STORYMIRROR

Lina Dhal

Tragedy

4  

Lina Dhal

Tragedy

ଭାଉଜ

ଭାଉଜ

1 min
371

ଭାଉଜ ନୂଆ ନୂଆ ଆସିଲା ବେଳେ ଆମ ସହିତ ଏତେ ମିଶନ୍ତିନି। କଥାବାର୍ତ୍ତା ବି କରନ୍ତିନି ।ଯେତିକି ଦରକାର ସେତିକି। କେବଳ ଭାଇ ସହିତ କଥାବାର୍ତ୍ତା ଭଲରେ କରନ୍ତି।ତାଙ୍କୁ ଦେଖିଲେ ଲାଗେ ଯେମିତି ଜଣେ ବାହାର ଲୋକ ଆମ ଘରେ ରହୁଛନ୍ତି। ଆମ ଘରେ ସମସ୍ତେ ମିଶି ଏକାସାଙ୍ଗରେ ଖାଉ,ସିଏ କିନ୍ତୁ ତାଙ୍କ ରୁମରେ ଖାଆନ୍ତି। କାହାରି ପାଇଁ ଅପେକ୍ଷା କରନ୍ତିନି। ଯେତେବେଳେ ଭୋକ କରେ ଆଗେ ଖାଇଦିଅନ୍ତି।ବାହାରକୁ ବେଳେ ବେଳେ ବାହାରନ୍ତି ନହେଲେ ସବୁବେଳେ ରୁମ୍ ଟା ବନ୍ଦ କରି ରୁହନ୍ତି।ମାଆ କୁହେ ତୁ ଯେମିତି ଝିଅ,ସେ ବି ଝିଅ। ମିଶିବାକୁ ସମୟ ଲାଗିବ।ବଳେବଳେ ସବୁ ବୁଝିବନି, ଦାୟିତ୍ଵ ବି ନେବ।ଏମିତିକି ଭାଉଜ ଶୋଇଥିବେ ମାଆ ନେଇକି ତାଙ୍କୁ ଚା ଦିଏ।କିଏ କିଛି କହିଲେ ମାଆ କହିବ ତମ ମାନଙ୍କୁ ଦେଉଛି ତାକୁ ଦେବିନି,ସେ ପା ତମରି ଭଳି ପିଲାଟେ ନା ମୋର।


ମାଆ ଯିବାର କୋଡିଏ ଦିନ ହେଇଗଲାଣି।ଘରୁ ସବୁ ବନ୍ଧୁବାନ୍ଧବ ଗଲା ପରେ ଭାରି ଶୁନଶାନ୍ ହେଇଗଲା ଆମ ମାଆ ବିନା ଘର।ପ୍ରତି ମୁହୂର୍ତ୍ତରେ ମାଆର ଅନୁପସ୍ଥିତି ମୋତେ ଅସ୍ତବ୍ୟସ୍ତ କରିପକାଉଥିଲା। ମୋ'ର ମାଆ ସହିତ ଖାଇବା ଅଭ୍ୟାସ।ତା ବିନା ମୁଁ ଠିକ୍ ରେ ଖାଇପାରୁନଥିଲି। ଏବେ ଦିନେ ରାତିରେ ମୋ ପଢା ସାରି ନ ଖାଇ ଶୋଇବାକୁ ଯାଉଥିଲି, ହଠାତ୍ ଭାଉଜ ଆସି କହିଲେ ଖାଇବନି କି?ଆସ ଖାଇବା, ମୋତେ ବହୁତ ଭୋକ ହେଲାଣି। ତମେ ତ ଜାଣିଛ ନାଁ ମୁଁ ଭୋକ ସମ୍ଭାଳି ପାରେନି। ଗୋଟିଏ ଥାଳିରେ ରୁଟି ତରକାରୀ ଆଣି ମୋତେ ଖୁଆଇଦେଉଥିଲେ ଆଉ ନିଜେ ଖାଉଥିଲେ ଠିକ୍ ମାଆ ଭଳି। କିଛି ସମୟ ପାଇଁ ମୁଁ ଅନ୍ୟମନସ୍କ ହେଇଗଲି ଇଏ ଭାଉଜ ନାଁ ମାଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy