STORYMIRROR

Lina Dhal

Others

3  

Lina Dhal

Others

ମାଆ ଓ ମମି

ମାଆ ଓ ମମି

1 min
25

ବାପୁନ୍ ର ଡେରି ହୋଇଗଲାଣି ଆଜି। ସବୁଦିନ ଠିକ୍ ସାଢ଼େ ବାରଟା ସୁଧା ସ୍କୁଲ ବସ୍ ଘର ସାମ୍ନାରେ ଆସି ପହଞ୍ଚିଯାଏ। ବାପୁନ୍ ର ମମି ଖାଲି ଗେଟ୍ ପାଖରୁ ଘରକୁ ଆଉ ଘରୁ ଗେଟ୍ ପାଖକୁ। ମୋତେ ଆସି ତିନି ଚାରି ଥର ପଚାରି ସାରିଲେଣି ଯେ ଆଜି କାହିଁକି ଏତେ ଡେରି ହେଉଛି। କେତେବେଳୁ ଖାଇଥିବ ଭୋକ ହେବଣି ମୋ ଛୁଆକୁ।ମୋବାଇଲ ରେ ଡ୍ରାଇଭର ଠୁଁ ବୁଝିଲା ପରେ ବି କିଛି ସମୟ ଡେରି ହବ, ତଥାପି ଗେଟ୍ ପାଖରେ ଗୋଟିଏ ଲୟରେ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି।


ମୁଁ ଦେଖୁଥିଲି ଆଉ ଭାବୁଥିଲି ମୋର ଅଫିସ୍ ରୁ ଆସିବା ଡେରି ହେଲେ ଠିକ୍ ଏମିତି ମାଆ ଏପଟ ସେପଟ ହେଉଥାଏ। ବାରମ୍ବାର ଫୋନ୍ କରି ପଚାରି ବୁଝେ। ବ୍ୟସ୍ତ ହୋଇପଡେ।ଆସୁ ଆସୁ ହଜାରେ କଥା ପଚାରି ବୁଝେ।


ମାଆ ଶାଢ଼ୀ ପିନ୍ଧେ ଆଉ ବବଲୁ ର ମମି ଜିନସ୍, ଫ୍ରକ୍, ନହେଲେ ଅତିବେଶୀରେ କୁର୍ତ୍ତୀ। କିନ୍ତୁ ଦିଜଣଙ୍କ ର ମନ ତାଙ୍କ ଛୁଆପାଇଁ ସମାନ। ମାଆ ଆଉ ମମିଙ୍କ ମମତା ତାଙ୍କ ଛୁଆପାଇଁ ସବୁବେଳେ ଏକ ସ୍ବତନ୍ତ୍ର ସ୍ଥାନ ରେ ନିରାପଦ କବଚ ଭଳି ଢାଲ ହୋଇ ରକ୍ଷା କରୁଥାଏ।

             

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍