STORYMIRROR

Lina Dhal

Tragedy

3  

Lina Dhal

Tragedy

ନୀରବ ସମ୍ପର୍କଆରବ୍ ସହିତ ସମ୍ପର୍କ

ନୀରବ ସମ୍ପର୍କଆରବ୍ ସହିତ ସମ୍ପର୍କ

1 min
144

ଆରବ୍ ସହିତ ସମ୍ପର୍କ ଏମିତି କାହିଁକି। ବେଳେ ବେଳେ ଅନେକ କଥା ମୁଣ୍ଡ କୁ ଆସେ। କିନ୍ତୁ କେବେ ତା କାରଣ ଖୋଜିବାକୁ ଚାହେଁନି ପତ୍ରାଳି।ଅସମ୍ପୂର୍ଣ୍ଣ,କୋଳାହଳମୟ ଜୀବନରେ‌ ସେ ଆଉ ଆଗଭଳି ଭଲମନ୍ଦ, ସୁଖଦୁଃଖ କିଛି ର ବିଚାର କରେନି। ଯେମିତି ଆସୁଛି ଜୀବନ, ତାକୁ ସେ ବଞ୍ଚିଯାଉଛି। 


ସେ ଦିନେ ଯେତେବେଳେ ଚାହୁଁଥିଲା ଆରବ୍ ର ହାତଧରି ତା ସହିତ ସାରା ଜୀବନ ବାନ୍ଧି ହୋଇରହିବ। ସେତେବେଳେ କିନ୍ତୁ ବାପାମାଆ ପରିବାର ସମସ୍ତେ ଜିଦି କରି ଚୁରମାର୍ କରିଦେଇଥିଲେ ତାଙ୍କ ସ୍ବପ୍ନ କୁ।ଆଉ ଘରେ ସମସ୍ତେ ମିଶି ଯେଉଁଠି ତା ବାହାଘର କରେଇଥିଲେ,ସେଠୁ ବହିଷ୍କାର ହେଲାପରେ ତାଙ୍କର କିଛି ଦୋଷ ନଥିଲା ସବୁ ତା ଭାଗ୍ୟର ଦୋଷ ବୋଲି ବଖାଣି ବସୁଥିଲେ।


ଏବେ ସେ ଏକା। କିନ୍ତୁ ଆରବ୍ ଜୀବନରେ ତ ଆଉ ଜଣେ ତା ଯାଗା ନେଇସାରିଲାଣି। ତେଣୁ ସେ କେବେ ବି ଚାହେଁନି ଯେ ଆରବ୍ କୁ କୌଣସି ପ୍ରକାର ର ଅସୁବିଧା ହେଉ ତାକୁ ନେଇ। ଆରବ୍ କେବେ କଥା ହେବାକୁ ଚାହିଁଲେ ବି ଯଥାସାଧ୍ୟ ଚେଷ୍ଟା କରେ, ସବୁ ଠିକ୍ ଅଛି ଜଣେଇବା ପାଇଁ।


କେମିତି ଏ ସମ୍ପର୍କ କେଜାଣି?ଦି ଜଣଙ୍କ ଭିତରେ ଏତେ କଥାବାର୍ତ୍ତା ନାହିଁ। କେହି କାହାକୁ ଆବଶ୍ୟକ କରନ୍ତିନି। କେହି ଦେବାର ନାହିଁ କି କେହି ନେବାର ନାହିଁ। ଜଣେ ଅନ୍ଯଜଣଙ୍କ ପାଇଁ କ୍ଷତି କ'ଣ ଅଶୁଭ କଥା ବି ମନଭିତରେ ଭାବିପାରିବନି। କିନ୍ତୁ ମନଭିତରେ ଏ ଦୃଢ଼ ବିଶ୍ୱାସ ଅଛି ଯେ ତା'ର ଯଦି କିଛି ଅସୁବିଧା ହୁଏ ତାହେଲେ ଆଗେ ଆସି ଜଣେ ତା ପାଖରେ ଛିଡା ହୋଇଯିବ।


ଥାଉ ଏ ସମ୍ପର୍କ ଏମିତି ନୀରବ ହୋଇ।ଏଇ ନୀରବ ସମ୍ପର୍କ ବି ଜୀବନରେ ବେଳେ ବେଳେ ବଞ୍ଚିବାକୁ ସାହସ ଯୋଗାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy