STORYMIRROR

Lina Dhal

Others

4  

Lina Dhal

Others

କହି ଦେଉଥାଏ ପରକୁ

କହି ଦେଉଥାଏ ପରକୁ

1 min
425

ଆମେ କଲୋନୀ ରେ ଥିଲାବେଳେ ଜଣେ ମାଉସୀ ଥିଲେ। ସେ ଚାରିଟା ବାଜିବା ମାତ୍ରେ ସଜବାଜ ହୋଇ ବାହାରି ପଡ଼ନ୍ତି ଆଘର ତାଘର ବୁଲିବାକୁ। ବେଳେ ବେଳେ ଆମ ଘରକୁ ବି ଆସନ୍ତି ମାଆ ସହିତ ଗପିବାକୁ। କଲୋନୀ ରେ ଆ ଘର ପୁଅ କଥା, ତାଙ୍କ ଘର ଝିଅ କଥା,କାହା ଘରେ କ'ଣ ହେଲା,କାହାର ନୂଆ ଗାଡି କି ନୂଆ ଫ୍ରିଜ କିଣାହେଲା।କାହା ଘର ଝିଅ କୋଉ ପୁଅ ସହିତ ରୋଡ଼ ଶେଷମୁଣ୍ଡରେ ଗଛତଳେ କଥା ହେଉଥିଲା ଆଦି କେତେ କ'ଣ?


ଦିନେ ଆମଘରେ ଏମିତି ଚୁଗୁଲୀ ମାରୁଥାନ୍ତି ପରଘର ବିଷୟରେ ମୀନା ମାଉସୀ।ମାଆ ଯଥାସମ୍ଭବ ଚେଷ୍ଟା କରେ କାହା ବିଷୟରେ କଥା ନ ହୋଇ ଅନ୍ୟ ବିଷୟରେ କିଛି କଥା ହେବାପାଇଁ। ଏହି ସମୟରେ ଗେଟ୍ ଖୋଲିବା ଶବ୍ଦ ଶୁଣି ମାଆ ଆଉ ମାଉସୀ ଉଠିକି ଗଲେ।ତାଙ୍କ ଝିଅ ସୋନା ଆସିଥିଲା। ଘରେ ନପାଇ ମାଉସୀ ଙ୍କୁ, ଏଠିକି ଚାଲିଆସିଥିଲା। କଲେଜ୍ ରୁ ଫେରିବା କଥା, କିନ୍ତୁ ଏ କ'ଣ? ମୁଣ୍ଡରେ ସିନ୍ଦୂର, ହାତରେ ଶଙ୍ଖା, ବେକରେ ଫୁଲମାଳ ଆଉ ସାଙ୍ଗରେ ଜଣେ ଯୁବକ। ମୁଁ ଭଲପାଉଥିଲି ତ ବାହା ହୋଇଯାଇଛି ମମି। ମୀନା ମାଉସୀଙ୍କୁ କିଛି ବୁଦ୍ଧି ବାଟ ଦିଶୁନଥିଲା।ସେ ପୁରା ମୂକ ପାଲଟି ଯାଇଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍