STORYMIRROR

Lina Dhal

Others

3  

Lina Dhal

Others

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
151

ଆମ ପଡ଼ିଶାଘରେ ରହୁଥିବା ଗୀତା ଭାଉଜଙ୍କର ସବୁବେଳେ ମୋ ପ୍ରତି କିଛି ପ୍ରଶ୍ନ ଥାଏ। ଏମିତି କଥାବାର୍ତ୍ତା କରନ୍ତି ସମସ୍ତ ଙ୍କ ସାମ୍ନା ରେ ମୁଁ ସବୁବେଳେ ପ୍ରଶ୍ନବାଚୀ ପାଲଟି ଯାଏ।ଆମ ଘରର ପ୍ରତ୍ୟେକ ଟିକି ଟିକି କଥାରେ ସେ ମୁଣ୍ଡ ପୁରାନ୍ତି।

ମୋତେ ଭଲଲାଗେନି ତାଙ୍କ ସହିତ କିଛି ବି କଥା ବାଣ୍ଟିବାକୁ।ଏବେ କିଛିଦିନ ତଳେ ସାନପୁଅ ସୋନୁ ଖେଳୁଖେଳୁ ସାଙ୍ଗମାନଙ୍କୁ ମ୍ୟାଜିକ ଦେଖଉ ଦେଖାଉ ଗୋଟିଏ କାଚଗୋଲି ପାଟିରେ ଗିଳିଦେଲା। ଆମେ ସମସ୍ତେ ବହୁତ ବ୍ୟସ୍ତ ହୋଈପଡିଲୁ।ଡରିଗଲୁ। ହସ୍ପିଟାଲ,ଏକ୍ସରେ, ଡାକ୍ତର ଙ୍କୁ ଦେଖେଇଲା ପରେସେ କହିଲେ ବା‌ହାରିଯିବ। ତାପରେ ଟିକେ ଆସ୍ବସ୍ତି ମିଳିଲା।

ଜାଣିଶୁଣି ମୁଁ ଗୀତା ଭାଉଜଙ୍କୁ ଏକଥା ନଜଣେଇବା ପାଇଁ ଚାହୁଁଥିଲି।ସେ କିନ୍ତୁ କେଉଁଠୁ ଖବର ପାଇ ଆସି କହିଲେ - ପାଚିଲା କଦଳୀ ଖୁଆଇଦିଅ,ଚୂଡା ଖାଇବାକୁ ଦିଅ‌‌ ଏମିତି କେତେ କଥା। ତା'ପରେ ଆସିଲା ମୋ ଉପରକୁ।ପିଲାଟା କାଚଗୋଲି ଖାଇଦେଲା ତମେ କଣ କରୁଥିଲ କି? ତମେ କ'ଣ ତାକୁ ଶିଖେଇନ କୋଉଟା ଖାଇବା ଜିନିଷ କୋଉଟା ନୁହେଁ। ନିଜ ହାତରେ ଭାତ ଖାଇବା ବି ଶିଖେଇନ ଆସିକି ସାତ ବର୍ଷର ପିଲା ହେଲାଣି।ନିଜେ ଗାଧେଇବା ଶିଖିନି,ପିନ୍ଧିବା ଶିଖିନି।ନିଜେ ତ ଚବିଶ ଘଣ୍ଟା କେମିତି ମୁହଁ ସୁନ୍ଦର ଦେଖାହେବ, ଚୁଟି ସୁନ୍ଦର ଦେଖାହେବ ସେ ଚିନ୍ତା।ଆଉ ପିଲା କଥା ବୁଝେ କିଏ।

ମୋର ଆଉ ଶୁଣିବା ପାଇଁ ଧୈର୍ଯ୍ୟ ନଥିଲା।ସେ ଯେମିତି ସମସ୍ତ ଙ୍କ ସାମ୍ନା ରେ କହିଲେ ମୁଁ ପୁରା ପ୍ରଶ୍ନବାଚୀ ପାଲଟିଯାଉଥିଲି।



Rate this content
Log in