STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ମନୋସ୍କାମନା

ମନୋସ୍କାମନା

1 min
80

  ଡେଲାଙ୍ଗ ଠାରୁ ଅଳ୍ପ ଦୂରରେ ଗାଦିବ୍ରହ୍ମ, ଭାରି ପ୍ରତ୍ୟକ୍ଷ ଠାକୁର, ଭୋଗ ଲାଗି ସାରିବା ପରେ, ଯେତେ ଯିଏ ଭକ୍ତ ଥାନ୍ତି ସେଦିନ, ପ୍ରସାଦ ପାଆନ୍ତି ସମେସ୍ତେ, ଅପୂର୍ବ ବିଦ୍ଧି, କେବେ କେବେ ଅଧିକ ଭକ୍ତ ଥିଲେ ବି ନିଅଣ୍ଟ ହୁଏନି ପ୍ରଭୁଙ୍କ କୃପା ରୁ, ତା ଛଡ଼ା ବିଭୁତି ପାଇ କେତେ କିଏ ଭଲ ହୋଇଛନ୍ତି, ତୁଳସୀ ଟିକେ ପାଇ କେତେ କିଏ ମନୋବାଂଛା ପୂର୍ଣ୍ଣ କରି ପାରିଛନ୍ତି l


 ସେଦିନ ଖୁଡିଙ୍କର ଏକା ଜିଦ, ଠାକୁର ଙ୍କୁ ଦର୍ଶନ କରି ହିଁ ଯିବେ, ନାତି ଟିଏ ପାଇଁ ମାନସିକ କରିବେ, ପିଲାଦିନେ କେବେ ଆସିଥିଲେ ଏ ଜାଗାକୁ, ଆଉଥରେ ଆଖି ପୁରେଇ ଦେଖିନେବେ, ପହଁଚିଲା ବେଳକୁ, ପହଡ଼, ଅପେକ୍ଷା କରିବୁ କି ନା ଭିତରେ ମୋର ମନ କହୁଥିଲା, ମୋ ପୁଅର ଏଇଠି ଚୁଟି ପଡିଥିଲା, ନାତିର ପଡ଼ନ୍ତାନି, ଦେଖିକି ଯିବି l

ସହଯାତ୍ରୀ କହୁଥିଲେ, ଆସିଛେ ଯଦି ପହଡ଼ ଭୋଗ ସରୁ ପ୍ରସାଦ ପାଇ ଯିବା, ସତରେ ଅବର୍ଣ୍ଣନୀୟ ସେହି ପ୍ରସାଦ ର ସ୍ୱାଦ, କେତେ ଲୋକ ଖାଉଥାନ୍ତି ଆନନ୍ଦରେ, ଖୁଡ଼ୀ ଠାରି କି ଦେଖେଇଦେଲେ, ଦେଖିଲ ଝିଅ, ତଳେ ଅର୍ଣ୍ଣ ଭୋଗ ଗଦା ହୋଇଛି, ବିଲେଇ ଖାଉଛି ଗୋଟେ ପଟୁ, ଏଇଥିରୁ କଣ ମଣିଷ ଖାଇବେ? ଚାହିଁ ଦେଖିଲି, କଣ ଭାବିଲି କହିଲି ସେ ବିଲେଇ ବେଶରେ ଗାଦି ଠାକୁର, ଆମ ମନ ଭିଡୁଛନ୍ତି, ସତକଥା କହି ଖୁଡିଙ୍କର ମୋର ମାନସିକ କରି ଆସିଲି ପୁଅ ବୋହୁଙ୍କ ପାଇଁ ତୁଳସୀ ଧଣ୍ଡା ସହ, ଆଜି ସଭିଙ୍କ ସହ ନାତିର ଚୁଟି ପକେଇବାକୁ ଯାଉଛି, ପରିବାର ସହ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract