STORYMIRROR

Lina Dhal

Abstract Tragedy

4  

Lina Dhal

Abstract Tragedy

ମୋ ଦରମା ୭୫୦୦ ଟଙ୍କା

ମୋ ଦରମା ୭୫୦୦ ଟଙ୍କା

2 mins
175

ଚଳିଯାଉଥିଲି ନୁହେଁ, ଚଳୁଥିଲୁ ପାଞ୍ଚ ପ୍ରାଣୀ କୁଟୁମ୍ବ।ଲକଡାଉନ୍ ହେବା ଆଗରୁ ଏଇ ୭୫୦୦ ଟଙ୍କା ଦରମା ରେ କୋୖଣସି ମତେ ଚଳୁଥିଲା ମୋ ସଂସାର। ମନ୍ଦିର ରେ ପୂଜାପୂଜି କରି ଦାନ ଦକ୍ଷିଣାରେ ନନା କରିଥିବା ଦି'ବଖରିଆ ଘର ଖଣ୍ଡିକରେ ରହୁଥିବାରୁ ଘରଭଡା ଦେବାକୁ ପଡୁନଥିଲା ସତ କିନ୍ତୁ ସିମେଣ୍ଟ ଗୋଡି ଘର ହୋଇଥିବାରୁ ସବୁଥିରୁ ବଞ୍ଚିତ ହେଉଥିଲି ଯେମିତିକି  ବି.ପି.ଏଲ, ଟଙ୍କାକିଆ ଚାଉଳ, ଏମିତି ବହୁତ କିଛିରୁ।


ମୁଁ ମଧ୍ୟବିତ୍ତ ରେ ଗଣା।ଲୋନ୍ ରେ ଆଣିଥିବା ଗାଡି ଟି ମୋର ନିହାତି ଦରକାର ଚାକିରୀ ଖଣ୍ଡିକ ପାଇଁ। ସେଇ ୭୫୦୦ ଟଙ୍କା ର ଚାକିରୀ ଅଛି ବୋଲି , ଏ ମାସରେ ସଉଦା ଦୋକାନରେ ପଇସା ସୁଝିଦିଏ ତ କେବେ ନନା ବୋଉଙ୍କର‌ ଔଷଧ ଖର୍ଚ୍ଚ ଦୋକାନୀ ଠୁ ବାକି ଆଣିଦିଏ ଆରମାସ ସୁଝିବି ବୋଲି। ପୁଣି କେବେ ପୂଜା ପର୍ବାଣୀ ରେ ଭଉଣୀ ଘରକୁ ଭାର ପଠେଇଲା ବେଳେ ବାକି ରେ ଆଣେ ଲୁଗା ଦୋକାନୀ ଠୁ।

  

 ଶ୍ରମିକ ପାଉଥିବା ଦୈନିକ ମଜୁରୀ ଠାରୁ ମଧ୍ୟ କମ୍ ହୋଇଥିବା ଦରମା ଟି ଯୋଗୁଁ ସମସ୍ତେ ବି ଦେଇଦିଅନ୍ତି। ଯେମିତି ହେଉ ଆ ତକିଆ ତା' ମୁଣ୍ଡ ତଳେ ତା୍' ତକିଆ ଆ ମୁଣ୍ଡ ତଳେ ଦେଇ ଚଳେଇନିଏ ମୋ ସଂସାର କୁ। କେବେ କିନ୍ତୁ ଗରୀବ ବୋଲି କାହାକୁ ଜଣେଇନି କି ମୋତେ କିଛି ସୁବିଧା ମିଳୁନି ବୋଲି ପ୍ରତିବାଦ କରିନି। ଇଜ୍ଜତ ର ସହିତ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି

 

 ଅଭାବ ଅସୁବିଧା ରେ ଚଳୁଥିଲି ସିନା କେବେ ହାତ ପତେଇନି କାହା ଆଗରେ। କିନ୍ତୁ ଏ କରୋନା ପାଇଁ ଜୀବିକା କୁ ନେଇ ଜୀବନ ମୋର  ଅସମ୍ଭାଳ। ଦେହର ଶକ୍ତି ଅପେକ୍ଷା ମନର ଶକ୍ତି କମି କମି ଆସିଲାଣି। ନନା ଙ୍କ ମନ୍ଦିର ପୂଜା ପୂଜି ବନ୍ଦ ହୋଇଗଲା ପରେ ଆହୁରି କଷ୍ଟ ଲାଗୁଛି, ଆଗକୁ ଦୁଇ ଓଳି ଭାତ ଡାଲି ମୁଠେ ଦେବାର ବନ୍ଦୋବସ୍ତ କରିପାରିବି ତ। କେମିତି ଗୁଜୁରାଣ ମେଣ୍ଟାଇବି ମୁଁ ଏଇ ସଂସାରର।କାମ ନାହିଁ ତ ଦରମା ନାହିଁ।


       କେତେ ଜଣଙ୍କୁ ନେହୁରା ହେଲିଣି କିଛି କାମ ଥୀଲେ କହିବା କୁ। ହେଲେ ଏ କରୋନା ସମୟରେ ନିଜ ଛାଇ ବି  ଦୂରେଇ ଦୂରେଇ ଯାଉଛି।। ନିଃଶ୍ବାସ ପ୍ରଶ୍ବାସ ଭଳି ସମ୍ପର୍କ ସବୁ  ଆଗପଛ ହେଉଛନ୍ତି।ପରୋକ୍ଷ ରେ ଭଲମନ୍ଦ ସିନା ପାଖରେ ଛିଡ଼ା ହେବାକୁ କେହି ନାହାନ୍ତି।ଶବବି ଭାଇବନ୍ଧୁ ଙ୍କୁ ଛାଡି

   

   ଏକା ଏକା ତା' ଶେଷ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଚାହୁଁଚି।ହସ ବି ନିଜର କାନ୍ଦ ଭି ଭାରି ଆପଣାର ଥୀଲାବାଲା ନଥିଲାବାଲା ସମସ୍ତେ ସମାନ।୫୦ଲକ୍ଷ ଟଙ୍କା କାର୍ ଆଉ ଯାହାର ସାଇକେଲ ସମସ୍ତେ ପାଦରେ ପଥ ଅତିକ୍ରମ କରୁଛନ୍ତି। କିନ୍ତୁ ପେଟ ଚାଖଣ୍ଡକ ତ ନଥିଲା ଲୋକର ପୋଡିଯିବ ନା। ଦୋକାନ ବଜାର କିଛି ସମୟ ପାଇଁ ଖୋଲା ତ ରହୁଛି, ବାକି ରେ କେହି ଦେଉନାହାନ୍ତି। କ'ଣ କରିବ ସେ।......।


ବୋଉର ଚିତ୍କାର ରେ ନିଜର ଅଭାବୀପଣ କୁ ଗଣ୍ଠି ପକେଇ ଦୁଆର ମୁହଁରେ କିଂକର୍ତ୍ଯବିମୂଢ ହୋଇ ଛିଡା ହୋଇଗଲା ସେ। ବୋଉର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା।ସେ ଆଉ ବସିପାରୁନି କି ଛିଡ଼ା ହୋଇପାରୁନି। ଜୋରରେ କାଟୁଛି।କାନ୍ଥ କୁ ଧରି ଛିଡା ହେଉଛି। ରାତିସାରା ଯନ୍ତ୍ରଣା ରେ ଶୋଇପାରୁନି ଆଉ ଦିନସାରା ବିକଳ ହୋଇ ଅପେକ୍ଷା କରୁଛି କେତେବେଳେ ତାକୁ ଟିକେ ଔଷଧ ମିଳିବ।ତା' ଆଖି ରୁ ବହି ଯାଉଥିବା ଅମାନିଆ ଲୁହର ସାମ୍ନା କରିପାରୁନଥିଲି ମୁଁ। ଗତ କରୋନା ରେ ଚାକିରି ଗଲା ପରେ ପରେ ଆରମ୍ଭ କରିଥିବା ଗଜାମୁଗ ,ଫଳସାଲାଡ ଦୋକାନରୁ ଯେମିତି  ହେଲେ ତିନିଶ ଚାରି ଶହ ଟଙ୍କା ଲାଭ ହେଉଥିଲା। ଏବେ

 ଲକଡାଉନ୍, ସର୍ଟଡାଉନ ହେବାପରେ ତାହା ବି ବନ୍ଦ ହୋଇଗଲା

  

  ପରେ ଯାହା କିଛି ଘରେ ଥିଲା ଚାରିମାସ ହେଲାଣି ଘୋଷାର ଘୋଷାରି ଚଳୁଛୁ।ବୋଉର ଯନ୍ତ୍ରଣା ମୋ ଦେହ ମୁଣ୍ଡ କୁ ଥରେଇ ଦେଉଥିଲା। କିଛି ବାଟ ଦେଖା ଯାଉନି।ବୋଉ ପାଇଁ କେମିତି ଔଷଧ ଆସିବ। ଖଟଟି ଉପରେ ଶୋଇଥିବା ବର୍ଷକର ଝିଅର ବେକରେ ଥିବା ହନୁମନ୍ତିଆ ଭାରି ଯୋର୍ ରେ ଚିକଚିକ କରୁଥିଲା। ପାପ କରୁଛି କି ପୂଣ୍ୟ କରୁଛି କିଛି ମୁଣ୍ଡରେ ପଶୁନଥିଲା। । ଖାଲି ଏତିକି ଭାବୁଛି ବୋଉର ଯନ୍ତ୍ରଣା ଟିକେ କମିବ ତ।


                  


Rate this content
Log in

Similar oriya story from Abstract