
ଦିନ ହିଁ ମୋ ମନରେ ତା ପ୍ରତି ପ୍ରେମ ଜାଗ୍ରତ ହୋଇ ଉଠିଲା | ଆଉ ସେଇ ଦିନଠୁଁ ମୁଁ ତାକୁ ମନେ ମନେ ଭଲ ପାଇ ବସିଲି | ତାର ନିରୀହ ଚାହାଣୀ, ତାର ସେଇ କୋମଳ ଅଧରର ସଂଯୋଗରେ ଭାସି ଆସୁଥିଲା କୋକିଳର ସୁମଧୁର ସ୍ୱର, ତାର ସେଇ ଗୁଣୁ ଗୁଣୁ ଗୀତ ମତେ ପାଗଳ କରିନେଲା | ସେ ମତେ ଲାଗିଲା ସମସ୍ତଙ୍କ ଠାରୁ କିଛି ଅଲଗା, ଲାଗିଲା ଭାରି ବିଶ୍ୱାସୀ | ଆଉ ତାହା ସମସ୍ତେ ଜାଣନ୍ତି ଯେଉଁଠି ବିଶ୍ୱାସ ରହେ ସେଠି ପ୍ରେମ ସୃଷ୍ଟି ହୋଇଯାଏ | ଏମିତି ଲାଗିଲା ଦିନେ ତାକୁ ନ ଦେଖିଲେ ମୋତେ ଦିନରେ ଭୋକ ହେଉନ ଥିଲା କି ରାତିରେ ନିଦ ବି ଠିକସେ ହେଉ ନ ଥିଲା | କିନ୍ତୁ ଏ ସବୁ ଥିଲା ତାକୁ ଅଜଣା, ସେ ମୋ ସାଥେ ଖୁବ ନିକଟତର ହେବାକୁ ଲାଗିଲା | କଥା ବି ହେଲା ଖୁବ ଭଲ ସଙ୍ଗ ବି ହେଲା, ସେ ଥିଲା ସେଇ ବନ୍ଧୁ ହୋଇ କିନ୍ତୁ ମୁଁ ତାକୁ ଭାବି ନେଇଥିଲି ବାନ୍ଧବୀ | ଏମିତି ହିଁ ବହୁ ବର୍ଷ ବିତିଗଲା କିନ୍ତୁ ମୋ ମନରେ ତା ପ୍ରତି ସୃଷ୍ଟି ହୋଇଥିବା ପ୍ରେମ ଟିକେ ବି କମିଲା ନାହିଁ | ଯେତେବେଳେ ମୋ
ପ୍ରେମ ମୋ ମନେ ନିବିଡ଼ ହେବାକୁ ଲାଗିଲା ତା ପାଖକୁ ଯିବା ପାଇଁ କେମିତି ଗୋଟେ ଡର ଭାବ ସୃଷ୍ଟି
ହେଇଗଲା ମୋ ମନେ | ଏଇଠୁ ମୁଁ ଜାଣିପାରିଲି କି ଏଇ ପ୍ରେମଟି ମୋର ହୃଦୟର ବକ୍ଷ ସ୍ଥଳୀରୁ ହିଁ ସୃଷ୍ଟି ହୋଇଛି | ଏମିତି ବି ହୋଇଛି କି ଆଜି ଯଦି ମୁଁ ଜଣେ କବି ହେଇ ପାରିଛି ସେ ସବୁ ତା ପାଇଁ | ମୁଁ ତା ପ୍ରତି ଏତେ ବିଶ୍ୱାସ ବଢିଯାଇଥିଲା କି ଯେ ସେ ଯେବେ ବି ଜାଣିବ କି ମୁଁ ତାକୁ ଭଲ ପାଉଛି ସେ ମତେ ନିଶ୍ଚୟ ଗ୍ରହଣ କରିବ |
ଦିନକର ଘଟଣା ସପ୍ତମ ଶ୍ରେଣୀରେ ପଢିଲା ବେଳେ |ଆଜି ବି ସେ ଦିନ ଠିକ ମନେ ଅଛି, ତାହା ଥିଲା ଡିସେମ୍ବର ମାସ ବଡ଼ ଦିନ ଉତ୍ସବର କିଛି ଦିନ ପୂର୍ବରୁ | ଯେତେବେଳେ ସବୁ କାର୍ଯ୍ୟ ସାରି ମୁଁ ଶେଯକୁ ଯାଇଛି ଏବଂ ମୋର ସେହି ପ୍ରେମିକା କୁ ଭାବି ଭାବି ଶୋଇପଡିଛି ମତେ ନିଦ ମଧ୍ୟ ହେଇସାରିଲାଣି |ତାପରେ ଅର୍ଦ୍ଧ ରାତ୍ରି ସମୟରେ ମୋ ନିଦ ଭାଙ୍ଗି ନାହିଁ କିନ୍ତୁ ମୋ ମନକୁ କଣ ଏମିତି ଗୋଟେ କିଛି ଭାବନା ଆସିଲା ଯାହା କଲମ ଓ କାଗଜରେ ମୁଁ ନିଦରେ ଲେଖିଦେଇଥିଲି | ତା ପର ଦିନ ସକାଳେ ଯେତେବେଳେ ମୁଁ ବାହାରୁ ବୁଲାବୁଲି କରି ଫେରିଲି ଏବଂ ସେ କାଗଜ ଖୋଲି ଦେଖିଲି ମୁଁ ନିଦ ରେ ଚାରି ପଂକ୍ତି କବିତା ଲେଖି ଦେଇଛି | ଆଉ ତାହା ବି ମୋ ପ୍ରେମିକା ବିଷୟରେ ହିଁ ଲେଖିଛି | କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା କି ମତେ ନିଜକୁ ବି ବିଶ୍ୱାସ ହେଲା ନାହିଁ କି ସେ କବିତା ମୁଁ ଲେଖିଛି ବୋଲି | କାରଣ ତା ଆଗରୁ କବିତା କଣ ଲେଖିବାର ଜାଣି ହିଁ ନ ଥିଲି | ସେହି ଦିନ ଠାରୁ କବିତା ଲେଖିବା ଆରମ୍ଭ କରିଲି l ତା ପରେ ସେ ରାତିରେ ଲେଖିଥିବା କବିତାକୁ ଟିକେ ଭଲ ଭାବରେ ସଜେଇ ଲେଖିଲି ଏବଂ ସେହି ଦିନ ଠାରୁ ସାରା ଦିନ ତାକୁ ଦେଖିଲି | ଯାହା ଦେଖୁ ଥିଲି ଅର୍ଥାତ ଯାହା ତାକୁ ନେଇ ମୁଁ ଭାବିଲି ତାହା ମୁଁ ସେଇ ଅସମାପ୍ତ କବିତାରେ ଯୋଡୁଥିଲି | ଏମିତି ଦିନକୁ ଗୋଟେ ଗୋଟେ ପଂକ୍ତି ଯୋଡ଼ି ମୋର ସେହି କବିତା ଟିକୁ ଷାଠିଏ ଧାଡ଼ି ବିଶିଷ୍ଟ କବିତା ଯାହା ପଚିଶ ପଂକ୍ତି ରେ ବିରାମ ଦେଇ ପ୍ରକାଶ ପାଇଁ ପଠାଇଥିଲି ଯାହାର ଶୀର୍ଷକ ଥିଲା 'ଅଭୁଲା ପ୍ରେମ ' |
ଏହି ସମୟ ମଧ୍ୟରେ ମୋ ଜୀବନରେ ଯୋଡ଼ି ହୋଇଛନ୍ତି କିଛି ପ୍ରକୃତ ବନ୍ଧୁ, ସେମାନେ ମତେ ବହୁତ ପ୍ରକାରର ରାସ୍ତା ବାହାର କରି ତା ବିଷୟରେ ତା ନା ରେ ମନ୍ଦ ବାକ୍ୟ ସବୁ କହିଲେ କିନ୍ତୁ ମୁଁ ଶୁଣିବାକୁ ଥିଲି ନାରାଜ | କାରଣ ତା ପ୍ରତି ଥିଲା ମୋର ବିଶ୍ୱାସ, ଯେଉଁଥି ପାଇଁ ଦୀର୍ଘ ଦଶ ବର୍ଷ କାଳ ଧରି ଭଲ ପାଇ ଆସୁଥିଲି | କିନ୍ତୁ ମୋ ଭାଗ୍ୟ
ଥିଲା ଦୁର୍ଭାଗ୍ୟ ମୋ ମନରେ ଯେଉଁ ପ୍ରେମ ଜାଗ୍ରତ ହୋଇଥିଲା ସେ ସବୁ ଧୂଳିସାତ କରିଦେଇ ଚାଲିଗଲା | ଯେବେଠାରୁ ମୋ ପାଖରୁ ଦୁରେଇ ଗଲା ସେ ତା ଜୀବନ ସାଥି ବାଛି ନେଲା କିନ୍ତୁ ମୁଁ ଏଠି ତା ପାଇଁ ମାନସିକ ଚିନ୍ତା ଓ ନ ଦେଖି ଦୂରରେ ରହିବାର ଯନ୍ତ୍ରଣା ଭୋଗ କରୁଥିଲି |
ପ୍ରେମ ରେ ଥାଏ ବିଶ୍ୱାସ, ଆଉ ବିଶ୍ୱାସ ଥିଲେ ପ୍ରେମ ହୁଏ | ଏଠାରେ ମୋର ବିଶ୍ୱାସ ଥିଲା ସତ କିନ୍ତୁ ସେ ଝିଅ ମୋ ବିଶ୍ୱାସ ରେ ବିଷ ଦେଇ ଅନ୍ୟ ଏକ ପୁଅକୁ ନିଜର କରି ଆପଣେଇଲା | ଏଥିରୁ ମୁଁ ନିର୍ଣ୍ଣୟ ନେଲି ଯେ ପ୍ରେମ ସମସ୍ତେ କର କାରଣ ପ୍ରେମ କରିବା ପାପ ନୁହଁ, କି ପ୍ରେମ
ଗୋଟେ ଅପରାଧ ନୁହେଁ ଯେଉଁଥିରେ ଫାଶୀ ମିଳିବ | କିନ୍ତୁ ବନ୍ଧୁଗଣ ଝିଅର ମୁହଁ ଦେଖି କେବେ ଭଲ ପାଇବେ ନାହିଁ ହୃଦୟ ଚିହ୍ନି ଭଲ ପାଇବ ନଚେତ ମୋ ପରି ଧୋକା ହିଁ
ପାଇବ |