STORYMIRROR

Lina Dhal

Others

3  

Lina Dhal

Others

ପଖାଳ ଦିବସ

ପଖାଳ ଦିବସ

1 min
166

ରିକ୍ସା କୁ ଝୁପୁଡି ସାମ୍ନାରେ ଥୋଇଦେଇ ରାମୁ ଡାକପକେଇଲା -ଏ ମଲ୍ଲୀ ପଖାଳ ଗଣ୍ଡିଏ ଦେ।ମୋ ତଣ୍ଟି ଶୁଖିଗଲାଣି ଖରାରେ।ଆଉ ବଳ ନାହିଁ।

ପଖାଳ ସହିତ କଞ୍ଚାଲଙ୍କା ଆଉ ରସୁଣ କୁ ଚକଟି ପାଟିକୁ ଗୁଣ୍ଡାଏ ନେଉ ନେଉ ହସି ହସି କହିଲା ରାମୁ-ଜାଣିଛୁ ମଲ୍ଲୀ ଆଜି କାଳେ ପଖାଳ ଦିବସ। ମନ୍ତ୍ରୀ ଠୁଁ ଆରମ୍ଭ କରି ସନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ‌ ପଖାଳ ଖାଉଛନ୍ତି। ମୋବାଇଲ୍ ରେ ଫଟୋ ଉଠେଇକି ଛାଡୁଛନ୍ତି।ଦେଖିବୁ କି? ପଖାଳ ଗଣ୍ଡିଏ ସହିତ ନଅ,ଦଶ ପ୍ରକାର ଭଜା ତରକାରି।

ମଲ୍ଲୀ ହସିଦେଇ କହିଲା, ପଖାଳ ଖାଇବେନା ତରକାରୀ ଭଜା। ଏତେ ପ୍ରକାର ତରକାରୀ ଭଜା ଖାଉ ଖାଉ ତ ପେଟ ପୁରିଯିବ। ସେମାନେ ପଖାଳ ଖାଇ ଜାଣିନାହାନ୍ତି। ଦିନେ ଅଧେ ପଖାଳ ଖାଇବାକୁ ପାଉଛନ୍ତି ସେଥିପାଇଁ ଫଟୋ ଉଠାଉଛନ୍ତି। ଆମେ ତସବୁବେଳେ ପଖାଳ ଖାଇଲୁ। ସକାଳେ ଜଳଖିଆ ପଖାଳ, ଖରାବେଳେ ପଖାଳ, ରାତିରେ ପଖାଳ କାରଣ ପଖାଳ ଏତେ ତରକାରୀ ଶାଗ ଖୋଜେନି। କଞ୍ଚା ମରିଚଟେ ହେଲେବି ପଖାଳ ଉଠିଯାଏ। ବେଶୀ ହେଲେ କେବେ କେମିତି ଆଳୁପୋଡା ଟେ କି ଶାଗ ଖରଡା ଟିକେ ହେଲେ ଭାରି ଖୁସି।ଭଲ ଦିନବାରରେ କେତେବେଳେ କେମିତି ତତଲା ଭାତ

ସାଙ୍ଗକୁ ଟିକେ ଡାଲି ତରକାରୀ ଜୁଟେ।


ଭାଚ ବେଲାଏ ଖାଇସାରି ତୋରାଣି ପିଉ ପିଉ କହିଲା, ଆଜି ପଖାଳ ଦିବସରେ ଟିକେ ଆଳୁଭଜା କଲୁନି।ଯା ହେଉ ଭାରି ଶାନ୍ତିଲାଗିଲା। ଏବେ ଏତିକି ପଖାଳ ରାତି ଦଶ ପର୍ଯ୍ୟନ୍ତ ଟାଣିନେବ।

ତମମାନଙ୍କ ପାଇଁ ପଖାଳ ରଖିଛୁ ନାଁ ମୁଁ ସବୁ ଖାଇଦେଲି।



Rate this content
Log in