STORYMIRROR

CHINMAYEE PRADHAN

Romance Tragedy

2  

CHINMAYEE PRADHAN

Romance Tragedy

ମନୋମାଳିନ୍ୟ

ମନୋମାଳିନ୍ୟ

3 mins
70


ସମୟ ଆସି ଦଶଟା ବାଜିଲାଣି।ହେଲେ ପ୍ରତ୍ୟୁଷଙ୍କର ଗୋଟେ ବି କଲ୍ ଆସିନି।ବାରମ୍ବାର ମୋବାଇଲ୍ ଦେଖୁଥାଏ ଚିତ୍ରା। କାଳେ ଆସିବ କି ନା। ହ୍ୱାଟସଆପ ଚେକ୍ କରୁଥାଏ ମେସେଜ ବି ଆସିନି। କଲ କଲେ ରେସ୍ପନସ୍ ନାହିଁ। କଣ ହେଇଛି କେଜାଣି ସେ ଟିକେ ବଦଳିଲା ଭଳି ଲାଗୁଛନ୍ତି। ଯିଏ ଘଣ୍ଟାକୁ ଥରେ କଥା ନ ହେଲେ ରହିପାରୁ ନଥିଲା ଆଜିକାଲି ସେ ଦିନକୁ ଥରେ କଲ୍ କରିବା କଷ୍ଟ। ମୋବାଇଲ ପ୍ରାୟ ବିଜି ରହୁଛି। ନା କିଛି ତ ଗୋଟେ ଗଡ଼ବଡ଼ ଅଛି। ନା... ନା... ଆଉ ହେବନି ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ପଡିବ। କିଛି ନ ଜଣାଇ ଚିତ୍ରା ହଠାତ୍ ଯାଇ ପହଞ୍ଚି ଗଲା ପ୍ରତ୍ୟୁଷ କ୍ୱାର୍ଟର୍ସରେ। ଆରେ ଚିତ୍ରା ତମେ? ଫୋନ କରିନ ହଠାତ୍ ଚାଲି ଆସିଲ। କାଇଁ କିଛି ଅସୁବିଧା ହେଲା କି? ନା ମୁଁ ଏଠିକି ଆସି ପାରିବିନି? ଆରେ ନା ମୁଁ ତ ଏବେ ବହୁତ ବିଜି ରହୁଛି ଯାଇ ପାରୁନି। ତମେ ଆସିଲ ଭଲ କଲ। ଆଉ ଛୁଟି କେତେ ଦିନ ଆଣିଛ? ହଁ ଚାରି ପାଞ୍ଚ ଦିନ ଅଛି। ଆଜି କଣ ସବୁ ରାନ୍ଧିବା କୁହ? ତମେ ଆସିଛ କିଛି ସ୍ପେଶାଲ କରିବା। ଯାହା କରୁଛ କର। ଠିକ୍ ଅଛି ତମେ ରେଷ୍ଟ ନିଅ ମୁଁ କରିଦଉଚି। ପ୍ରତ୍ୟୁଷ ଟିକେ ତୁମ ଫୋନ୍ ଦିଅ ମୋର ସୁଇଚ୍ ଅଫ୍ ହେଇ ଯାଇଛି। ଘରକୁ ଜଣେଇ ଦିଏ ପହଞ୍ଚିଲି ବୋଲି। ସେଇଠି ଅଛି କଥା ହେଇଯାଅ। ସେ କଥା ହେବା ସମୟରେ କଲ ଆସିଲା ଗୋଟେ ନମ୍ବରରୁ। ରିସିଭ୍ କରିବାରୁ ସେପଟୁ ଶୁଭିଲା ଝିଅର ସ୍ୱର.. କଣ କରୁଛ ହିରୋ? ତୁମ କଥା ଭାବୁଥିଲି ତ କଲ କରିଦେଲି ଟିକେ। କିଛି ନ କହି ଚିତ୍ରା ଚୁପ୍ ରହିଲା। ଲାଉଡସ୍ପିକର୍ ଅନ୍ କରିଦେଲା। ପ୍ରତ୍ୟୁଷ ଆସି କଲ୍ କାଟିଦେଲା। ଇଏ କିଏ ପ୍ରତ୍ୟୁଷ? ସେ ତୁମକୁ ହୀରୋ ଡାକୁଛି! ସେ ଜଣେ ସାଙ୍ଗ। କୋଉ ସାଙ୍ଗ? ତୁମେ ତାକୁ ଜାଣିନ। ଆଉ କଥା କାଇଁ ହେଲନି? ହେ ସିଏ ଏବେ ଘଣ୍ଟାଟେ ଗପିବ। କିଏ ତା ସାଙ୍ଗେ ଗପିବ। ଆଛା ତାହେଲେ ତା ସାଙ୍ଗେ ଗପ ହଉଚି ବୋଲି ମୋ କଲ୍ ରିସିଭ୍ କରିବାକୁ ଟାଇମ଼ ହଉନି। କଣ କହୁଛ ଚିତ୍ରା? ଯାହା ସତ ସେଇଆ କହୁଛି। ସେ ଝିଅ କିଏ ସତ କୁହ। କହିଲି ତ ସାଙ୍ଗ।ତୁମେ କଣ ମତେ ସନ୍ଦେହ କରୁଛ? ତୁମର କଣ ପୁଅ ସାଙ୍ଗ ନାହାନ୍ତି? ତୁମେ କଣ କଥା ହଉନ? ହଁ ଅଛନ୍ତି ହେଲେ ମୁଁ ଏମିତି କାହା ସଙ୍ଗେ ଘଣ୍ଟା ଘଣ୍ଟା ଧରି କଥା ହଉନି। ଆଉ ମୋର ସବୁ ସାଙ୍ଗ ତୁମର ବି ଚିହ୍ନା। ପାଟିତୁଣ୍ଡ ଚାଲିଲା। ଦି ଜଣ ଉପାସରେ ରହିଲେ। ଚିତ୍ରା ଫେରି ଆସିଲା ତାର କର୍ମକ୍ଷେତ୍ରକୁ। ପ୍ରତ୍ୟୁଷର ଫୋନ ସେ ରିସିଭ୍ କଲାନି ତିନି ଦିନ ପର୍ଯ୍ୟନ୍ତ। ଏତେ ଭଲ ପାଉଥିବା ଲୋକଟା ଏମିତି ବଦଳି ଗଲା କେମିତି? ଅନ୍ୟ ଝିଅ ସହିତ ଏତେ ସମୟ ଗପ? ଏ କଥାକୁ ସେ ବିଶ୍ୱାସ କରିପାରୁନାହିଁ।


 ବେଶ୍ କିଛି ଦିନ କଥା ନ ହେଇ ରହିଗଲେ। ହଠାତ୍ ଦିନେ ଚିତ୍ରା କଲ କରି କହିଲା ମତେ ଡିଭୋର୍ସ ଦେଇ ଦିଅ। ତମେ ଯାହା ଇଚ୍ଛା କର। ତୁମ ମୁଣ୍ଡ ଖରାପ ହୋଇଯାଇଛି ବୋଧହୁଏ ଚିତ୍ରା। କଣ କହୁଛ ଜାଣି ପାରୁଛ ତ? ହଁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ କହୁଛି। ରହୁଛି କହି ଚିତ୍ରା କଲ୍ କାଟିଦେଲା।


  ପ୍ରତ୍ୟୁଷ ଆସି ପହଞ୍ଚି ଗଲା। ହେଲେ ଚିତ୍ରା କିଛି ବି କଥା ହେଲାନି। ଖାଇବାକୁ ବାଢ଼ି ରଖି ଦେଲା। ତା ହାତ ଧରିବାରୁ ଛାଟି ଦେଇ ଚାଲିଗଲା। ଏମିତି କେତେଦିନ ଚାଲିଥିବ ଚିତ୍ରା? ଯେତେଦିନ ପର୍ଯ୍ୟନ୍ତ ଡିଭୋର୍ସ ନ ହେଇଛି। ଦେଖ ଚିତ୍ରା ସ୍ୱାମୀ ସ୍ତ୍ରୀ ଭିତରେ ମନୋମାଳିନ୍ୟ ହୁଏ। ହେଲେ ଡିଭୋର୍ସ ସମାଧାନ ନୁହେଁ। ମୋର ଭୁଲ ହେଇ ଯାଇଛି। ମୁଁ ଆଜି ସବୁ ଝିଅଙ୍କ ନମ୍ବର ଡିଲିଟ କରୁଛି। ଏଇ ଦେଖ ମୋ ଫୋନ। ଆଉ କେବେ ବି କୌଣସି ଝିଅ ସହିତ କଥା ହେବିନି। ଏଥର ହେଲା? ଆଉ ସେ ଯଦି ତୁମକୁ କଲ୍ କରନ୍ତି? କଥା ହେବିନି। ନମ୍ବର ବ୍ଲକ କରିଦେବି। ମୋର ବିଶ୍ୱାସ ନାହିଁ। ଆଉ କେମିତି ବିଶ୍ୱାସ କରିବ? ଥରେ ସୁଯୋଗ ଦିଅ ପ୍ଲିଜ୍। ସେ କିଛି ବି କହିଲାନି।


  କିଛିଦିନ ପରେ ସେ ଚିନ୍ତା କଲା। ଏମିତି ମନୋମାଳିନ୍ୟ ତ ହୁଏ। ମୋ ସ୍ଵାମୀଙ୍କୁ ଭଲ ବାଟକୁ ମୁଁ ଆଣିବା କଥା।ଏବେ ଯଦି ନ ଚାହିଁବି ତାହେଲେ ମୋ ସଂସାର ଭାଙ୍ଗିଯିବ। ଏତେ ଭଲ ପାଉଥିବା ସ୍ୱାମୀ ଆଉ ମିଳିବନି।ସତରେ ସେ ଭଲ ହେଇ ଯାଇଛନ୍ତି। ସବୁ ରାଗରୁଷା ଭୁଲି ଦି ଜଣ ପୂର୍ବ ପରି ଏକ ହେଇ ରହିଲେ। 




Rate this content
Log in

Similar oriya story from Romance