Trushna Das

Abstract Drama Tragedy

4  

Trushna Das

Abstract Drama Tragedy

ମନର ରାଜକୁମାର

ମନର ରାଜକୁମାର

6 mins
350


ଆଜି ଖୁସିର ମନ ବହୁତ ଦୁଃଖ। ବାପା ମାଆଙ୍କ ରାଜକୁମାରୀ ଆଖିର ତାରା , ସୁକୁମାରୀ ଗେହ୍ଲି ଏମିତି ଅବସ୍ଥାରେ ଆସି ପହଞ୍ଚିବ ବୋଲି ଭାବି ନ ଥିଲା। ବାପା ମାଆଙ୍କ ଫୋଟ ଧରି କାନ୍ଦି କାନ୍ଦି ଭାବୁ ଥାଏ ଛୋଟ ବେଳେ ଜେଜେମା ଙ୍କ ଠାରୁ ଅନେକ କାହାଣୀ ଶୁଣି ଥିଲା। ସେଥିମଧ୍ୟରୁ ଗୋଟିଏ କାହାଣୀ ଥିଲା ଯେଉଁଥିରେ ରାଜକୁମାରୀ କୁ ରାଜା କୁଆଡେ ବି ଯିବାକୁ ଦେଉ ନ ଥିଲେ। କାରଣ ରାଜକୁମାରୀ ବହୁତ ସୁନ୍ଦର ଥିଲେ। କାଳେ ତାଙ୍କୁ କେହି ଭଲ ପାଉଛି କହି ନେଇ ଯିବ ବୋଲି ଭାବୁ ଥିଲେ। କିନ୍ତୁ ଏ ସବୁ ରାଜକୁମାରୀ ଙ୍କୁ ଜମା ଭଲ ଲାଗୁ ନ ଥାଏ। ତାଙ୍କୁ କଏଦରେ ରହିଲା ପରି ଲାଗୁ ଥିଲା। ସେ ମାଆଙ୍କୁ କହୁଥିଲେ ମାଆ ମୋତେ କଣ ଖୁସି ମିଳିବ ନାହିଁ। ମୁଁ କଣ ଏମିତି କଏଦ ହୋଇ ରହିବି। ତାଙ୍କ ମାଆ କହୁ ଥିଲେ ନା ରେ ଦେଖିବୁ ତୋତେ ବି ଜଣେ ରାଜକୁମାର ଆସି ନେଇ ଯିବ। ତୁ ବି ବାଦଲ କୁ ବାଦଲ ଭାସି ଯିବୁ। ସତରେ ଦିନେ ଗୋଟିଏ ଚିରାଗ ତାଙ୍କୁ ମିଳିଲା । ଆଉ ସେଇ ଚିରାଗ ଘଷିବା ରୁ ଜିନ୍ ବାହାରକୁ ଆସିଲା। ଜିନ୍ ଆସି ତାଙ୍କୁ ତାଙ୍କର ଗୋଟିଏ ବର ମାଗିବା ପାଇଁ କହିଲା। ରାଜକୁମାରୀ କହିଲେ ଏମିତି ଜଣେ ରାଜକୁମାର ଆସନ୍ତା କି ଯିଏ ତାଙ୍କୁ ଦେଶ ବିଦେଶ ନେଇ ବୁଲାନ୍ତା ବାଦଲକୁ ବାଦଲ ଭାସି ବୁଲନ୍ତେ ଦୁହେଁ ପ୍ରେମ ଗୀତ ଗାଇ। ଜିନ୍ କହିଲା ଆପଣଙ୍କ ମନସ୍କାମନା ଖୁବ ଶୀଘ୍ର ପୂରଣ ହେବ।

କିଛି ଦିନ ପରେ ଗୋଟିଏ ରାଜକୁମାର ଆସିଲେ ରାଜକୁମାରୀ ଙ୍କ ରାଜ୍ୟକୁ। ରାଜାଙ୍କ ପରମ ମିତ୍ର ଙ୍କ ପୁତ୍ର। ସେ ରାଜକୁମାରୀ ଙ୍କୁ ପସନ୍ଦ କଲେ ଏବଂ ବିବାହ ର ପ୍ରସ୍ତାବ ଦେଲେ। ରାଜା ରାଜି ହୋଇଗଲେ। ରାଜକୁମାର ମଧ୍ୟ ରାଜାଙ୍କୁ ଅନୁରୋଧ କଲେ ଯେ ବିବାହ ଆଗରୁ ସେ ରାଜକୁମାରୀ ଙ୍କ ସହ ରାଜ୍ୟ ରାଜ୍ୟ ବୁଲିବେ। କାରଣ ବିବାହ ପରେ ସେ ତାଙ୍କ ରାଜ୍ୟ ର ଭାର ସମ୍ଭାଳବେ। ଆଉ ବୁଲିବା ପାଇଁ ଯାଇ ପାରିବେ ନାହିଁ। ରାଜା ରାଜି ହୋଇଗଲେ। ତାପରେ ରାଜକୁମାରୀ ଓ ରାଜକୁମାର ଚାରି ଆଡେ ବୁଲିଲେ।ଜିନ୍ ଆସି ତାଙ୍କୁ ଆକାଶରେ ବି ବାଦଲ ରୁ ବାଦଲ ବୁଲାଇଲା। ରାଜକୁମାରୀ ଙ୍କ ସ୍ୱପ୍ନ ପୂରଣ ହେଲା। ଆଉ ତାପରେ ରାଜକୁମାରୀ ଙ୍କ ବିବାହ ହେଲା।

ହେଲେ ଏ ସବୁ କାହାଣୀ ରେ ଠିକ। ଜେଜେମା ଯେ କହୁ ଥିଲେ ରାଜକୁମାର ଆସି ତୋତେ ନେଇ ଯିବ ଏ କଥା ସମ୍ପୁର୍ଣ୍ଣ ମିଛ ଥିଲା ବୋଲି ଖୁସି ଭାବୁ ଥିଲା। ବାସ୍ତବ ଜୀବନରେ କେହି ରାଜକୁମାର ନୁହଁନ୍ତି। ସବୁ ସ୍ବାର୍ଥପର। କଲେଜରେ ପଢୁ ଥିବା ସମୟରେ ବିକାଶ ବୋଲି ଗୋଟିଏ ପୁଅ କୁ ଭଲ ପାଉଥିଲା। ହେଲେ ସେ ପରେ ଜାଣିବାକୁ ପାଇଲା ଯେ ବିକାଶ ତା ସହ ଟାଇମ୍ ପାସ୍ କରୁ ଥିଲା। ସେ ଖୁସି ସହ ଖାଲି ତାର ବିପାଙ୍କ ସମ୍ପତ୍ତି ପାଇଁ ଭଲ ପାଉଥିଲା। ଏ କଥା ଜାଣି ଖୁସି ଆଉ ସେ ସବୁରେ ନ ପଡ଼ି ଭଲ ପାଠ ପଢି ଚାକିରୀ ଟିଏ କରିବ ବୋଲି ଭାବିଲା। ବିଏଡ ପଢୁଥାଏ। ବାପା ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଗଲା। ଦୁଃଖର ପାହାଡ ଆସି ଗଲା। ବଡ଼ ବାପା ଓ ବଡ଼ ମାଆ ଶୁଣିଲେ ନାହିଁ। ସୁମିତ ସହ ବିବାହ ଠିକ କରି ଦେଲେ। ଜେଜେମା କହିଲେ ଦେଖିବୁ ସୁମିତ ତୋ ଜୀବନର ରାଜକୁମାର। ତୋତେ ନେଇ ଚାରି ଆଡେ଼ ଯିବ। ଦୁହେଁ ଖୁସିରେ ରହିବ। 

ଖୁସି : ଜେଜେମା ମୁଁ ତ ସୁମିତ କୁ ଜାଣି ନାହିଁ।

ଜେଜେମା : ମୋର ‌ବାହାଘର ଯେତେବେଳେ ତୋ ଜେଜେଙ୍କ ସହ ହୋଇ ଥିଲା ‌ମୁ଼ଁ କଣ ଜାଣି ଥିଲି କି ସେ କେମିତି ବୋଲି। ତଥାପି ମୁଁ ଖୁସିରେ ରହିଲି। ଆରେ ସୁମିତ ତୋ ଚାକିରୀ କରନ୍ତି। ସେ ଯୁଆଡେ ଯିବେ ତୋତେ ବି ନେଇ ଯିବେ। ଆଉ ମୁଁ ଯେତିକି ଶୁଣିଛି ସେ ବହୁତ ଲାଜକୁଳା ଛୁଆଟେ। ଆଉ ତୁ ବାହାଘର‌ କେତେ ଦିନ ତା ସହ ଗାଁ ରେ ରହିବୁ । ଆଉ ତାପରେ ତୁ ତା ସହ ତାର ଚାକିରୀ କରୁଥିବା ସ୍ଥାନକୁ ଚାଲି ଯିବୁ।

ଖୁସି ମନେ ମନେ ଭାବିଲା ସୁମିତ ବିଷୟରେ ଜେଜେମା ଯାହା କହୁଛନ୍ତି ଠିକ କହୁଛନ୍ତି। ସେ ବିବାହ ପାଇଁ ରାଜି ହୋଇ ଗଲେ। ବିବାହ ସମୟରେ ଗୋଟିଏ ଝିଅର‌ କେତେ ସ୍ୱପ୍ନ ସେ ବି ଶଙ୍ଖା ସିନ୍ଦୂର ପିନ୍ଧି ନାଲି ଶାଢ଼ୀ ପିନ୍ଧି ତା ସ୍ବାମୀ କୁ ଜଗି ଥିବ। ସ୍ଵାମୀ ଆସି ତାର ଲାଜ ଗହଣା ଖୋଲିବେ। ଦୁହେଁ ଦୁହିଁଙ୍କ ସହ କଥା ହେବେ। ସ୍ଵାମୀ କୁ ଜୁହାର ହୋଇ କ୍ଷୀର ଗ୍ଲାସଟି ଦେବ। ଆଉ ତାପରେ ଦୁଇ ଆତ୍ମା ଦୁଇ ତନୁ ମିଶି ଯିବେ। ସେ ସମୟରେ ଗୋଟିଏ ଝିଅ କେଉଁ ପ୍ରକାର ଅନୁଭବ କରୁ ଥିବ ଏ ସବୁ ଭାବି ଖୁସି ଲାଜେଇ ଯାଉ ଥାଏ।

ସୁମିତ ମଝିରେ ମଝିରେ ଫୋନରେ‌ କଥା ହୁଅନ୍ତି ହେଲେ ସେତେ ଖୋଲା ମନରେ ନୁହେଁ।ବୋଧେ‌ ଲାଜ କରୁଛନ୍ତି ବୋଲି ଖୁସି ଭାବୁ ଥାଏ। ବିବାହ ହୋଇ ଗଲା। ବାସର ରାତି ଆସିଲା। ନବବଧୂ ବେଶରେ ଖୁସି ବସି ଥାଏ ସୁମିତ ଅପେକ୍ଷା ରେ। ସୁମିତ କିନ୍ତୁ ରାତି ଅଧରେ ରୁମକୁ ଆସିଲା। ସେ ବି ମଦ‌ ପିଇ। ସୁମିତ କୁ ଦେଖି ଖୁସି ଲାଜେଇ ଯାଉ ଥାଏ। ସୁମିତ ମଦ ନିଶାରେ କଥା ବାର୍ତ୍ତା ନ କରି ସିଧା ଆସି ଖୁସିକୁ ଧରି ତା'ର ଲାଜ ବସ୍ତ୍ର ଖୋଲିବା ପାଇଁ ଲାଗିଲା। ହୁଏତ ସୁମିତ ଖୁସିର ସ୍ବାମୀ । କିନ୍ତୁ ଗୋଟିଏ ଝିଅ ପାଇଁ ଏମିତି ଠିକ ନୁହେଁ ନା। ଦୁହିଁଙ୍କ ମଧ୍ୟରେ କିଛି କଥା ବାର୍ତ୍ତା ନାହିଁ ଆଉ ସିଧା ସବୁ କିଛି। ଖୁସି ସଙ୍କୋଚ ପ୍ରକାଶ କରି ଅଟକାଇବା ପାଇଁ ଚେଷ୍ଟା କଲାରୁ ସୁମିତ ତା ମୁହଁକୁ ହାତରେ ଚାପି ଧରିଲା। ଆଉ ପଶୁ ପରି ତା ସହ ବ୍ୟବହାର କଲା। କଷ୍ଟରେ ଖୁସିର ଆଖିରୁ ଲୁହ ବହି ଯାଉ ଥାଏ। ହେଲେ ସୁମିତ କିଛି ଶୁଣିବା ଅବସ୍ଥାରେ ନ ଥାଏ। ବିବାହ ପରେ ଯାହା ଭଲ ରେ ହୋଇ ଥାଆନ୍ତା ଖୁସି କୁ ତାହା ବଳାତ୍କାର ପରି ଲାଗୁ ଥାଏ। ହାତ ଗୋଡରେ ଚାରି ଆଡୁ ଠେଲି ଅଟକାବା ପାଇଁ ଚେଷ୍ଟା କରି ମଧ୍ୟ ଖୁସି ଆଉ ପାରିଲା ନାହିଁ। ଆଉ ସୁମିତ କହୁଥାଏ ରାଇମା ଲଭ୍ ୟୁ। ବହୁତ ଚେଷ୍ଟା କରି ଖୁସି ଆଉ ପାରିଲା ନାହିଁ ଶେଷରେ ଠକି ଯାଇ ଅଚେତ ହୋଇ ଗଲା।

ସକାଳୁ ଉଠିଲା ବେଳକୁ ଖୁସି ଦେଖୁଛି ସେମିତି ସୁମିତ ତା ଉପରେ ପଡ଼ିଛି। ସୁମିତ କୁ ଦେଖି ଖୁସି ର ରାତି କଥା ମନେ ପଡି ଗଲା। ହାତରେ କାଚ ଚୁଡି ଭାଙ୍ଗି କଟି ରକ୍ତ ବାହାରୁଛି। ଦେହ ଯାକ ଆମ୍ପୁଡା ଆଉ କାମୁଡିବା ଦାଗ। ବହୁତ କଷ୍ଟରେ ସେ ସୁମିତ କୁ ନିଜ ଉପରୁ ଉଠାଇଲା ଏବଂ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ଯାହାକୁ ସେ ରାଜକୁମାର ଭାବୁ ଥିଲା ସେ ଯେ କାମନା ‌ର ରାକ୍ଷସ ବୁଝିବାରେ ବାକି ନ ଥାଏ। କାହାକୁ କହିବ ଖୁସି ଏ ବିଷୟରେ ?

ଖୁସି ଗାଧୋଇ ଆସିବା ପରେ ସୁମିତ ଉଠି କହିଲା ଦେଖ ମୁଁ ରାଇମାକୁ ଭଲ ପାଏ। ରାଇମାକୁ ସହରରେ ଖୁବ ଜଳଦି ବିବାହ କରିବି। ତୁମେ ଘର ଲୋକଙ୍କ ସାମ୍ନାରେ ମୋ ସ୍ତ୍ରୀ। ଆଉ ଗାଁ ପାଇଁ ମୋର ସ୍ତ୍ରୀ। ସହରରେ ରାଇମା ମୋ ସ୍ତ୍ରୀ। ମୋ ଠାରୁ ଆଉ କିଛି ଆଶା କରିବ ନାହିଁ। ଏଇ ଗାଁ ରେ ରହିବ।

ଖୁସି : ଯଦି ତୁମେ ରାଇମାକୁ ଭଲ ପାଉ ଥିଲ ତେବେ ମୋତେ ବିବାହ କଲ କାହିଁକି ଆଉ ମୋ ସହ ଶାରୀରିକ ସମ୍ପର୍କ ରଖିଲ କଣ ପାଇଁ।

ସୁମିତି : ରାଇମାକୁ ମୋ ଘର ଲୋକ ଗ୍ରହଣ କରିବେ ନାହିଁ। କାରଣ ସେ ନୀଚ ଜାତି ର ଝିଅ। ଘର ଲୋକଙ୍କୁ ମୁଁ ତା ବିଷୟରେ କହି ଥିଲି। ହେଲେ ସେମାନେ ରାଣ ନିୟମ ଦେଇ ତୁମ ସହ ବିବାହ କରାଇଲେ। ଆଉ ମୁଁ ବହୁତ ଝିଅ ସହ ଶାରୀରିକ ସମ୍ପର୍କ ରଖି ସାରିଛି। ଆଉ ତୁମ ସହ ନ‌ ରଖିଲେ ମୋ ଘର ଲୋକଙ୍କୁ ଉତ୍ତରାଧିକାରୀ ମିଳିବ କେମିତି ?

ଖୁସି ଙ୍କ ସବୁ ସ୍ବପ୍ନ ମାଟିରେ ମିଶି ଗଲା। କଣ କରିବ ଭାବି ପାରୁ ନ ଥାଏ। ବାପା ଗଲା ପରେ ଜେଜେମା ଓ ମାଆଙ୍କ ମନ ଅବସ୍ଥା ଠିକ ନ ଥାଏ। ମାଆ ହାର୍ଟ ଆଟାକ ବି ମଝିରେ ହୋଇ ଥିଲା। ଏ କଥା ଶୁଣି ସେ ଭାଙ୍ଗି ଯିବ। ତେଣୁ ସେ ସବୁକୁ କିଛି ନ‌କହି ଖୁସି ନିଜ ଭାଗ୍ୟକୁ ଆଦରି ନେଲା। ତାପରେ ଯେତେ ଦିନ ସୁମିତ ଗାଁ ରେ ରହେ ଖୁସି ପାଇଁ ରାତି ଭୟଙ୍କର ହୋଇ ଯାଏ। ଆଉ ମନା କଲେ ସୁମିତ ତାକୁ ବହୁ ବାଡାଏ। ସହରକୁ ଗଲେ ଖୁସି ସହ ଫୋନରେ କଥା ଟିକେ ବି ହୁଏ ନାହିଁ।

ଏମିତି କିଛି ମାସ ଗଲା ପରେ ଖୁସି ଜାଣିବାକୁ ପାଇଲା ସେ ମାଆ ହେବାକୁ ଯାଉଛନ୍ତି। ଏ କଥା ଶାଶୁ ଶଶୁର ଙ୍କୁ ଜଣାଇଲେ। ହେଲେ ସୁମିତଙ୍କୁ କେମିତି ସେ ଆଉ ଜଣାଇବ। ଶାଶୁ ଶଶୁର ସୁମିତ ଗାଁ କୁ ଆସିଲେ କହିବେ ବୋଲି ଭାବିଲେ। ସୁମିତ କିଛି ଦିନ ପରେ ହଠାତ୍ ରାତିରେ ଆସିଲା। ଶାଶୁ ଶଶୁର ଭାବିଲେ ଖୁସି ସୁମିତକୁ କହିବ। ସୁମିତ ତ ମଦ ପିଇ ଆସି ଥାଏ। ରାତିରେ ସେ କଣ ଖୁସି କଥା ଆଉ ଶୁଣିବା ଅବସ୍ଥାରେ ଥାଏ। ଖୁସି ଅଟକାଇବା ରୁ ସେ ତାକୁ ବହୁତ ମାରିଲା। ଆଉ ପାଟିକୁ ବନ୍ଦ କରି ଜବରଦସ୍ତି କଲା। ଖୁସି ଅଚେତ ହୋଇ ଗଲା। ସକାଳୁ ସୁମିତ ଉଠିଲା ବେଳକୁ ଦେଖୁଛି ଖୁସି ଅଚେତ ହୋଇ ପଡ଼ିଛି ଆଉ ରକ୍ତ ବହି ଚାଳିଛି। ଡାକ୍ତର ପାଖକୁ ନେଇ ଯିବାରୁ ଜାଣିଲା ଖୁସିର ଗର୍ଭ ସନ୍ତାନ ନଷ୍ଟ ହୋଇ ଯାଇଛି।

ଘରକୁ ଆସିଲା ପରେ ସମସ୍ତେ ଖୁସିକୁ ଦୋଷ ଦେଲେ। ସେଇଥିପାଇଁ ‌ଖୁସି ଆଜି ବହୁତ ଦୁଃଖୀ ଆଉ ବାପା ମାଆଙ୍କ ଫୋଟ କୁ ଧରି କାନ୍ଦୁ ଥାଏ। ଆଉ ଭାବୁ ଥାଏ ଯେ ଆଜି କାଲି ସବୁ ଟଙ୍କା ଓ କାମନାର ଲୋଭୀ।

ସକାଳ ହେବାରୁ ଖୁସି ଘର ଛାଡ଼ି ଚାଲି ଗଲା। ମାଆ ଆଉ ଜେଜେମା କୁ ଆଉ ନ ଲୁଚାଇ ସବୁ କହିଲା। ଏ କଥା ଶୁଣି ତା ମାଆ ଏତେ ଦୃଢର ସହ ସୁମିତର ପ୍ରତିବାଦ କରିବେ ବୋଲି ଖୁସି ଜାଣି ନ ଥିଲା। ଖୁସି ନିଜ ବିଏଡ ପଢା କରି ଚାକିରୀ କଲା।ସେଇ ସମୟରେ ତାର ରିତେଶ ସହ ଦେଖା ହେଲା। ରିତେଶ ସବୁ ଜାଣି ମଧ୍ୟ ଖୁସିକୁ ଭଲ ପାଇ ବିବାହ ର ପ୍ରସ୍ତାବ ଦେଲେ। ଡିଭର୍ସ ହୋଇ ସାରି ଥାଏ। ପ୍ରଥମେ ଅତୀତର କଷ୍ଟ ଭାବି ବିବାହ ପାଇଁ ଖୁସି ରାଜି ନ‌ ଥିଲା । ହେଲେ ରିତେଶ ର ଭଲ ପାଇବା ପାଖରେ ଖୁସିର ଡର ହାର ମାନିଲା ଆଉ ବିବାହ ହେଲା। ବିବାହ ପରେ ଖୁସି ଜାଣିଲା ଯେ ପ୍ରକୃତରେ ଆଜି ବି ସମାଜରେ ପ୍ରକୃତ ରାଜକୁମାର ଅଛନ୍ତି। ବିବାହର ପାଞ୍ଚ ବର୍ଷ ପରେ ବି ଗୋଟିଏ ଛୁଆର ମାଆ ହେଲା ପରେ ବି ଆଜି ବି ଖୁସିର ମନ ସେମିତି ନୂଆ ବିବାହ କରିଥିବା ଝିଅ ପରି ଆଜି ବି ରିତେଶ ସହ ଭାସି ଭାସି ବୁଲିବାକୁ ଇଚ୍ଛା କରେ।ଖୁସି ତ ମଧ୍ୟ ରାଜକୁମାର କୁ ପାଇଗଲା।


Rate this content
Log in

Similar oriya story from Abstract