STORYMIRROR

Lina Dhal

Tragedy

3  

Lina Dhal

Tragedy

ଶବ

ଶବ

1 min
153

ବୋହି ନେଇଯାଉଥିଲେ ଶବକୁ।ଚାରିକାନ୍ଧ ବଢେଇ ବୋହିନେଇଯାଉଥିବା ଲୋକମାନଙ୍କ ମଧ୍ୟରେ ସୁଟବୁଟ ପିନ୍ଧା ମୋ ସାଙ୍ଗସାଥି ନାଁ ପୂଜାପର୍ବ,ବିବାହ ବ୍ରତ ରେ ମୋର ନିମନ୍ତ୍ରିତ ବନ୍ଧୁ ପରିଜନ। ଯେଉଁ ମାନଙ୍କୁ ମୁଁ ଗରିବ,ବିଲୋ ସ୍ଟଣ୍ଡାଡ କହି କେବେ ବି ଘରକୁ ଡାକେନି, କଥାବାର୍ତ୍ତା କରେନି ସେଇମାନେ ହିଁ ଆଜି ଛିଡା ହୋଇଛନ୍ତି ଏ ଅନ୍ତିମ ଯାତ୍ରା ରେ।

ଦେହ ଖରାପ ହେବା ଦିନଠାରୁ ଏପର୍ଯ୍ୟନ୍ତ ମୋ'ର ସାଙ୍ଗସାଥି ମାନେ ଦୂରେଇ ରହିଛନ୍ତି କାଳେ ତାଙ୍କୁ

ଇନଫେକ୍ସନ ହେଇଯିବ ବୋଧେ। ସମସ୍ତେ କିଛି ଦୂରତା ରଖି ବନ୍ଧୁତା ର କର୍ତ୍ତବ୍ୟ ପାଳନ କରୁଛନ୍ତି।

କିନ୍ତୁ ମୋ ଦେହ ଖରାପ ହେବା କଥା ଶୁଣିବା ପରଠାରୁ ଦଉଡି ଆସିଛନ୍ତି ମୋର କିଛି ବନ୍ଧୁ ପରିଜନ। ସେମାନେ ମୋତେ ଏତେ ଭଲପାନ୍ତି ଯେଉଁ ମୁଁ କେମିତି ବୁଝିପାରିଲିନି। ସେମାନଙ୍କ ନିଃସ୍ଵାର୍ଥପର ଭଲପାଇବା ଏ ସ୍ବାର୍ଥପର ଦୁନିଆରେ କେମିତି ଜାଣିପାରିଲିନି। ଏବେ ସେମାନଙ୍କ ପାଇଁ କିଛି କରିପାରିବା ପାଇଁ ମୁଁ ଅକ୍ଷମ।ଶେଷ କୃତଜ୍ଞତା ଜଣେଇବା ପାଇଁ ମଧ୍ୟ ମୁଁ ନାଚାର।

ସବୁବେଳେ କାମ, ପଇସା ପଛରେ ଗୋଡ଼େଇ ଗୋଡ଼େଇ ଏତେ ସ୍ବାର୍ଥପର ପାଲଟିଯାଇଥିଲି ଯେ ଭଲମନ୍ଦ,ସତମିଛ ମଧ୍ୟରେ ଫରକ୍ ଜାଣିପାରିଲିନି।ମିଛ ଅହମିକା ପଛରେ ଗୋଡଉ ଗୋଡଉ ପ୍ରକୃତ ସ୍ନେହ ମମତା ଭୂଲି କିଛି ସମୟର ସୁଖକୁ ପ୍ରାଧାନ୍ୟ ଦେଇବସିଲି। ନିଜେ ସୁଖର ବନ୍ୟା ରେ ଉବୁଟୁବୁ ହେଉଥିବା ବେଳେ ଏଇମାନେ, ଯେଉଁମାନେ ପ୍ରକୃତ ରେ ନିଜର ସେମାନଙ୍କ ଦୁର୍ଦ୍ଦଶାକୁ କେବେ ବି ଜାଣିବାକୁ ଚାହିଁଲିନି। ଏବେ ସବୁ ବୁଝିଲା ବେଳେକୁ,ଜାଣିଲା ବେଳକୁ ମୁଁ ଆଉ ମୁଁ ହେଇକି ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy