STORYMIRROR

Lina Dhal

Tragedy

4  

Lina Dhal

Tragedy

ସମୟର ସ୍ବାକ୍ଷର

ସମୟର ସ୍ବାକ୍ଷର

1 min
320

ସମୟକୁ କିଏ ଅଟକେଇ ପାରେ ନାଁ ସମୟ କେବେ କାହା ପାଇଁ ଅଟକି ଯାଏ। ଯେତେ ଚାହିଁଲେ ବି ସମୟ ବଦଳିଥାଏ ଆଉ ବିତିଯାଇଥିବା ସମୟ କେବେ ଫେରେନି।

ଆଲମାରୀ ସଜାଡୂ ସଜାଡୁ ପୂରୁଣା ଆଲବମ୍ ହାତରେ ପଡିଗଲା।ମୋର ସଜାଡ଼ିବା ସେଇଠି ପକେଇ ଦେଇ ଫଟୋ ଦେଖିବା ଆରମ୍ଭ କରିଦେଲି।ପିଲାରୁ ବୁଢ଼ା ହେବା ପର୍ଯ୍ୟନ୍ତ ସମୟ ତା ସ୍ବାକ୍ଷର ପ୍ରତ୍ୟେକ ଫଟୋରେ ଛାଡିଦେଇ ଯାଇଛି। କେଉଁ ଠି

ଆମେ ସବୁ ଭାଇ ଭଉଣୀ ମିଶି କି ଗୋଟିଏ ଯାଗାରେ ଖାଉଛୁ ତ କେଉଁଠି ଗୋଟିଏ ଘୋଡେଇ ହେବାକୁ ନେଇ ଟଣାଓଟରା। ବୋଧେ ସମୟ ଆଉ କେବେ ଆସିବନି ସମସ୍ତ ଙ୍କୁ ନେଇ ଆଉ ଥରେ ଫଟୋ ଉଠାଇବା ପାଇଁ।

ସମୟ ତା ସ୍ବାକ୍ଷର ଛାଡ଼ିଦେଇ ଯାଇଛି କରାଳ ରୂପରେ ମଧ୍ୟ।ଦେଖୁ ଦେଖୁ ମୋର ବାହାଘର ଗୋଟିଏ ଫଟୋରେ ମାଆ,ସାନବାପା,ଭାଇ ଓ ମୁଁ କନିଆଁ ବେଶରେ। କିନ୍ତୁ ସେମାନେ ଆଉ କେ‌‌ହି ନାହାନ୍ତି ଦୁନିଆରେ। କ'ଣ ମନକୁ ଆସିଲା କେଜାଣି

ଛାତି ରୁ ଖାଲି କୋହ ଉଠୁଥିଲା।ଆଖିରେ ଲୁହ ଭର୍ତ୍ତି ହୋଇଯାଇଥିଲା। ଫଟୋ ଟା ଭାରି ଧୂଆଁଳିଆ ଆଉ ଅସ୍ପଷ୍ଟ ଦିଶୁଥିଲା।ମୁଁ ଏକା ସେ ଫଟୋରେ ଏବେ। ଆଗକୁ ଆଉ କିଛି ଦେଖିବାକୁ ଇଚ୍ଛା ହେଲାନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy