STORYMIRROR

Lina Dhal

Tragedy

4  

Lina Dhal

Tragedy

ଭାଗ୍ୟ

ଭାଗ୍ୟ

1 min
244

ଘରେ ଯେତେବେଳେ ଝିଅ ଜିନି ଜନ୍ମ ହେଲା, ପୁରା ପରିବାରରେ ଖୁସିର ଲହରୀ ଖେଳିଗଲା। ସୁନ୍ଦର ପରୀ ଭଳି କଣ୍ଢେଇ କୁ ସମସ୍ତେ ଟିକେ ଧରିବା ପାଇଁ,ଗେହ୍ଲ କରିବା ପାଇଁ ହାତ ବଢଉଥିଲେ।ସେ ଯେତେ ବଡ ହେଉଥାଏ,ପାଠରେ,ଗୁଣରେ, ସୌନ୍ଦର୍ଯ୍ୟ ରେ ଯେମିତି କେହି ତା ସହିତ ସମକକ୍ଷ ନୁହେଁ। ତାକୁ ଦେଖିଦେଲେ, କଥା ଦିପଦ ହେଇଗଲେ ଭାରି ଶାନ୍ତି ଲାଗେ।କଥାରୁ ତ ତା'ର ମହୁ ଝରେ। ତେଣୁ ସେ ସମସ୍ତଙ୍କର ପ୍ରିୟ। ସମସ୍ତେ ବନ୍ଧୁବାନ୍ଧବ ସାଇପଡିଶା କୁହନ୍ତି ଯେ ଏ ଝିଅ ପାଇଁ ବର ଖୋଜିବାକୁ ପଡିବନି,ବରପାତ୍ର ନିଜେ ତାଙ୍କ ଆଡୁ ଆସିବେ।


ଜିନି ବଡ ହେଲା। କଲେଜ ଗଲା,ପାଠ ପଢିଲା। ନାନା ଆଡୁ ପ୍ରସ୍ତାବ ଆସୁଥିଲା ଆଉ ଭାଙ୍ଗିବି ଯାଉଥିଲା।।କିଏ କହିଲା ସ୍କୁଟି ଚଲେଇ ଜାଣିନି ତ କିଏ କହିଲା ଇଂରାଜୀ ରେ କଥା କହି ଆସୁନି।ପୁଣି କିଏ କହିଲା ଇଏ କ'ଣ ବିଦେଶ ରେ ଚଳିପାରିବ ଇତ୍ୟାଦି।


ଦିନେ କିନ୍ତୁ ସହରର ବଡଧନୀଘରୁ ତା ବାହାଘର ପ୍ରସ୍ତାବ ଆସିଲା।ପୁଅ,ଘର ସବୁ ଠିକଠାକ ଲାଗିଲା ପରେ ବାହାଘର ଠିକ୍ ହୋଇଗଲା।ଶାଶୁଘରୁ ଆସିଥିବା ସୁନାଗହଣା, ବରଯାତ୍ରୀ, ଗାଡିଘୋଡା ଦେଖି ସମସ୍ତେ ପ୍ରଶଂସା କଲେ।ଗୋଟେ ଭାଗ୍ୟ ନେଇ ଜନ୍ମ ହେଇଛି ନା ଜିନି, ରାଣୀ ହୋଇ ରହିବ।


କିଛି ଦିନ ପରେ ବାପା ଯାଇଥିଲେ ଜିନି ର‌ ଶାଶୁଘରକୁ। ମୁଣ୍ଡରେ ମେଞ୍ଚାଏ ତେଲ ଲଗେଇ,ଖୋସା କରି,ମଠାଲୁଗା ପିନ୍ଧି ଘର ଓଳାଇଲା ପରେ ବାସନ ମାଜୁଥିଲା ଜିନି।ବାପା ପଚାରିଲେ ତମ ଘରେ କାମ କରୁଥିବା ଲୋକମାନେ କୁଆଡେ ଗଲେ? ସେମାନେ ତ କେହି ଦିଶୁନାହାନ୍ତି ମୁଁ ଆସିବା ଦିନରୁ।ସେମାନେ ସବୁ ଛୁଟିରେ ଯାଇଛନ୍ତି କହିଲେ ତା ଶ୍ବଶୁର। ଜ୍ବାଇଁ ଆସି କହୁଥିଲେ -ସେ ଚାକରାଣୀ ହେବାକୁ ବି ଯୋଗ୍ୟ ନୁହେଁ, କିଛି ତାକୁ ଶିଖେଇ ନାହାନ୍ତି। କେଉଁ କାମ ବି ଆସୁନି।ଅପଦାର୍ଥ ଟା।


ବାପା ଙ୍କ ଆଖିରେ ଆଖିଏ ଲୁହ,କୋହ ଚାପି ମୁଣ୍ଡରେ ହାତ ଦେଇ ଭାବୁଥିଲେ -କି ଭାଗ୍ୟ ନେଇ ଜନ୍ମ ହେଇଥିଲୁ ଲୋ ମୋ ମାଆ....ଜିନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy